Posted inଫୁରସତ

ସର୍ଜନାର ସୁବାସ ଓ ସ୍ନିଗ୍ଧତା ଡକ୍ଟର ତୁଳସୀ ଓଝା

ନାଟକ, କବିତା, ଅଭିନୟ, ସଙ୍ଗୀତ, ଗଳ୍ପ, ଗବେଷଣା ସବୁଦିଗରେ ହାତ ଚଳେଇ ସେ ପ୍ରମାଣ କରିଛନ୍ତି କେତେବେଶି ଧୂରୀଣ ହୋଇପାରେ ଜଣେ ସ୍ରଷ୍ଟା ଯଦି ସର୍ଜନାରେ ଆଗ୍ରହ, ଅନୁରାଗ ଓ ନିଷ୍ଠା ରଖିଥାଏ। ତେସ୍ତରି ବର୍ଷ ବୟସରେ ମୃତ୍ୟୁ ସହ ଲଢ଼େଇ କରି ଆସିଥିବା ଏହି ଭଗ୍ନ ସ୍ବାସ୍ଥ୍ୟର ମଣିଷଟିକୁ ଦେଖିଲେ, ଶୁଣିଲେ ଜାଣିହେବ ନାହିଁ ଯେ, ତାଙ୍କୁ କାଳର କୌଣସି କରାଳ ଲକ୍ଷଣ ଛୁଇଁପାରିଛି । ଅସାଧାରଣ ସ୍ମରଣଶକ୍ତି, ଆମୋଦବୋଧ, ପ୍ରତ୍ୟୁତ୍ପନ୍ନମତିତା ସବୁ ସେମିତି ଅଛି ସହଜ ଓ ସ୍ବାଭାବିକ ହୋଇ ।

