Posted inଫୁରସତ

ଗୁଡ଼ି ସଂଗ୍ରହାଳୟ: ପ୍ରବେଶ ପାଇଁ ଫିସ୍‌ ନାହିଁ, କିନ୍ତୁ ଫଟୋ ଉଠାଇବା ମନା

ସଂଗ୍ରହାଳୟ ତ ଅନେକେ ଦେଖିଥିବେ ଆଉ ଜାଣିଥିବେ, ହେଲେ ଗୁଡ଼ି ସଂଗ୍ରହାଳୟ ସମ୍ପର୍କରେ ହୁଏତ ଖୁବ୍‌ କମ୍‌ ଲୋକ ଅବଗତ ଥିବେ। ଗୁଜରାଟର ଅହମ୍ମଦାବାଦରେ ଅଛି ସେମିତି ଏକ ଗୁଡ଼ି ସଂଗ୍ରହାଳୟ, ଯେଉଁଠାରେ ପର୍ଯ୍ୟଟକ ବିଭିନ୍ନ ଆକୃତିର, ବିଭିନ୍ନ ଡିଜାଇନ୍‌ର ଅନେକ ଗୁଡ଼ି ଦେଖିବାର ସୁଯୋଗ ପାଇପାରିବେ…

ଗୁଜରାଟର ଅହମ୍ମଦାବାଦରେ ଥିବା ଗୁଡ଼ି ସଂଗ୍ରହାଳୟଟି ହେଉଛି ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ। ଏଠାରେ ପର୍ଯ୍ୟଟକ ବିଭିନ୍ନ ଆକୃତି, ବିଭିନ୍ନ ଡିଜାଇନ୍‌ ତଥା ବିଭିନ୍ନ ପ୍ରକାର ବସ୍ତୁକୁ ବ୍ୟବହାର କରି ତିଆରି ହୋଇଥିବା ଅନେକ ଭିନ୍ନ ଧରଣର ଗୁଡ଼ି ଦେଖିବାକୁ ପାଇଥାନ୍ତି। ଖାସ୍‌କରି ଏହି ସଂଗ୍ରହାଳୟରେ ସ୍ଥାନ ପାଇଥିବା ମିରର୍‌ ଓ୍ବାର୍କ ଗୁଡ଼ି, ୧୬ ଫୁଟ ଉଚ୍ଚତା ବିଶିଷ୍ଟ ଗୁଡ଼ି (ଯେଉଁଥିରେ ଗୁଜରାଟର ଲୋକପ୍ରିୟ ଗରବା ନୃତ୍ୟକୁ ଦର୍ଶାଯାଇଛି), ବ୍ଲକ୍‌ ଷ୍ଟାଇଲ୍‌ ଗୁଡ଼ି, ରାଧାକୃଷ୍ଣ ଗୁଡ଼ି ତଥା ବିଭିନ୍ନ ଦେଶର ଗୁଡ଼ି ଇତ୍ୟାଦି ହେଉଛି ମୁଖ୍ୟ ଆକର୍ଷଣ। ସେହିପରି ବିଭିନ୍ନ ପ୍ରକାର ଫୁଲ, କୀଟପତଙ୍ଗ, ପଶୁ, ପକ୍ଷୀ, ବିଶିଷ୍ଟ ବ୍ୟକ୍ତିତ୍ୱମାନଙ୍କର ଚିତ୍ର ଥିବା ତଥା ବିଭିନ୍ନ କାର୍ଟୁନ କ୍ୟାରେକ୍ଟରକୁ ନେଇ ପ୍ରସ୍ତୁତ ଅନେକ ଗୁଡ଼ିକୁ ମଧ୍ୟ ଏହି ସଂଗ୍ରହାଳୟରେ ସ୍ଥାନ ଦିଆଯାଇଛି। ତେବେ ପର୍ଯ୍ୟଟକ ଏଠାରେ ବିଭିନ୍ନ ପ୍ରକାରର ତିଆରି ଗୁଡ଼ିକୁ ଦେଖିବା ସମେତ ଗୁଡ଼ିର ଅନେକ ଚିତ୍ରକୁ ବି ବୁଲି ଦେଖିପାରିବେ। ତା’ସହିତ ଗୁଡ଼ି ତିଆରିର ଇତିହାସ ସମ୍ପର୍କରେ ମଧ୍ୟ ବହୁ ତଥ୍ୟ ଏଠାରେ ଜାଣିପାରିବେ।

ସଂଗ୍ରହାଳୟର ଇତିହାସ
ସୂଚନାନୁଯାୟୀ, ୧୯୫୪ ମସିହାରେ ସଂସ୍କାର କେନ୍ଦ୍ର ନାମରେ ଏକ ସଂଗ୍ରହାଳୟ ଏଠାରେ ପ୍ରତିଷ୍ଠା ହୋଇଥିଲା, ଯେଉଁଠାରେ ମୁଖ୍ୟତଃ ଅହମ୍ମଦାବାଦ୍‌ର ଇତିହାସ, କଳା, ସଂସ୍କୃତି ତଥା ବାସ୍ତୁକଳା ସମ୍ପର୍କରେ ଅନେକ ତଥ୍ୟ ଜାଣି ହେଉଥିଲା। ପ୍ରସିଦ୍ଧ ବାସ୍ତୁକାର ତଥା ଚିତ୍ରକାର ଲେ କୋର୍ବୁଜିଏ ଏହି ସଂଗ୍ରହାଳୟର ଡିଜାଇନ୍‌ କରିଥିଲେ ହେଁ ଏହାର ସମ୍ପୂର୍ଣ୍ଣ ଦାୟିତ୍ୱ ଅହମ୍ମଦାବାଦ୍‌ ମ୍ୟୁନିସିପାଲ୍‌ କର୍ପୋରେଶନ୍‌ ଉପରେ ରହିଥିଲା। ପରବର୍ତ୍ତୀ ସମୟରେ ଏହି ସଂଗ୍ରହାଳୟ ଭିତରେ ଆଉ ଗୋଟିଏ ସ୍ବତନ୍ତ୍ର ବିଭାଗ ସୃଷ୍ଟି କରାଯାଇଥିଲା, ଯେଉଁଥିରେ କେବଳ ବିଭିନ୍ନ ପ୍ରକାରର ଗୁଡ଼ିକୁ ସ୍ଥାନ ଦେବାର ଯୋଜନା ରହିଲା। ଏହା ସେତେବେଳେ ସମ୍ଭବ ହେଲା, ଯେତେବେଳେ ଭାନୁଭାଇ ଶାହ ନାମକ ଜଣେ ବ୍ୟକ୍ତି ତାଙ୍କ ପାଖରେ ସାଇତି ରଖିଥିବା ବିଭିନ୍ନ ଗୁଡ଼ିକୁ ଆଣି ଏହି ସଂଗ୍ରହାଳୟକୁ ଦାନ କରିଥିଲେ। ଗୁଡ଼ି ସଂଗ୍ରହ କରିବାର ନିଶା ତାଙ୍କୁ ଏମିତି ଘାରିଥିଲା ଯେ, ସେ ବିଭିନ୍ନ ସ୍ଥାନ ବୁଲି ଭିନ୍ନ ଭିନ୍ନ ରଙ୍ଗ ତଥା ସାଇଜ୍‌ର ଗୁଡ଼ି ସଂଗ୍ରହ କରୁଥିଲେ ଆଉ ତାକୁ ସାଇତି ରଖୁଥିଲେ। ଯେତେବେଳେ ସେ ଏହି ସଂଗ୍ରହାଳୟ ବିଷୟରେ ଅବଗତ ହେଲେ ସେତେବେଳେ ସିଏ ତାଙ୍କର ସମସ୍ତ ଗୁଡ଼ିକୁ ଆଣି ଏଠାରେ ଦେଇ ଯାଇଥିଲେ। କାରଣ ସେ ଭଲ ଭାବେ ଜାଣିଥିଲେ ଯେ, ତାଙ୍କ ପାଖେ ଥିବା ସମସ୍ତ ଗୁଡ଼ି ଏହି ସଂଗ୍ରହାଳୟରେ ହିଁ ବହୁଦିନ ପର୍ଯ୍ୟନ୍ତ ସୁରକ୍ଷିତ ରହିପାରିବ। ବାସ୍‌ ସେବେଠାରୁ ଗୁଡ଼ି ସଂଗ୍ରହାଳୟଟି ସଂସ୍କାର କେନ୍ଦ୍ରର ଏକ ସ୍ବତନ୍ତ୍ର ବିଭାଗ ଭାବେ ପରିଚାଳିତ ହୋଇଚାଲିଛି ଏବଂ ଧୀରେ ଧୀରେ ଏଥିରେ ଆହୁରି ଅନେକ ଗୁଡ଼ି ବି ସାମିଲ ହୋଇଛି। ଆଉ ଏହାର ଦାୟିତ୍ୱ ମଧ୍ୟ ଅହମ୍ମଦାବାଦ୍‌ ମ୍ୟୁନିସିପାଲ୍‌ କର୍ପୋରେଶନ୍‌ ବୁଝୁଛି।

କେବେ ଯିବେ
ଏହି ଗୁଡ଼ି ସଂଗ୍ରହାଳୟଟି ପ୍ରତି ସୋମବାର ତଥା ସମସ୍ତ ସରକାରୀ ଛୁଟିଦିନରେ ବନ୍ଦ ରହିଥାଏ। ବାକି ଅନ୍ୟ ଦିନମାନଙ୍କରେ ଏହା ପର୍ଯ୍ୟଟକଙ୍କ ଦେଖିବା ନିମନ୍ତେ ସକାଳ ୧୦ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଏବଂ ପୁନର୍ବାର ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ଯାଏ ଖୋଲା ରୁହେ।

ଜାଣିବା କଥା
ଏହି ଗୁଡ଼ି ସଂଗ୍ରହାଳୟକୁ ପ୍ରବେଶ କରିବା ପାଇଁ ପର୍ଯ୍ୟଟକଙ୍କୁ କୌଣସି ଫିସ୍‌ ଦେବାକୁ ପଡେନାହିଁ। କିନ୍ତୁ ଫଟୋ ଉଠାଇବା ପାଇଁ ଏଠାରେ କାହାକୁ ବି ଅନୁମତି ନ ଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

ଆଜି ଚକୋଲେଟ୍‌ ଦେଇ ସମ୍ପର୍କରେ ମଧୁରତା ଭରିବେ ପ୍ରେମୀଯୁଗଳ

ଭୁବନେଶ୍ୱର,୯। ୨ (ସୌମ୍ୟରଞ୍ଜନ ରାଉତ): ରାଜଧାନୀରେ ଏବେ ପ୍ରେମଛିଟା ବୋଳି ହୋଇଯାଇଛି। କଲେଜଠାରୁ ଆରମ୍ଭ କରି ପାର୍କ, ହୋଟେଲ୍‌, ସିନେମା ହଲ୍‌ ଓ ବିଭିନ୍ନ ମଲ୍‌ରେ ଏବେ…

ସମର୍ପିତ କୁକୁର ଶ୍ମଶାନ ଘାଟ! ଯେଉଁଠାରେ ସମ୍ମାନର ସହିତ ପ୍ରାଣୀମାନଙ୍କର କରାଯାଏ ଶେଷକୃତ୍ୟ

ଫରିଦାବାଦ,୮।୨: ଫରିଦାବାଦ ମାନବିକତା ଏବଂ ଦାୟିତ୍ୱର ଏକ ନୂତନ ଉଦାହରଣ ସୃଷ୍ଟି କରିଛି। ଏହା ହରିୟାଣାର ପ୍ରଥମ ସହର ହୋଇଛି ଯେଉଁଠାରେ ବୁଲା କୁକୁରଙ୍କ ପାଇଁ ଏକ…

ପ୍ରଥମ ରୋଜଗାର ଟଙ୍କା ବାପା-ବୋଉ ହାତକୁ ବଢାଇ ଦେବାର ସତ୍‌ ସାହସ ନ ଥିଲା: ପରେ ମୋ ପଇସାରେ ବାପାଙ୍କ ଲୋନ୍‌ କ୍ଲିଅର କରିଥିଲି

ଏତେ ବର୍ଷ ପରେ ନିଜ ପହିଲି ରୋଜଗାରର ପୁଲକ ବିଷୟରେ କିଛି ଲେଖିବାକୁ ଆରମ୍ଭ କଲା ବେଳେ ଟିକେ ଭାବପ୍ରବଣ ହୋଇ ଉଠୁଛି ମନ। ଦୃଶ୍ୟପଟ୍ଟରେ ଭାସି…

ସ୍ବେଚ୍ଛାଚାରୀ ଶାସକ ଭାବେ ପରିଚିତ ହିଟଲର୍‌ଙ୍କୁ ବି ହୋଇଥିଲା ପ୍ରେମ: ଜାଣନ୍ତୁ ତାଙ୍କ ରୋଚକ ପ୍ରେମକାହାଣୀ

ସତରେ ! ପ୍ରେମ କାହାକୁ ବି ହୋଇପାରେ, ସେଇଥିପାଇଁ ବୋଧେ ସମଗ୍ର ବିଶ୍ୱରେ କ୍ରୁର ଓ ସ୍ବେଚ୍ଛାଚାରୀ ଶାସକଭାବେ ପରିଚିତ ହିଟଲର୍‌ ବି ଏଥିରୁ ବାଦ୍‌ ଯାଇ…

ଏମାନେ ଧନୀ ନୁହନ୍ତି, କୋଟି କୋଟି ଟଙ୍କା ଖର୍ଚ୍ଚ ବି କରିନାହାନ୍ତି: ତଥାପି ବିବାହ ଭାଇରାଲ

ପ୍ରେମ ଦୁଇଟି ମନର ମିଳନ। ଏହା ପବିତ୍ର, ଏହା ଶାଶ୍ୱତ। ପ୍ରେମ ମାନେ ନୁହେଁ ଜଣକୁ ପାଇ ଖୁସି ହୋଇଯିବା, ବରଂ ପ୍ରେମ ହେଉଛି ତାହା ଯାହାକୁ…

ମନର ଭାବନାକୁ ପାର୍ଟନରଙ୍କ ଆଗରେ ଖୋଲାଖୋଲି ପ୍ରକାଶ କରିବାର ଦିନଟିଏ…

ପ୍ରତିବର୍ଷ ଫେବୃଆରୀ ୮ରେ ବିଶେଷକରି ଯୁବପିଢ଼ି ପାଳନ କରିଥାନ୍ତି ପ୍ରପୋଜ ଡେ’। ଭାଲେଣ୍ଟାଇନ୍ସ ଉଇକ୍‌ର ଦ୍ୱିତୀୟ ଦିନ ହେଉଛି ପ୍ରପୋଜ ଡେ’। ଏହି ଦିନଟି ନିଜର ଭାବନାକୁ…

ଏହି ଗାଁରେ ଦୁଇ ମହଲା ଘର ତିଆରି କରିବାକୁ ଡରନ୍ତି ଗ୍ରାମବାସୀ, କାରଣ ଜାଣିଲେ…

ଭାରତରେ ଅନେକ ଗାଁ ରହିଛି। ଗାଁରେ ଅନେକ ଆଶ୍ଚର୍ଯ୍ୟଜନକ କାହାଣୀ ବି ଶୁଣିବାକୁ ମିଳେ। ପ୍ରତ୍ୟେକ ଗାଁର ନିଜସ୍ବ ପରମ୍ପରା ଏବଂ ସଂସ୍କୃତି ଅଛି। ଏପରି ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri