Posted inଖେଳ

ଜାଣନ୍ତୁ କିଏ ଆଇପିଏଲ୍‌ ୧୦ ଟିମ୍‌ର ଅଧିନାୟକ ଏବଂ ତାଙ୍କ ପାର୍ଟନର; ୩ ଜଣ ଏବେ ବି…

ନୂଆଦିଲ୍ଲୀ,୧୭।୩: ମାର୍ଚ୍ଚ ୨୬ରୁ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)। ଚଳିତ ଥର ଦୁଇଟି ନୂଆ ଟିମ୍‌ ଯୋଡ଼ି ହୋଇଥିବାରୁ ମୋଟ ୧୦ ଟିମ୍‌ଙ୍କ ମଧ୍ୟରେ ୭୪ ମ୍ୟାଚ୍‌ ଖେଳାଯିବ। ନୂଆ ଟିମ୍‌ ସହ ନୂତନ ଅଧିନାୟକ ଚାହୁଁଥିବା ଫ୍ରାଞ୍ଚାଇଜ୍‌ ସମସ୍ତ ପ୍ରକ୍ରିୟା ଶେଷ କରିଛନ୍ତି। ଆସନ୍ତୁ ଜାଣିବା ସମସ୍ତ ଅଧିନାୟକ ଏବଂ ତାଙ୍କର ପାର୍ଟନର ବିଷୟରେ:

ମୁମ୍ବାଇ ଇଣ୍ଡିଆନ୍ସ:
ସର୍ବାଧିକ ଥର ଆଇପିଏଲ୍‌ ଟାଇଟଲ ଜିତିଥିବା ଅଧିନାୟକ ରୋହିତ ଶର୍ମା ଏଥର ମଧ୍ୟ ମୁମ୍ବାଇ ମଙ୍ଗ ସମ୍ଭାଳିବେ। ୧୬ କୋଟି ଟଙ୍କାରେ ଫ୍ରାଞ୍ଚାଇଜ୍‌ ତାଙ୍କୁ ରିଟେନ କରିଛି। ରୋହିତଙ୍କ ଧର୍ମପତ୍ନୀ ହେଉଛନ୍ତି ରୀତିକା। ତାଙ୍କର ଜଣେ ଝିଅ ସମାୟରା ରହିଛି।

ଚେନ୍ନାଇ ସୁପରକିଙ୍ଗ୍ସ:
ଦ୍ୱିତୀୟ ସର୍ବାଧିକ ଟାଇଟଲ ଜିତିଥିବା ଚେନ୍ନାଇ ଦଳର ନେତୃତ୍ୱ ନେବେ ମହେନ୍ଦ୍ର ସିଂହ ଧୋନୀ। ବ୍ୟକ୍ତିଗତ ଜୀବନକୁ ସର୍ବଦା ଗୋପନୀୟ ରଖୁଥିବା ଏହି ଅଧିନାୟକଙ୍କୁ ୧୨ କୋଟିରେ ଫ୍ରାଞ୍ଚାଇଜ୍‌ ରିଟେନ୍‌ କରିଛି। ସେ ନିଜେ ନିଜ ପାଉଣାରୁ ୩ କୋଟି କାଟିଛନ୍ତି। ବ୍ୟକ୍ତିଗତ ଜୀବନରେ ସେ ସାକ୍ଷୀଙ୍କୁ ବିବାହ କରିଛନ୍ତି। ତାଙ୍କର ଜଣେ ଝିଅ ଜିଭା ଅଛି।

କୋଲକାତା ନାଇଟ୍‌ ରାଇଡର୍ସ:
ଆଇପିଏଲ୍‌ରେ କୋଲକାତା ଟିମ୍‌ ଦୁଇଥର ଟାଇଟଲ ଜିତିଛି। ହେଲେ ଚଳିତ ବର୍ଷ ଟିମ୍‌ର ନେତୃତ୍ୱ ନେବେ ଶ୍ରେୟାସ ଆୟାର। ଫ୍ରାଞ୍ଚାଇଜ୍‌ ତାଙ୍କୁ ୧୨.୨୫ କୋଟି ଟଙ୍କାରେ କିଣିଛି। ଧୋନୀଙ୍କ ଭଳି ଶ୍ରେୟାସ ନିଜ ବ୍ୟକ୍ତିଗତ ଜୀବନକୁ ଗୋପନ ରଖିଥାନ୍ତି। ହେଲେ ତାଙ୍କ ନାଁ ମଡେଲ ନିକିତା ଜୟସିଘାଂନୀଙ୍କ ସହ ଯୋଡ଼ାଯାଇଛି। ନୀକିତା ଜଣେ ଆର୍ଟ ସ୍ପେଶାଲିଷ୍ଟ।

ସନରାଇଜର୍ସ ହାଇଦ୍ରାବାଦ:
ଦୁଇଥର ଟାଇଟଲ ଜିତିଥିବା ଏହି ଟିମ୍‌ର ନେତୃତ୍ୱ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ଓ୍ବିଲିୟମ୍‌ସନ ନେବେ। ଦଳ ତାଙ୍କୁ ୧୪ କୋଟି ଟଙ୍କାରେ ରିଟେନ କରିଛି। ଏହି କ୍ରିକେଟର ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ନର୍ସ ସାରା ରହିମଙ୍କ ପ୍ରେମରେ ପଡ଼ିଥିଲେ। ୨୦୧୫ରୁ ସେମାନେ ଏକାଠି ଅଛନ୍ତି। ତେବେ ଉଭୟ ୫ ବର୍ଷ ପରେ ଏକ କନ୍ୟା ସନ୍ତାନର ମାତାପିତା ହୋଇଛନ୍ତି।

ରାଜସ୍ଥାନ ରୟାଲ୍ସ:
ଆଇପିଏଲ୍‌ର ପ୍ରଥମ ତଥା ଗୋଟିଏ ମାତ୍ର ଟାଇଟଲ ଜିତିଥିବା ରାଜସ୍ଥାନ ଟିମ୍‌ର ନେତୃତ୍ୱ ନେବେ ସଞ୍ଜୁ ସାମସନ। ତାଙ୍କୁ ଫ୍ରାଞ୍ଚାଇଜ୍‌ ୧୪ କୋଟି ଟଙ୍କାରେ କିଣିଛି। କେରଳରେ ଜନ୍ମିତ ସଞ୍ଜୁ ୨୦୧୮ରେ ପ୍ରେମିକା ଚାରୁଲତାଙ୍କୁ ବିବାହ କରିଛନ୍ତି।

ଦିଲ୍ଲୀ କ୍ୟାପିଟାଲ୍ସ:
ଦିଲ୍ଲୀ ଟିମ୍‌ର ନେତୃତ୍ୱ ନେବେ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତ। ତାଙ୍କୁ ଫ୍ରାଞ୍ଚାଇଜ୍‌ ୧୬ କୋଟି ଟଙ୍କାରେ ରିଟେନ କରିଛି। ତାଙ୍କର ପ୍ରେମିକା ହେଉଛନ୍ତି ଇଶା ନେଗି। ସେ ଉତ୍ତରାଖଣ୍ଡର ହୋଇଥିବା ବେଳେ ପେସାରେ ଜଣେ ଇଣ୍ଟରିୟର ଡିଜାଇନର।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର:
ଦକ୍ଷିଣ ଆଫ୍ରିକାର ପୂର୍ବ ଅଧିନାୟକ ଫାଫ୍‌ ଡୁ ପ୍ଲେିସିସ୍‌ ଚଳିତ ସିଜନରେ ଆର୍‌ସିବିର ନେତୃତ୍ୱ ନେବେ। ଆର୍‌ସିବି ଏଯାବତ କୌଣସି ଟାଇଟଲ ଜିତିପାରିନାହିଁ। ସେ ତାଙ୍କର ପ୍ରେମିକା ଇମାରୀ ଭିସେରଙ୍କୁ ବିବାହ କରିଛନ୍ତି। ଇମାରୀ ପେସାରେ ଜଣେ ମାର୍କେଟିଂ ମ୍ୟାନେଜର।