ନାଟକ ସହ ଜଡିତ ତୁଳସୀ ଓଝା କୋଡ଼ିଏ ନାଟକରେ ଅଭିନୟ କରିବା ସହ ପନ୍ଦରଟି ନାଟକରେ ନିର୍ଦ୍ଦେଶନା ଦେଇଛନ୍ତି ଏବଂ ଷୋଳ ବର୍ଷ କାଳ ନବନାଟ୍ୟ ଆନ୍ଦୋଳନ ସହ ଜଡିତ ରହି ବିଭିନ୍ନ ପୁରସ୍କାର, ସମ୍ମାନ ଓ ବିପୁଳ ଲୋକପ୍ରିୟତା ହାସଲ କରିଛନ୍ତି। ବେତାର ଓ ଦୂରଦର୍ଶନ ତାଙ୍କ ସଂଯୋଜନା କଳା ଓ ନାଟ୍ୟ ପ୍ରତିଭାର ମୂକସାକ୍ଷୀ। ପ୍ରସିଦ୍ଧ ପୁରୀ ରଥଯାତ୍ରା ସମୟରେ ଧାରା ବିବରଣୀ ପ୍ରଦାନ ମାଧ୍ୟମରେ ସେ ଉକୁଟାଇପାରନ୍ତି ଜଗନ୍ନାଥ ସଂସ୍କୃତିକୁ ନେଇ ତାଙ୍କର ପାଣ୍ଡିତ୍ୟ ଓ ଅନୁରାଗ। ଅପର୍ଯ୍ୟାପ୍ତ ପୁସ୍ତକ ରଚନା କରି ସେ ଓଡ଼ିଆ ସାହିତ୍ୟର ସାରସ୍ବତ ସମ୍ପଦର ଅଭିବୃଦ୍ଧି କରିଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ । ‘ନାଟକରେ ମଧ୍ୟାନ୍ତର ନାହିଁ’, ‘ନାଟ ମଣ୍ଡପରେ କେହି ନାହାନ୍ତି’, ‘ସ୍ବର’, ‘ଅପରାହ୍ନର ଖରା’, ‘ଆମର ନେତା’, ‘ବିନାଶ କାଳେ’, ‘ଆକାଂକ୍ଷିତ ଜହ୍ନ ଓ ପ୍ରତୀକ୍ଷିତ ବସନ୍ତର ଜ୍ବାଳା’, ‘ଗଳ୍ପ ସଂକଳନରେ ସ୍ବପ୍ନ କଢ’, ‘ଅସ୍ତି ଭାଗୀରଥି ତୀରେ’, ‘ବରଫ ଦୁର୍ଗର ନକ୍ସା’, ‘ଅନ୍ଧକାରେ ଅଦିତି’, ‘ଅପ୍ସରା-୨୦୧୩’, ‘ଅଝଟ ଝଡ଼’ ଏବଂ ଗବେଷଣାତ୍ମକ ନିବନ୍ଧରେ ‘ଓଡ଼ିଆ ନାଟକର ଚରିତ୍ର’, ‘ଉତ୍କଳୀୟ ଲୋକ ସଂସ୍କୃତି ଓ ଶ୍ରୀଜଗନ୍ନାଥ’, ‘ଓଡ଼ିଆ ଗୀତି କବିତାର ଆଧୁନିକ ପର୍ବ’ର ପ୍ରଥମ ଭାଗ ଓ ଦ୍ୱିତୀୟ ଭାଗ, ‘ଉତ୍କଳୀୟ ଭାସ୍କର୍ଯ୍ୟ କଳାକୃତି’, ‘ଅନୁବାଦରେ ସ୍ବାମୀ ସ୍ତ୍ରୀ’, ‘ସଫେଦ ପୃଷ୍ଠା’। ପ୍ରବନ୍ଧ ସଂକଳନରେ ‘ଅନ୍ବେଷାର ଅନ୍ୟ ନାମ’, ‘ବ୍ରହ୍ମଦାରୁରୁ ଦୁର୍ବାଦଳ’, ‘ତତ୍ତ୍ୱ ଓ ତଥ୍ୟରେ ଶ୍ରୀଜଗନ୍ନାଥ’, ‘ଭକ୍ତକବି ସାଲବେଗ’, ‘ରକ୍ତ ସଂହିତା’, ‘ଶ୍ରୀଜଗନ୍ନାଥ ଓ ତାଙ୍କର ଅନନ୍ୟ ଭକ୍ତ’। କବିତା ସଂକଳନରେ ‘କାହା ପରି କେହି ଜଣେ’, ‘ମେନକାର ମନ’ ଭଳି ପୁସ୍ତକରାଜି ପାଠକଙ୍କ ଶ୍ରଦ୍ଧାଭାଜନ ହୋଇପାରିଛି। ଅଗ୍ରଣୀ ପତ୍ରପତ୍ରିକାମାନଙ୍କରେ ତାଙ୍କର ଶତାଧିକ ଗବେଷଣାଧର୍ମୀ ଆଲେଖ୍ୟ ପ୍ରକାଶିତ । ତନ୍ମଧ୍ୟରୁ କିଛି ସଂକଳିତ ହୋଇ ପୁସ୍ତକ ଆକାରରେ ପ୍ରକାଶିତ ଓ ଆହୁରି ଅନେକ ଆଲେଖ୍ୟ ସଂକଳିତ ହୋଇ ପୁସ୍ତକ ହେବା ଅପେକ୍ଷାରେ। ଜାତୀୟ ସ୍ତରରେ ବିଶ୍ୱ ବିଦ୍ୟାଳୟ ଆୟୋଗର ସହାୟତାରେ ସେ ଆଲୋଚନାଚକ୍ର, କର୍ମଶାଳା ଆୟୋଜନ କରି ନିଜର କାର୍ଯ୍ୟଦକ୍ଷତା ପ୍ରମାଣିତ କରିଛନ୍ତି । ତାଙ୍କ ପ୍ରତିଭା ଓ ସାଧନା ପାଇଁ ତାଙ୍କୁ ମିଳିଛି ଅପର୍ଯ୍ୟାପ୍ତ ସମ୍ମାନ ଓ ସ୍ବୀକୃତି । ବିଭିନ୍ନ ବର୍ଷରେ ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ, ଶ୍ରୀକ୍ଷେତ୍ରଶ୍ରୀ ସମ୍ମାନ, ଶ୍ରେଷ୍ଠ କାହାଣୀକାର ସମ୍ମାନ, ଅନ୍ତର୍ଜାତୀୟ ସତ୍ୟଚେତନା ପୁରସ୍କାର, ଶିକ୍ଷା କ୍ଷେତ୍ରରେ ଅବଦାନ ପାଇଁ ରୋଟାରୀ କ୍ଲବ ତରଫରୁ ପୁରସ୍କାର, ସୁଲେଖା ସାହିତ୍ୟ ସମ୍ମାନ, ଅନ୍ବେଷିତା ସମ୍ମାନ, ନାଟ୍ୟଭୂଷଣ ପୁରସ୍କାର, ଗୁରୁ ଗୌରବ ସମ୍ମାନ, ଭରଦ୍ବାଜ ସାହିତ୍ୟ ସମାଲୋଚନା ସମ୍ମାନ, ସାଧୁସେବା ପ୍ରତିଭା ସମ୍ମାନ, ପ୍ରଜ୍ଞାରତ୍ନ ସମ୍ମାନ, ଭୁବନେଶ୍ୱର ପୁସ୍ତକମେଳା ସମ୍ମାନ, ପଞ୍ଚମ ବେଦ ସମ୍ମାନ, ଅର୍କପ୍ରଜ୍ଞା ସମ୍ମାନ, ବିଜୟକୃଷ୍ଣ ସ୍ମୃତି ସମ୍ମାନ ଭଳି ଅନେକ ମାନସମ୍ମାନ ଅର୍ଜନ କରିଥିବା ତୁଳସୀ ଓଝା ଆକ୍ଷରିକ ଭାବରେ ତୁଳସୀ ଭଳି ମହକ ପରିବ୍ୟାପ୍ତ କରୁଥିବା ସତ୍ତା, ଯିଏ ସର୍ଜନାର ସବୁକ୍ଷେତ୍ରରେ ସଭିଙ୍କର ଅତ୍ୟନ୍ତ ପ୍ରିୟ ।

ପ୍ରକୃତି ତାଙ୍କ ପ୍ରେରଣାର ଉତ୍ସ ବୋଲି ସେ କୁହନ୍ତି । ମନୁଷ୍ୟଠାରୁ କୋଇଲି, ହଳଦୀବସନ୍ତ, ଶୁଆଶାରୀମାନଙ୍କ ଭିଡ଼ ଭିତରେ ସେ ବଡ଼ ହୋଇଛନ୍ତି। ସେମାନେ ତାଙ୍କ ସର୍ଜନ ଦୁନିଆର ପ୍ରେରଣା । କାର୍ତ୍ତିକରେ ପ୍ରଥମ କାକର ପଡିଲେ ଧାନ ଗହିରର ହିଡ଼ ଉପରେ ପଡିଥିବା କାକରରେ ପାଦଚିହ୍ନ ଆଙ୍କିବାର ଯେଉଁ ଆନନ୍ଦ ମିଳେ ତାହା ତାଙ୍କ ପ୍ରେରଣା। ଧାନଫୁଲର ବାସ୍ନା, ଚିହ୍ନାଅଚିହ୍ନା ପକ୍ଷୀଙ୍କ କାକଳି, ଶହ ଶହ ସଂଖ୍ୟାରେ ଏକାଠି ହୋଇ ପୋଖରୀରେ ମାଛ ପହରୁଥିବାର ଦୃଶ୍ୟ ତାଙ୍କୁ ଭାବୁକ କରେ, ପ୍ରେରିତ କରେ। ଅଧ୍ୟାପନା ବୃତ୍ତି ଓ ସାହିତି୍ୟକ ଜୀବନ ସହ ପରିବାରର ଦାୟିତ୍ୱ, ତା’ସହ ଆକାଶବାଣୀର ସଞ୍ଚାଳନା ଓ ଅଭିନୟ ଭଳି କାର୍ଯ୍ୟରେ ସନ୍ତୁଳନ ରକ୍ଷା କରିବା କଷ୍ଟସାଧ୍ୟ ମନେହେଉଥିଲେ ହେଁ ତୁଳସୀ ଓଝା ଈର୍ଷଣୀୟ ଭାବରେ ରଖିପାରୁଥିଲେ। ତାଙ୍କୁ ଅକୁଣ୍ଠ ସହଯୋଗ କରୁଥିଲେ, ଆଜି ବି କରନ୍ତି ତାଙ୍କ ଜୀବନସାଥୀ ପ୍ରଶାନ୍ତ କୁମାର ମହାନ୍ତି । ତେଲୁଗୁ ସାହିତ୍ୟ ପଢି ବୁଝେଇବା, କ୍ୟାମେରାରେ ଗବେଷକ ସ୍ତ୍ରୀଙ୍କ ଚାହିଦା ଅନୁଯାୟୀ ବିଭିନ୍ନ କୋଣରୁ ଫଟୋ ଉଠେଇ ସଜାଡି ରଖିବା, ଲେଖାପଢ଼ା କରୁଥିଲେ ଆଦୌ ବିବ୍ରତ ନ କରାଇ ଘରକାମ ନିଜେ କରେଇନେବାରେ ପ୍ରଶାନ୍ତଙ୍କ ଖୁସି ନିହିତ ଥାଏ। ସୃଜନ କ୍ଷେତ୍ରରେ ସ୍ବାମୀ ଓ ସ୍ତ୍ରୀ ପରସ୍ପରର ଭଲ ବନ୍ଧୁ ହୋଇପାରିଲେ ସ୍ବର୍ଗ ସମାନ ହୋଇଯାଏ ପରିବାର ବୋଲି ସେ କୁହନ୍ତି । ସେଭଳି ଏକ ସ୍ବର୍ଗର ସେ ଅଧିବାସୀ ବୋଲି ସେ ନିଜ ପତି ପ୍ରଶାନ୍ତଙ୍କୁ ଶ୍ରେୟ ଦିଅନ୍ତି ।

