୧୦୦ କୋଟିର ଘର, ପ୍ରାଇଭେଟ୍‌ ଜେଟ୍‌ର ମାଲିକ ଏହି ସୁପରଷ୍ଟାର; ମୋଟ ସମ୍ପତ୍ତି ଜାଣିଲେ…

ବମ୍ବେ: ଦକ୍ଷିଣ ଭାରତୀୟ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଲୋକପ୍ରିୟତା କୌଣସି ବଲିଉଡ୍‌ ଷ୍ଟାରଙ୍କଠାରୁ କମ୍‌ ନୁହେଁ। ମାତ୍ର ୨ ବର୍ଷ ବୟସରୁ ଅଭିନୟକୁ ଓହ୍ଲାଇଥିଲେ ସେ। ପରେ ‘ଆର଼୍ୟା’ ଫିଲ୍ମରୁ ତାଙ୍କୁ ବଡ଼ ବ୍ରେକ୍‌ ମିଳିଥିଲା। ସେବେଠାରୁ ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଦେଇ ପ୍ରଶଂସକଙ୍କ ସହ ନିର୍ମାତାଙ୍କ ପ୍ରଥମ ପସନ୍ଦ ପାଲଟିଛନ୍ତି ଅଲ୍ଲୁ।

ଚାହିଦା ଯେମିତି ବଢ଼ିଛି ସେମିତି ବଢ଼ିଛି ଅଲ୍ଲୁଙ୍କ ପାଉଣା। ଏବେ ଫିଲ୍ମ ପିଛା ୧୪-୧୫ କୋଟି ଟଙ୍କା ନେଉଛନ୍ତି ସେ। ମୋଟ ସମ୍ପତ୍ତି ଦେଖିଲେ ସେ ପ୍ରାୟ ୩୫୦ କୋଟି ସମ୍ପତ୍ତିର ମାଲିକ। ଏଥିପାଇଁ ବେଶ୍‌ ଚାକଚକ୍ୟ ଭରା ତାଙ୍କର ଜୀବନଶୈଳୀ।
୨୦୧୯ରେ ଅଲ୍ଲୁ ଗୋଟିଏ ଭ୍ୟାନିଟ୍‌ ଭ୍ୟାନ୍‌ କିଣିଛନ୍ତି। ଏହାର ନାମ ସେ ‘ଦ ଫାଲ୍କନ୍‌’ ରଖିଛନ୍ତି। ଭ୍ୟାନ୍‌ଟିର ଦାମ ୭ କୋଟି। ଏହାଛଡ଼ା ପ୍ରାଇଭେଟ୍‌ ଜେଟ୍‌ ସହ ଗୋଟିଏରୁ ବଳି ଗୋଟିଏ ଦାମୀ ଗାଡ଼ି ତାଙ୍କ ପାଖରେ ରହିଛି।

ଅଲ୍ଲୁ ହାଇଦ୍ରାବାଦର ଜୁବ୍‌ଲୀ ହିଲ୍ସ ନିକଟରେ ଥିବା ନିଜର ଭବ୍ୟ ବଙ୍ଗଳାରେ ରୁହନ୍ତି। ତାଙ୍କ ଘରର ନାମ ‘ବ୍ଲେସିଙ୍ଗ୍‌’। ଏହାର ଦାମ ୧୦୦ କୋଟିରୁ ଅଧିକ। ସ୍ତ୍ରୀ ସ୍ନେହା ରେଡ୍ଡୀ ଏବଂ ସନ୍ତାନ ଅୟାନ ଏବଂ ଅର୍‌ହାଙ୍କ ସହ ସେଠାରେ ରୁହନ୍ତି ଅଭିନେତା।

 


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଚରିତ୍ର ପସନ୍ଦ ନୁହେଁ

ନୂଆଦିଲ୍ଲୀ : ଲୋକପ୍ରିୟ ଟେଲିଭିଜନ ଶୋ’ ‘ଜିତ୍‌’, ଗନ୍ସ ଆଣ୍ଡ୍‌ ରୋଜେସ୍‌’ରେ ଅଭିନୟ କରିଥିବା ଅଭିନେତ୍ରୀ ନୀରୁ ବାଜଓ୍ବା ଗୋଟିଏ ଚରିତ୍ରରେ ଅଭିନୟ କରିବା ମୋର...

ଅନୁଷ୍କା ଶର୍ମାଙ୍କୁ ବିବାହ କରିବେ କହିଲେ ଏହି ଅଭିନେତା; ବିରାଟ ଜାଣିଲେ…

ଅଭିନେତା କୁନାଲ କପୁର, ଡିନୋ ମୋରିଆ ଏବଂ ଦୃଷ୍ଟି ଧାମି କରଣ ଜୋହରଙ୍କ ଶୋ’ ‘କଫି ୱିଥ୍‌ କରଣ’ର ଏକ ବିଶେଷ ଏପିସୋଡରେ ନଜର ଆସିଥିଲେ।...

ବଦଳିବନି ଅମିର ଖାନଙ୍କ ଫିଲ୍ମ ‘ଲାଲ ସିଂହ ଚଡ୍ଡା’ରିଲିଜ୍‌ ତାରିଖ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅମିର ଖାନ ତାଙ୍କର ଆଗାମୀ ଫିଲ୍ମ ‘ଲାଲ ସିଂହ ଚଡ୍ଡା’ ପାଇଁ ଏବେ ଚର୍ଚ୍ଚାରେ ଅଛନ୍ତି । ତେବେ ତାଙ୍କର ଏହି...

ଲିଜାଙ୍କ ପସନ୍ଦ ପଜିଟିଭ୍‌ ଭୂମିକା

ଲିଜା ପଣ୍ଡା ଓରଫ ଲିଜା ଓଡ଼ିଆ ଯାତ୍ରା ଜଗତରେ ବେଶ୍‌ ଜଣାଶୁଣା। ଚଳିତ ବର୍ଷ ଅପେରା ସୂର୍ଯ୍ୟମନ୍ଦିରରେ ସେ ନିଜ ଅଭିନୟର ଯାଦୁ ବିତରଣ କରି...

ସୋସିଆଲ ମିଡିଆରେ କରାଯାଉଛି ବଦ୍‌ନାମ: ଥାନାର ଦ୍ୱାରସ୍ଥ ହେଲେ ପ୍ରକୃତି ମିଶ୍ର; ଜାଣନ୍ତୁ..

ଭୁବନେଶ୍ୱର,୩୦।୭(ବ୍ୟୁରୋ): ଥାନାର ଦ୍ୱାରସ୍ଥ ହେଲେ ଅଭିନେତ୍ରୀ ପକୃତି ମିଶ୍ର। ସୋସିଆଲ ମିଡିଆରେ ତାଙ୍କୁ ବଦନାମ କରାଯାଉଥିବା ଅଭିଯୋଗ ଆଣି ମଞ୍ଚେଶ୍ୱର ଥାନାରେ ସେ ଏକ ଓ୍ବେବ୍‌...

ଏହି ରୋଗ ସହ ୪ ବର୍ଷ ସଂଘର୍ଷ କରିଥିଲେ ସୁସ୍ମିତା

ମୁମ୍ବାଇ: ବଲିଉଡ୍‌ ନାୟିକା ସୁସ୍ମିତା ସେନ୍‌ ଏବେ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ ରହୁଛନ୍ତି। ଏବେ ଲକ୍‌ଡାଉନ ସମୟରେ ସେ ତାଙ୍କ ପରିବାର ସହ ସମୟ...

ମିଥୁନଙ୍କ ଗୀତରେ ଝୁମିଲେ ପ୍ରିୟଙ୍କା

ତିନି ବର୍ଷ ପରେ ବିଦେଶରୁ ଭାରତ ଆସିଥିବା ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନାସ ଏବେ ଭାରି ବ୍ୟସ୍ତ। ଗୋଟଇଏ ଦିନରେ ତାଙ୍କୁ ଏକାଧିକ କାର୍ଯ୍ୟକ୍ରମରେ...

ନୀଳନୟନା ଐଶ୍ୱର୍ଯ୍ୟାଙ୍କୁ ‘ଆଣ୍ଟି’ ବୋଲି କହିଥିଲେ ସୋନମ: ରାଗିଯାଇ ଏଭଳି…

ବମ୍ବେ: ସେଲିବ୍ରିଟିମାନଙ୍କ ଉପରେ ରହିଥାଏ ପ୍ରଶଂସକଙ୍କ ନଜର। ଏଭଳି ସ୍ଥିତିରେ ତାଙ୍କ ମୁହଁରୁ ବାହାରିଥିବା ପ୍ରତିଟି କଥା ଗଣମାଧ୍ୟମର ଶିରୋନାମା ପାଲଟେ। ବେଳେବେଳେ ଏହା ବିବାଦର...

Advertisement
Archives

Model This Week