ଅଣ୍ଡର ବାଇପାସ୍‌ରେ ଆଣ୍ଠୁଏ ପାଣି

ପରଜଙ୍ଗ, ୭।୭(ଡି.ଏନ୍‌.ଏ.) – ରେଳପଥ ପାଇଁ ସମୃଦ୍ଧ ହୁଏ ଅଞ୍ଚଳର ଅର୍ଥନୈତିକ ଅବସ୍ଥା। ଦ୍ରୁତ ଗମନାଗମନ ପାଇଁ ବାଟ ଫିଟେ। ଶିଳ୍ପାୟନ ପାଇଁ ସୃଷ୍ଟି ହୁଏ ସୁଯୋଗ। ହେଲେ ଦୀର୍ଘକାଳୀନ ଭିତ୍ତିରେ ଗଢ଼ାଯାଉଥିବା ରେଳପଥ ପ୍ରକଳ୍ପ ନିର୍ମାଣରେ ସାମାନ୍ୟ ତ୍ରୁଟିବିଚ୍ୟୁତି ହେଲେ ଏହା ଅଞ୍ଚଳବାସୀଙ୍କ ପାଇଁ ପାଲଟିଯାଏ ବୋଝ, ଯାହା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଦେଇ ଯାଉଥିବା ନୂତନ ଅନୁଗୋଳ-ସୁକିନ୍ଦା ରେଳପଥ କାର୍ଯ୍ୟରେ।
ଅଞ୍ଚଳବାସୀଙ୍କ କହିବା କଥା, ପଙ୍ଗାତୀରା-ବଡ଼କମର ପୂର୍ତ୍ତ ବିଭାଗ ରାସ୍ତାକୁ ଗଣ୍ଡତଇଲାଠାରେ ଅତିକ୍ରମ କରିଛି ଅନୁଗୋଳ-ସୁକିନ୍ଦା ରେଳପଥ। ତେବେ ଏଠାରେ ନିର୍ମାଣ କରାଯାଇଥିବା କମ୍‌ ଉଚ୍ଚତା ବିଶିଷ୍ଟ ରେଲ୍‌ଓ୍ବେ ରୋଡ୍‌ ଅଣ୍ଡର ବାଇପାସ୍‌ ଯୋଗୁ ଘାଣ୍ଟି ହେଉଛନ୍ତି ଜନସାଧାରଣ। ସାମାନ୍ୟ ବର୍ଷା ହେଲେ ବାଇପାସ୍‌ ରାସ୍ତା ବ୍ରିଜ୍‌ ତଳେ ଆଣ୍ଠୁଏ ପାଣି ଜମୁଛି। ସେହିପରି ଯୋଜନାହୀନ ଭାବେ ନିର୍ମାଣ କରାଯାଉଥିବା ସଂକୀର୍ଣ୍ଣ ରାସ୍ତାରେ ଦୁର୍ଘଟଣା ଘଟି ଧନଜୀବନ ହାନିହେଉଛି। ରେଳପଥ ନିର୍ମାଣ ପୂର୍ବରୁ ଭବିଷ୍ୟତରେ ସ୍ଥାନୀୟ ବାସିନ୍ଦା ଭୋଗିବାକୁ ଥିବା ସମସ୍ୟା ସମ୍ପର୍କରେ ଅନୁମାନ କରାଯାଉଥିଲା। ଏ ସଂକ୍ରାନ୍ତରେ ବରିଷ୍ଠ ଭାଜପା ନେତା ରୁଦ୍ରନାରାୟଣ ପାଣି, ପୂର୍ବତନ ସରପଞ୍ଚ ଲକ୍ଷ୍ମୀଧର ସାହୁ ପ୍ରମୁଖ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜିଲାପାଳଙ୍କ ସମେତ ରେଳ ବିଭାଗର ବରିଷ୍ଠ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରି ଚିଠି ଲେଖିଥିଲେ। ହେଲେ ରେଲଓ୍ବେ କର୍ତ୍ତୃପକ୍ଷ ଏଥିପ୍ରତି ଗୁରୁତ୍ୱ ଦେଲେନାହିଁ। ଫଳରେ କନ୍ଦରସିଂହା, ରୋଡ୍‌, ସାଆନ୍ଦା, ଚାନ୍ଦପୁର, କୁମୁସୀ, ପାଟରପଦା ପଞ୍ଚାୟତବାସୀଙ୍କ ସମେତ ଢେଙ୍କାନାଳକୁ ଯାତାୟାତ କରୁଥିବା ଯାତ୍ରୀମାନେ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି।
ଅନ୍ୟପଟେ ଉକ୍ତ ରେଳପଥ ନିର୍ମାଣ ଦାୟିତ୍ୱ ଆର୍‌ବିଏନ୍‌ଏଲ୍‌ ସଂସ୍ଥା ପାଇଛି। ହେଲେ ଏହି ସଂସ୍ଥାଠାରୁ ଏସ୍‌ସିଡବ୍ଲ୍ୟୁ ନାମକ ଅନ୍ୟ ଏକ ସଂସ୍ଥା ଦାୟିତ୍ୱ ନେଇଛି। ଏସ୍‌ସିଡବ୍ଲ୍ୟୁ କିଛି କାର୍ଯ୍ୟ ନିଜେ କରୁଥିବାବେଳେ ଅନ୍ୟ କେତେକ କାର୍ଯ୍ୟ ଠିକାଦାରଙ୍କ ଦ୍ୱାରା କରାଉଛି। ଠିକାଦାରଙ୍କ ଖାମଖିଆଲ ମନୋଭାବ ଏବଂ ଦୂରଦୃଷ୍ଟିର ଅଭାବ ଯୋଗୁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା ଗ୍ରାମବାସୀ କହିଛନ୍ତି। ଅପରପକ୍ଷେ ରେଳ ବିଭାଗ ମାଟି ପକାଇ ପୂର୍ତ୍ତ ବିଭାଗ ରାସ୍ତାକୁ ବନ୍ଦ କରିଦେଇଛି। ବ୍ରିଜ୍‌ ଉଚ୍ଚତା ଅତି କମ୍‌ ହୋଇଥିବାରୁ ଭାରିଯାନ ଚଳାଚଳ କରିପାରୁନାହିଁ। ଅଣ୍ଡରପାସ୍‌ ଦେଇ ପୂର୍ତ୍ତ ବିଭାଗର ଦୁଇପାର୍ଶ୍ୱକୁ ସଂଯୋଗକାରୀ ରାସ୍ତା ଅତ୍ୟନ୍ତ ସଂକୀର୍ଣ୍ଣ ହୋଇଛି। ଫଳରେ ଅଧିକାଂଶ ସମୟରେ ଦୁର୍ଘଟଣା ଘଟୁଛି। ଏହାର ସ୍ଥାୟୀ ପ୍ରତିକାର ନ ହେଲେ ଆଗାମୀ ଦିନରେ ଲକ୍ଷାଧିକ ଲୋକଙ୍କ ଜୀବନଜୀବିକା ବିପନ୍ନ ହେବେ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଏ ସଂକ୍ରାନ୍ତରେ ଏସ୍‌ସିଡବ୍ଲ୍ୟୁ କମ୍ପାନୀର ପ୍ରୋଜେକ୍ଟ ମ୍ୟାନେଜର ଶେଖର ରେଡ୍ଡୀ କୁହନ୍ତି, ବର୍ଷାଦିନେ କେତେ ପାଣି ଜମୁଛି ତାହା ଆକଳନ କରାଯାଉଛି। ଆସନ୍ତା ବର୍ଷ ଅଣ୍ଡରପାସ୍‌ ରାସ୍ତାରେ କଂକ୍ରିଟ ପକାଇ ଅଧିକ ଉଚ୍ଚା କରିଦେବୁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?