Posted inଖେଳ

କେକେଆର୍‌ରେ କମିନ୍ସଙ୍କ ସ୍ଥାନ ନେବେ ଷ୍ଟାର ବିଦେଶୀ ଖେଳାଳି

ନୂଆଦିଲ୍ଲୀ,୨୬।୮: ୟୁଏଇରେ ଆସନ୍ତା ମାସରୁ ଆରମ୍ଭ ହେବାକୁ ଥିବା ଆଇପିଏଲ ସିଜନର ବଳକା ୩୧ ମ୍ୟାଚ୍‌ ପାଇଁ ଦୁଇ ଥର ଚାମ୍ପିୟନ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ନ୍ୟୁଜିଲାଣ୍ଡର ଷ୍ଟାର ପେସର ଟିମ୍‌ ସୌଦିଙ୍କ ସହ ଚୁକ୍ତି କରିଛି। ଏ ନେଇ ବିଦ୍ଧିବଧ ଭାବେ ସୂଚନା ଦେଇଛି କେକେଆର୍‌। ବ୍ୟକ୍ତିଗତ କାରଣ ଦର୍ଶାଇ ଆଇପିଏଲର ବଳକା ମ୍ୟାଚ୍‌ରୁ ଓହରି ଯାଇଥିବା ଅଷ୍ଟ୍ରେଲିଆର ପେସର ପାଟ କୁମିନ୍ସଙ୍କ ବଦଳରେ ସୌଦିଙ୍କୁ ନିଆଯାଇଛି।

ଗତ ୬ ବର୍ଷ ହେଲା ଆଇପିଏଲରେ ଖେଳୁଥିବା ସୌଦିଙ୍କୁ ୨୦୨୦ ଅକଶନରେ କୌଣସି ଫ୍ରାଞ୍ଚାଇଜ କିଣି ନ ଥିଲା। ଅନ୍ତିମ ଥର ୨୦୧୯ରେ ଆରସିବି ପାଇଁ ଖେଳିଥିଲେ ସୌଦି। ତାଙ୍କୁ ମାତ୍ର ୩ ମ୍ୟାଚ୍‌ରେ ଖେଳିବାକୁ ସୁଯୋଗ ମିଳିଥିଲା, ଯେଉଁଥିରେ ସେ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ଆଇପିଏଲରେ ମୋଟ ୪୦ ମ୍ୟାଚ୍‌ ଖେଳିଥିବା ୩୨ ବର୍ଷୀୟ ଡାହାଣହାତୀ ପେସରଙ୍କ ନାମରେ ରହିଛି ୨୮ ଉଇକେଟ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇଣ୍ଡୋନେସିଆ ଓପନ୍‌ ବ୍ୟାଡମିଣ୍ଟନ : ଫାଇନାଲରେ ହାରିଲେ ସିନ୍ଧୁ

ଜାକର୍ତ୍ତା,୨୧।୭(ପି.ଟି.): ଅଲିମ୍ପିକ୍ସ ରୌପ୍ୟପଦକ ବିଜୟିନୀ ତଥା ମହିଳା ବ୍ୟାଡମିଣ୍ଟନ ତାରକା ପି.ଭି. ସିନ୍ଧୁ ଆଉ ଏକ ଫାଇନାଲରେ ପରାସ୍ତ ହୋଇଛନ୍ତି। ଏଠାରେ ଅନୁଷ୍ଠିତ ବିଡବ୍ଲ୍ୟୁଏଫ୍‌ ଟୁର...

ପ୍ରଶଂସା କଲେ ଏଫ୍‌ଆଇଏଚ୍‌ ସଭାପତି

ଭୁବନେଶ୍ୱର, ୩୦।୧(କ୍ରୀଡ଼ା ପ୍ରତିନିଧି): ହକି ବିଶ୍ୱକପ୍‌ ଇତିହାସରେ ଚଳିତ ସଂସ୍କରଣର ଆୟୋଜନ ଅନ୍ୟତମ ଶ୍ରେଷ୍ଠ। ହକି ପ୍ରତି ଓଡ଼ିଶା ସରକାରଙ୍କ ଭଲପାଇବା ଯୋଗୁ ଏହା ସମ୍ଭବ...

କ୍ୟାମେରାରେ ଦେଖିହେବ ଖେଳାଳିଙ୍କ ହୃଦ୍‌ସ୍ପନ୍ଦନ

ଟୋକିଓ,୧୯ା୭(ପି.ଟି.)-ଟୋକିଓ ଅଲିମ୍ପିକ୍ସ ତୀରନ୍ଦାଜୀ ପ୍ରତିଯୋଗିତାର ନକ୍‌ଆଉଟ ପର୍ଯ୍ୟାୟରେ ଦର୍ଶକମାନେ କ୍ୟାମେରା ଜରିଆରେ ତୀରନ୍ଦାଜମାନଙ୍କ ମାନସିକ ଚାପ ଓ ହୃଦ୍‌ସ୍ପନ୍ଦନର ମାପ ଦେଖିବାକୁ ପାଇବେ। ବିଶ୍ୱ ତୀରନ୍ଦାଜୀ...

ଯୁବରାଜଙ୍କ ନାଁରେ ମାମଲା ରୁଜୁ

ଭାରତର ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂଙ୍କ ସମସ୍ୟା ବଢିବାରେ ଲାଗିଛି। ଦଳିତ ସମାଜ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିବାରୁ ହରିୟାଣା ପୋଲିସ ତାଙ୍କ ନାଁରେ...

ଟେନିସ ବେଟିଂ: ଟପ୍‌ ୩୦ ମଧ୍ୟରୁ ଜଣେ ଖେଳାଳି ସମ୍ପୃକ୍ତ

ବର୍ଲିନ, ୧୬।୧୨ (ଏଏଫ୍‌ପି)- ଏଟିପି ମାନ୍ୟତାର ଶ୍ରେଷ୍ଠ ୩୦ ମଧ୍ୟରେ ସ୍ଥାନ ପାଇଥିବା ଜଣେ ଖେଳାଳିଙ୍କ ସମେତ ମୋଟ ୧୩୫ ଜଣ ଟେନିସ ଖେଳାଳି ଅନ୍ତର୍ଜାତୀୟ...

ଅନୁଭୂତି ବଖାଣି ପ୍ରବଳ କାନ୍ଦିଲେ ଏହି କ୍ରିକେଟର୍‌: ଜାଣନ୍ତୁ କାହିଁକି

ଇଣ୍ଡିଆନ ପ୍ରିମିୟର ଲିଗର ୧୪ତମ ସିଜନର କରୋନା ଯୋଗୁ ଅଧାରୁ ସ୍ଥଗିତ ହୋଇଥିଲା। ଅନେକ ଖେଳାଳି ଏବଂ କର୍ମଚାରୀ କରୋନା ପଜିଟିଭ ଆସିବା ପରେ ଏହି...

‘କାର୍ତ୍ତିକଙ୍କୁ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବା ଦରକାର’

ମୁମ୍ବାଇ,୬।୪: ଦୀନେଶ କାର୍ତ୍ତିକଙ୍କ ମ୍ୟାଚ୍‌ ଓ୍ବିନିଂ ପାଳି ଯୋଗୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ୪ ଉଇକେଟରେ ରାଜସ୍ଥାନ ରୟାଲ୍ସକୁ ହରାଇ ଦେଇଛି। ସଳ ବ୍ୟାଟିଂ...

ଆଇପିଏଲ୍‌ ଖେଳିପାରିବେନି ଶ୍ରେୟସ ଆୟାର! ଏହି କାରଣରୁ ବଢ଼ିଲା ଆଶଙ୍କା

ନୂଆଦିଲ୍ଲୀ,୨୪।୩: ଇଂଲଣ୍ଡ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଏକଦିବସୀୟ ସିରିଜର ପ୍ରଥମ ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିଛି ଭାରତ। ଦଳ ବିଦେଶୀ ଟିମ୍‌କୁ ୬୬ରନ୍‌ରେ ପରାସ୍ତ...

Advertisement
Archives

Model This Week