ପ୍ରତ୍ନତାତ୍ତ୍ୱିକ ତଥ୍ୟ ସଂଗ୍ରହ ଏବଂ ତାକୁ ନେଇ ଯେଉଁ କାର୍ଯ୍ୟାନୁଭୂତି ଆହରଣ କରିଛନ୍ତି ତୁଳସୀ ଓଝା ସେସବୁ ବିରାଟ କାହାଣୀର କଥା କହେ। ‘ଏମିତି ଅଧ୍ୟୟନ ପାଇଁ ଆଗ୍ରହ କେମିତି’ର କାହାଣୀ ବି ରୋଚକ। ତୁଳସୀ ଓଝାଙ୍କ ପୂର୍ବପୁରୁଷମାନେ କୋଣାର୍କ, ଭୁବନେଶ୍ୱର ଆଦି ମନ୍ଦିର ଗଢିଥିଲେ । ଘରେ ସେହି ସମ୍ପର୍କିତ ବହୁତ ପୋଥି ପୁରାଣ ଥିଲା ତାଙ୍କର । ନଦୀୟା ନବଦ୍ବୀପରେ ମଠ, ମନ୍ଦିର ତିଆରି କରିଥିଲେ ତାଙ୍କ ବଡବାପା । ପିଲାଦିନେ ସେସବୁ ଦେଖିଥିଲେ ହେଁ ସେ ଭିତରେ ପଶିବାର ଯୋଗ୍ୟତା ତାଙ୍କର ନ ଥିଲା । ଥରେ ବାଙ୍ଗାଲୁରୁରେ ରହିବା ଭିତରେ ଓଡ଼ିଶାର ମନ୍ଦିର କଳା ଉପରେ କେତେ ଖଣ୍ଡ ଇଂରାଜୀରେ ଲେଖାଥିବା ବହି ସେଠାକାର ଲାଇବ୍ରେରୀରେ ଦେଖି ସେହିଭଳି ବହି ଓଡ଼ିଶାରେ ନ ଥିବାର ଚିନ୍ତା କରି ତୁଳସୀ ଘରେ ଯାହାସବୁ ପୋଥିପତ୍ର ଥିଲା ସେସବୁକୁ ପଢି ଆରମ୍ଭ କରିଥିଲେ ଗବେଷଣାର ଲେଖା । ଭାସ୍କର୍ଯ୍ୟ କଳା ଉପରେ ଯେତେ ସବୁ ବହି ଲେଖାଯାଇଛି ତାକୁ ଖୋଜି ଖୋଜି ଆଣି ପଢ଼ିଲେ । ପୂର୍ବରୁ ପଟ୍ଟଚିତ୍ର ଉପରେ ବହି ଲେଖିଥିବାରୁ ତାଙ୍କୁ ବେଶି କଷ୍ଟ ହେଲାନି । ପାଞ୍ଚ ବର୍ଷ କେବଳ ପଢ଼ିଲେ । ତିନି ବର୍ଷ ସ୍ବାମୀଙ୍କ ସହ ବୁଲି ବୁଲି ମନ୍ଦିରର କଳା ଓ ଭାସ୍କର୍ଯ୍ୟକୁ ଅନୁଧ୍ୟାନ କଲେ । ଏକନିଷ୍ଠ ଆଗ୍ରହ ଓ ଅଧ୍ୟୟନ ତାଙ୍କୁ ଉତ୍କଳୀୟ ଭାସ୍କର୍ଯ୍ୟ କଳା ଉପରେ ବହି ଲେଖିବାକୁ ସାମର୍ଥ୍ୟ ଦେଲା ବୋଲି ସେ କୁହନ୍ତି। ଅକ୍ଷୟ ମହାନ୍ତି, ହେମନ୍ତ ଦାସ, ସାମୁଏଲ ସାହୁଙ୍କ ଭଳି ବିଶିଷ୍ଟ କଳାକାରଙ୍କ ଆଦରର ତୁଳସୀ ଥିଲେ ସେ । ସାଙ୍ଗସାଥୀମାନେ ତାଙ୍କୁ ସେ ଅଭିନୟ କରିଥିବା ଲୋକପ୍ରିୟ ନାଟକର ଚରିତ୍ର ନାଁରେ ଡାକନ୍ତି । ନିପୁଣ ଥିଲେ ଅଭିନୟ, ସଂଯୋଜନା ଓ ସଞ୍ଚାଳନାରେ। ଆଖି, କାନ ଓ ମନ ଖୋଲା ରଖୁଥିଲେ, ଆଜି ବି ରଖିଛନ୍ତି ଶିଖିବାକୁ, ଜାଣିବାକୁ ନୂଆ କିଛି କରି ଦେଖେଇବାକୁ । କେବଳ ସଫଳ ନୁହେଁ ଅଧିକନ୍ତୁ ପରିପୂର୍ଣ୍ଣ ଅଟନ୍ତି ସେ । ସତସତିକା ତୁଳସୀ ଥିଲେ ସେ, ଆରମ୍ଭରୁ ଦୁଇପତ୍ରରୁ ମହମହ ବାସୁଥିଲେ ।
ଗହଳିଠାରୁ ଦୂରରେ ଥାଇ ଏବେ ବି ଡକ୍ଟର ତୁଳସୀ ଓଝା ତାଙ୍କର ସାହିତ୍ୟ ସାଧନା ଜାରି ରଖିଛନ୍ତି । ଜଗନ୍ନାଥଙ୍କ ପ୍ରତି ଅନୁରକ୍ତ ହୋଇ ଉତ୍ତର ବୟସ ଅତିବାହିତ କଲାବେଳେ ଏବେ ବି ସେ ଭୁଲି ନାହାନ୍ତି ତାଙ୍କର ସାହିତ୍ୟ ଅନୁରାଗୀ ବନ୍ଧୁମାନଙ୍କୁ ।