ପଞ୍ଜାବ କିଙ୍ଗ୍ସ:
ପ୍ରିତି ଜିଣ୍ଟାଙ୍କ ଟିମ୍‌ ପଞ୍ଜାବ ମୟଙ୍କ ଅଗ୍ରଓ୍ବାଲଙ୍କୁ ନୂଆ ଅଧିନାୟକ କରଛି। ଫ୍ରାଞ୍ଚାଇଜ୍‌ ତାଙ୍କୁ ୧୨ କୋଟି ଟଙ୍କାରେ ରିଟେନ କରିଛି। ମୟଙ୍ଗ ଆଶିତା ସୁଡ୍‌ଙ୍କୁ ବିବାହ କରିଛନ୍ତି।

ଲକ୍ଷ୍ନୌ ଜିଆଣ୍ଟ୍ସ:
ନୂଆ ଟିମ୍‌ ଲକ୍ଷ୍ନୌର ଅଧିନାୟକ ହେଉଛନ୍ତି କେ.ଏଲ୍‌. ରାହୁଲ। ତାଙ୍କୁ ସର୍ବାଧିକ ୧୭ କୋଟି ଟଙ୍କାରେ ଫ୍ରାଞ୍ଚାଇଜ୍‌ ଡ୍ରାଫ୍ଟ କରିଛି। ରାହୁଲଙ୍କ ପ୍ରେମିକା ହେଉଛନ୍ତି ସୁନୀଲ ସେଟ୍ଟୀଙ୍କ ଝିଅ ଆଥିୟା।

ଗୁଜରାଟ ଟାଇଟନ୍ସ:
ଏହି ନୂଆ ଟିମ୍‌ର ଅଧିନାୟକ ସାଜିଛନ୍ତି ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ଫ୍ରାଞ୍ଚାଇଜ୍‌ ତାଙ୍କୁ ୧୫ କୋଟି ଟଙ୍କାରେ ଡ୍ରାଫ୍ଟ କରିଛି। ସେ ନିଜର ପ୍ରେମିକା ନତାଶାଙ୍କୁ ବିବାହ କରିଛନ୍ତି। ତାଙ୍କର ଏକ ପୁଅ ଅଗସ୍ତ୍ୟ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଷ୍ଟେଶନରେ ଯୁବତୀଙ୍କୁ ବଳାତ୍କାର

ରାଉରକେଲା,୩।୯: ରାଉରକେଲା ଭଳି ଜନଗହଳିପୂର୍ଣ୍ଣ ରେଲ ଷ୍ଟେଶନରେ ଗୁରୁବାର ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଷ୍ଟେଶନର ରେଷ୍ଟ ରୁମ୍‌ରେ ଜଣେ ଯୁବତୀଙ୍କ ବଳାତ୍କାର କରାଯାଇଥିବା…

୫୬ ଭୋଗ ନ ଥିଲେ ବି ପ୍ରସନ୍ନ ହେବେ କାହ୍ନା! ଜନ୍ମାଷ୍ଟମୀରେ ବାଳଗୋପାଳଙ୍କୁ ଚଢ଼ାନ୍ତୁ ଏହି ୫ଟି ପ୍ରିୟ ଜିନିଷ; ଜାଣନ୍ତୁ ବିଧି

ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ଭାବେ ସାରା ଦେଶରେ ଉତ୍ସାହର ସହ ପାଳନ କରାଯାଏ। ଏହି ଦିନ ଭକ୍ତମାନେ ବ୍ରତ ରଖି ମଧ୍ୟରାତ୍ରିରେ ବାଳଗୋପାଳଙ୍କ…

ଟ୍ରକ ତଳେ ପଶିଗଲା ସ୍କୁଟି, ଆଉ ତା’ପରେ…

ଦିଗପହଣ୍ଡି,୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନମ୍ବର ରାଜ୍ୟ ରାଜପଥ ଦିଗପହଣ୍ଡି ଆନନ୍ଦନଗର ନିକଟରେ ଏକ ଭୟାନକ ଦୁର୍ଘଟଣା ଘଟିଛି। ରାସ୍ତାକଡରେ ପାର୍କିଂ କରିଥିବା…

ଖେଳାଳିଙ୍କୁ ମିଳୁନି ବିଶ୍ରାମ! ବାରମ୍ବାର ଆହତ ହେବା ନେଇ BCCIର ବଡ଼ ଖୁଲାସା, ବଦଳିବ ରଣନୀତି

ମୁମ୍ବାଇ,୩।୯: ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI)ର ମୁଖ୍ୟ କାର୍ଯ୍ୟାଳୟରେ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିସିସିଆଇ ସମ୍ପାଦକ ଦେବଜୀତ୍ ଶୈକିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

ଆକ୍ସନରେ ଜିଲାପାଳ: ବଦଳିଲେ ସୁନାବେଢା ସିଡିପିଓ

କୋରାପୁଟ ୩l୯(ଅମିତାଭ ବେହେରା): ଅଙ୍ଗନଓ୍ବାଡି କର୍ମୀମାନଙ୍କୁ ଖରାପ ବ୍ୟବହାର କରିଥିବା ଅଭିଯୋଗରେ ସୁନାବେଢା ସିଡିପିଓ ନଳିନୀ ବେହେରାଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ସିଡିପିଓ ନଳିନୀଙ୍କୁ ଜୟପୁର ଉପଜିଲାପାଳଙ୍କ…

୧୧ ବର୍ଷ ଧରି କେଶ ଖାଉଥିଲେ ଛାତ୍ରୀ; ଏବେ ଡାକ୍ତର ତାଙ୍କ ପେଟରୁ ବାହାର କଲେ ୧.୧୬ କିଲୋଗ୍ରାମର ଗଣ୍ଠି

ନୂଆଦିଲ୍ଲୀ,୩।୯: ଦିଲ୍ଲୀର ଦ୍ୱାରକାସ୍ଥିତ ମଣିପାଲ ହସ୍ପିଟାଲର ଡାକ୍ତରମାନେ ଜଣେ 20 ବର୍ଷୀୟ ଛାତ୍ରୀଙ୍କ ପେଟରୁ 1.16 କିଲୋଗ୍ରାମ ଓଜନର ଏକ ବଡ଼ କେଶ ପିଣ୍ଡ ବାହାର କରିଛନ୍ତି।…

ସ୍ମୃତି ମନ୍ଧାନାଙ୍କ ଡବଲ ଧମାକା: କଲେ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୩।୯: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନା ଆନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଶତକ ଏବଂ ରନ ପାଇଁ ଏକ ବିଶ୍ୱ ରେକର୍ଡ ସ୍ଥାପନ…

ଓଡ଼ିଶାର ୧୪ OAS ଅଫିସରଙ୍କୁ IAS ପଦୋନ୍ନତି: କେନ୍ଦ୍ର ସରକାର ଜାରି କଲେ ବିଜ୍ଞପ୍ତି… ଦେଖନ୍ତୁ ପୁରା ତାଲିକା

ଭୁବନେଶ୍ୱର,୩।୯: ଓଡ଼ିଶା ପ୍ରଶାସନିକ ସେବା (OAS) କ୍ୟାଡରର ୧୪ ଜଣ ବରିଷ୍ଠ ଅଫିସରଙ୍କୁ ଭାରତୀୟ ପ୍ରଶାସନିକ ସେବା (IAS) ପାହ୍ୟାକୁ ପଦୋନ୍ନତି ମିଳିଛି। କେନ୍ଦ୍ର କାର୍ମିକ, ଜନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri