Posted inଫୁରସତ

ଓଡ଼ିଶାର ଲୋକକଳା କଥା

କାହିଁ କେଉଁ କାଳରୁ ଲୋକକଳାର ସୃଷ୍ଟି। ବହୁ ଆଗରୁ ଅବସରବିନୋଦନର ମୁଖ୍ୟମାଧ୍ୟମଥିଲାଏହି ଲୋକକଳା। ଏହା ଗୋଷ୍ଠୀଗତ ଜୀବନରେ ଖୁବ୍‌ ପ୍ରଭାବ ପକାଇଥାଏ। ଲୋକଙ୍କ ଜୀବନର ନିଚ୍ଛକ ପ୍ରତିଛବିର ପ୍ରତିବିମ୍ବ ସୃଷ୍ଟିକରେ ଲୋକକଳା। ସାରା ବିଶ୍ୱରେ ଲୋକଗୀତ ଓ ଲୋକ ସଙ୍ଗୀତର ରହିଛି ସ୍ବତନ୍ତ୍ର ପରିଚୟ। କିନ୍ତୁ ସମୟକ୍ରମେ ଲୋକନୃତ୍ୟ, ଲୋକଗୀତ, ଲୋକନାଟକ ଓ କେତେକ ପାରମ୍ପରିକ ଲୋକକଳାରେ କିଛି ପରିବର୍ତ୍ତନ ହୋଇଥିବାର ଦେଖିବାକୁ ମିଳେ। ଆଉ କେତେକ ଲୋକକଳା ଏବେ ବିଲୁପ୍ତପ୍ରାୟ। ତେବେ ଓଡ଼ିଶାର ଲୋକକଳାଗୁଡ଼ିକୁ ବିଚାର କଲେ ଜଣାପଡ଼େ ଯେ ସେ ସବୁର ନେପଥ୍ୟ ଉଦ୍ଦେଶ୍ୟ ସାମୂହିକ ଚିତ୍ତବିନୋଦନ, ଶାରୀରିକ ଓ ମାନସିକ ଶାନ୍ତି । ମାତ୍ର ଓଡ଼ିଶାରେ ପ୍ରଚଳିତ ପାରମ୍ପରିକ ଲୋକକଳାଗୁଡ଼ିକ ହେଲା- ଦାସକାଠିଆ, ପାଲା, ଦଣ୍ଡନୃତ୍ୟ, ନବରଙ୍ଗ, ବାଘନୃତ୍ୟ, ଘୋଡ଼ାନୃତ୍ୟ, ସଖୀନାଚ, କଣ୍ଢେଇ ନାଚ, ଢଣକୋଇଲା, ଘଟକଳସ, ପାଟୁଆନାଚ, ଝାମୁ, ଛଉ, ରାମନାଟକ, ସଂକୀର୍ତ୍ତନ, ଲୀଳା, ରାସ, ମୋଗଲତାମସା, ରାବଣଛାୟା, ସୁଆଙ୍ଗ, ଲଉଡ଼ିନାଚ, ସମ୍ବଲପୁରୀ, ଡାଲଖାଇ, ସଂଚାର, ରଣପା,ଧୁଡ଼ୁକି, ଘୁମୁରା, ଯୋଡ଼ିଶଙ୍ଖ, ଉଷାକୋଠି, ପ୍ରହଲ୍ଲାଦ ନାଟକ, ହରିକଥା, ଖଞ୍ଜଣିଭଜନ, କେନ୍ଦରାଗୀତ, ଗୋଟିପୁଅ,ଦୁଆରି,ଚକୁଳିଆ ପଣ୍ଡା, ଜାନୁଘଣ୍ଟିଆ, ପୁରୀର ସାହିଯାତ, ଏବଂ ବିଭିନ୍ନ ଆଦିବାସୀ ନୃତ୍ୟ ସମେତ ଆହୁରି ଏକାଧିକ ଲୋକକଳା ରହିଛି। ତେବେ ଦିନଥିଲା ରାଜାରାଜୁଡ଼ା ସମୟରେ ଲୋକନୃତ୍ୟର ପୃଷ୍ଠପୋଷକତା ପାଇଁ ରାଜା ଓ ଜମିଦାରମାନେ ପ୍ରୋତ୍ସାହନ ଯୋଗାଉଥିଲେ। ତେବେ କେତେଗୁଡ଼ିଏ ବିଲୁପ୍ତ ପ୍ରାୟଲୋକକଳାକୁ ପ୍ରୋତ୍ସାହନ ଦେବାପାଇଁ ସରକାର ଅଣ୍ଟାଭିଡ଼ିଛନ୍ତି। ବିଭିନ୍ନ ମହୋତ୍ସବରେ ମଧ୍ୟ ପାରମ୍ପରିୀକ ଲୋକକଳାର ପ୍ରଦର୍ଶନ କରାଯାଉଛି। ଓଡ଼ିଶା ସରକାରଙ୍କ ଦ୍ୱାରା ଏଯାଏ ପ୍ରାୟ୪୭୧ଟି ଲୋକକଳାସୂଚିତ କରାଯାଇଛି। ଏସବୁ ମଧ୍ୟରୁ କେତୋଟି ଲୋକକଳା ସମ୍ପର୍କରେ….

ପ୍ରହଲ୍ଲାଦ ନାଟକ-:ପ୍ରହଲ୍ଲାଦ ନାଟକ ଗଞ୍ଜାମ ଜିଲାରେ ବେଶ୍‌ ଆଦୃତ। ଏହି ନାଟକକୁ ରାଜା ନାଟକ କୁହନ୍ତି। ଏହି ନାଟକ ପ୍ରଥମେ ଜଳନ୍ତର ରାଜା ଶ୍ରୀରାମକୃଷ୍ଣ ଛୋଟରାୟଙ୍କ ପୃଷ୍ଠପୋଷକତାରେ ନିଜ ରାଜବାଟୀରେ ପରିବେଷଣ କରାଯାଉଥିଲା। ବିଷ୍ଣୁକେଶରୀ ପୁରାଣରୁ ପ୍ରହଲ୍ଲାଦ ନାଟକର ସୃଷ୍ଟି। ଦଳର ନାଟ୍ୟଗୁରୁ ସାଧାରଣତଃ ରାଜା ହିରଣ୍ୟକଶିପୁ ଭୂମିକାରେ ଅଭିନୟ କରିଥାନ୍ତି। ରାଜାଙ୍କ ବ୍ୟତୀତ ଦୁଇଜଣ ବାୟକ, ପାଞ୍ଚରୁ ଊର୍ଦ୍ଧ୍ୱ ସୂତ୍ରଧର, ଜଣେ ମୁଖ୍ୟ ବୀଣାବାଦକ ଏବଂ ବିଭିନ୍ନ ଭୂମିକାରେ ଅନ୍ୟାନ୍ୟ କଳାକାର ଥାଆନ୍ତି। ନାଟକର ପ୍ରାରମ୍ଭରେ ମଙ୍ଗଳାଚରଣ, ପରେ ଗଣେଶ ଏବଂ ସରସ୍ବତୀଙ୍କ ବନ୍ଦନା, ପରେ ରାଜା ହିରଣ୍ୟକଶିପୁ ଆସନ୍ତି । ନାଟକର ଶେଷ ପର୍ଯ୍ୟାୟରେ ନୃସିଂହ ମହାପ୍ରଭୁଙ୍କ ଭେଟ ହୁଏ। ଏଥିରେ କାହାଳି ତୂରୀ, ଶଙ୍ଖ ଆଦି ବାଦ୍ୟଯନ୍ତ୍ର ବାଜିଥାଏ।

ଦାସକାଠିଆ-: ଓଡ଼ିଶାର ଏହା ଏକ ବିଦଗ୍ଧ କଳା। ଦାସକାଠିଆ ପ୍ରାୟ ଦକ୍ଷିଣ ଓଡ଼ିଶାରେ ଦେଖିବାକୁ ମିଳେ। ଏଥିରେ ଦୁଇଜଣ ଗାୟକ ଓ ପାଳିଆଙ୍କ ମଧ୍ୟରେ ଗାୟନ କରାଯାଇଥାଏ। ଦାସକାଠିଆର ବେଶବିନ୍ୟାସ ଗାୟକ ଓ ପାଳିଆ ମୁଣ୍ଡରେ ପଗଡ଼ି ବାନ୍ଧି ପାଦରେ ଘୁଙ୍ଗୁର ଓ ହାତରେ ଚାରଟି କାଠିକୁ ତାଳ ଅନୁସାରେ ବଜାଇ ଚଉପଦୀ ଆଦି ଗାୟନ କରିଥାନ୍ତି । ବିଭିନ୍ନ ପୁରାଣ ବିଷୟକୁ ନେଇ ମଞ୍ଚରେ ଦାସକାଠିଆ କଳାକାରମାନେ ମଞ୍ଚସ୍ଥ କରିଥାନ୍ତି। ରାମାୟଣ, ମହାଭାରତ ପରି କେତେକ ପୁରାଣବିଷୟ ଶୁଣିବାକୁ ମିଳିଥାଏ।

ପାଲା-: ପାଲା ଏକ ଆଧ୍ୟାତ୍ମିକ ଲୋକକଳା। ଏହାର ପରିବେଷଣ ଓଡ଼ିଶାର ପୁରପଲ୍ଲୀରେ ଦେଖିବାକୁ ମିଳେ। ବିଭିନ୍ନ ପୁରାଣ ଉପରେ ଲୋକସାହିତ୍ୟ କବି ମାନଙ୍କ ସାହିତ୍ୟକୃତିକୁ ନେଇ ବର୍ଣ୍ଣନା ହୋଇଥିବା ଘଟଣା ଉପରେ ଆଧାରିତ ହୋଇଥାଏ। ମାନସିକଧାରୀମାନେ ନିଜର ମନସ୍କାମନା ପୂରଣ ପାଇଁ ମଧ୍ୟ ପାଲା ପରିବେଷଣ କରିଥାନ୍ତି। ଏଥିରେ ଗାୟକ,ବାୟକ ସମେତ ୬ଜଣ ପାଳିଆ ଝାଞ୍ଜ ମୃଦଙ୍ଗ ବାଦ୍ୟର ତାଳେତାଳେ ଏହାକୁ ପରିବେଷଣ କରିଥାନ୍ତି।

ଘୋଡ଼ାନାଚ-: ବିଶେଷକରି ଉପକୂଳବର୍ତ୍ତୀ ଓଡ଼ିଶାର କୈବର୍ତ୍ତମାନଙ୍କ ଏକ ବଡ଼ପର୍ବ ଭାବେ ଘୋଡ଼ାନାଚର ପରିଚୟ ରହିଛି। ଏଥିରେ ବିଭିନ୍ନ ପୁରାଣ ବିଷୟକୁ ଗାୟକ ଗାୟନ କରିଥିବାବେଳେ ଦୁଇଜଣ ଘୋଡ଼ା ନାଚକରି ପରିବେଷଣ କରିଥାନ୍ତି। ଏକ ଘୋଡ଼ାପ୍ରତିମାର ମୁଖାକୁ ଏମାନେ ଅଣ୍ଟାରେ ବାନ୍ଧି ନାଚ କରିଥାନ୍ତି। ଏଥିରେ ବିଭିନ୍ନ ଚଳନ୍ତି ପ୍ରସଙ୍ଗକୁ ନେଇ ହାସ୍ୟରୋଳ ତଥା ବିଭିନ୍ନ ରସରେ ଗାୟକ ପ୍ରଶ୍ନ ଉତ୍ତର ଛଳରେ ପରିବେଷଣ କରିଥାନ୍ତି।

ଛଉନୃତ୍ୟ-: ଏହା ଏକ ସାମରିକ କଳାନୃତ୍ୟ । ତିନି ଶ୍ରେଣୀର ଯଥା-ପୁରୁଲିଆଛଉ, ଷଢେଇକଳା ଓ ମୟୂରଭଞ୍ଜ ଛଉ । ଏହା ବୀରରସ ଲୋକନୃତ୍ୟ। ନୃତ୍ୟଶିଳ୍ପୀମାନେ ବିଭିନ୍ନ ପୌରାଣିକ ବିଷୟବସ୍ତୁକୁ ନେଇ ନୃତ୍ୟରେ ଭାବଭଙ୍ଗୀକୁ ପ୍ରକାଶ କରିଥାନ୍ତି।
ସୁଆଙ୍ଗ-:ସୁଆଙ୍ଗ କଳାରେ କଳାକାରମାନେ ପୌରାଣିକ ବିଷୟକୁ ନେଇ ଦେବଦେବୀଙ୍କ ବିଭିନ୍ନ ଗୁଣଗାନ ଓ ମହିମା ସମ୍ପର୍କରେ ପ୍ରଚାର କରିବା ସହିତ ସାମାଜିକ ରୀତିନୀତିକୁ ବଖାଣିଥାନ୍ତି। ଏଥିରେ ହାସ୍ୟରସ ରହିଥାଏ। ଲକ୍ଷ୍ମୀପୁରାଣ ସୁଆଙ୍ଗ, ବିଲଙ୍କା ରାୟାୟଣ, ଚନ୍ଦ୍ରାବତୀ ସୁଆଙ୍ଗ, ଉଷାବତୀ ସୁଆଙ୍ଗ ଇତ୍ୟାଦିକୁ ମଞ୍ଚରେ ଗୀତିନାଟ୍ୟଶୈଳୀରେ କଳାକାରମାନେ ପରିବେଷଣ କରିଥାନ୍ତି।

ଲୀଳା-:ବିଶେଷକକରି ମହାଭାରତ, ଭାଗବତ, ରାମାୟଣ ଆଦି ଗ୍ରନ୍ଥପୁରାଣକୁ କେନ୍ଦ୍ରକରି ରାଧା ପ୍ରେମଲୀଳା, ରାମଲୀଳା, କୃଷ୍ଣଲୀଳା, ଗୋପଲୀଳା, ଭାରତ ଲୀଳା ଆଦି ପ୍ରସଙ୍ଗରେ ନୃତ୍ୟ ପରିବେଷଣ କରାଯାଇଥାଏ। ଏହି କାର୍ଯ୍ୟକ୍ରମରେ ଦେବଦେବୀଙ୍କ ନାମରେ ରଚିତ ଭକ୍ତି ରସର ଭଜନ ଜଣାଣକୁ ଗାଇଥାନ୍ତି। ଏହା ଧାର୍ମିକ ଭାବନାର ନିଆରା ପରିଚୟ ଦେଇଥାଏ।

ଆଦିବାସୀ ନୃତ୍ୟ-:ଦେଶୀଆନାଚ, ଗଦବାନାଚ, କନ୍ଧନାଚ, ଓଁରା ନାଚ, ସଉରା ନାଚ ପରି ଆଦିବାସୀମାନଙ୍କ ଏପରି ଲୋକନୃତ୍ୟରେ ସେମାନଙ୍କର ପାରମ୍ପରିକ ଚଳଣିର ଛବି ପ୍ରତିଫଳିତ ହେଉଥିବାର ଦେଖିବାକୁ ମିଳିଥାଏ।

ଯୋଡ଼ିଶଙ୍ଖ -ଏକକାଳୀନ ଦୁଇଟି ଶଙ୍ଖକୁ ଜଣେ କଳାକାର ଏକକାଳୀନ ବଜାଇ ବିଭିନ୍ନ ଭଙ୍ଗୀରେ ନୃତ୍ୟ କରିଥାଏ। ଏପରିକି ଏଥିରେ ଏକାଧିକ କଳାକାର ବିଭିନ୍ନ ମୁଦ୍ରାରେ ଏମାନେ ଯୋଡ଼ିଶଙ୍ଖକୁ ପରିବେଷଣ କରିଥାନ୍ତି। ବହୁ ସମୟଧରି ତାଳଦେଇ ଶଙ୍ଖଧ୍ୱନି କରିଥାନ୍ତି।

ଧୁଡୁକି-: କେତେକ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ଗାଁ ଗାଁ ବୁଲି ଧୁଡୁକି ବଜାଇ ମନୋରଞ୍ଜନକରି ନିଜର ଜୀବିକା ଅର୍ଜନ କରୁଥିଲେ। ସମୟ କ୍ରମେ କଳାକାରମାନେ ପୌରାଣିକ ବିଷୟ ଉପରେ ଆଧାରିତ ବିଭିନ୍ନ ନାଟକରେ ଛାନ୍ଦ, ଗୀତ ଦ୍ୱାରା ଧୁଡ଼ୁକି ବଜାଇ ମଞ୍ଚ ନୃତ୍ୟ ପରିବେଷଣ କରିଥାନ୍ତି।

ଗୋଟିପୁଅ-: ଦେବଦାସୀ ପରମ୍ପରା ବିଲୟ ପରେ ଗୋଟିପୁଅ ପରମ୍ପରାରେ ପୁଅମାନଙ୍କୁ ସ୍ତ୍ରୀ ବେଶରେ ସଜିତ କରି ନୃତ୍ୟ ପରିବେଷଣ କରାଯାଇଥାଏ। ଏହା ଏକ ରାଧାକୃଷ୍ଣ ପ୍ରେମଲୀଳାର ସଙ୍ଗୀତ ନୃତ୍ୟକଳା।

ସମ୍ବଲପୁରୀ-: ପଶ୍ଚିମଓଡ଼ିଶାର ଳୋକପ୍ରିୟ ନୃତ୍ୟଭାବେ ସମ୍ବଲପୁରୀ ନୃତ୍ୟକ୍ରମରେ କରମା, ଡାଲଖାଇ, ରସରକେଲି, ଚୁଟୁକୁଚୁଟା ନୃତ୍ୟ। ଯୁବତୀଯୁବକମାନେ ଗୀତର ତାଳେତାଳେ ଏହି ନୃତ୍ୟକୁ ପରିବେଷଣ କରିଥାନ୍ତି। ବିଶେଷକରି ସମ୍ବଲପୁରୀ ଶାଢ଼ି, ବିଭିନ୍ନ ଗହଣା, ମୁଣ୍ଡରେ ଫୁଲଖଞ୍ଜା ଖୋସାଯାଇ କଳାକାରମାନେ ଢୋଲବାଦ୍ୟର ତାଳେତାଳେ ନାଚିଥାନ୍ତି।

ଘୁମୁରା-:ମାଟି ନିର୍ମିତ ହାଣ୍ଡି ଉପରେ ଗୋଧିଚମଡ଼ା ଦ୍ୱାରା ଆବୃତ ବାଦ୍ୟଯନ୍ତ୍ରକୁ ଘୁମୁରା କୁହାଯାଏ। ଏହାକୁ କେବଳ ପୁରୁଷ କଳାକାରମାନେ ସାମରିକ ପରମ୍ପରାର ବୀରବାଦ୍ୟକୁ ପରିବେଷଣ କରିଥାନ୍ତି। ବିଭିନ୍ନ ପ୍ରକାରର ବୋ..ଲ.ର ତାଳେ ତାଳେ ଦେବଦେବୀଙ୍କ ବନ୍ଦାପନାକୁ ଗାନ କରିଥାନ୍ତି। ବିଶେଷକରି କଳାହାଣ୍ଡି, ସୁନ୍ଦରଗଡ଼, ବଲାଙ୍ଗୀର, ସୁନ୍ଦରଗଡ଼ ଆଦି ଜିଲାରେ ଏମିତି କଳାକାରଙ୍କୁ ଦେଖିବାକୁ ମିଳେ।

ଦୁରୁଆ ନୃତ୍ୟ-: ବଣପାହାଡ଼ ଘେରା କୋରାପୁଟ ଜିଲାର ଦୁରୁଆ ଆଦିବାସୀଙ୍କ ଅତ୍ୟନ୍ତ ଲୋକପ୍ରିୟ ନୃତ୍ୟ ଦୁରୁଆନୃତ୍ୟ। ଯୁବତୀ ଯୁବକମାନେ ପାରମ୍ପରିକ ବାଦ୍ୟଯନ୍ତ୍ରର ବିଭିନ୍ନ ପର୍ବ, ଯାନିଯାତରା, ଜନ୍ମମହୋତ୍ସବ,ବାହାଘର ଇତ୍ୟାଦି ଦିନରେ ଦୁରୁଆ ନୃତ୍ୟ ପରିବେଷଣ କରିଥାନ୍ତି।

