କାର୍ଡିଗାନ୍‌ ଫ୍ୟାଶନ୍‌

କାର୍ଡିଗାନ୍‌ ଏକପ୍ରକାର ସ୍ବେଟର୍‌, ଯାହାର ଲୁକ୍‌ ପ୍ରାୟତଃ ଜ୍ୟାକେଟ୍‌ ପରି। କିଛି କାର୍ଡିଗାନ୍‌ର ଫ୍ରଣ୍ଟରେ ବଟନ୍‌ ଥାଏ ତ କିଛି ଥାଏ ସମ୍ପୂର୍ଣ୍ଣ ଓପନ୍‌। ବିଭିନ୍ନ ଡିଜାଇନ୍‌ ଓ କଲରରେ ଏହା ଉପଲବ୍ଧ ହୁଏ । ଶୀତ ଦାଉରୁ ରକ୍ଷାକରିବା ସହ ଷ୍ଟାଇଲିଶ୍‌ ଲୁକ୍‌ ଦେଉଥିବା କାର୍ଡିଗାନ୍‌ ଏବେ ଓ୍ବିଣ୍ଟର ଫ୍ୟାଶନ୍‌ ପାଲଟିଛି…

ଓପନ୍‌ କାର୍ଡିଗାନ୍‌- ଓପନ୍‌ କାର୍ଡିଗାନ୍‌ ବିଭିନ୍ନ ପ୍ରକାରର। ସାଧାରଣତଃ ଏହି କାର୍ଡିଗାନ୍‌ର ଫ୍ରଣ୍ଟ ସେକ୍ସନ୍‌ରେ ବଟନ୍‌ କିମ୍ବା ଜିପର୍‌ ନ ଥାଏ। ଏହା ବିଭିନ୍ନ କଲର୍‌ ଓ ଷ୍ଟାଇଲ୍‌ରେ ଉପଲବ୍ଧ ହୁଏ। ନିଟେଡ୍‌ ଉଲ୍‌, ପଲିଷ୍ଟର୍‌ ଉଲ୍‌ରେ ଏହାକୁ ତିଆରି କରାଯାଇଥାଏ। ଆଣ୍ଠୁ ତଳ ପର୍ଯ୍ୟନ୍ତ ଏହାର ଲମ୍ବ ହୋଇଥାଏ। ଟ୍ୟାଙ୍କ ଟପ୍‌, ଟି ସର୍ଟ ଓ ଜିନ୍ସ ସହ ଏହା ବହୁତ ଭଲ ଲାଗେ।

ଲଙ୍ଗ କାର୍ଡିଗାନ- ଏହା ଓପନ୍‌ କାର୍ଡିଗାନ୍‌ ଭଳି କିନ୍ତୁ ବହୁତ ଲମ୍ବା। ବଲ୍କି ଲଙ୍ଗ କୋଟ୍‌ର ସବ୍‌ଷ୍ଟିଚ୍ୟୁଟ୍‌ ଚାହୁଁଥିଲେ ଏହାକୁ ବାଛିପାରିବେ। ଏହାର ଫ୍ରଣ୍ଟରେ ଜିପର୍‌ କିମ୍ବା ବଡ ବଟନ୍‌ ଥାଏ। ସ୍ଲିମ୍‌ ଫିଗର୍‌କୁ ଏହି କାର୍ଡିଗାନ୍‌ ବହୁତ ଭଲ ଲାଗେ। ଏହାକୁ ଲେଗିଙ୍ଗସ୍‌, ଜିନ୍ସ, ରେଗୁଲାର୍‌ ଟ୍ରାଉଜର୍‌ ଏମିତିକି ଷ୍ଟକିଂସ୍‌ରେ ପିନ୍ଧି ପାରିବେ।

