ଥିଏଟର ଗ୍ରୁପରେ କିରଣଙ୍କ ସହ ଦେଖା ହୋଇଥିଲା ଅନୁପମଙ୍କର

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କିରଣ ଖେର ତାଙ୍କର ୭୦ ତମ ଜନ୍ମଦିନ ପାଳନ କରିଛନ୍ତି । ୧୪ ଜୁନ ୧୯୫୨ରେ ସେ ପଞ୍ଜାବରେ ଜନ୍ମ ହୋଇଥିଲେ । ମଲ୍ଟିପଲ ମାୟଲୋମା ନାମକ ବ୍ଲଡ କ୍ୟାନସରେ ପୀଡ଼ିତ ହୋଇ ଚିକିତ୍ସିତ ହୋଇଛନ୍ତି କିରଣ । ଅନୁପମଙ୍କ ସହ ସେ ୧୯୮୫ରେ ବିବାହ କରିଥିଲେ । ଉଭୟଙ୍କର ଏହା ଦ୍ୱିତୀୟ ବିବାହ ହୋଇଥିବା ବେଳେ ଏମାନଙ୍କ ପ୍ରେମ କାହାଣୀ କୌଣସି ଫିଲ୍ମର ପ୍ରେମ କାହାଣୀଠାରୁ କମ୍ ନ ଥିଲା ।
କିରଣ ଓ ଅନୁପମଙ୍କ ପ୍ରଥମ ସାକ୍ଷତ୍ ଚଣ୍ଡିଗଡ଼ରେ ହୋଇଥିଲା । ଉଭୟ ଚଣ୍ଡିଗଡ଼ ଥିଏଟର ଗ୍ରୁପରେ କାମ କରୁଥିଲେ । ୧୯୮୦ରେ କିରଣ ଚଣ୍ଡିଗଡ଼ରୁ ମୁମ୍ବାଇ ଚାଲିଆସିଥିଲେ । ସେଠାରେ ତାଙ୍କର ପ୍ରଥମ ବିବାହ ବିଜନେସମ୍ୟାନ ଗୌତମ ବୈରିଙ୍କ ସହ ହୋଇଥିଲା । ୧୯୮୧ରେ ପୁଅ ସିକନ୍ଦରଙ୍କ ଜନ୍ମ ହୋଇଥିଲା । ଏହାର ୪ ବର୍ଷ ପରେ କିରଣ ତାଙ୍କ ପ୍ରଥମ ସ୍ୱାମୀଙ୍କ ଠାରୁ ଅଲଗା ହୋଇଯାଇଥିଲେ । ସେପଟେ ଘର ଲୋକଙ୍କ ଚାପରେ ଅନୁପମ ୧୯୭୯ରେ ମଧୁମାଳତି ନାମକ ଜଣେ ଝିଅକୁ ବିବାହ କରିଥିଲେ । ହେଲେ ଉଭୟ ଏହି ବିବାହରେ ଖୁସି ନ ଥିଲେ ।
ଥରେ ନାଦିର ବାବରଙ୍କ ପ୍ଲେ ପାଇଁ ଅନୁପମ ଓ କିରଣ କୋଲକାତା ଆସିଥିବା ବେଳେ ସେଠାରେ ଉଭୟଙ୍କର ସାକ୍ଷାତ୍ ହୋଇଥିଲା । ଏହି ସମୟରେ ହିଁ ଅନୁପମ କିରଣଙ୍କୁ ପ୍ରପୋଜ କରିଥିଲେ ଆଉ ଏକାଥରେ କିରଣ ରାଜି ହୋଇ ଯାଇଥିଲେ । ଉଭୟ ପରସ୍ପରର ପାର୍ଟନରଙ୍କୁ ତଲାକ ଦେବା ପରେ ୧୯୮୫ରେ ବିବାହ ବନ୍ଧନରେ ବାନ୍ଧି ହୋଇଗଲେ ।
୨୦୧୩ରେ ଅନୁପମ ଏକ ସାକ୍ଷାତକାରରେ କହିଥିଲେ କିରଣ ଯେତେବେଳେ ମୋତେ ବିବାହ କଲେ ସେତେବେଳେ ସେ ତାଙ୍କ ପ୍ରଥମ ସ୍ୱାମୀଙ୍କ ପୁଅ ସିକନ୍ଦରଙ୍କୁ ମୋ ପାଖକୁ ନେଇ ଆସିଥିଲେ । ଆଉ ସିକନ୍ଦର ମୋତେ ଖୁବ୍ ଭଲ ପାଉଥିବା ବେଳେ ମୁଁ ବି ସିକନ୍ଦରଙ୍କୁ ଖୁବ୍ ଭଲ ପାଉଥିଲି । ଯେମିତି ଭାବେ ମୋ ପିତା ମୋତେ ସ୍ନେହ କରୁଥିଲେ ଠିକ୍ ସେମିତି । ଏବେ ପର୍ଯ୍ୟନ୍ତ ମୋର ସନ୍ତାନ ନ ଥିବା କଥା ମୁଁ କେବେ ଅନୁଭବ କରି ନାହିଁ ବୋଲି କୁହନ୍ତି ଅନୁପମ ।


Enter your email to get our daily news in your inbox.

All Right Reserved By Dharitri.Com

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?