Posted inଜାତୀୟ

ପୁରୋହିତଙ୍କୁ କ’ଣ ଦକ୍ଷିଣା ଦେଲେ ମୋଦି: ଜାଣନ୍ତୁ…

ଅଯୋଧ୍ୟା, ୫।୮: ୫ ଅଗଷ୍ଟ ୨୦୨୦ରେ ପ୍ରଭୁ ଶ୍ରୀ ରାମଙ୍କ ଜନ୍ମଭୂମିରେ ଏକ ନୂଆ ଇତିହାସ ଲେଖା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମ ମନ୍ଦିର ନିର୍ମାଣ ଲାଗି ଭୂମି ପୂଜନ ସହ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ନିର୍ଦ୍ଧାରିତ ମୁହୂର୍ତ୍ତରେ ଅଷ୍ଟ ଉପଶିଳା ସମେତ ମୁଖ୍ୟ କୁର୍ମ ଶିଳା ସ୍ଥାପନ କରିଥିଲେ। ଯଜମାନ ରୂପେ ପ୍ରଧାନମନ୍ତ୍ରୀ ୪୦ ମିନିଟ୍‌ ଧରି ରୀତିନୀତିର ସହିତ ଭୂମି ପୂଜାରେ ବସିଥିଲେ। ରାମ ଜନ୍ମଭୂମିରେ ବହୁପ୍ରତୀକ୍ଷିତ ମନ୍ଦିର ନିର୍ମାଣ ଲାଗି ଭୂମି ପୂଜନ ପରେ ସମସ୍ତ ବୈଦିକ ଆଚାର୍ଯ୍ୟ ଯଜମାନରୂପୀ ପ୍ରଧାନମନ୍ତ୍ରୀଙ୍କୁ ମନ୍ତ୍ରାତ୍ମକ ଆଶୀର୍ବାଦ ପ୍ରଦାନ କରିଥିଲେ। ବୈଦିକ ଆଚାର୍ଯ୍ୟମାନେ କହିଥିଲେ, ଯଜ୍ଞ ପୁରୁଷ ଏବଂ ଦକ୍ଷିଣା ନାରୀ ହୋଇଥାଏ। ଏହି ଦୁଇଜଣଙ୍କ ମିଳନରେ ଫଳ ପ୍ରାପ୍ତି ହୋଇଥାଏ। ପ୍ରଧାନମନ୍ତ୍ରୀଙ୍କ ଭଳି ଯଜମାନ ପ୍ରାପ୍ତ ହେବା ସାମାନ୍ୟ କଥା ନୁହେଁ। ବୈଦିକ ଆଚାର୍ଯ୍ୟଙ୍କ ଏହି କଥାରେ ହସୁଥିବାବେଳେ ମୋଦି ଗୁପ୍ତ ଦକ୍ଷିଣା ପ୍ରଦାନ କରିଥିଲେ। କରୋନାକୁ ଦୃଷ୍ଟିରେ ରଖି ଯଜମାନ ମୋଦି ଓ ପୂଜା କରୁଥିବା ପୁରୋହିତଙ୍କ ମଧ୍ୟରେ ସାମାଜିକ ଦୂରତାକୁ ବେଶ୍‌ ଧ୍ୟାନ ଦିଆଯାଇଥିଲା। ଭୂମି ପୂଜନ ଲାଗି ଚନ୍ଦ୍ରଭାନୁ ପାଣ୍ଡେ ମୁଖ୍ୟ ପୁରୋହିତ ଥିଲେ। ଯଜମାନଙ୍କଠାରୁ କେତେ ଦକ୍ଷିଣା ମିଳିଥାଏ ତାହା କୁହାଯାଇ ନ ଥାଏ ବୋଲି ପୁରୋହିତ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମ ଏସିଆ ଯୁଦ୍ଧ, ଭାରତରେ ୨୦-୨୫% ମହଙ୍ଗା ହେବ କପଡ଼ା

ନୂଆଦିଲ୍ଲୀ,୭।୪: ପଶ୍ଚିମ ଏସିଆ ଯୁଦ୍ଧ ଏବେ ଭାରତର ସାଧାରଣ ଲୋକଙ୍କ ପକେଟ ଉପରେ ପ୍ରଭାବ ପକାଉଛି। ଖାଦ୍ୟ, ପେଟ୍ରୋଲ ଏବଂ ଗାଡ଼ି ମରାମତି ପରେ ଏବେ କପଡ଼ା…

ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଇରାନର ତେଲ ଉପରେ ଟ୍ରମ୍ପଙ୍କ ନଜର!

ତେହରାନ,୭।୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଚାଲିଥିବା ସଂଘର୍ଷର ପରିଣାମ ସ୍ବରୂପ, ଆମେରିକା ଇରାନର ତୈଳ ସମ୍ପଦ ଉପରେ ନିୟନ୍ତ୍ରଣ ନେଇପାରେ। ସେ ଏହାକୁ…

ପ୍ରଯୋଜକ ରବି ସ୍ବାଇଁଙ୍କ ପରଲୋକ: ଖେଳିଗଲା ଶୋକର ଛାୟା

ଭୁବନେଶ୍ୱର,୭।୪: ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ରବି ସ୍ବାଇଁଙ୍କ ପରଲୋକ ଘଟିଛି। ସେ କିଛି ଦିନ ହେବ ଲିଭର ସିରୋସିସ୍‌ରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଥିଲେ। ଚିକିତ୍ସାଧିନ ଅବସ୍ଥାରେ…

ରେଳବାଇର ଅଣଦେଖା: ଉପଭୋକ୍ତା ସଂଘର ଆନ୍ଦୋଳନ ଚେତାବନୀ

ବରଗଡ଼,୬ା୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଓ ବଲାଙ୍ଗୀର ଜିଲା ରେଳ ଉପଭୋକ୍ତା ସଂଘର ମିଳିତ କାର୍ଯ୍ୟାନୁଷ୍ଠାନ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ରବିବାଋ ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ସଭାକକ୍ଷରେ…

କୋଲକାତାକୁ ନେଇ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫଙ୍କ ଧମକ ପରେ ତାତିଲେ ଅଭିଷେକ ବାନାର୍ଜୀ, କହିଲେ…

କୋଲକାତା,୭।୪: ତ୍ରୁଣମୂଳ କଂଗ୍ରେସ (ଟିଏମସି) ଏମପି ଅଭିଷେକ ବାନାର୍ଜୀ ସୋମବାର (୬ ଏପ୍ରିଲ, ୨୦୨୬) ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫଙ୍କ ଦ୍ୱାରା ଦିଆଯାଇଥିବା କୋଲକାତା ଆକ୍ରମଣ…

ଶାହରୁଖ ଖାନଙ୍କ ଟିମକୁ ପରିହାସ କଲେ ଶ୍ରେୟସ ଆୟରଙ୍କ ଭଉଣୀ, ପଞ୍ଜାବୀମାନଙ୍କର ହୃଦୟ…

ନୂଆଦିଲ୍ଲୀ,୭।୪: IPL ୨୦୨୬ର ୧୨ ନମ୍ବର ମ୍ୟାଚ୍ ବାତିଲ ହୋଇଯାଇଛି । କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବର୍ଷାରେ…

ଏହି ଜିଲାରୁ ପୁରାତନ ମଧ୍ୟପ୍ରସ୍ତର ଯୁଗୀୟ ମାନବ ସଭ୍ୟତା ଠାବ

ସୁନ୍ଦରଗଡ, ୭ା୪(ଜୟ ନାରାୟଣ ମେଣ୍ଡୁଳି):ଓଡ଼ିଶାର ଦେବଗଡ଼ ଜିଲାରୁ ପ୍ରଥମ ପୁରାତନ ମଧ୍ୟ ପ୍ରସ୍ତର ଯୁଗୀୟ ମାନବ ସଭ୍ୟତାର (ପାଲେଓଲିଥିକ) ସନ୍ଧାନ ମିଳିଛି। ସୁନ୍ଦରଗଡ଼ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ…

ଦିଲ୍ଲୀ ବିଧାନସଭାରେ କାର୍‌ ପୂରାଇଥିବା ବ୍ୟକ୍ତି ଗିରଫ

ନୂଆଦିଲ୍ଲୀ,୭ା୪: ଦିଲ୍ଲୀ ବିଧାନସଭା ସୁରକ୍ଷାରେ ତ୍ରୁଟି ପରିଲକ୍ଷିତ ହୋଇଛି। ସୋମବାର ଅପରାହ୍ନରେ ମାସ୍କ ପିନ୍ଧିଥିବା ଜଣେ ବ୍ୟକ୍ତି ବ୍ୟାରିକେଡ୍‌ ଏବଂ ମୁଖ୍ୟ ଫାଟକ ଅତିକ୍ରମ କରି ବିଧାନସଭା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri