ସୁପରଷ୍ଟାର ସଲମାନ ଖାନ୍‌ଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ବଲିଉଡ୍‌ରେ ରାଜ୍‌ କରୁଥିବା ସୁପରଷ୍ଟାର ସଲମାନ ଖାନ୍‌ ଆଜି ୫୮ ବର୍ଷରେ ପଦାର୍ପଣ କରିଛନ୍ତି। ଗତ ତିନି ଦଶନ୍ଧି ମଧ୍ୟରେ ସେ କେବଳ ଖ୍ୟାତି ଅର୍ଜନ କରିନାହାଁନ୍ତି ବରଂ ଅନେକ ଧନ ମଧ୍ୟ ଅର୍ଜନ କରିଛନ୍ତି।
ସେ ୧୯୮୮ରେ ଚଳଚ୍ଚିତ୍ର ‘ବିୱି ହୋ ତୋ ୟେସି’ ଜରିଆରେ ଆରମ୍ଭ କରିଥିଲେ। ଏଥିରେ ତାଙ୍କୁ ଏକ ସହାୟକ ଭୂମିକାରେ ଦେଖିବାକୁ ମିଳିଥିଲା। ଏଥିରେ କାମ କରିବା ପାଇଁ ସଲମାନ ଖାନ ମାତ୍ର ୧୧,୦୦୦ ଟଙ୍କା ପାଇଥିଲେ। ଏବେ ସେ ଏକ ଚଳଚ୍ଚିତ୍ରରେ କାମ କରିବା ପାଇଁ କୋଟି କୋଟି ଟଙ୍କା ନେଉଛନ୍ତି।
‘ବିଗ ବସ’ର ଏକ ଏପିସୋଡ ପାଇଁ ସଲମାନ ଖାନ ୧୨ କୋଟି ଟଙ୍କା ଆଦାୟ କରିଛନ୍ତି। ସେ ବଲିଉଡର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ତାରକାମାନଙ୍କ ମଧ୍ୟରେ ଅଛନ୍ତି। ସେ ୨୦୨୩ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ଟାଇଗର-୩’ ପାଇଁ ନିର୍ମାତାଙ୍କଠାରୁ ୧୦୦ କୋଟିରୁ ଅଧିକ ଟଙ୍କା ନେଇଥିଲେ। ସଲମାନ ଖାନ ଗୋଟିଏ ସୋସିଆଲ ମିଡିଆ ପୋଷ୍ଟରୁ ୫୦ ଲକ୍ଷ ଟଙ୍କା ରୋଜଗାର କରନ୍ତି।
ତାଙ୍କର ନିଟ ମୂଲ୍ୟ ୨୮୫୦ କୋଟି ଏବଂ ବାର୍ଷିକ ଆୟ ହେଉଛି ୨୦୦ କୋଟି ଟଙ୍କା। ମୁମ୍ବାଇରେ ସଲମାନ ଖାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟ ମୂଲ୍ୟ ୧୧୪ କୋଟି ଟଙ୍କା। ପାନଭେଲରେ ଥିବା ସଲମାନଙ୍କ ଫାର୍ମହାଉସର ମୂଲ୍ୟ ୯୪ କୋଟି ଟଙ୍କା।
ଚିମ୍ବାଇ ରୋଡରେ ସଲମାନ ଖାନଙ୍କର ଏକ ସମ୍ପତ୍ତି ଅଛି ଯାହାର ମୂଲ୍ୟ ୧୭ କୋଟି ଟଙ୍କା। ଗୋରଇ ବିଚରେ ତାଙ୍କର ୩୫ କୋଟି ଟଙ୍କା ମୂଲ୍ୟର ଏକ ଘର ରହିଛି। ଏହା ବ୍ୟତୀତ ସଲମାନ ଖାନଙ୍କର ମୁମ୍ବାଇ ଏବଂ ଦୁବାଇରେ ତିନୋଟି ଯାଗା ଅଛି, ଯାହାର ମୂଲ୍ୟ କୋଟି କୋଟି ଟଙ୍କା। ସଲମାନ ଖାନ ପ୍ରଡକ୍ସନ ହାଉସ ‘ସଲମାନ ଖାନ ଫିଲ୍ମସ’ର ମାଲିକ ଅଟନ୍ତି।
ତାଙ୍କର ‘ଦି ବିଙ୍ଗ୍‌ ହ୍ୟୁମାନ ଫାଉଣ୍ଡେସନ’ ନାମକ ଏକ ଚାରିଟି ଅଛି। ଏସ୍‌କେ-୨୭ ନାମକ ଏକ ଜିମ ଫ୍ରାଞ୍ଚାଇଜ ଅଛି। ସଲମାନ ଖାନ ବିଳାସପୂର୍ଣ୍ଣ କାରକୁ ବହୁତ ଭଲ ପାଆନ୍ତି। ସେ ପ୍ରାୟତଃ ତାଙ୍କ ବିଳାସପୂର୍ଣ୍ଣ କାରରେ ଚଢିଥିବାର ଦେଖାଯାଏ। ତାଙ୍କ କାର ସଂଗ୍ରହରେ ରେଞ୍ଜ ରୋଭର ଭୋଗ୍ୟୁ, LX470, ଅଡି RS7, ମର୍ସିଡିଜ ଏସ କ୍ଲାସ, AMG GLE 43, ଲ୍ୟାଣ୍ଡ କ୍ରୁଜର, BMW X6 ପରି ଦାମୀ କାର ସାମିଲ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ୟୁଏନ୍‌ରେ ପାକିସ୍ତାନୀ ଖବରଦାତାଙ୍କୁ ଏସ୍‌. ଜୟଶଙ୍କରଙ୍କ କଡ଼ା ଜବାବ: କହିଲେ, ‘ଜଣେ ଆତଙ୍କବାଦୀ ଦେଶ ମୋତେ ଏମିତି ପ୍ରଶ୍ନ ପଚାରୁଛି’

ନ୍ୟୁୟର୍କ,୨୫।୯: ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଶୁକ୍ରବାର ୮୧ତମ ସଂଯୁକ୍ତ ରାଷ୍ଟ୍ର ସାଧାରଣ ସଭା (UNGA) ଅବସରରେ ଏକ ଖବରଦାତା ସମ୍ମିଳନୀରେ ଜଣେ ପାକିସ୍ତାନୀ ଖବରଦାତାଙ୍କୁ କଡ଼ା…

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?