ସରୁନି ଭିଜିଲାନ୍ସ ଖୋଳତାଡ଼: ଯନ୍ତ୍ରୀ-ଠିକାଦାର କିଙ୍ଗ୍‌ପିନ୍‌

ମାଲକାନଗିରି,୨୮ା୩(ଡି.ଏନ୍‌.ଏ.): ଯେତେ ଖୋଳିଲେ ସେତେ ବାହାରୁଛି ମାଲକାନଗିରି ଜିଲା ଅଧୀକ୍ଷଣ ଯନ୍ତ୍ରୀ ଆଶିଷ କୁମାର ଦାସଙ୍କ ସମ୍ପତ୍ତି। ଦୁଇ ଦିନ ହେଲାଣି ଭିଜିଲାନ୍ସର ଖୋଳତାଡ଼ ସରୁନାହିଁ। ଜିଲା ଚିକିତ୍ସାଳୟ ନିକଟରେ ଥିବା ଜଣେ ବଙ୍ଗାଳି ଠିକାଦାର ଏବଂ ମାଥିଲି, ଖଇରପୁଟ ବ୍ଲକ ଦାୟିତ୍ୱରେ ଥିବା ଜଣେ ଯନ୍ତ୍ରୀଙ୍କଠାରୁ କୋଟି କୋଟି ଟଙ୍କାର ସୁନା ଗହଣା ଜବତ ହୋଇଛି। ରବିବାର ମଧ୍ୟ ବିଭିନ୍ନ ସ୍ଥାନରେ ଅଧୀକ୍ଷଣ ଯନ୍ତ୍ରୀ ଦାସଙ୍କ ଥିବା ସମ୍ପତ୍ତିର ଖୋଳତାଡ଼ କରୁଛି ଭିଜିଲାନ୍ସ।
ଭିଜିଲାନ୍ସ ପ୍ରଦତ୍ତ ତଥ୍ୟରୁ ଜଣାପଡ଼ିଛି ରବିବାର ଅଧୀକ୍ଷଣ ଯନ୍ତ୍ରୀ ଦାସଙ୍କ ପୁଣି ୧ କୋଟି ୭୭ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ ହୋଇଛି। ଏଯାବତ୍‌ ତାଙ୍କଠାରୁ ମୋଟ ୭ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ କରାଗଲାଣି ବୋଲି ଭିଜିଲାନ୍ସ ଡିଏସ୍‌ପି ସୁଶାନ୍ତ କୁମାର ବିଶ୍ୱାଳ କହିଛନ୍ତି। ବିଭିନ୍ନ ବୀମା କମ୍ପାନୀରେ ତାଙ୍କର ୧ କୋଟି ୭୭ ଲକ୍ଷ ଟଙ୍କା ଗତ ବର୍ଷକ ମଧ୍ୟରେ ଜମା ହୋଇଛି। ଆକ୍ସିସ ବ୍ୟାଙ୍କରେ ୭୮ ଲକ୍ଷ ଟଙ୍କା ୧୮ ଜଣଙ୍କ ନାମରେ ଜମା ରହିଥିଲା। ସେହିପରି ଏଲ୍‌ଆଇସି, ମାକ୍ସ ଜୀବନ ବୀମାରେ ୧୪ ଲକ୍ଷ, ୟୁଟିଆଇରେ ୨୫ ଲକ୍ଷ, କେନ୍ଦୁଝର ଷ୍ଟେଟବ୍ୟାଙ୍କ ଶାଖାରେ ୧୬ ଲକ୍ଷ, କିଶାନ ବିକାଶ ପତ୍ରରେ ୧୪ ଲକ୍ଷ, ଏଚଡିଏଫ୍‌ସି, ବିସିଡି, ବିଜୟା ଆଦି ବ୍ୟାଙ୍କରେ ମଧ୍ୟ ଲକ୍ଷାଧିକ ଟଙ୍କାର ଡିପୋଜିଟ୍‌ ଥିବା ଭିଜିଲାନ୍ସ ଡିଏସ୍‌ପି ବିଶ୍ୱାଳ ସୂଚନା ଦେଇଛନ୍ତି। ଶନିବାର ୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଠାବ କରାଯାଇଥିବା ବେଳେ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରୁ ୨.୫ କୋଟି, ଅଧୀକ୍ଷଣ ଯନ୍ତ୍ରୀ ଦାସ ଏବଂ ଠିକାଦାରମାନଙ୍କ ନିକଟରୁ ୨୧ ଲକ୍ଷ ୭୫ ହଜାର, ଜଣେ ଠିକାଦାରଙ୍କ ଘରୁ ୬୦୦ ଗ୍ରାମ ସୁନା, ୫୦ ଲକ୍ଷ ଟଙ୍କାର ବୀମା, ୪୦ ଲକ୍ଷ ଟଙ୍କାର ୟୁଟିଆଇ ବଣ୍ଡ୍‌, ୫୦ ଲକ୍ଷ ଟଙ୍କାର କିଶାନ ବିକାଶ ପତ୍ର ସହ ଏନ୍‌ଟିସି ଓ ପୋଷ୍ଟାଲ ଡିପୋଜିଟ ମଧ୍ୟ ମିଳିଛି। ମାଲକାନଗିରି ଓ କେନ୍ଦୁଝରରେ ବ୍ୟାଙ୍କ ଲକର, କଟକରେ ଗୋଟିଏ ଫ୍ଲାଟ୍‌ ମଧ୍ୟ ଠାବ କରାଯାଇଛି। ଭିଜିଲାନ୍ସ ଯେତେ ଖୋଳତାଡ କରୁଛି ଯନ୍ତ୍ରୀଙ୍କ ସେତେ ସମ୍ପତ୍ତି ମିଳିବାରେ ଲାଗିଛି। ତେବେ ଏହି କୋଟି କୋଟି ଟଙ୍କାର ଦୁର୍ନୀତି ପଛରେ ସ୍ଥାନୀୟ ଅଞ୍ଚଳର ଜଣେ ବଙ୍ଗାଳି ଠିକାଦାରଙ୍କ ପ୍ରଚ୍ଛନ୍ନ ଭୂମିକା ଥିବା ଭିଜିଲାନ୍ସ ବିଭାଗ ସନ୍ଦେହ କରୁଛି। ତେବେ ଆଗାମୀ ଦିନରେ ଏହି ଦୁଇଜଣଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉଭୟଙ୍କ ସମସ୍ତ ସମ୍ପତ୍ତି ବାଜ୍ୟାପ୍ତ କରିବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ ବିଭାଗର ଚଢ଼ାଉ : ଲକ୍ଷାଧିକ ଟଙ୍କାର କାଠ ସହ ବାଇକ ଜବତ, ୪ ଗିରଫ

ବଡ଼ବିଲ,୧୭।୧୦(ସ୍ବ.ପ୍ର.) : କେନ୍ଦୁଝର ଜିଲା ବଡ଼ବିଲ ବନାଞ୍ଚଳ ସିଦ୍ଧମଠ ସଂରକ୍ଷିତ ଜଙ୍ଗଲରୁ ଗଛ କାଟି ଚୋରା ଚାଲାଣ ବେଳେ ୪ କାଠ ମାଫିଆଙ୍କୁ ବୁଧବାର ରାତିରେ...

୫୦୦ ଦିଅ ଜାତିଗତ ପ୍ରମାଣପତ୍ର ନିଅ

ଭଦ୍ରକ ଅଫିସ, ୮ା୧୨: ୫୦୦ ଟଙ୍କା ଦିଅ ଆଉ ଜାତିଗତ ପ୍ରମାଣପତ୍ର ନିଅ। ଗୋଟେ ସରକାରୀ ଅଫିସରର କ’ଣ ମୁଣ୍ଡ ୨୦୦ ଟଙ୍କା କି ।...

ପଶ୍ଚିମ ଓଡ଼ିଶାରେ ହାଇ କୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ଦାବି: ଝାରସୁଗୁଡାରେ ୧୨ ଘଣ୍ଟିଆ ବନ୍ଦ ପାଳନ

ଝାରସୁଗୁଡା ଅଫିସ,୫।୨- ଦୀର୍ଘ ଦିନ ହେବ ପଶ୍ଚିମ ଓଡ଼ିଶାରେ ହାଇ କୋର୍ଟର ଏକ ସ୍ଥାୟୀ ବେଞ୍ଚ ସ୍ଥାପନ ଦାବି ହୋଇ ଆସୁଛି। ଏହି ଦାବି ନେଇ...

ରାସ୍ତାରେ ୮ ଫୁଟ ଲମ୍ବର ଖାଲ

ଗୋପ,୨୫।୭(ଡି.ଏନ୍‌.ଏ.): କୋଣାର୍କ – ଗୋପ ମୁଖ୍ୟ ରାସ୍ତାର ଗୋପ ବଜାର ଛକ ନିକଟରେ ଦୀର୍ଘ ୩ ମାସରୁ ଉଦ୍ଧର୍‌ବ ସମୟ ହେବ ୮ ଫୁଟ ଲମ୍ବର...

ଶ୍ରମିକଙ୍କ ମୃତ୍ୟୁକୁ ନେଇ ଏନ୍‌ଏଚ୍‌ଆର୍‌ସିରେ ମାମଲା: ଏପ୍ରିଲ ସୁଦ୍ଧା ରିପୋର୍ଟ ପ୍ରଦାନ ପାଇଁ ଏସ୍‌ପିଙ୍କୁ ନିର୍ଦ୍ଦେଶ

କେନ୍ଦ୍ରାପଡ଼ା ଅଫିସ,୩୦ା୩: ଭାରତୀୟ ତୈଳ ନିଗମର ପାରାଦୀପ-ହଳଦିଆ ପାଇପ୍‌ ଲାଇନ ପାଇଁ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତନ୍ତିଆପାଳ ସାମୁଦ୍ରିକ ଥାନା ଅଧୀନ ଗଗୁଆସ୍ଥିତ କାର୍ଯ୍ୟାଳୟ...

ନିଯୁକ୍ତି ଦାବିରେ ସ୍ଥାନୀୟ ଯୁବକଙ୍କ ଧାରଣା

ପାଟଣା,୨୭ା୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ କ୍ଷୀରେଇ ଟାଙ୍ଗିରି ଦେଇ ଯାଇଥିବା ୪୯ ନମ୍ବର ମୁମ୍ବାଇ-କୋଲକାତା ଜାତୀୟ ରାଜପଥର ଖିରେଇଟାଙ୍ଗିରି ଟୋଲଗେଟ୍‌ ସମ୍ମୁଖରେ ଗୁରୁବାର ସ୍ଥାନୀୟ...

୬୫କୁ ବଢ଼ିଲା ଡାକ୍ତରଙ୍କ ଅବସର ବୟସ ସୀମା

ଭୁବନେଶ୍ୱର,୨୧।୭(ବ୍ୟୁରୋ): ଡାକ୍ତରଙ୍କ ଅବସର ସୀମା ବୃଦ୍ଧି କରାଯିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଓଏଚ୍‌ଏମ୍‌ଏସ୍‌ କ୍ୟାଡର ଡାକ୍ତରଙ୍କ ବୟସ ସୀମା ୬୫କୁ ବୃଦ୍ଧି କରାଯିବ। ମଙ୍ଗଳବାର...

ଚିଲିକାରେ ୧୨. ୪୨ ଲକ୍ଷ ପକ୍ଷୀ

ବାଲୁଗଁା,୬।୧(ଡି.ଏନ୍‌.ଏ.): ଚିଲିକାରେ ମଙ୍ଗଳବାର ପକ୍ଷୀ ଗଣନା ସମାପ୍ତ ହୋଇଛି। ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ)ର ମିଳିତ ଆନୁକୂଲ୍ୟରେ ଏହି ପକ୍ଷୀ...

Advertisement
Archives

Model This Week