Posted inଖେଳ

ଭାରତର ‘ସଙ୍କଟମୋଚକ’ ସାଜିଲେ କେ.ଏଲ ରାହୁଲ: ସମସ୍ତେ କରୁଛନ୍ତି ପ୍ରଶଂସା

ସେଞ୍ଚୁରିଅନ,୨୭।୧୨: ସେଞ୍ଚୁରିଅନ ଗ୍ରାଉଣ୍ଡରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳାଯାଉଛି। ଏହି ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ଟିମ ଇଣ୍ଡିଆ ୨୪୫ ରନ୍‌ରେ ଅଲଆଉଟ୍‌ ହୋଇଛି। ଏହି ମ୍ୟାଚ୍‌ରେ ଭାରତର ସଙ୍କଟମୋଚକ ସାଜିଛନ୍ତି କେ.ଏଲ ରାହୁଲ। ସେ ୧୩୭ ବଲ୍‌ରେ ୧୦୧ ରନ୍‌ କରିଥିଲେ। କେ.ଏଲ ରାହୁଲଙ୍କ ଏହି ଇନିଂସ ଟିମ ଇଣ୍ଡିଆକୁ ଅସୁବିଧାରୁ ରକ୍ଷା କରିଥିଲା। କାରଣ ଏକ ସମୟରେ ଦଳର ସ୍କୋର ୧୨୧ ରନରେ ୬ ଉଇକେଟ୍‌ ହରାଇଥିଲା। ରାହୁଲଙ୍କ ଶତକ ଯୋଗୁ ଦଳ ୨୪୫ ରନ୍‌ ପର୍ଯ୍ୟନ୍ତ ଯାଇପାରିଥିଲା।
ଟିମ ଇଣ୍ଡିଆର ବହୁ ପୂର୍ବତନ କ୍ରିକେଟର ତାଙ୍କୁ ପ୍ରଶଂସା କରିଛନ୍ତି। ଟିମ ଇଣ୍ଡିଆର ବ୍ୟାଟିଂ କୋଚ ବିକ୍ରମ ରାଠୋର କହିଛନ୍ତି, ରାହୁଲ ପ୍ରତ୍ୟେକ ଥର, କଠିନ ପରିସ୍ଥିତିରେ ସେ ଆମକୁ ଭଲ ଭାବରେ ପରିଚାଳନା କରନ୍ତି। ସେ ବିଶେଷ କିଛି କରନ୍ତି ନାହିଁ, ଯୋଜନା ଅନୁସାରେ ଖେଳନ୍ତି। ସେ ଖରାପ ବଲକୁ ରକ୍ଷା କରି ସଠିକ ବଲ ଉପରେ ଆକ୍ରମଣ କରନ୍ତି।
ପୂର୍ବତନ ଭାରତୀୟ କ୍ରିକେଟର ସଞ୍ଜୟ ମଞ୍ଜରେକର କହିଛନ୍ତ, କେଏଲ ରାହୁଲଙ୍କ ପାଇଁ ଏହି ବର୍ଷ ଚମତ୍କାର ରହିଛି। ତାଙ୍କର ଚିନ୍ତାଧାରା ଟିକିଏ ଅଲଗା ଅଟେ। ଏସିଆ କପ୍‌ରେ ଫେରିବା ପରେ ସେ ପୂର୍ବ ଅପେକ୍ଷା ଅଧିକ ଆକ୍ରମଣାତ୍ମକ ହୋଇଯାଇଛନ୍ତି ଏବଂ ବିଶ୍ୱକପ୍‌ରେ ଉଭୟ ବ୍ୟାଟିଂ ଏବଂ ଉଇକେଟ ରକ୍ଷଣରେ ଚମତ୍କାର ପ୍ରଦର୍ଶନ କରିଥିଲେ।
ଟିମ ଇଣ୍ଡିଆର ପୂର୍ବତନ କୋଚ ତଥା ସମୀକ୍ଷକ ରବି ଶାସ୍ତ୍ରୀ କହିଛନ୍ତି, ସେ ବ୍ୟାଟିଂକୁ ସହଜ କରିଛନ୍ତି। ସେ ସନ୍ତୁଳନ ରକ୍ଷା କରି ଖେଲୁଛନ୍ତି। ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ଭେଟେରାନ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କର ମଧ୍ୟ କେ.ଏଲ ରାହୁଲଙ୍କୁ ପ୍ରଶଂସା କରି କହିଛନ୍ତି, ଆମେ ତାଙ୍କ ପ୍ରତିଭା ବିଷୟରେ ବହୁ ଦିନରୁ ଜାଣିଛୁ, କିନ୍ତୁ ଗତ ଆଠ, ନଅ ମାସ ମଧ୍ୟରେ ଆମେ ଏହା ଦେଖିଛୁ। ଦେଖାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

୫ ରାଶି ଉପରେ କୃପା କରିବେ ଶନି; ଟଙ୍କାରେ ପୁରିଯିବ ଘର, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମଫଳଦାତା ଏବଂ ନ୍ୟାୟର କାରକ ଗ୍ରହ ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଶୁଭ ତଥା ଅଶୁଭ…

ଛାଡ଼ିଲା ବନ୍ୟା, ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା

ଭବାନୀପାଟଣା,୨୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ସପ୍ତାହରେ ହାତୀ ଓ ତେଲ ନଦୀରେ ବନ୍ୟା ଆସିବାରୁ ନଦୀ କୂଳରେ ଥିବା ଶତାଧିକ ଏକର ଧାନଚାଷ ନଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?