କରୀନାଙ୍କ ଏହି ସାଧାରଣ ଦେଖାଯାଉଥିବା ଡ୍ରେସ୍‌ର ଦାମ୍‌ ଜାଣିଲେ ଉଡିଯିବ ହୋସ୍‌

ମୁମ୍ବାଇ: ବଲିଉଡ୍‌ ବେବୋ କରୀନା କପୁର ଖାଁ ନିଜର ଫ୍ୟାଶନ ସେନ୍ସ ପାଇଁ ବେଶ୍‌ ଜଣାଶୁଣା। ରେଡ୍‌ କାର୍ପେଟ ହେଉ କି ଘରେ ତାଙ୍କ ଡ୍ରେସ୍‌ ସବୁବେଳେ ଷ୍ଟାଇଲିଷ୍ଟ ଓ ଭିନ୍ନ ରହିଥାଏ। ଏହାକୁ ନେଇ ସବୁବେଳେ ସେ ଚର୍ଚ୍ଚାରେ ରହିଥାନ୍ତି। ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ୍‌ ରହୁଥିବା ବେବୋଙ୍କ କିଛି ଫଟୋ ନିକଟରେ ଭାଇରାଲ ହେବାରେ ଲାଗିଛି। ଉକ୍ତ ଫଟୋରେ ପିନ୍ଧିଥିବା ଡ୍ରେସ୍‌ର ଦାମ୍‌ ଜାଣିଲେ ହୋସ୍‌ ଉଡିଯିବ। ଯଦି ଆପଣ ଏହାକୁ କିଣିବାକୁ ଚାହାନ୍ତି ତେବେ ଚଳିତ ମାସର ବଜେଟ ଆପଣଙ୍କର ମାଡ଼ ଖାଇଯିବ। ସୂଚନାଯୋଗ୍ୟ, କିଛି ଦିନ ତଳେ କରୀନା ପୁଅ ତୈମୁର ଅଲ୍ଲୀ ଖାଁଙ୍କ ସହ ବଡ଼ ଭଉଣୀ କରିସ୍ମା କପୁରଙ୍କ ଘରକୁ ଯାଇଥିଲେ। ସେହି ସମୟରେ କରୀନା ବ୍ଲୁ ଆଣ୍ଡ ହ୍ବାଇଟ୍‌ କଲରର ଏକ ସାଧାରଣ ଡ୍ରେସ୍‌ ପିନ୍ଧିଥିଲେ। କିନ୍ତୁ ଏହି ଡ୍ରେସ୍‌ ତାଙ୍କୁ ବେଶ୍‌ ଗ୍ଲାମରସ୍‌ ଲୁକ୍‌ ଦେଉଥିଲା। ଏହି ଡ୍ରେସ୍‌ ସମ୍ପୂର୍ଣ୍ଣ ଅର୍ଗାନିକ୍‌ରୁ ତିଆରି ହୋଇଛି। ତେବେ ଏହି ସାଧାରଣ ଦେଖାଯାଉଥିବା ଡ୍ରେସ୍‌ର ଦାମ୍‌ କେତେ ଜାଣିଛନ୍ତି କି। ଏହାର ଦାମ୍‌ ମାତ୍ର ୧୩,୫୦୦ ଟଙ୍କା।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା ଉପରେ ରାଗିଲେ ସୋନୁ

ମୁମ୍ବାଇ: ବଲିଉଡ୍‌ର ଅଗାଧାଡିର ଗାୟକ ସୋନୁ ନିଗମ ଏବେ ପୁଣିଥରେ ଆସିଛନ୍ତି ଚର୍ଚ୍ଚାକୁ। ସେ ଭାରତ-ଚାଇନା ସୀମା ବିବାଦକୁ ନେଇ ଚାଇନା ଉପରେ ଖୁବ୍‌ ବର୍ଷିଛନ୍ତି।...

