Posted inଖେଳ

ଜାଣନ୍ତୁ କିଏ ଆଇପିଏଲ୍‌ ୧୦ ଟିମ୍‌ର ଅଧିନାୟକ ଏବଂ ତାଙ୍କ ପାର୍ଟନର; ୩ ଜଣ ଏବେ ବି…

ନୂଆଦିଲ୍ଲୀ,୧୭।୩: ମାର୍ଚ୍ଚ ୨୬ରୁ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)। ଚଳିତ ଥର ଦୁଇଟି ନୂଆ ଟିମ୍‌ ଯୋଡ଼ି ହୋଇଥିବାରୁ ମୋଟ ୧୦ ଟିମ୍‌ଙ୍କ ମଧ୍ୟରେ ୭୪ ମ୍ୟାଚ୍‌ ଖେଳାଯିବ। ନୂଆ ଟିମ୍‌ ସହ ନୂତନ ଅଧିନାୟକ ଚାହୁଁଥିବା ଫ୍ରାଞ୍ଚାଇଜ୍‌ ସମସ୍ତ ପ୍ରକ୍ରିୟା ଶେଷ କରିଛନ୍ତି। ଆସନ୍ତୁ ଜାଣିବା ସମସ୍ତ ଅଧିନାୟକ ଏବଂ ତାଙ୍କର ପାର୍ଟନର ବିଷୟରେ:

ମୁମ୍ବାଇ ଇଣ୍ଡିଆନ୍ସ:
ସର୍ବାଧିକ ଥର ଆଇପିଏଲ୍‌ ଟାଇଟଲ ଜିତିଥିବା ଅଧିନାୟକ ରୋହିତ ଶର୍ମା ଏଥର ମଧ୍ୟ ମୁମ୍ବାଇ ମଙ୍ଗ ସମ୍ଭାଳିବେ। ୧୬ କୋଟି ଟଙ୍କାରେ ଫ୍ରାଞ୍ଚାଇଜ୍‌ ତାଙ୍କୁ ରିଟେନ କରିଛି। ରୋହିତଙ୍କ ଧର୍ମପତ୍ନୀ ହେଉଛନ୍ତି ରୀତିକା। ତାଙ୍କର ଜଣେ ଝିଅ ସମାୟରା ରହିଛି।

ଚେନ୍ନାଇ ସୁପରକିଙ୍ଗ୍ସ:
ଦ୍ୱିତୀୟ ସର୍ବାଧିକ ଟାଇଟଲ ଜିତିଥିବା ଚେନ୍ନାଇ ଦଳର ନେତୃତ୍ୱ ନେବେ ମହେନ୍ଦ୍ର ସିଂହ ଧୋନୀ। ବ୍ୟକ୍ତିଗତ ଜୀବନକୁ ସର୍ବଦା ଗୋପନୀୟ ରଖୁଥିବା ଏହି ଅଧିନାୟକଙ୍କୁ ୧୨ କୋଟିରେ ଫ୍ରାଞ୍ଚାଇଜ୍‌ ରିଟେନ୍‌ କରିଛି। ସେ ନିଜେ ନିଜ ପାଉଣାରୁ ୩ କୋଟି କାଟିଛନ୍ତି। ବ୍ୟକ୍ତିଗତ ଜୀବନରେ ସେ ସାକ୍ଷୀଙ୍କୁ ବିବାହ କରିଛନ୍ତି। ତାଙ୍କର ଜଣେ ଝିଅ ଜିଭା ଅଛି।

କୋଲକାତା ନାଇଟ୍‌ ରାଇଡର୍ସ:
ଆଇପିଏଲ୍‌ରେ କୋଲକାତା ଟିମ୍‌ ଦୁଇଥର ଟାଇଟଲ ଜିତିଛି। ହେଲେ ଚଳିତ ବର୍ଷ ଟିମ୍‌ର ନେତୃତ୍ୱ ନେବେ ଶ୍ରେୟାସ ଆୟାର। ଫ୍ରାଞ୍ଚାଇଜ୍‌ ତାଙ୍କୁ ୧୨.୨୫ କୋଟି ଟଙ୍କାରେ କିଣିଛି। ଧୋନୀଙ୍କ ଭଳି ଶ୍ରେୟାସ ନିଜ ବ୍ୟକ୍ତିଗତ ଜୀବନକୁ ଗୋପନ ରଖିଥାନ୍ତି। ହେଲେ ତାଙ୍କ ନାଁ ମଡେଲ ନିକିତା ଜୟସିଘାଂନୀଙ୍କ ସହ ଯୋଡ଼ାଯାଇଛି। ନୀକିତା ଜଣେ ଆର୍ଟ ସ୍ପେଶାଲିଷ୍ଟ।

ସନରାଇଜର୍ସ ହାଇଦ୍ରାବାଦ:
ଦୁଇଥର ଟାଇଟଲ ଜିତିଥିବା ଏହି ଟିମ୍‌ର ନେତୃତ୍ୱ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ଓ୍ବିଲିୟମ୍‌ସନ ନେବେ। ଦଳ ତାଙ୍କୁ ୧୪ କୋଟି ଟଙ୍କାରେ ରିଟେନ କରିଛି। ଏହି କ୍ରିକେଟର ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ନର୍ସ ସାରା ରହିମଙ୍କ ପ୍ରେମରେ ପଡ଼ିଥିଲେ। ୨୦୧୫ରୁ ସେମାନେ ଏକାଠି ଅଛନ୍ତି। ତେବେ ଉଭୟ ୫ ବର୍ଷ ପରେ ଏକ କନ୍ୟା ସନ୍ତାନର ମାତାପିତା ହୋଇଛନ୍ତି।

ରାଜସ୍ଥାନ ରୟାଲ୍ସ:
ଆଇପିଏଲ୍‌ର ପ୍ରଥମ ତଥା ଗୋଟିଏ ମାତ୍ର ଟାଇଟଲ ଜିତିଥିବା ରାଜସ୍ଥାନ ଟିମ୍‌ର ନେତୃତ୍ୱ ନେବେ ସଞ୍ଜୁ ସାମସନ। ତାଙ୍କୁ ଫ୍ରାଞ୍ଚାଇଜ୍‌ ୧୪ କୋଟି ଟଙ୍କାରେ କିଣିଛି। କେରଳରେ ଜନ୍ମିତ ସଞ୍ଜୁ ୨୦୧୮ରେ ପ୍ରେମିକା ଚାରୁଲତାଙ୍କୁ ବିବାହ କରିଛନ୍ତି।

ଦିଲ୍ଲୀ କ୍ୟାପିଟାଲ୍ସ:
ଦିଲ୍ଲୀ ଟିମ୍‌ର ନେତୃତ୍ୱ ନେବେ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତ। ତାଙ୍କୁ ଫ୍ରାଞ୍ଚାଇଜ୍‌ ୧୬ କୋଟି ଟଙ୍କାରେ ରିଟେନ କରିଛି। ତାଙ୍କର ପ୍ରେମିକା ହେଉଛନ୍ତି ଇଶା ନେଗି। ସେ ଉତ୍ତରାଖଣ୍ଡର ହୋଇଥିବା ବେଳେ ପେସାରେ ଜଣେ ଇଣ୍ଟରିୟର ଡିଜାଇନର।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର:
ଦକ୍ଷିଣ ଆଫ୍ରିକାର ପୂର୍ବ ଅଧିନାୟକ ଫାଫ୍‌ ଡୁ ପ୍ଲେିସିସ୍‌ ଚଳିତ ସିଜନରେ ଆର୍‌ସିବିର ନେତୃତ୍ୱ ନେବେ। ଆର୍‌ସିବି ଏଯାବତ କୌଣସି ଟାଇଟଲ ଜିତିପାରିନାହିଁ। ସେ ତାଙ୍କର ପ୍ରେମିକା ଇମାରୀ ଭିସେରଙ୍କୁ ବିବାହ କରିଛନ୍ତି। ଇମାରୀ ପେସାରେ ଜଣେ ମାର୍କେଟିଂ ମ୍ୟାନେଜର।

ପଞ୍ଜାବ କିଙ୍ଗ୍ସ:
ପ୍ରିତି ଜିଣ୍ଟାଙ୍କ ଟିମ୍‌ ପଞ୍ଜାବ ମୟଙ୍କ ଅଗ୍ରଓ୍ବାଲଙ୍କୁ ନୂଆ ଅଧିନାୟକ କରଛି। ଫ୍ରାଞ୍ଚାଇଜ୍‌ ତାଙ୍କୁ ୧୨ କୋଟି ଟଙ୍କାରେ ରିଟେନ କରିଛି। ମୟଙ୍ଗ ଆଶିତା ସୁଡ୍‌ଙ୍କୁ ବିବାହ କରିଛନ୍ତି।

ଲକ୍ଷ୍ନୌ ଜିଆଣ୍ଟ୍ସ:
ନୂଆ ଟିମ୍‌ ଲକ୍ଷ୍ନୌର ଅଧିନାୟକ ହେଉଛନ୍ତି କେ.ଏଲ୍‌. ରାହୁଲ। ତାଙ୍କୁ ସର୍ବାଧିକ ୧୭ କୋଟି ଟଙ୍କାରେ ଫ୍ରାଞ୍ଚାଇଜ୍‌ ଡ୍ରାଫ୍ଟ କରିଛି। ରାହୁଲଙ୍କ ପ୍ରେମିକା ହେଉଛନ୍ତି ସୁନୀଲ ସେଟ୍ଟୀଙ୍କ ଝିଅ ଆଥିୟା।

ଗୁଜରାଟ ଟାଇଟନ୍ସ:
ଏହି ନୂଆ ଟିମ୍‌ର ଅଧିନାୟକ ସାଜିଛନ୍ତି ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ଫ୍ରାଞ୍ଚାଇଜ୍‌ ତାଙ୍କୁ ୧୫ କୋଟି ଟଙ୍କାରେ ଡ୍ରାଫ୍ଟ କରିଛି। ସେ ନିଜର ପ୍ରେମିକା ନତାଶାଙ୍କୁ ବିବାହ କରିଛନ୍ତି। ତାଙ୍କର ଏକ ପୁଅ ଅଗସ୍ତ୍ୟ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?