ରାଷ୍ଟ୍ରପତି ପୁରସ୍କାର ପାଇବେ କିନ୍ନର ଦୀପା

କଟକ,୨୪ା୧୧(ଶିଳ୍ପା ପ୍ରିୟଦର୍ଶିନୀ): ରାଷ୍ଟ୍ରପତି ପୁରସ୍କାର ପାଇବେ କଟକରେ ରହୁଥିବା କିନ୍ନର ଦୀପା ସାହୁ। ଆସନ୍ତା ୩୦ରେ ଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଦୀପା ପୁରସ୍କୃତ ହେବେ ବୋଲି କିଛିଦିନ ପୂର୍ବରୁ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ତାଙ୍କ ନିକଟକୁ ଚିଠି ଆସିଛି। ଭାରତର ପ୍ରଥମ କିନ୍ନର ଭାବେ ଦୀପା ପିଏଚ୍‌.ଡିରେ ଅଧ୍ୟୟନ କରୁଛନ୍ତି। ଜଗତ୍‌ସିଂହପୁରର ମୂଳବାସିନ୍ଦା ଦୀପା ୧୨ ବର୍ଷ ବୟସରୁ ଘର ଛାଡ଼ି କଟକ ଶଙ୍କରପୁରର ମିଠି ମା’ଙ୍କ ପାଖରେ ରହୁଛନ୍ତି। ରାଣୀହାଟ ହାଇସ୍କୁଲରେ ସେ ପ୍ରଥମରୁ ଦଶମ ପର୍ଯ୍ୟନ୍ତ ଅଧ୍ୟୟନ କରିଥିଲେ। ପରେ ରେଭେନ୍‌ଶା ଜୁନିୟର କଲେଜରେ ଯୁକ୍ତ୨, ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ ଯୁକ୍ତ ୩ ଓ ଉଦ୍ଭିଦ ବିଜ୍ଞାନରେ ପିଜି କରିଛନ୍ତି। ଏହାପରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଉଦ୍ଭିଦ ବିଜ୍ଞାନରେ ପିଏଚ୍‌.ଡି ଦ୍ୱିତୀୟ ବର୍ଷରେ ଅଧ୍ୟୟନ କରୁଛନ୍ତି। ପାଠପଢ଼ା ସହ ଟ୍ରାନ୍ସଜେଣ୍ଡର କମ୍ୟୁନିଟି ୱେଲ୍‌ଫେୟାର, କିନ୍ନର ଏସ୍‌ଏଚ୍‌ଜି ଓ ବିଭିନ୍ନ ସଙ୍ଗଠନରେ ଜଡ଼ିତ ରହି ସାମାଜିକ କାର୍ଯ୍ୟରେ ନିୟୋଜିତ ରହିଛନ୍ତି।
ଦୀପା ଓଡ଼ିଶା ତଥା ଭାରତର କିନ୍ନର ସମାଜ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ବର୍ତ୍ତମାନ ସମାଜରେ କିନ୍ନରମାନେ ଚଳିବା ପାଇଁ ଅନ୍ୟ ଉପରେ ନିର୍ଭର କରୁଥିବାବେଳେ ଦୀପା ନିଜର ପରିଶ୍ରମ ଏବଂ ଦୃଢ଼ ଇଚ୍ଛାଶକ୍ତି ବଳରେ ରାଷ୍ଟ୍ରପତି ପୁରସ୍କାର ପାଇବା ପାଇଁ ହକ୍‌ଦାର ହୋଇଛନ୍ତି। ପରିବାରରେ ଦୀପା ଜନ୍ମ ହେବା ପରେ ସଦସ୍ୟମାନେ ବେଶ୍‌ ଖୁସି ଥିଲେ। କିନ୍ତୁ ଭଗବାନଙ୍କ ସୃଷ୍ଟି କିଛି ଅଲଗା ଥିଲା। ପୁଅ ହେଲେ ମଧ୍ୟ ଦୀପାଙ୍କୁ ପୁଅଙ୍କ ପୋଷାକ ଭଲ ଲାଗୁ ନ ଥିଲା। ବିଡ଼ମ୍ବନାର ବିଷୟ ୮ ବର୍ଷ ତଳେ ଏକ ଦୁର୍ଘଟଣାର ଶିକାର ହୋଇ ଦୀପା ନିଜର କହିବା ଶକ୍ତି ହରାଇ ବସିଛନ୍ତି। ସେବେଠୁ ସେ କଥା କହିପାରନ୍ତିନାହିଁ। ଗଳାରେ ଅସ୍ତ୍ରୋପଚାର ପରେ ବର୍ତ୍ତମାନ ସେ ସୁସ୍ଥ ରହିଛନ୍ତି। ତେବେ ଏହି ଜୀବନ ଯାତ୍ରା ମଧ୍ୟରେ ରାଷ୍ଟ୍ରପତି ପୁରସ୍କାର ଦୀପାଙ୍କ ମନୋବଳକୁ ଆହୁରି ମଜଭୁତ କରିବା ସହ ଆଗାମୀ ଦିନରେ ଥିବା ଲକ୍ଷ୍ୟକୁ ପୂର୍ଣ୍ଣ କରିବାରେ ହେବ ସହାୟକ। ଏ ସମ୍ପର୍କରେ ଦୀପା କହନ୍ତି, ଲୋକମାନେ କିନ୍ନର ସମାଜକୁ ଭଲ ପାଇବା ପାଇଁ ଚେଷ୍ଟା ଜାରି ରଖିଛି। ପାଠପଢ଼ା ପ୍ରତି ପ୍ରାଧାନ୍ୟ ଦେଉଛି। ସମାଜସେବା କରିବାକୁ ଭଲ ଲାଗେ। ମୋର ସମସ୍ତ ଶ୍ରେୟ ଆମ ଗ୍ରୁପର ମୁଖ୍ୟ ମିଠି ମା’ଙ୍କୁ ଦେବି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?