ପାଇକ-: ପାଇକଆଖଡ଼ା ଏକ ସାମରିକ କଳା। ପାଇକମାନେ ହାତରେ ଖଣ୍ଡା,ଢାଲ, ଲାଠି ଧରି ବିଭିନ୍ନ ସମରକଳାକୁ ପରିବେଷଣ କରିଥାନ୍ତି। ଏହାକୁ ମଞ୍ଚରେ ନୃତ୍ୟଭଳି ପରିବେଷଣ କରାଯାଇଥାଏ। ବିଶେଷକରି ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ ଓ ଢେଙ୍କାନାଳ ଆଦି ଜିଲାର ଗଡ଼ଜାତ ଅଞ୍ଚଳରେ ଦେଖିବାକୁ ମିଳେ। ଏହା ବୀର ରସର ନିଆରା ଲୋକକଳା।

ବାଡ଼ି ଆଖଡ଼ା-: ପାଇକ ପରି ଏଥିରେ ପଟାଖେଳ ହୁଏ ା ବାଦ୍ୟର ତାଳେ ତାଳେ ବାଡ଼ି ଓ ପଟାର ଖେଳ କରାଯାଇଥାଏ। କଳାକାରମାନେ ଶଗଡ଼ଚକା, ପଥର ଟେକିଥାନ୍ତି ଉପରକୁ।

କୋଠିଶାଳା-: ପ୍ରାଚୀନ ଓଷାବ୍ରତ ଏବଂ ଧାର୍ମିକ ପରମ୍ପରାକୁ ଭିତ୍ତିକରି କୋଠିଶାଳା ଆୟୋଜିତ ହୋଇଥାଏ। ବିଶେଷକରି ଆଶ୍ୱିନ ମାସରେ ଦଶହରାରୁ ହିଁ ଆରମ୍ଭ ହୁଏ, କୁମାରପୂର୍ଣ୍ଣିମାରେ ସରେ। ଗାୟକ ଗାହାଣ, ଏପରି ଘଟକଳସ ପର୍ବ ହୁଏ। ମୁଣ୍ଡରେ ଘଟକଳସ ମୁଣ୍ଡାଇ ନାରୀ ବେଶରେ କଳାକାର ମଙ୍ଗଳାଙ୍କ ସ୍ତୁତି ଗାନକରି ନାଚିଥାନ୍ତି। ବିଭିନ୍ନ ଗାଁରେ ଏମିତି ପରମ୍ପରା ରହିଥିବା ଦେଖିବାକୁ ମିଳେ।

କଣ୍ଢେଇନାଚ-:ବିଭିନ୍ନ କାଠ କଣ୍ଢେଇକୁ ବିଭିନ୍ନ ଚରିତ୍ରର ବେଶଭୂଷାରେ ସୁସଜ୍ଜିତ କରାଯାଇଥାଏ। ନାଟକ ମଞ୍ଚସ୍ଥ ପାଇଁ କଣ୍ଢେଇ ନାଚ ପାଇଁ ସ୍ବତନ୍ତ୍ର ମଞ୍ଚ ତିଆରି କରାଯାଇଛି। ପ୍ରଚ୍ଛଦପଟରେ କଳାକାର ରହି ବିଭିନ୍ନ ଗୀତ ଓ ବାଦ୍ୟର ତାଳେ ତାଳେ କଣ୍ଢେଇଗୁଡ଼ିକୁ ନଚେଇଥାନ୍ତି।

ସଖୀ ନାଚ-: ପ୍ରାଚୀନ କାବ୍ୟ, କବିତା, ଛାନ୍ଦ, ଚଉତିଶାକୁ ନେଇ କଳାକାରମାନେ ସଖୀବେଶଧାରୀ ବେଶଭୂଷାରେ ସୁସଜ୍ଜିତ ସଖୀନାଚ ପରିବେଷଣ କରିଥାନ୍ତି। ଏଥିରେ କେବଳ ପାରମ୍ପରିକ ବାଦ୍ୟଯନ୍ତ୍ରର ବ୍ୟବହାର ସହ ବିଭିନ୍ନ ଭଙ୍ଗୀରେ କଳାକାର ନାଚିଥାନ୍ତି।

ଦଣ୍ଡନୃତ୍ୟ-: ପୁରାଣ ବିଷୟ ଉପରେ ଆଧାରିତ ଏକଦା ବ୍ରହ୍ମା, ଇନ୍ଦ୍ର ଓ କୁବେରଙ୍କ ପୁତ୍ରମାନେ ଥରେ ଗୁରୁ ବୃହସ୍ପତିଙ୍କଠାରୁ ଶିକ୍ଷାଲାଭ କରି ଫେରୁଥିବା ବେଳେ ବାଟରେ କତ୍ତୃମୁନି ଜଳତର୍ପଣ କରୁଥିବା ବେଳେ ଏମାନେ ତାଙ୍କ ଉପରକୁ ଥଟ୍ଟାରେ ବାଲି ଜଳ ଫିଙ୍ଗି ଦେଇଥିଲେ। ପରେ ଋଷିଙ୍କ ଅଭିଶାପ ପଡ଼ିଥିଲା ସେମାନଙ୍କ ଉପରେ। ଏଥିରୁ ମୁକ୍ତ ପାଇଁ ମହାଦେବଙ୍କ ଶରଣାପନ୍ନ ବେଳେ ମହାଦେବ ମାତୃ ଦୋଷ ହରଣରୁ ମୁକ୍ତି ପାଇଁ ରୁଦ୍ରକାଳୀଙ୍କୁ ପ୍ରାର୍ଥନା କରିଥିଲେ ।

ତେବେ ଜଳଦଣ୍ଡ, ଧୂଳିଦଣ୍ଡ ଓ ଅଗ୍ନିଦଣ୍ଡ ଆଦିରେ ନୃତ୍ୟ ପରିବେଷଣ ବେଳେ କଳାକାରମାନେ ସାମାଜିକ ଚଳଣିର ବିଭିନ୍ନ ଘଟଣାକୁ ଗୀତ ମାଧ୍ୟମରେ ସୂଚାଇଥାନ୍ତି। କିନ୍ତୁ ଲୋକ ନାଟକର ବଳିଷ୍ଠ ପୃଷ୍ଠଭୂମି ହେଉଛି ଏହାର ପରିବେଷଣ ଶୈଳୀ, ସଙ୍ଗୀତ, ଭାଷା, ପୋଷାକ। ତେବେ ଓଡ଼ିଶାର ବିଭିନ୍ନ ପାରମ୍ପରିକ ଲୋକକଳାରେ ଆମ ଓଡ଼ିଶା ସମୃଦ୍ଧ। ମାତ୍ର ବିଳମ୍ବ ହେଲେ ମଧ୍ୟ ସରକାରୀସ୍ତରରେ ଲୋକକଳାର ପୁନରୁଦ୍ଧାର ପାଇଁ କେତେକ ପଦକ୍ଷେପ ନିଆଯାଇଛି, ଯାହାକି କଳା ଓ କଳାକାରଙ୍କ ପାଇଁ ଶୁଭସଙ୍କେତ ମନେହୁଏ।

ଏମାନେ ଯାହା କୁହନ୍ତି
ଲୋକନୃତ୍ୟ ଗବେଷକ ଏବଂ ଅବସରପ୍ରାପ୍ତ ସଂଗୀତ ନାଟକ ଏକାଡେମୀ ସଂପାଦକ ମନ୍ମଥ କୁମାର ଶତପଥୀ କୁହନ୍ତି – ଲୋକକଳାରେ ହିଁ ଲୋକଗୀତ, ଲୋକନୃତ୍ୟ ଓ ଲୋକନାଟକ ରହିଛି। ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପ୍ରାୟ ଶତାଧିକ ଲୋକନୃତ୍ୟଶୈଳୀ ରହିଛି। ଓଡ଼ିଶାରେ ବିଲୁପ୍ତପ୍ରାୟ ଲୋକସଂସ୍କୃତିର ପୁନରୁଦ୍ଧର କାର୍ଯ୍ୟ ଚାଲିଛି। ସଖୀନାଚ, ହରିକଥାକୁ ଲୋକଲୋଚନକୁ ଅଣାଯାଇଛି। ଓଡ଼ିଆଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ରାଜ୍ୟପ୍ରକଳ୍ପ ସଂଯୋଜକ ବାସୁଦେବ ମାଳବିଶୋଇ କୁହନ୍ତି- ଓଡ଼ିଶାରେ ଲୋକକଳାର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଏଯାଏ ପ୍ରାୟ ୪୭୧ଟି ଲୋକକଳା ସୂଚିତ କରାଯାଇଛି। ଦେଢଲକ୍ଷ କଳାକାର ପ୍ରାୟ ୧୦ହଜାର ଲୋକକଳାଦଳଙ୍କୁ ସରକାରୀସ୍ତରରେ ରାଜ୍ୟକଳା ସଂସ୍କୃତି ସଂଘ, ଜିଲା ଓ ବ୍ଲକସ୍ତରରେ ପଞ୍ଜୀକୃତ କରାଯାଇ ପାରିଛି। ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମକୁ କଳାକାରମାନଙ୍କ ଜରିଆେରେ ଜନସଚେତନତା କରା ଯାଉଛି। ଏଥିପାଇଁ ପ୍ରାୟ ୪୦କୋଟି ଟଙ୍କା ବିଭିନ୍ନ ବିଭାଗ ପାଇଁ ଖର୍ଚ୍ଚ ହୋଇଥାଏ। ଲୋକଗୀତ ଓ ସଂଗୀତର ମିଳିତ ସହଯୋଗରେ ହିଁ ସୃଷ୍ଟି ହୁଏ ଲୋକକଳା । ଏହା ଲୋକଙ୍କ ଭିତରେ ବଞ୍ଚିଛି। ନାଟ୍ୟନିର୍ଦ୍ଦେଶକ ସୁବୋଧ ପଟ୍ଟନାୟକ କୁହନ୍ତି- ଯାହାସବୁ ଲୋକମାନେ କୌଣସି ଶାସ୍ତ୍ରୀୟତା କଥାକୁ ଚିନ୍ତା ନ କରି ଝରଣା ବହିଗଲାପରି ନିଜ ମନକୁ ସୌନ୍ଦର୍ଯ୍ୟପୂର୍ଣ୍ଣ ଢଙ୍ଗରେ ପ୍ରକାଶ କରିବାର ଯେତେ ଦିଗଅଛି ତାହାକୁ ଲୋକକଳା କୁହାଯାଏ। ଲୋକକଳାରେ ଲୋକଗୀତ, ଲୋକ ନୃତ୍ୟ ଓ ଲୋକ ନାଟକ ରହିଛି। ଲୋକକଳା ପରିବେଷଣ କଳାର ମୌଖିକ ରୀତିନୀତିରେ ବଞ୍ଚିଥାଏ।

-ବନବିହାରୀ ବେହେରା

 


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ଇରାନ ସହିତ ଚୁକ୍ତି ପୂର୍ବରୁ ଇସ୍ରାଏଲର ବଡ଼ ଆକ୍ରମଣ, ରାଗିଯାଇ ଟ୍ରମ୍ପ କହିଲେ ଏହା ଉଚିତ…

ଓ୍ବାଶିଂଟନ,୧୪।୬: ରବିବାର ଦିନ ଇସ୍ରାଏଲ ଲେବାନନର ରାଜଧାନୀ ବେରୁଟ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣ ଏପରି ସମୟରେ ଘଟିଛି ଯେତେବେଳେ ଆମେରିକା ଏବଂ ଇରାନ…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri