Posted inଖେଳ

ବିସ୍ଫୋରକ ଇନିଂସ ଖେଳି ସେହ୍ବାଗଙ୍କ ରେକର୍ଡ ଭାଙ୍ଗିଲେ ପଞ୍ଜାବ ଅଧିନାୟକ; ପୁଣି ୬୦୦ ରନ୍‌ ପାର୍‌…

ଦୁବାଇ,୮।୧୦: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌ ୨୦୨୧)ର ଗୁରୁବାର ଚେନ୍ନାଇ ସୁପରକିଙ୍ଗ୍ସ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ଅତି ରୋମାଞ୍ଚକର ଥିଲା। ଚଳିତ ସିଜିନର ଦ୍ୱିତୀୟ ସ୍ଥାନରେ ଥିବା ଦଳ ସହ ଟପ୍‌-୪ ବାହାରେ ଥିବା ପଞ୍ଜାବର ଟକ୍କର ଥିଲା। ହେଲେ ଅତି ସହଜରେ ୭ ଉଇକେଟ ବାକି ଥାଇ ମ୍ୟାଚ୍‌ ଜିତିନେଇଥିଲା ପଞ୍ଜାବ। ଏହି ମ୍ୟାଚ୍‌ରେ ଜଣେ ଖେଳାଳିଙ୍କ ପ୍ରାଧାନ୍ୟ ସ୍ପଷ୍ଟ ଦେଖାଯାଉଥିଲା। ସେ ହେଲେ ପଞ୍ଜାବ ଅଧିନାୟକ କେ.ଏଲ୍‌. ରାହୁଲ। ଏକା ବିସ୍ଫୋରକ ଇନିଂସ ଖେଳି ସେ ଦଳକୁ ଜିତାଇଥିଲେ।

ଟସ୍‌ ଜିତି ପଞ୍ଜାବ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ୬ ଉଇକେଟ ହରାଇ ୧୩୪ ରନ୍‌ କରିଥିଲେ। ଜବାବରେ ପଞ୍ଜାବ ଅଧିନାୟକ ରାହୁଲଙ୍କ ବିସ୍ଫୋରକ ଇନିଂସ ବଳରେ ୧୩ ଓଭରରେ ୪ ଉଇକେଟ ହରାଇ ୧୩୯ ରନ୍‌ କରି ବିଜୟୀ ହୋଇଥିଲା। ମାତ୍ର ୪୨ ବଲ୍‌ ଖେଳି ୭ ଚୌକା ଏବଂ ୮ ଛକା ସହ ୯୮ ରନ୍‌ କରି ଅପରାଜିତ ରନ୍‌ କରି ଦଳକୁ ଜିତାଇଥିବାରୁ ରାହୁଲ ପ୍ଲେୟର ଅଫ୍‌ ଦ ମ୍ୟାଚ୍‌ ବିବେଚିତ ହୋଇଥିଲେ।

ଏହି ଇନିଂସ ସହ ଆଇପିଏଲ୍‌ ୨୦୨୧ରେ ୬୦୦ ରନ୍‌ ପୂରଣ କରିଛନ୍ତି ରାହୁଲ। ତାଙ୍କ ପାଖରେ ବର୍ତ୍ତମାନ ଅରେଞ୍ଜ କ୍ୟାପ୍‌ ରହିଛି। ତେବେ ଏହା ପ୍ରଥମ ଥର ନୁହେଁ ଯେତେବେଳେ ରାହୁଲ ଏଭଳି ଉପଲବ୍ଧି ହାସଲ କରିଛନ୍ତି। ଗତ ୪ ଆଇପିଏଲ୍‌ ସିଜନ୍‌ରେ ରାହୁଲ କ୍ରମାଗତ ଚାରିଥର ୫୦୦ ରନ୍‌ ମାର୍କ ପୂରଣ କରିଥିବା ବେଳେ ସେଥିରୁ ୩ ଥର ସେ ୬୦୦ ରନ୍‌ ଅତିକ୍ରମ କରିଛନ୍ତି।

ଆଇପିଏଲ୍‌ ୨୦୧୮-୬୫୯ ରନ୍‌
ଆଇପିଏଲ୍‌ ୨୦୧୯- ୫୮୩ ରନ୍‌
ଆଇପିଏଲ୍‌ ୨୦୨୦-୬୬୮ ରନ୍‌
ଆଇପିଏଲ୍‌ ୨୦୨୧-୬୨୬ ରନ୍‌

ଏହାଛଡ଼ା ରାହୁଲ ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ତଥା ପଞ୍ଜାବ ଟିମ୍‌ର ପୂର୍ବତନ ଅଧିନାୟକ ବିରେନ୍ଦ୍ର ସେହ୍ବାଗଙ୍କ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି। ଟାର୍ଗେଟର ପିଛା କରି ଅଧିନାୟକ ଭାବେ ନଟ୍‌ଆଉଟ୍‌ ଥାଇ ସର୍ବାଧିକ ରନ୍‌ ସ୍କୋର କରିଥିବା ଅଧିନାୟକଙ୍କ ମଧ୍ୟରେ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛନ୍ତି ରାହୁଲ। ସେ ସେହ୍ବାଗଙ୍କୁ କାଟିଛନ୍ତି। ଏହି ତାଲିକାରେ ବିରାଟ କୋହଲି ଶୀର୍ଷରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଠ ସଂଗ୍ରହ ବେଳେ ମହୁମାଛି ଆକ୍ରମଣ: ୪ ଜଣ ଆହତ, ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ

ତୁମୁଡ଼ିବନ୍ଧ, ୨୮୯ (ଦୀପକ କୁମାର ପରାସେଠ): ଜାଳେଣି କାଠ ସଂଗ୍ରହ କରିବାକୁ ଜଙ୍ଗଲକୁ ଯାଇଥିବାବେଳେ ମହୁମାଛି ଆକ୍ରମଣରେ ୪ ଜଣ ଆହତ ହୋଇଛନ୍ତି। କନ୍ଧମାଳ ଜିଲା ତୁମୁଡ଼ିବନ୍ଧ…

କେନ୍ଦୁଝର ବହୁ ଚର୍ଚ୍ଚିତ ଷ୍ଟ୍ରିଟ ଲାଇଟ୍‌ ଦୁର୍ନୀତି ମାମଲା: ବିଦ୍ୟୁତ୍‌ ବିଭାଗର ୩ ଯନ୍ତ୍ରୀ କଲେ ଆତ୍ମସମର୍ପଣ

କେନ୍ଦୁଝର,୨୮।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବହୁ ଚର୍ଚ୍ଚିତ ଷ୍ଟ୍ରିଟ ଲାଇଟ୍‌ ଦୁର୍ନୀତି ମାମଲାରେ ୩ଜଣ ଯନ୍ତ୍ରୀ ଆତ୍ମସମର୍ପଣ କରିଛନ୍ତି। ସୋମବାର କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ବିଦ୍ୟୁତ୍‌…

ମଙ୍ଗଳ-ଚନ୍ଦ୍ରଙ୍କ ସଂଯୋଗରେ ମହାଲକ୍ଷ୍ମୀ ରାଜଯୋଗ: ୨୦୨୭ ପୂର୍ବରୁ କର୍କଟ ସମେତ ୪ ରାଶି ହେବେ ମାଲାମାଲ, ଘରକୁ ଆସିବ ଖୁସିଖବର!

