Categories: ଖେଳ

ମେ ୫ରେ କିରଣଙ୍କ ବାହାଘର

ଭୁବନେଶ୍ୱର, ୧୭।୩(କ୍ରୀଡ଼ା ପ୍ରତିନିଧି)- ଚେସ୍‌ ଜଗତରେ ଅନେକ ନାଁ କମାଇଥିବା ଓଡ଼ିଶାର ପ୍ରଥମ ମହିଳା ଗ୍ରାଣ୍ଡମାଷ୍ଟର କିରଣ ମନୀଷା ମହାନ୍ତି ଆସନ୍ତା ମେ ୫ରେ ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି। ମଞ୍ଜୁବାଳା ଓ କିଶୋର କୁମାର ମହାନ୍ତିଙ୍କ ଏକମାତ୍ର କନ୍ୟା କିରଣ ଆସନ୍ତା ମେ ୫ ତାରିଖରେ ରାଉରକେଲାର ଦାନ୍ତ ଡାକ୍ତର ସନ୍ଦୀପ ମହାନ୍ତିଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଗତ ଫେବୃୟାରୀ ୧୭ ତାରିଖରେ ଉଭୟଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଥିଲା। ନୟାଗଡ଼ର କିରଣ ସମ୍ପ୍ରତି ଭାରତୀୟ ଜୀବନବୀମା ନିଗମରେ କାର୍ଯ୍ୟରତ। କ୍ୟାରିୟରରେ ଅନେକ ଜାତୀୟ ଅନ୍ତର୍ଜାତୀୟ ପଦକ ହାସଲ କରିଥିବା କିରଣ ୨୦୧୦ରେ ଓଡ଼ିଶାର ପ୍ରଥମ ଖେଳାଳିଭାବେ ମହିଳା ଗ୍ରାଣ୍ଡମାଷ୍ଟର (ଡବ୍ଲ୍ୟୁଜିଏମ୍‌) ଟାଇଟଲ ହାସଲ କରିଥିଲେ। ୨୦୦୬ରେ ସେ ଓଡ଼ିଶାର ପ୍ରଥମ ମହିଳା ଅନ୍ତର୍ଜାତୀୟ ମାଷ୍ଟର (ଡବ୍ଲ୍ୟୁଆଇଏମ୍‌) ଏବଂ ୨୦୦୭ରେ ରାଜ୍ୟର ପ୍ରଥମ ଖେଳାଳିଭାବେ ମହିଳା ନ୍ୟାଶନାଲ ‘ବି’ ଚେସ୍‌ ଟାଇଟଲ ଜିତିଥିଲେ।

Share