କ୍ରପ୍‌ଡ କାର୍ଡିଗାନ୍‌- ଏହି କାର୍ଡିଗାନ୍‌ ବହୁତ ଛୋଟ। ଚେଷ୍ଟ ଏରିଆଠାରୁ ଟିକେ ତଳ ପର୍ଯ୍ୟନ୍ତ ଉକ୍ତ କାର୍ଡିଗାନ୍‌ ରହେ। ଲେସ୍‌, ଉଲ୍‌, ଲିନେନ୍‌ରେ ଏହାକୁ ତିଆରି କରାଯାଏ। ଏହି କାର୍ଡିଗାନ୍‌ର ସାମ୍‌ନା ଭାଗରେ କେବେ କେବେ ହୁକ୍‌ ତ କେବେ ବଟନ୍‌ ଥାଏ। ଅନେକ ସମୟରେ ଫ୍ରଣ୍ଟ ଓପନ୍‌ ବା ଖୋଲା ରହିଥାଏ।

କାର୍ଡିଗାନ୍‌ ଭେଷ୍ଟ- ଏହା ସାଧାରଣତଃ ସ୍ଲିଭ୍‌ଲେସ୍‌। ଯେତେବେଳେ ଲଙ୍ଗ ସ୍ଲିଭ୍‌ ତଥା ହେଭି ସ୍ବେଟର ପିନ୍ଧିବାକୁ ଇଚ୍ଛା ନ ଥିବ ଏହାକୁ ଟ୍ରାଏ କରିପାରିବେ। ଏହାକୁ ପିନ୍ଧିଲେ ଲୁକ୍‌ ଫ୍ୟାଶନେବୁଲ ଲାଗେ। କଟନ୍‌ ଉଲ୍‌, ମୋଟା ମେଣ୍ଢା ଲୋମର ଉଲ୍‌ ଆଦିରେ ଏହା ତିଆରି ହୋଇଥାଏ। ଏହାର ଲମ୍ବ କେବେ ଅଣ୍ଟା ପର୍ଯ୍ୟନ୍ତ ତ କେବେ ହିପ୍‌ ପର୍ଯ୍ୟନ୍ତ ଥାଏ। ବିଭିନ୍ନ କଲର୍‌ ଓ ଡିଜାଇନ୍‌ରେ ଆସୁଥିବା ଏହି କାର୍ଡିଗାନ୍‌ ଷ୍ଟାଇଲିସ୍‌ ଲୁକ୍‌ ଦିଏ।

ବେଲ୍ଟେଡ୍‌ କାର୍ଡିଗାନ୍‌- ଏହି କାର୍ଡିଗାନ୍‌ ବହୁତ ଫ୍ୟାଶନେବୁଲ। କିନ୍ତୁ ମୋଟା ଫିଗର୍‌କୁ ସୁଟ୍‌ କରେନା। ଓ୍ବେଲ୍‌ ଟୋନ୍‌ଡ ଓ ସ୍ଲିମ୍‌ ଫିଗର୍‌କୁ ଭଲ ଲାଗେ। ଏହା ବିଭିନ୍ନ ପ୍ରକାର ଲେନ୍ଥରେ ଉପଲବ୍ଧ ହୁଏ। ଷ୍ଟକିଙ୍ଗସ୍‌, ଜିନ୍ସ, ଲେଗିଙ୍ଗସ୍‌, ହାଇ ବୁଟ୍‌ ସହ ଏହାକୁ ପିନ୍ଧିପାରିବେ।

ଟ୍ୟୁନିକ୍‌ କାର୍ଡିଗାନ୍‌- ଏହା ସାଧାରଣତଃ ପାଦ ପର୍ଯ୍ୟନ୍ତ ଲମ୍ବା। ଜିନ୍ସ, ଲେଗିଙ୍ଗସ୍‌ ଓ ଲଙ୍ଗ ବୁଟ୍‌ ସହ ଏହା ବହୁତ ଭଲ ଲାଗେ। ଏହି କାର୍ଡିଗାନ୍‌ ଦ୍ୱାରା ଶରୀରର ବହୁତ ଭାଗ ଘୋଡେଇ ହୋଇ ରୁହେ। ତେଣୁ ବହୁତ ଶୀତ ହେଉଥିବା ସମୟରେ ବାହାରକୁ ଯିବାକୁ ଥିଲେ ଏହାକୁ ପିନ୍ଧି ପାରିବେ। ଏହା ବିଭିନ୍ନ ଷ୍ଟାଇଲ୍‌, କଲର୍‌, ଡିଜାଇନ୍‌୍‌ରେ ଉପଲବ୍ଧ ହୁଏ।

ଜିପ୍ଡ କାର୍ଡିଗାନ୍‌- ଏହା ଦେଖିବାକୁ ଜ୍ୟାକେଟ୍‌ ପରି। ଏଥିରେ ଜିପର୍‌ ସହ ବଡ଼ ବଡ଼ ପକେଟ୍‌ ଥାଏ। ଏହାର ଲମ୍ବା ଅଣ୍ଟା ପର୍ଯ୍ୟନ୍ତ ଏବଂ ଉଭୟ କାଜୁଆଲ ଓ ଫର୍ମାଲ୍‌ ଓ୍ବେର୍‌ ଭାବେ ଏହାକୁ ବ୍ୟବହାର କରିପାରିବେ। ଏହା ଉଷ୍ମତା ପ୍ରଦାନ କରିବା ସହ ଷ୍ଟାଇଲିଶ୍‌ ଲୁକ୍‌ ବି ଦିଏ। ବିଭିନ୍ନ ଡିଜାଇନ୍‌ ଓ କଲର୍‌ରେ ଉପଲବ୍ଧ ଏହି କାର୍ଡିଗାନ୍‌କୁ ଟି-ସର୍ଟ, ସ୍ଲିମ୍‌ ଫିଟ୍‌ ଶାର୍ଟ, ଜିନ୍ସ, ସ୍ବେଟ୍‌ ପ୍ୟାଣ୍ଟ ସହ ପେୟାର୍‌ କରିପାରିବେ।

ଷ୍ଟାଇଲ୍‌ ଟିପ୍ସ- * କାର୍ଡିଗାନ୍‌ ବଟନ୍‌ ବାଲା ହେଉ ଅବା ବଟନ୍‌ ନ ଥିବା, ତା’ ଉପରେ ବେଲ୍ଟ ପିନ୍ଧନ୍ତୁ। ସେ ପୁଣି ଅଣ୍ଟା ସ୍ଥାନରେ, ଯଦ୍ଦ୍ବାରା ଫିଗର୍‌ ବଲ୍କି ଲାଗିବ ନାହିଁ।

*ହାଲ୍‌କା ବ୍ରାଇଟ୍‌ କଲର୍‌ର ଟ୍ୟାଙ୍କ ଟପ୍‌ ସହ କଣ୍ଟ୍ରାଷ୍ଟ କଲର୍‌ର କାର୍ଡିଗାନ୍‌ ପିନ୍ଧନ୍ତୁ।
*ଲଙ୍ଗ କାର୍ଡିଗାନ୍‌ ସହ ସ୍କିନି ଜିନ୍ସ କିମ୍ବା ଲେଗିଙ୍ଗସ୍‌ ଭଲ ଲାଗେ।
*କାର୍ଡିଗାନ୍‌ ସହ ସ୍କାର୍ଫ ବ୍ୟବହାର କରି ଷ୍ଟାଇଲିଶ୍‌ ଲୁକ୍‌ ପାଇପାରିବେ।

 


Enter your email to get our daily news in your inbox.

All Right Reserved By Dharitri.Com

ଶରୀରରେ ହିମୋଗ୍ଲୋବିନ୍‌ ସ୍ତର ବୃଦ୍ଧି କରେ ମିଶ୍ରି

ମିଶ୍ରି ସେବନ ଦ୍ୱାରା ଅନେକ ରୋଗ ଭଲ ହୋଇଥାଏ। ଶରୀରରେ ହିମୋଗ୍ଲୋବିନ୍‌ର ସ୍ତର କମ ହେବା ଦ୍ୱାରା ରକ୍ତର ଅଭାବ ଦେଖାଦେଇଥାଏ। ଯାହା ଫଳରେ କିଛି...

ଦହି ଭାତ

ଆବଶ୍ୟକ ସାମଗ୍ରୀ: ଚାଉଳ- ୨୫୦ଗ୍ରାମ୍‌, ଦହି- ୨୫୦ ଗ୍ରାମ୍‌, ଶୁଖିଲା ଲଙ୍କା ୫ଟି, ଚଣା ଡାଲି ୧ ଟେବୁଲ୍‌ ସ୍ପୁନ୍‌, ହରଡ ଡାଲି ୧ ଟେବୁଲ୍‌...

୫୦ ବର୍ଷ ପରେ ବି ରହିବେ ଫିଟ୍‌

ଯେକୌଣସି ରୋଗକୁ ରୋକିବାରେ ବ୍ୟାୟାମ ସହାୟକ ହୋଇଥାଏ। ପିଲାଠୁ ବଡ଼ଯାଏ ବ୍ୟାୟାମ ସମସ୍ତଙ୍କ ପାଇଁ ଜରୁରୀ। ୫୦ ବର୍ଷ ପରେ ଶାରୀରିକ ଭାବରେ ସକ୍ରିୟ ହେବା...

ଶରୀରରେ କେତେ ଦିନ ରୁହେ କରୋନା ଆଣ୍ଟିବଡ଼ି, ବିଶେଷଜ୍ଞ କହିଲେ ଏପରି…

ରୋମ୍‌,୧୩।୫: କରୋନା ମହାମାରୀ ଯୋଗୁ ପୃଥିବୀରେ ଆତଙ୍କ ଦେଖା ଦେଇଛି। କରୋନା ଆକ୍ରାନ୍ତଙ୍କ ଶରୀରରେ କେତେ ଦିନ ପର୍ଯ୍ୟନ୍ତ ଆଣ୍ଟିବଡ଼ି ରୁହେ ସେ ନେଇ ଇଟାଲୀର...

ନଖର ରଙ୍ଗରୁ ବି ଜାଣିହେବ ଏସବୁ ସମସ୍ୟା…

ନଖର ରଙ୍ଗରୁ ଶରୀରରେ କେଉଁ ରୋଗ ହୋଇଛି ଅବା କେଉଁ ଅଙ୍ଗ ସ୍ବାଭାବିକ ଭାବେ କାର୍ଯ୍ୟ କରୁ ନାହିଁ ତାହା ସହଜରେ ଜଣାପଡ଼ିଥାଏ। ବିଭିନ୍ନ ରୋଗ...

ଏପରି ଲୋକ ଅନ୍ୟକୁ କେବେ ବି କରନ୍ତି ନାହିଁ ପ୍ରତାରଣା: କିପରି ଚିହ୍ନିବେ ଜାଣନ୍ତୁ..

ମହାନ ଅର୍ଥନୀତିଜ୍ଞ ତଥା ରାଜନେତା ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ପୁସ୍ତକ ‘ଚାଣକ୍ୟ ନୀତି’ରେ ଜୀବନରେ କଣ କରିବେ ଏବଂ ନ କରିବେ ସେ ସମ୍ବନ୍ଧରେ ଅନେକ...

ଆକର୍ଷଣୀୟ ତ୍ୱଚା ପାଇଁ..

ବୟସ ଯାହା ବି ହୋଇଥାଉ ତ୍ୱଚାର ଦେଖାଶୁଣା କରିବା ନିହାତି ଆବଶ୍ୟକ। ଏବେ ଲକ୍‌ଡାଉନ୍‌ ପାଇଁ ଘରେ ଅଧିକାଂଶ ସମୟ ବିତାଉ ଥିବାରୁ ବିଭିନ୍ନ ପ୍ରକାରର...

ସ୍ମରଣ ଶକ୍ତି ବୃଦ୍ଧିର ନୂଆ ଉପାୟ

ସୁସ୍ଥ ରହିବାକୁ କିଏ ବା ନ ଚାହେଁ? ହେଲେ ଏଥିପାଇଁ ଆମକୁ ଖାଦ୍ୟପେୟ ଏବଂ ଦୈନନ୍ଦିନ ଜୀବନଶୈଳୀ ଉପରେ ଗୁରୁତ୍ୱ ଦେବାକୁ ପଡ଼ିଥାଏ। ତା’ ସହ...

Advertisement
Archives

Model This Week