ଶାହରୁଖ୍‌ଙ୍କ ସ୍କେଚ୍‌ କଲେ ଅବରାମ: ଟୁଇଟରରେ ପ୍ରଶଂସା କଲେ କିଙ୍ଗ ଖାଁ

ମୁମ୍ବାଇ: ଶାହରୁଖ୍‌ ଖାଁଙ୍କ ପୁଅ ଅବରାମ ପିତାଙ୍କ ସ୍କେଚ୍‌ ଆଙ୍କିଛନ୍ତି। ଏହାକୁ ଦେଖି ଶାହରୁଖ୍‌ ଇମ୍ପ୍ରେସ୍‌ ହୋଇଯାଇଛନ୍ତି। ପୁଅର ସ୍କେଚ୍‌କୁ ଟୁଇଟରରେ ଶେୟାର କରିବା ସହିତ...

ପ୍ରେମିକାଙ୍କୁ ସମୁଦ୍ର କୂଳରେ ଖୋଜୁଥିଲେ ଏହି ଅଭିନେତା

ବଲିଉଡ୍‌ ବାଦ୍‌ଶାହ ଶାହରୁଖ୍‌ ଖାନ୍‌ ଆଜି ୫୫ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ପ୍ରଶଂସକମାନେ ତାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି। ଶାହରୁଖ୍‌ କେବଳ ଅଭିନୟରେ...

ଯାତ୍ରା ଅନିଲ କପୁର

ଓଡ଼ିଆ ଯାତ୍ରାର ଦର୍ଶକମାନେ ତାଙ୍କୁ ଅନିଲ କପୁର ବୋଲି କହିଥାନ୍ତି। ସେ ଏକ ନିଆରା ଢଙ୍ଗରେ ଆସନ୍ତି ମଞ୍ଚକୁ। ତାଙ୍କ ଡାଏଲଗ୍‌ କହିବାର ଶୈଳୀ ମଧ୍ୟ...

ମୃତ୍ୟୁ ପରେ ମୋ’ ସମ୍ପତ୍ତି ପୁଅଝିଅଙ୍କ ମଧ୍ୟରେ ଅଧାଅଧା ବଣ୍ଟାଯିବ: ଅମିତାଭ

ମୁମ୍ବାଇ: ବଲିଉଡ୍‌ର ସୁପରଷ୍ଟାର ଅମିତାଭ ବଚ୍ଚନ ଭଲ ଅଭିନେତା ସାଙ୍ଗକୁ ଜଣେ ଭଲ ପିତା ମଧ୍ୟ। କର୍ମକୁ ସେ ଯେତିକି ପ୍ରାଧାନ୍ୟ ଦେଇଥାନ୍ତି ତା’ଠାରୁ ଅଧିକ...

ନବାଗତା ଅମ୍ରିତା

ଆଉ ଜଣେ ବଙ୍ଗୀୟ ସୁନ୍ଦରୀ ଓଡ଼ିଆ ସିନେମାରେ ନିଜ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି। ସେ ହେଲେ ଅମ୍ରିତା। ତାଙ୍କୁ ଏଭଳି ବ୍ରେକ୍‌ ଦେଇଛନ୍ତି ପ୍ରଯୋଜକ...

କରୋନା ଆକ୍ରାନ୍ତ ହେଲେ ଆଉ ଜଣେ ବଲିଉଡ୍‌ ଅଭିନେତା

ନୂଆଦିଲ୍ଲୀ, ୬।୧୦: ବଲିଉଡ୍‌ ଅଭିନେତା ହର୍ଷବର୍ଦ୍ଧନେ ରାଣେ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ବର୍ତ୍ତମାନ ସେ ହୋମ୍‌ ଆଇସୋଲେଶନରେ ରହିଛନ୍ତି। ୩୬ ବର୍ଷୀୟ ହର୍ଷବର୍ଦ୍ଧନେ ନିଜେ...

‘ବାଗି ୩’ ରିଲିଜ୍‌ ହେବା ପରେ ବୋହୂ ବେଶରେ ନଜର ଆସିଲେ ଅଙ୍କିତା

ମୁମ୍ବାଇ: ଟେଲିଭିଜନ ଦୁନିଆରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଙ୍କିତା ଲୋଖଣ୍ଡେ ଏବେ ବଲିଉଡ୍‌ ଦୁନିଆରେ ଦର୍ଶକଙ୍କ ଦୃଷ୍ଟ ଆକର୍ଷଣ କରିଛନ୍ତି। ‘ମଣିକର୍ନିକା’ରେ...

Play 250+ Trending Games
Archives

Model This Week

Why Dharitri