Categories: ଖେଳ

କିପ୍‌ଚୋଗେ ‘ରନ୍‌ ଆଜ୍‌ ଓ୍ବାନ୍‌’ର ଆମ୍ବାସାଡର ନିଯୁକ୍ତ

ମୁମ୍ବାଇ, ୧୫ା୮ (ପି.ଟି.)- କୋଭିଡ୍‌-୧୯ରେ ପ୍ରଭାବିତ ଲୋକମାନଙ୍କୁ ସାହାଯ୍ୟାର୍ଥେ ପାଣ୍ଠି ସଂଗ୍ରହ ଉଦ୍ଦେଶ୍ୟରେ ଶନିବାରଠାରୁ ଆରମ୍ଭ ହେବାକୁ ଥିବା ‘ସନ୍‌ଫିଷ୍ଟ ଇଣ୍ଡିଆ ରନ୍‌ ଆଜ୍‌ ଓ୍ବାନ୍‌’ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏହି ଭର୍ଚୁଆଲ ଇଭେଣ୍ଟ ଲାଗି ଅଲିମ୍ପିକ ମାରାଥନ ଚାମ୍ପିୟନ ଏଲିଉଡ୍‌ କିପ୍‌ଚୋଗେଙ୍କୁ ଶୁକ୍ରବାର ଏହାର ଆମ୍ବାସାଡର ଭାବେ ନିଯୁକ୍ତି ମିଳିଛି। ଦୁଇଘଣ୍ଟା ମଧ୍ୟରେ ମାରାଥନ ଦୂରତା ଅତିକ୍ରମ କରିବାରେ କିପଚୋଗେ ହେଉଛନ୍ତି ବିଶ୍ୱର ପ୍ରଥମ ବ୍ୟକ୍ତି। ୩୫ ବର୍ଷୀୟ ଆଥଲେଟ୍‌ ଭିଏନାରେ ୧:୫୯:୪୦ ଟାଇମିଂରେ ଏହି ସଫଳତା ହାସଲ କରିଛନ୍ତି। ଭାରତ ଏକ ସୁନ୍ଦର ଦେଶ। ଏହି ଦେଶରେ ଲୋକମାନଙ୍କ ଭଲ ପାଇବା ଓ ଆତିଥେୟକୁ ସେ ଅଙ୍ଗେ ନିଭେଇଛନ୍ତି। ଦୌଡ଼ିବା, ଚାଲିବା ଅବା ଜଗିଂ ଜରିଆରେ ଲୋକମାନଙ୍କୁ ଏକ ମହତ କାର୍ଯ୍ୟରେ ଲିପ୍ତ କରାଇବା ଏକ ଉନ୍ନତ ବିଚାରଧାରା। ଏହି ୩୦ ଦିନିଆ ଅଭିଯାନ ଶନିବାରଠାରୁ ଆରମ୍ଭ ହେବ। ପଞ୍ଜୀକରଣ ସେପ୍ଟେମ୍ବର ୧୧ ପର୍ଯ୍ୟନ୍ତ ଚାଲିବ।

Share