Posted inଖେଳ

କେ.ଏଲ୍‌ ରାହୁଲଙ୍କ ପ୍ରେମ ସମ୍ପର୍କ ଉପରେ ଲାଗିଲା ମୋହର: ଭାଉଜ ଅନୁଷ୍କା ଶେୟାର କଲେ ଏଭଳି ଫଟୋ ଯେ…

ନୂଆଦିଲ୍ଲୀ,୩୦।୭: କଥାରେ ଅଛି ନିଆଁ ନ ଥିଲେ ଧୂଆଁ ଉଠେନି। କିଛି ସେଭଳି ଦେଖିବାକୁ ମିଳେ ଭାରତୀୟ କ୍ରିକେଟ ଟିମ୍‌ର ବ୍ୟାଟ୍ସମ୍ୟାନ୍‌ କେ.ଏଲ୍‌ ରାହୁଲଙ୍କ କ୍ଷେତ୍ରରେ। ଅଭିନେତା ସୁନିଲ ସେଟ୍ଟୀଙ୍କ ଝିଅ ଆଥିୟା ସେଟ୍ଟୀଙ୍କୁ ସେ ପ୍ରେମ କରୁଥିବା ନେଇ ଚର୍ଚ୍ଚା ହୋଇଆସୁଛି। ହେଲେ ଉଭୟ ଏଥିରେ ହଁ ଭରୁ ନ ଥିଲେ। ଏବେ କଥା ଭିନ୍ନ ହୋଇଛି। ଅଧିନାୟକ ବିରାଟ କୋହଲିଙ୍କ ସ୍ତ୍ରୀ ତଥା ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବେ ଏକ ଫଟୋ ଶେୟାର କରିଛନ୍ତି। ଏହାକୁ ଦେଖିବା ପରେ ଉଭୟଙ୍କ ଲଭ୍‌ଷ୍ଟୋରୀ ସତ ମନେ ହେଉଛି। ନିଜର ଆଧିକାରିକ ଟୁଇଟର ହ୍ୟାଣ୍ଡେଲରେ ଏକ ଫଟୋ ଶେୟାର କରିଛନ୍ତି ଅନୁଷ୍କା। ଏହାର କ୍ୟାପଶନରେ ସେ ଲେଖିଛନ୍ତି, ‘ଡର ‘ହମ୍‌’ ସାଥ୍‌ ସାଥ୍‌ ହୈ’।

ଏବେ ଭାରତୀୟ ଖେଳାଳି ଡରହମରେ ସେମାନଙ୍କ ସ୍ତ୍ରୀଙ୍କ ସହ ଅଛନ୍ତି। ଏହାକୁ ଅନୁଷ୍କା ଡର ‘ହମ୍‌’ ବୋଲି ଲେଖିଛନ୍ତି। ଫଟୋରେ ବିରାଟଙ୍କ ସହ ଈଶାନ୍ତ ଶର୍ମା ଏବଂ ଉମେଶ ଯାଦବ ନିଜ ନିଜ ସ୍ତ୍ରୀଙ୍କ ସହ ଥିବା ଦେଖାଯାଉଛି। ହେଲେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି ରାହୁଲ ଏବଂ ଆଥିୟା। ଫଟୋରେ ଉଭୟ ବେଶ ନିକଟତର ନଜର ଆସୁଛନ୍ତି। ଏଣୁ ଉଭୟ ପ୍ରେମ ଉପରେ ମୋହର ମାରିଥିବା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି।

କେ.ଏଲ୍‌ ମଧ୍ୟ ଇନ୍‌ଷ୍ଟାଗ୍ରାମରେ ଦୁଇଟି ଫଟୋ ଶେୟାର କରିଛନ୍ତି। ଗୋଟିଏରେ ପୁଅମାନଙ୍କୁ ଦେଖିବାକୁ ମିଳୁଥିବା ବେଳେ ଅନ୍ୟଟିରେ ସେମାନଙ୍କ ପାର୍ଟନରଙ୍କୁ ଦେଖିବାକୁ ମିଳୁଛି। ଏଥିରେ ମଜାଳିଆ ପୋଷ୍ଟ କରି ଦିନେଶ କାର୍ତ୍ତିକ ଲେଖିଛନ୍ତି, ସବୁ ସଫଳ ପୁରୁଷଙ୍କ ପଛରେ ଜଣେ ମହିଳାଙ୍କ ହାତ ରହିଛି। ଦ୍ୱିତୀୟ ଥର ଏପରି କରିବା କଷ୍ଟକର ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri