Posted inଖେଳ

ରଗ୍‌ବୀ ସେମିରେ କିଟ୍‌ ମହିଳା, ପୁରୁଷ ଦଳ

ଭୁବନେଶ୍ୱର, ୨୬ା୫ (ସ୍ପୋଟର୍‌ସ ବ୍ୟୁରୋ): ଉତ୍ତର ପ୍ରଦେଶର ବିଭିନ୍ନ ସହରରେ ଅନୁଷ୍ଠିତ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ରଗ୍‌ବୀ ବିଭାଗରେ କିଟ୍‌ ବିଶ୍ୱବିଦ୍ୟାଳୟର ମହିଳା ଓ ପୁରୁଷ ଦଳ ସେମି ଫାଇନାଲରେ ପ୍ରବେଶ କରିଛନ୍ତି। ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ଓ ଆସୋସିଏଶନ ଅଫ୍‌ ଇଣ୍ଡିଆନ ୟୁନିଭର୍ସିଟିଜ୍‌(ଏଆଇୟୁ)ର ମିଳିତ ଆନୁକୂଲ୍ୟରେ ଏହି ପ୍ରତିଯୋଗିତା ଆୟୋଜିତ ହେଉଛି। କିଟ୍‌ ପୁରୁଷ ରଗ୍‌ବୀ ଦଳ ତୃତୀୟ ଲିଗ୍‌ ମ୍ୟାଚରେ ୪୦-୦ରେ ଶିବାଜୀ ବିଶ୍ୱ ବିଦ୍ୟାଳୟ କୋହ୍ଲାପୁରକୁ ପରାସ୍ତ କରିଥିଲା। ସମାନ ଢଙ୍ଗରେ କିଟ୍‌ ମହିଳା ଦଳ ୩୬-୫ରେ ଶିବାଜୀ ବିଶ୍ୱ ବିଦ୍ୟାଳୟ କୋହ୍ଲାପୁରକୁ ପରାସ୍ତ କରିଛି। କ୍ୱାର୍ଟର ଫାଇନାଲରେ କିଟ୍‌ ପୁରୁଷ ଦଳ ୨୨-୫ରେ କାଲିକଟ୍‌ ବିଶ୍ୱ ବିଦ୍ୟାଳୟକୁ ପରାସ୍ତ କରିଥିଲା। ମହିଳା ଦଳ ଏହାର କ୍ୱାର୍ଟର ଫାଇନାଲରେ ୨୦-୦ରେ କିସ୍‌ ବିଶ୍ୱ ବିଦ୍ୟାଳୟକୁ ପରାସ୍ତ କରିଛି। ଶୁକ୍ରବାର ସେମି ଫାଇନାଲରେ ପୁରୁଷ ଦଳ ଲଭ୍‌ଲି ପ୍ରଫେସନାଲ ୟୁନିଭର୍ସିଟି ପଞ୍ଜାବ ଓ ମହିଳା ଦଳ ଶିବାଜୀ ବିଶ୍ୱ ବିଦ୍ୟାଳୟ କୋହ୍ଲାପୁରକୁ ଭେଟିବ।
ଟେନିସ୍‌ରେ କିଟ୍‌ ମହିଳା ଦଳ ୩-୦ରେ ରୋହତକର ମହର୍ଷି ଦୟାନନ୍ଦ ବିଶ୍ୱବିଦ୍ୟାଳୟକୁ ପରାସ୍ତ କରି ଅଭିଯାନ ଆରମ୍ଭ କରିଛି। ସମ୍ବଲପୁର ବିଶ୍ୱ ବିଦ୍ୟାଳୟ ମହିଳା ଫୁଟବଲ ମ୍ୟାଚରେ୦-୨ ଗୋଲରେ ଜିଏନ୍‌ଡିୟୁ, ଅମ୍ରିତସର ନିକଟରୁ ପରାଜିତ ହୋଇଛି। ସମ୍ବଲପୁର ବିଶ୍ୱ ବିଦ୍ୟାଳୟର ହକି ଦଳ ଶୁକ୍ରବାର ଏହାର ଅଭିଯାନ ଆରମ୍ଭ କରିବ। ସେହିପରି ସନ୍ତରଣରେ ଉତ୍କଳ ବିଶ୍ୱ ବିଦ୍ୟାଳୟ ମଧ୍ୟ ଶୁକ୍ରବାର ଅଭିଯାନ ଆରମ୍ଭ କରିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କ୍ରିକେଟ୍‌ରେ ‘ଡାଇମଣ୍ଡ-ଡକ ଆଉଟ୍‌’ କ’ଣ ଜାଣନ୍ତି

ମୁମ୍ବାଇ,୮।୫: ଆଇପିଏଲ ୨୦୨୨ରେ କେ.ଏଲ ରାହୁଲ ଭଲ ଫର୍ମରେ ଅଛନ୍ତି। ସେ ଲକ୍ଷ୍ନୌ ସୁପର୍‌ ଜିଆଣ୍ଟ୍ସ ଦଳ ପାଇଁ ସର୍ବାଧିକ ରନ ସ୍କୋରର, କିନ୍ତୁ ଏହା...

ନିଜ ଜାତୀୟ ରେକର୍ଡ ଭାଙ୍ଗିଲେ ଦୂତୀ: ଅଲିମ୍ପିକ୍ସ ଯୋଗ୍ୟତାରୁ ଅଳ୍ପକେ ବଞ୍ଚିତ

ଭୁବନେଶ୍ୱର(ସ୍ପୋଟର୍‌ସ ବ୍ୟୁରୋ)୨୨।୬: ଭାରତ ଦ୍ରୁତତମ ମହିଳା ତଥା ତାରକା ସ୍ପ୍ରିଣ୍ଟର ଦୂତୀ ଚାନ୍ଦ ଆଉ ଏକ ଉଲ୍ଲେଖନୀୟ ସଫଳତା ଅର୍ଜନ କରିଛନ୍ତି। ପଟିଆଲାରେ ଚାଲିଥିବା ଭାରତୀୟ...

୪୦ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ବୁମ୍‌ରା

ବର୍ମିଂହାମ୍‌, ୫।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଏଜବାଷ୍ଟନ ଟେଷ୍ଟରେ ଘରୋଇ ଦଳ ବିଜୟ ପଥରେ ଆଗେଇଛି। ୩୭୮ ରନ୍‌ର ଟାର୍ଗେଟକୁ ପିଛା କରି ଇଂଲଣ୍ଡ...

ଧୋନୀଙ୍କ ଉଇକେଟ ଆଭେଶଙ୍କ ସ୍ବପ୍ନ ଥିଲା

ମୁମ୍ବାଇ, ୧୩ା୪ (ପି.ଟି.)- ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବିପକ୍ଷ ଆଇପିଏଲ୍‌ ଓପନରରେ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂଙ୍କ ଧୋନୀଙ୍କ ଉଇକେଟ ହାସଲ ଦ୍ୱାରା...

ଅବସର ସମ୍ପର୍କରେ ବିସିସିଆଇକୁ ଜଣାଇ ନ ଥିଲେ ରାଇନା

ନୂଆଦିଲ୍ଲୀ, ୧୮।୮-ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପୂର୍ବରୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)କୁ ଏ ସମ୍ପର୍କରେ କିଛି ଜଣାଇ ନ ଥିଲେ ସୁରେଶ ରାଇନା।...

ବ୍ୟାଟ୍‌ ଛାଡି ବନ୍ଧୁକ ଧରିଲେ ଧୋନୀ

ରାଞ୍ଚି,୧୬।୧: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ପୁଣି କେବେ ପଡିଆକୁ ଫେରିବେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇ ରହିଛି।...

ଜାତୀୟ ସିନିୟର ୫-ଏ-ସାଇଡ୍‌ ମହିଳା ହକି: ଓଡ଼ିଶା-ହରିୟାଣା ସେମିଫାଇନାଲ

ଭୁବନେଶ୍ୱର, ୨୬।୯ (ସ୍ପୋଟର୍‌ସ ବ୍ୟୁରୋ)- ଉତ୍ତରପ୍ରଦେଶ କାନପୁରସ୍ଥିତ ଗ୍ରୀନ ପାର୍କ ଷ୍ଟାଡିୟମଠାରେ ଚାଲିଥିବା ୪ର୍ଥ ହକି ଇଣ୍ଡିଆ ୫-ଏ-ସାଇଡ୍‌ ମହିଳା ହକି ଟୁର୍ନାମେଣ୍ଟରେ ଓଡ଼ିଶା ଦଳ...

ବାଙ୍ଗାଲୋର ୩୭ ରନରେ ବିଜୟୀ

ଦୁବାଇ, ୧୧।୧୦(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୫ତମ ମ୍ୟାଚ୍‌ରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୩୭ ରନରେ ମହେନ୍ଦ୍ର ସିଂ ଧୋନୀଙ୍କ...

Advertisement
Archives

Model This Week