Categories: ଖେଳ

କିରନ ମୋରେଙ୍କୁ କରୋନା

ମୁମ୍ବାଇ, ୭ା୪ (ପି.ଟି.)-ଭାରତର ପୂର୍ବତନ ଉଇକେଟକିପର ତଥା ମୁମ୍ବାଇ ଇଣ୍ଡିଆନ୍ସ ଟ୍ୟାଲେଣ୍ଟ ସ୍କାଉଟ୍‌ କିରଣ ମୋରେ କରୋନା ସଂକ୍ରମିତ ହୋଇଥିବା କୋଭିଡ୍‌ ଟେଷ୍ଟ ଦ୍ୱାରା ସ୍ପଷ୍ଟ ହୋଇଛି। ୫୮ ବର୍ଷୀୟ ମୋରେ ୫ଥର ଆଇପିଏଲ୍‌ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଦଳର ଉଇକେଟକିପିଂ ପରାମର୍ଶଦାତା ରହିଛନ୍ତି। ତାଙ୍କ ନିକଟରେ କୌଣସି ଲକ୍ଷଣ ପ୍ରକାଶ ପାଇ ନ ଥିଲା। ବର୍ତ୍ତମାନ ସେ ଆଇସୋଲେଶନରେ ଅଛନ୍ତି। ବିସିସିଆଇ ଦ୍ୱାରା ଧାର୍ଯ୍ୟ ସମସ୍ତ ଗାଇଡ୍‌ଲାଇନ୍‌କୁ ସେ ମାନି ଚଳୁଛନ୍ତି ବୋଲି ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଏକ ପ୍ରେସ୍‌ ରିଲିଜରେ କୁହାଯାଇଛି। ମୁମ୍ବାଇ ଇଣ୍ଡିଆନ୍ସର ମେଡିକାଲ ଟିମ୍‌ ମୋରେଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖିଛି। ଦିଲ୍ଲୀ କ୍ୟାପିଟାଲ୍ସ ଅଲରାଉଣ୍ଡର ଅକ୍ଷର ପଟେଲ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି ଓ ଆଇସୋଲେଶନରେ ରହିଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର କ୍ୟାମ୍ପରେ ଯୋଗଦେବା ପୂର୍ବରୁ କୋଭିଡ୍‌ ଟେଷ୍ଟରେ ପଜିଟିଭ୍‌ ଜଣାପଡ଼ିବାରୁ ଓପନର ଦେବଦତ୍ତ ପଡିକାଲ ଏବେ ନିଜ ଘରେ କ୍ୱାରାଣ୍ଟାଇନ୍‌ରେ ଅଛନ୍ତି। ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଥିବାବେଳେ ମହାରାଷ୍ଟ୍ର ଏଥିରେ ସବୁଠାରୁ ବେଶି ପ୍ରଭାବିତ ହୋଇଛିି।

Share