ଅଣ୍ଡର ବାଇପାସ୍‌ରେ ଆଣ୍ଠୁଏ ପାଣି

ପରଜଙ୍ଗ, ୭।୭(ଡି.ଏନ୍‌.ଏ.) – ରେଳପଥ ପାଇଁ ସମୃଦ୍ଧ ହୁଏ ଅଞ୍ଚଳର ଅର୍ଥନୈତିକ ଅବସ୍ଥା। ଦ୍ରୁତ ଗମନାଗମନ ପାଇଁ ବାଟ ଫିଟେ। ଶିଳ୍ପାୟନ ପାଇଁ ସୃଷ୍ଟି ହୁଏ ସୁଯୋଗ। ହେଲେ ଦୀର୍ଘକାଳୀନ ଭିତ୍ତିରେ ଗଢ଼ାଯାଉଥିବା ରେଳପଥ ପ୍ରକଳ୍ପ ନିର୍ମାଣରେ ସାମାନ୍ୟ ତ୍ରୁଟିବିଚ୍ୟୁତି ହେଲେ ଏହା ଅଞ୍ଚଳବାସୀଙ୍କ ପାଇଁ ପାଲଟିଯାଏ ବୋଝ, ଯାହା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଦେଇ ଯାଉଥିବା ନୂତନ ଅନୁଗୋଳ-ସୁକିନ୍ଦା ରେଳପଥ କାର୍ଯ୍ୟରେ।
ଅଞ୍ଚଳବାସୀଙ୍କ କହିବା କଥା, ପଙ୍ଗାତୀରା-ବଡ଼କମର ପୂର୍ତ୍ତ ବିଭାଗ ରାସ୍ତାକୁ ଗଣ୍ଡତଇଲାଠାରେ ଅତିକ୍ରମ କରିଛି ଅନୁଗୋଳ-ସୁକିନ୍ଦା ରେଳପଥ। ତେବେ ଏଠାରେ ନିର୍ମାଣ କରାଯାଇଥିବା କମ୍‌ ଉଚ୍ଚତା ବିଶିଷ୍ଟ ରେଲ୍‌ଓ୍ବେ ରୋଡ୍‌ ଅଣ୍ଡର ବାଇପାସ୍‌ ଯୋଗୁ ଘାଣ୍ଟି ହେଉଛନ୍ତି ଜନସାଧାରଣ। ସାମାନ୍ୟ ବର୍ଷା ହେଲେ ବାଇପାସ୍‌ ରାସ୍ତା ବ୍ରିଜ୍‌ ତଳେ ଆଣ୍ଠୁଏ ପାଣି ଜମୁଛି। ସେହିପରି ଯୋଜନାହୀନ ଭାବେ ନିର୍ମାଣ କରାଯାଉଥିବା ସଂକୀର୍ଣ୍ଣ ରାସ୍ତାରେ ଦୁର୍ଘଟଣା ଘଟି ଧନଜୀବନ ହାନିହେଉଛି। ରେଳପଥ ନିର୍ମାଣ ପୂର୍ବରୁ ଭବିଷ୍ୟତରେ ସ୍ଥାନୀୟ ବାସିନ୍ଦା ଭୋଗିବାକୁ ଥିବା ସମସ୍ୟା ସମ୍ପର୍କରେ ଅନୁମାନ କରାଯାଉଥିଲା। ଏ ସଂକ୍ରାନ୍ତରେ ବରିଷ୍ଠ ଭାଜପା ନେତା ରୁଦ୍ରନାରାୟଣ ପାଣି, ପୂର୍ବତନ ସରପଞ୍ଚ ଲକ୍ଷ୍ମୀଧର ସାହୁ ପ୍ରମୁଖ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜିଲାପାଳଙ୍କ ସମେତ ରେଳ ବିଭାଗର ବରିଷ୍ଠ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରି ଚିଠି ଲେଖିଥିଲେ। ହେଲେ ରେଲଓ୍ବେ କର୍ତ୍ତୃପକ୍ଷ ଏଥିପ୍ରତି ଗୁରୁତ୍ୱ ଦେଲେନାହିଁ। ଫଳରେ କନ୍ଦରସିଂହା, ରୋଡ୍‌, ସାଆନ୍ଦା, ଚାନ୍ଦପୁର, କୁମୁସୀ, ପାଟରପଦା ପଞ୍ଚାୟତବାସୀଙ୍କ ସମେତ ଢେଙ୍କାନାଳକୁ ଯାତାୟାତ କରୁଥିବା ଯାତ୍ରୀମାନେ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି।
ଅନ୍ୟପଟେ ଉକ୍ତ ରେଳପଥ ନିର୍ମାଣ ଦାୟିତ୍ୱ ଆର୍‌ବିଏନ୍‌ଏଲ୍‌ ସଂସ୍ଥା ପାଇଛି। ହେଲେ ଏହି ସଂସ୍ଥାଠାରୁ ଏସ୍‌ସିଡବ୍ଲ୍ୟୁ ନାମକ ଅନ୍ୟ ଏକ ସଂସ୍ଥା ଦାୟିତ୍ୱ ନେଇଛି। ଏସ୍‌ସିଡବ୍ଲ୍ୟୁ କିଛି କାର୍ଯ୍ୟ ନିଜେ କରୁଥିବାବେଳେ ଅନ୍ୟ କେତେକ କାର୍ଯ୍ୟ ଠିକାଦାରଙ୍କ ଦ୍ୱାରା କରାଉଛି। ଠିକାଦାରଙ୍କ ଖାମଖିଆଲ ମନୋଭାବ ଏବଂ ଦୂରଦୃଷ୍ଟିର ଅଭାବ ଯୋଗୁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା ଗ୍ରାମବାସୀ କହିଛନ୍ତି। ଅପରପକ୍ଷେ ରେଳ ବିଭାଗ ମାଟି ପକାଇ ପୂର୍ତ୍ତ ବିଭାଗ ରାସ୍ତାକୁ ବନ୍ଦ କରିଦେଇଛି। ବ୍ରିଜ୍‌ ଉଚ୍ଚତା ଅତି କମ୍‌ ହୋଇଥିବାରୁ ଭାରିଯାନ ଚଳାଚଳ କରିପାରୁନାହିଁ। ଅଣ୍ଡରପାସ୍‌ ଦେଇ ପୂର୍ତ୍ତ ବିଭାଗର ଦୁଇପାର୍ଶ୍ୱକୁ ସଂଯୋଗକାରୀ ରାସ୍ତା ଅତ୍ୟନ୍ତ ସଂକୀର୍ଣ୍ଣ ହୋଇଛି। ଫଳରେ ଅଧିକାଂଶ ସମୟରେ ଦୁର୍ଘଟଣା ଘଟୁଛି। ଏହାର ସ୍ଥାୟୀ ପ୍ରତିକାର ନ ହେଲେ ଆଗାମୀ ଦିନରେ ଲକ୍ଷାଧିକ ଲୋକଙ୍କ ଜୀବନଜୀବିକା ବିପନ୍ନ ହେବେ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଏ ସଂକ୍ରାନ୍ତରେ ଏସ୍‌ସିଡବ୍ଲ୍ୟୁ କମ୍ପାନୀର ପ୍ରୋଜେକ୍ଟ ମ୍ୟାନେଜର ଶେଖର ରେଡ୍ଡୀ କୁହନ୍ତି, ବର୍ଷାଦିନେ କେତେ ପାଣି ଜମୁଛି ତାହା ଆକଳନ କରାଯାଉଛି। ଆସନ୍ତା ବର୍ଷ ଅଣ୍ଡରପାସ୍‌ ରାସ୍ତାରେ କଂକ୍ରିଟ ପକାଇ ଅଧିକ ଉଚ୍ଚା କରିଦେବୁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଳିଗଲେ ଯୁକ୍ତ ଦୁଇ ଛାତ୍ର

କେନ୍ଦ୍ରାପଡା ଅଫିସ/ମାର୍ଶାଘାଇ,୨।୧୧: କେନ୍ଦ୍ରାପଡା ଜିଲା ମାର୍ଶାଘାଇ ଥାନା ଜୁଣ ଛକରେ ଥିବା ଏକ କୋଚିଂ ସେଣ୍ଟରରେ ମଙ୍ଗଳବାର ବିଳମ୍ବିତ ରାତିରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ...

ବିବାହ ପ୍ରତିଶ୍ରୁତି ଦେଇ ନାବାଳିକାଙ୍କୁ ବଳାତ୍କାର: ଅଭିଯୁକ୍ତ ଅଟକ

ଦିଗପହଣ୍ଡି,୪ା୧୨(ଡି.ଏନ.ଏ.)-ଦିଗପହଣ୍ଡି ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର କରାଯାଇଥିବା ମଙ୍ଗଳବାର ଅଭିଯୋଗ ହୋଇଛି। ନାବାଳିକାଙ୍କ ପରିବାର ଲୋକଙ୍କ ଏତଲା କ୍ରମେ ଦିଗପହଣ୍ଡି...

ବ୍ୟାସନଗର ସ୍ବଂୟଶାସିତ ମହାବିଦ୍ୟାଳୟ ଦୁର୍ନୀତିର ସ୍ବତନ୍ତ୍ର ଅଡିଟ୍‌

ଯାଜପୁର ରୋଡ,୧୧-୯(ନି.ପ୍ର.)- ବ୍ୟାସନଗର ସ୍ବଂୟଶାସିତ ମହାବିଦ୍ୟାଳୟର ଯୁଜିସି ଅନୁଦାନ(ବିଶ୍ୱବିଦ୍ୟାଳୟ ଆୟୋଗ ପାଣ୍ଠି) ଠିକ୍‌ ବିନିଯୋଗ ନ କରାଯାଇ ବ୍ୟାପକ ଦୁର୍ନୀତି ଓ ନିଯୁକ୍ତ କ୍ଷେତ୍ରରେ ଅନିମିୟତା...

ପରଲୋକରେ ସ୍ବାଧୀନତା ସଂଗ୍ରାମୀ ରାହାସ ବିହାରୀ

ବାହାନଗା, ୧।୬(ଡି.ଏନ.ଏ.)-ବାହାନଗା ବ୍ଲକ ପଣପଣା ପଞ୍ଚାୟତର କହଁରାଗୋହିରୀ ଗ୍ରାମର ସ୍ବାଧୀନତା ସଂଗ୍ରାମୀ ରାହାସ ବିହାରୀ ନାୟକ(୯୫)ଙ୍କ ଶନିବାର ସକାଳେ ପରଲୋକ ହୋଇଛି। ସେ ଦୀର୍ଘଦିନ ହେଲା...

କ୍ୱାରାଣ୍ଟାଇନ୍‌ରେ ରହିଲେ ୬ ପଶ୍ଚିମବଙ୍ଗ ଫେରନ୍ତା

ରାଜନଗର,୩୦ା୪(ଡି.ଏନ୍‌.ଏ.) : କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ତାଳଚୁଆ ସାମୁଦ୍ରିକ ଥାନା ଅନ୍ତର୍ଗତ ଖାସମୁଣ୍ଡା ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ଲୁଚି କରି ୬ ବଂଲାଭାଷୀ...

୧୮ତମ ପ୍ରତିଷ୍ଠା ଦିବସ ପାଳନ କଲେ ମାଓବାଦୀ, ନାଚଗୀତରେ ଝୁମିଲେ

ମାଲକାନଗିରି,୨୬ା୯(ଡି.ଏନ୍‌.ଏ.): ମାଲକାନଗିରି ସୀମାନ୍ତ ବିଜାପୁର ଜିଲାରେ ଏକଜୁଟ୍‌ ହୋଇ ୧୮ତମ ପ୍ରତିଷ୍ଠା ଦିବସ ପାଳନ କରିଛନ୍ତି ମାଓବାଦୀ। ପ୍ରତିବର୍ଷ ସେପ୍ଟେମ୍ବର ୨୧ରୁ ୨୭ ପର୍ଯ୍ୟନ୍ତ ମାଓବାଦୀମାନେ...

ଅକ୍ଷୟ ତୃତୀୟା, ଚନ୍ଦନ ଯାତ୍ରା ପାଇଁ ଶ୍ରୀମନ୍ଦିର ପରିସରରେ ସ୍ଥାନ ଚିହ୍ନଟ ଲାଗି ପ୍ରଶାସନ, ସେବାୟତଙ୍କ ମଧ୍ୟରେ ବୈଠକ

ପୁରୀ ଅଫିସ, ୨୫।୪: ଶ୍ରୀମନ୍ଦିର ଭିତରେ ହେବ ଅକ୍ଷୟ ତୃତୀୟା ନୀତି ଓ ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା। ଶୁକ୍ରବାର ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ କ୍ରମେ ନିଆଯାଇଥିବା...

କେନ୍ଦ୍ର ରେଳ ବଜେଟରେ ମୟୂରଭଞ୍ଜକୁ ଅବହେଳା ନେଇ ବିଜେଡିର ପ୍ରତିବାଦ

ବାରିପଦା ଅଫିସ,୧୩ା୨: କେନ୍ଦ୍ର ରେଳ ବଜେଟରେ ମୟୂରଭଞ୍ଜ ଜିଲା ପ୍ରତି ଅବହେଳା ପ୍ରତିବାଦରେ ସୋମବାର ଜିଲା ବିଜୁ ଜନତା ଦଳ ପକ୍ଷରୁ ୩ ଘଣ୍ଟିଆ ପ୍ରତିବାଦ...

Advertisement
Archives

Model This Week