ନଭେମ୍ବର ଆରମ୍ଭରେ ଗ୍ରହମାନଙ୍କ ସ୍ଥିତିରେ ଏକ ବିଶେଷ ପରିବର୍ତ୍ତନ ଦେଖିବାକୁ ମିଳିବ। ପଞ୍ଚାଙ୍ଗ ଅନୁସାରେ, ୧ ନଭେମ୍ବର ୨୦୨୬ରେ ଚନ୍ଦ୍ର ଓ ମଙ୍ଗଳ ଏକାଠି କର୍କଟ ରାଶିରେ…

ଟ୍ରକ୍‌ ଡ୍ରାଇଭରଙ୍କ ଝିଅ ରଚିଲେ ଇତିହାସ: ଏସିଆନ ଗେମ୍‌ରେ ଭାଙ୍ଗିଲେ ୪୨ ବର୍ଷର ରେକର୍ଡ

ନୂଆଦିଲ୍ଲୀ,୨୮।୯: ଏସିଆନ ଗେମ୍ସ ୨୦୨୬ରେ ତାମିଲନାଡୁର ଆଥଲେଟ ବିଥ୍ୟା ରାମରାଜ ନିଜ ନାଁରେ କରିଛନ୍ତି ଏକ ବଡ଼ ରେକର୍ଡ। ମହିଳା ୪୦୦ ମିଟର ହର୍ଡଲ୍ସରେ ସେ ୫୪.୭୫…

ଗୋଟିଏ UPI ପେମେଣ୍ଟରୁ ସରକାରଙ୍କୁ ମିଳେ କେତେ ଟଙ୍କା? ପ୍ରତି ଟ୍ରାଞ୍ଜାକ୍ସନ୍‌ର ପୂରା ହିସାବ ଜାଣିଲେ ହେବେ ଚକିତ

ନୂଆଦିଲ୍ଲୀ,୨୮।୯: ୟୁନିଫାଏଡ ପେମେଣ୍ଟସ ଇଣ୍ଟରଫେସ ବା UPI ଜରିଆରେ ପ୍ରତିଦିନ କୋଟି କୋଟି ଟଙ୍କାର କାରବାର ହେଉଛି। କିନ୍ତୁ ଆପଣ କେବେ ଭାବିଛନ୍ତି କି, ଆପଣଙ୍କ ଗୋଟିଏ…

ନଦୀ ପାର ହେବା ବେଳେ ପୁଅ ଆଗରେ ଭାସିଗଲେ ବାପା, କାଠ ସଂଗ୍ରହ କରିବାକୁ ଯାଉଥିଲେ

ତୁମୁଡିବନ୍ଧ,୨୮ା୯(ଦୀପକ କୁମାର ପରାସେଠ): ପରିବାର ପାଇଁ ଦୁଇ ପଇସା ରୋଜଗାର କରିବା ଆଶାରେ ଜଙ୍ଗଲକୁ କାଠକୋଇଲା ସଂଗ୍ରହ କରିବାକୁ ଯାଉଥିଲେ ବାପା ପୁଅ । ହେଲେ ଜଙ୍ଗଲରେ…

ମହାନଦୀ ଜଳ ବିବାଦକୁ ନେଇ AG ପୀତାମ୍ବର ଆଚାର୍ଯ୍ୟଙ୍କ ବଡ଼ ସୂଚନା, କହିଲେ…

ଭୁବନେଶ୍ୱର,୨୮।୯: ମହାନଦୀ ଜଳ ବିବାଦ ସମାଧାନକୁ ନେଇ AG ପୀତାମ୍ବର ଆଚାର୍ଯ୍ୟ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ମହାନଦୀ ଜଳ ବିବାଦ ସମାଧାନ ନେଇ ଏକ…

‘ଜ୍ଞାନୁଙ୍କୁ ଯିବାକୁ ହିଁ ପଡ଼ିବ…’, ଆନ୍ଦୋଳନକୁ ନେଇ ଦୀପ୍‌କେଙ୍କ ବଡ଼ ଘୋଷଣା: ଦିଲ୍ଲୀରେ ନୁହେଁ ଏଥର ଏଇଠି…

ନୂଆଦିଲ୍ଲୀ,୨୮।୯: କକରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପ୍‌କେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଅକ୍ଟୋବର ୨ରେ ଆନ୍ଦୋଳନ କରିବାକୁ ଘୋଷଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?