-ମାନମୟୀ ରଥ
ସେଣ୍ଟଜାଭିୟର୍ସ କିଡ୍ସ, ବାଲିପୁଟ, ପୁରୀ
ମୋ:୭୯୭୮୫୭୯୩୯୯


Enter your email to get our daily news in your inbox.

All Right Reserved By Dharitri.Com

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

ଧ୍ୱଂସ ହୋଇଯିବ ବିଶ୍ୱ! ଇସ୍ରାଏଲରେ ଏକ ଲାଲ ବାଛୁରୀ ଜନ୍ମ ହେବା ପରେ ଆତଙ୍କ ସୃଷ୍ଟି, ଭବିଷ୍ୟବାଣୀ କରିଥିଲେ…

ଇତିହାସରେ, ବିଶ୍ୱର ଶେଷ ବିଷୟରେ ଅନେକ ଭବିଷ୍ୟବାଣୀ କରାଯାଇଛି, ଯାହା ମଧ୍ୟରୁ ଅଧିକାଂଶ ସମ୍ପୂର୍ଣ୍ଣ ଭିତ୍ତିହୀନ। ଏହାର ଏକ ଉଲ୍ଲେଖନୀୟ ଉଦାହରଣ ୨୦୧୨ରେ ଥିଲା, ଯେତେବେଳେ ଦାବି…

ବୈଜ୍ଞାନିକଙ୍କ ବଡ଼ ଚେତାବନୀ, ଏହି ସ୍ଥାନରେ ଆକାଶରୁ ହେବ ରକ୍ତ ବର୍ଷା, ପରେ ବିଶ୍ୱରେ ଘଟିବ…

ବୈଜ୍ଞାନିକମାନେ ଏକ ବଡ଼ ଚେତାବନୀ ଦେଇଛନ୍ତି। ସେମାନେ କହିଛନ୍ତି, ଆଗାମୀ ଦିନରେ ପରିସ୍ଥିତି ଗମ୍ଭୀର ହେବାକୁ ଯାଉଛି। କୋପର୍ନିକସ ଆଟମୋସ୍ଫିଅର୍‌ ମନିଟରିଂ ସର୍ଭିସ (CAMS)ର ବିଶେଷଜ୍ଞଙ୍କ ଅନୁଯାୟୀ,…

୩ୟ ବିଶ୍ୱଯୁଦ୍ଧକୁ ନେଇ ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ, ଯୁଦ୍ଧକୁ ଡେଇଁବେ ଏସବୁ ଦେଶ!

ବଢ଼ୁଥିବା ବିଶ୍ୱ ଉତ୍ତେଜନା ମଧ୍ୟରେ, ବାବା ଭେଙ୍ଗାଙ୍କ ତୃତୀୟ ବିଶ୍ୱଯୁଦ୍ଧର ଭବିଷ୍ୟବାଣୀ ପୁଣି ଥରେ ସୋସିଆଲ ମିଡିଆରେ ଟ୍ରେଣ୍ଡିଂ ଆରମ୍ଭ କରିଛି, ବିଶେଷକରି ଆମେରିକା, ଇସ୍ରାଏଲ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri