ସରୁନି ଭିଜିଲାନ୍ସ ଖୋଳତାଡ଼: ଯନ୍ତ୍ରୀ-ଠିକାଦାର କିଙ୍ଗ୍‌ପିନ୍‌

ମାଲକାନଗିରି,୨୮ା୩(ଡି.ଏନ୍‌.ଏ.): ଯେତେ ଖୋଳିଲେ ସେତେ ବାହାରୁଛି ମାଲକାନଗିରି ଜିଲା ଅଧୀକ୍ଷଣ ଯନ୍ତ୍ରୀ ଆଶିଷ କୁମାର ଦାସଙ୍କ ସମ୍ପତ୍ତି। ଦୁଇ ଦିନ ହେଲାଣି ଭିଜିଲାନ୍ସର ଖୋଳତାଡ଼ ସରୁନାହିଁ। ଜିଲା ଚିକିତ୍ସାଳୟ ନିକଟରେ ଥିବା ଜଣେ ବଙ୍ଗାଳି ଠିକାଦାର ଏବଂ ମାଥିଲି, ଖଇରପୁଟ ବ୍ଲକ ଦାୟିତ୍ୱରେ ଥିବା ଜଣେ ଯନ୍ତ୍ରୀଙ୍କଠାରୁ କୋଟି କୋଟି ଟଙ୍କାର ସୁନା ଗହଣା ଜବତ ହୋଇଛି। ରବିବାର ମଧ୍ୟ ବିଭିନ୍ନ ସ୍ଥାନରେ ଅଧୀକ୍ଷଣ ଯନ୍ତ୍ରୀ ଦାସଙ୍କ ଥିବା ସମ୍ପତ୍ତିର ଖୋଳତାଡ଼ କରୁଛି ଭିଜିଲାନ୍ସ।
ଭିଜିଲାନ୍ସ ପ୍ରଦତ୍ତ ତଥ୍ୟରୁ ଜଣାପଡ଼ିଛି ରବିବାର ଅଧୀକ୍ଷଣ ଯନ୍ତ୍ରୀ ଦାସଙ୍କ ପୁଣି ୧ କୋଟି ୭୭ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ ହୋଇଛି। ଏଯାବତ୍‌ ତାଙ୍କଠାରୁ ମୋଟ ୭ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ କରାଗଲାଣି ବୋଲି ଭିଜିଲାନ୍ସ ଡିଏସ୍‌ପି ସୁଶାନ୍ତ କୁମାର ବିଶ୍ୱାଳ କହିଛନ୍ତି। ବିଭିନ୍ନ ବୀମା କମ୍ପାନୀରେ ତାଙ୍କର ୧ କୋଟି ୭୭ ଲକ୍ଷ ଟଙ୍କା ଗତ ବର୍ଷକ ମଧ୍ୟରେ ଜମା ହୋଇଛି। ଆକ୍ସିସ ବ୍ୟାଙ୍କରେ ୭୮ ଲକ୍ଷ ଟଙ୍କା ୧୮ ଜଣଙ୍କ ନାମରେ ଜମା ରହିଥିଲା। ସେହିପରି ଏଲ୍‌ଆଇସି, ମାକ୍ସ ଜୀବନ ବୀମାରେ ୧୪ ଲକ୍ଷ, ୟୁଟିଆଇରେ ୨୫ ଲକ୍ଷ, କେନ୍ଦୁଝର ଷ୍ଟେଟବ୍ୟାଙ୍କ ଶାଖାରେ ୧୬ ଲକ୍ଷ, କିଶାନ ବିକାଶ ପତ୍ରରେ ୧୪ ଲକ୍ଷ, ଏଚଡିଏଫ୍‌ସି, ବିସିଡି, ବିଜୟା ଆଦି ବ୍ୟାଙ୍କରେ ମଧ୍ୟ ଲକ୍ଷାଧିକ ଟଙ୍କାର ଡିପୋଜିଟ୍‌ ଥିବା ଭିଜିଲାନ୍ସ ଡିଏସ୍‌ପି ବିଶ୍ୱାଳ ସୂଚନା ଦେଇଛନ୍ତି। ଶନିବାର ୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଠାବ କରାଯାଇଥିବା ବେଳେ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରୁ ୨.୫ କୋଟି, ଅଧୀକ୍ଷଣ ଯନ୍ତ୍ରୀ ଦାସ ଏବଂ ଠିକାଦାରମାନଙ୍କ ନିକଟରୁ ୨୧ ଲକ୍ଷ ୭୫ ହଜାର, ଜଣେ ଠିକାଦାରଙ୍କ ଘରୁ ୬୦୦ ଗ୍ରାମ ସୁନା, ୫୦ ଲକ୍ଷ ଟଙ୍କାର ବୀମା, ୪୦ ଲକ୍ଷ ଟଙ୍କାର ୟୁଟିଆଇ ବଣ୍ଡ୍‌, ୫୦ ଲକ୍ଷ ଟଙ୍କାର କିଶାନ ବିକାଶ ପତ୍ର ସହ ଏନ୍‌ଟିସି ଓ ପୋଷ୍ଟାଲ ଡିପୋଜିଟ ମଧ୍ୟ ମିଳିଛି। ମାଲକାନଗିରି ଓ କେନ୍ଦୁଝରରେ ବ୍ୟାଙ୍କ ଲକର, କଟକରେ ଗୋଟିଏ ଫ୍ଲାଟ୍‌ ମଧ୍ୟ ଠାବ କରାଯାଇଛି। ଭିଜିଲାନ୍ସ ଯେତେ ଖୋଳତାଡ କରୁଛି ଯନ୍ତ୍ରୀଙ୍କ ସେତେ ସମ୍ପତ୍ତି ମିଳିବାରେ ଲାଗିଛି। ତେବେ ଏହି କୋଟି କୋଟି ଟଙ୍କାର ଦୁର୍ନୀତି ପଛରେ ସ୍ଥାନୀୟ ଅଞ୍ଚଳର ଜଣେ ବଙ୍ଗାଳି ଠିକାଦାରଙ୍କ ପ୍ରଚ୍ଛନ୍ନ ଭୂମିକା ଥିବା ଭିଜିଲାନ୍ସ ବିଭାଗ ସନ୍ଦେହ କରୁଛି। ତେବେ ଆଗାମୀ ଦିନରେ ଏହି ଦୁଇଜଣଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉଭୟଙ୍କ ସମସ୍ତ ସମ୍ପତ୍ତି ବାଜ୍ୟାପ୍ତ କରିବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ୟୁପିରେ ବନ୍ୟା: ପ୍ରଭାବିତ ଅଞ୍ଚଳ ବୁଲିଲେ ଯୋଗୀ, ରିଲିଫ କିଟ୍‌ କଲେ ବଣ୍ଟନ

ଲକ୍ଷ୍ନୌ,୨୯।୮: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶର ବନ୍ୟା ପରିସ୍ଥିତିକୁ ଗମ୍ଭୀରତାର ସହ ନେଉଛନ୍ତି। ଚିତ୍ରକୂଟ, ଜାଲୌନ, ହମିରପୁର ଏବଂ ଆଉରିଆରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଯୋଗୀ…

ଗ୍ଲେସିଅର୍ ତାଣ୍ଡବ ମଧ୍ୟରେ ଭାରତ ସାଜିଲା ଦେବଦୂତ! ପିଏମ୍ ମୋଦିଙ୍କୁ ‘ଉଦାର’ କହି କୃତଜ୍ଞତା ଜଣାଇଲେ ନେପାଳ ଅର୍ଥମନ୍ତ୍ରୀ!

କାଠମାଣ୍ଡୁ,୨୯।୮: ନେପାଳ-ତିବ୍ବତ ସୀମାରେ ହିମସ୍ଖଳନ ଏବଂ ଗ୍ଲେସିଅର୍ ଫାଟିବା ଯୋଗୁ ଆସିଥିବା ବିନାଶକାରୀ ବନ୍ୟା ନେପାଳରେ ଭୟଙ୍କର ତାଣ୍ଡବ ରଚିଛି। ଏହି ପ୍ରାକୃତିକ ବିପତ୍ତିରେ ବର୍ତ୍ତମାନ ସୁଦ୍ଧା…

ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ: ବିଜୟୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର

କର୍ଲାମୁଣ୍ଡା, ୨୯।୮ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଯୋରାଡବରାସ୍ଥିତ ରାଧାମାଧବ ଯୁବକ ସଂଘ ପକ୍ଷରୁ ଶନିବାର ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି।…

ରାଜସ୍ବ ଆଦାୟରେ ଆଗୁଆ, ସୁରକ୍ଷା ଦିଗରେ ପଛୁଆ: ଆରଟିଓଙ୍କ ପାଖରେ ସୂଚନା ମିଳୁନି, କିରାଣି ସର୍ବେସବା, ବୈଠକରେ ସୀମିତ

ଭବାନୀପାଟଣା,୨୯।୮(ଉତ୍ତମ କୁମାର ଦାଶ): ଜିଲା ସ୍ତରରେ ସଡ଼କ ଦୁର୍ଘଟଣା ରୋକିବା ଏବଂ ଯାତାୟତ ବ୍ୟବସ୍ଥାର ସୁଧାର ପାଇଁ ଜିଲା ସ୍ତରରେ ଏକ ସଡ଼କ ସୁରକ୍ଷା ସମିତି କମିଟି…

ଗାଧୋଇବା ବେଳେ ନଦୀରେ ବୁଡ଼ି ନାବାଳିକାଙ୍କ ମୃତ୍ୟୁ

ପଟ୍ଟାମୁଣ୍ଡାଇ, ୨୯/୮ (କଳ୍ପତରୁ ନାୟକ): ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ତନୂପୁର ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବ୍ରାହ୍ମଣୀ ନଦୀର ଶାଖା ନାଳରେ ଗାଧୋଇବା ସମୟରେ…

ରୋଷେଇ ଘରେ ବିଷ? ଏଭରେଷ୍ଟ ହିଙ୍ଗୁ ଉପରେ FSSAIର ବ୍ୟାନ୍, ୩ ମସଲା ନେଇ ସାମ୍ନାକୁ ଆସିଲା ବଡ଼ ଜାଲିଆତି!

ନୂଆଦିଲ୍ଲୀ,୨୯।୮: ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (FSSAI) ଗ୍ରାହକଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପ୍ରସିଦ୍ଧ ମସଲା…

ବହୁ ଚର୍ଚ୍ଚିତ ସୁଧୀର ପାତ୍ର ଅପହରଣ, ହତ୍ୟା ମାମଲା: ଅଭିଯୁକ୍ତ ତୁଷାରଙ୍କ ଜାମିନ ଖାରଜ

ବ୍ରହ୍ମପୁର,୨୯୮(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଗୋପାଳପୁର ଥାନା ଅନ୍ତର୍ଗତ ସତ୍ୟ ନାରାୟଣପୁର ମୁଖ୍ୟ ରାସ୍ତାରେ ପ୍ଲଟ ବ୍ୟବସାୟୀ ସୁଧୀର କୁମାର୍‌ ପାତ୍ରଙ୍କୁ ଗତ ଏପ୍ରିଲ ୧୫…

NDAରେ ବଡ଼ ଫାଟ: କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ମାଗିଲେ ଚିରାଗ ପାଶୱାନ, ଦିଲ୍ଲୀରେ ପଡିଲା ଚହଳ…

ନୂଆଦିଲ୍ଲୀ,୨୯।୮: NDAରେ ଦଳିତ ସଂରକ୍ଷଣକୁ ନେଇ ଫାଟ ସ୍ପଷ୍ଟ ଦେଖାଯାଉଛି। ଲୋକ ଜନଶକ୍ତି ପାର୍ଟି (ରାମବିଲାସ) ର ମୁଖ୍ୟ କେନ୍ଦ୍ରମନ୍ତ୍ରୀ ଚିରାଗ ପାଶୱାନ, ମୋଦି କ୍ୟାବିନେଟରେ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri