ରାଜା ଅବଦୁଲାଙ୍କୁ ହତ୍ୟା ଯୋଜନା କରିଥିଲେ କ୍ରାଉନ୍‌ ପ୍ରିନ୍ସ

ରିୟାଧ, ୨୬।୧୦: ସାଉଦି କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନ(ଏମ୍‌ବିଏସ୍‌) ୨୦୧୪ରେ ତତ୍କାଳୀନ ରାଜା ଅବଦୁଲ୍ଲାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ। ଏକ ବିଷଯୁକ୍ତ ରିଙ୍ଗ୍‌ ସହାୟତାରେ ମାରିବା ପାଇଁ ଏମ୍‌ବିଏସ୍‌ କଥା ହେଉଥିଲେ। ଏହି ଯୋଜନା ସମ୍ପର୍କରେ ସାଉଦି ଆରବର ପୂର୍ବତନ ଗୋଇନ୍ଦା ଅଧିକାରୀ ସାଦ୍‌ ଅଲଜାବ୍ରି ଜାଣିଦେବାରୁ ତାଙ୍କୁ ମଧ୍ୟ ମାରିଦେବାକୁ କ୍ରାଉନ୍‌ ପ୍ରିନ୍ସ ଚାହିଁଥିଲେ ବୋଲି ଆମେରିକାର ସିବିଏସ୍‌ ଟେଲିଭିଜନ ଚ୍ୟାନେଲକୁ ଏକ ସାକ୍ଷାତ୍‌କାର ଦେଇ ସେ କହିଛନ୍ତି।
ରବିବାର ପ୍ରସାରିତ ହୋଇଥିବା ୬୦ ମିନିଟ୍‌ର ଏକ ଭିଡିଓରେ ସାଦ୍‌ କହିଛନ୍ତି, ରାଜାଙ୍କ ଉତ୍ତରାଧିକାରୀ ତଥା ୪ ବର୍ଷ ପୂର୍ବରୁ ଶାସନ କ୍ଷମତା ପ୍ରୟୋଗ କରି ଆସୁଥିବା ଏମ୍‌ବିଏସ୍‌ ଏକଦା କହିଥିଲେ, ସେ ରୁଷିଆରୁ ଏକ ବିଷ ମୁଦି ଆଣିଛନ୍ତି। ଉକ୍ତ ମୁଦି ପିନ୍ଧାଇଦେଲେ ରାଜା ଅବଦୁଲ୍ଲାଙ୍କ ମୃତ୍ୟୁ ହୋଇଯିବ। ୨୦୧୮ରେ ସ୍ତମ୍ଭକାର ଜମାଲ ଖାଶୋଗୀଙ୍କୁ ଏମ୍‌ବିଏସ୍‌ ଯୋଜନାବଦ୍ଧ ଭାବେ ହତ୍ୟା କରିବାର କିଛି ସପ୍ତାହ ପରେ ସାଦ୍‌ଙ୍କୁ ମାରିଦେବାକୁ ଚାହିଁଥିଲେ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ସାଦ୍‌ ଦୁର୍ନୀତିଗ୍ରସ୍ତ ପୂର୍ବତନ ଅଧିକାରୀ। ତାଙ୍କ ବିରୋଧରେ ଗୁରୁତର ଦୁର୍ନୀତି ଅଭିଯୋଗ ରହିଥିବାରୁ ଏହାକୁ ଲୁଚାଇବା ପାଇଁ ସେ ବିଭିନ୍ନ ସମୟରେ ଏଭଳି ମନଗଢ଼ା ଅଭିଯୋଗ କରିଥାନ୍ତି ବୋଲି ସାଉଦି ସରକାର ସିବିଏସ୍‌କୁ କହିଛନ୍ତି। ତେବେ ସାଉଦି ସରକାରଙ୍କ ଅନ୍ତର୍ଜାତୀୟ ଯୋଗାଯୋଗ କେନ୍ଦ୍ରକୁ ଏ ସମ୍ପର୍କରେ ଜାଣିବା ପାଇଁ ଇ-ମେଲ୍‌ କରାଯାଇଥିଲେ ମଧ୍ୟ କୌଣସି ଉତ୍ତର ମିଳିନାହିଁ।
୨୦୧୫ରେ ରାଜା ଅବଦୁଲାଙ୍କ ମୃତ୍ୟୁ ପରେ ଏମ୍‌ବିଏସ୍‌ଙ୍କ ବାପା ସଲମାନ ବିନ୍‌ ଅବଦୁଲାଜିଜ୍‌ ଶାସନ କ୍ଷମତା ହାସଲ କରିଥିଲେ। ପୂର୍ବତନ କ୍ରାଉନ୍‌ ପ୍ରିନ୍ସ ତଥା ସାଉଦିର ଆଭ୍ୟନ୍ତରୀଣ ମନ୍ତ୍ରୀ ପ୍ରିନ୍ସ ମହମ୍ମଦ ବିନ୍‌ ନାୟେଫଙ୍କର ଅତି ଘନିଷ୍ଠ ଥିଲେ ସାଦ୍‌। ନାୟେଫ୍‌ ବର୍ତ୍ତମାନର କ୍ରାଉନ୍‌ ପ୍ରିନ୍ସ ଏମ୍‌ବିଏସ୍‌ଙ୍କର ସମ୍ପର୍କୀୟ ଭାଇ ଓ ପ୍ରତିଦ୍ୱନ୍ଦ୍ୱୀ ଥିଲେ। ଏମ୍‌ବିଏସ୍‌ କ୍ଷମତା ହାସଲ କରିବା ପରେ ସାଦ୍‌ କାନାଡ଼ା ଚାଲିଯାଇ ନିର୍ବାସନରେ ରହିଥିଲେ। ତାଙ୍କୁ ଖୋଜି ବାହାର କରିବା ସହ ହତ୍ୟା କରିବା ଲାଗି ଏମ୍‌ବିଏସ୍‌ ଗୋଟିଏ ଟିମ୍‌ ପଠାଇଥିବା ନେଇ ସାଦ୍‌ ୨୦୨୦ରେ ଓ୍ବାଶିଂଟନରେ ଏକ ମାମଲା ଦାଏର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେସିଙ୍ଗା ଝିଅଙ୍କ କମାଲ: OAS ପରୀକ୍ଷାରେ ରଖିଛନ୍ତି ୪ର୍ଥ ର଼୍ୟାଙ୍କ, ଛୁଟୁଛି ଶୁଭେଚ୍ଛାର ସୁଅ

କେସିଙ୍ଗା, ୨୬।୫ (ତୁମେଶ୍ୱର ସାହୁ): ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସେସ (OCS) ପରୀକ୍ଷା-୨୦୨୪ର ଚୂଡ଼ାନ୍ତ ଫଳ ପ୍ରକାଶ ପାଇଛି। ଏହି…

ସାବଧାନ! ଜୁନ୍ ୩୦ e-KYC ର ଶେଷ ତାରିଖ, ନିୟମ ନମାନିଲେ ଆସିବନି ଗ୍ୟାସ୍‌ ସିଲିଣ୍ଡର…

ନୂଆଦିଲ୍ଲୀ,୨୬।୫: ଯଦି ଆପଣ ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଗ୍ୟାସ ସିଲିଣ୍ଡର ଯୋଗାଣରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ ବଡ଼ ଖବର: ତତ୍କାଳ ଟିକେଟ୍ ପାଇଁ ଆସିଲା ନୂଆ ‘ଟୋକନ ନିୟମ’

ନୂଆଦିଲ୍ଲୀ,୨୬।୫: ରେଳଯାତ୍ରୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ତତ୍କାଳ ଟିକେଟ୍ କାଉଣ୍ଟରରେ ହେଉଥିବା ପ୍ରବଳ ଭିଡ଼ ଅନିୟମିତତାକୁ ରୋକିବା ପାଇଁ ଭାରତୀୟ ରେଳବାଇ ଏକ ବଡ଼ ପଦକ୍ଷେପ…

ଇଞ୍ଜିନିୟରରୁ OAS ଅଫିସର: ୯୮ ର଼୍ୟାଙ୍କ ରଖି ଗଞ୍ଜାମର ଗୌରବ ବଢ଼ାଇଲେ ଖଗେଶ୍ୱର, ଛୁଟୁଛି ଶୁଭେଚ୍ଛାର ସୁଅ

ଗଞ୍ଜାମ, ୨୬।୫ (ବିଦ୍ୟାଧର ସାହୁ): ଓଡ଼ିଶା ପ୍ରଶାସନିକ ସେବା (OAS) ପରୀକ୍ଷାରେ ପୁଣି ଚମକିଛନ୍ତି ଗଞ୍ଜାମ ଜିଲାର ପୁଅ। ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପ୍ରକାଶିତ…

ଡିଏସ୍‌ପିରୁ OAS ଟପ୍ପର, ବୁବୁନ୍‌ଙ୍କ ସଫଳତାକୁ ନେଇ ଆନନ୍ଦପୁରରେ ଖୁସିର ଲହରୀ, ଯୁବପିଢ଼ୀଙ୍କ ପାଇଁ ସାଜିଲେ ପ୍ରେରଣା

ବଞ୍ଚୋ/ଆନନ୍ଦପୁର , ୨୬।୫(ପ୍ରଦୋଷ କୁମାର ବିଶ୍ୱାଳ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ପାଇଁ ଆସିଛି ଏକ ବଡ଼ ଗୌରବର ଖବର। ଓଡ଼ିଶା ଲୋକସେବା ଆୟୋଗ…

ଏଲପିଜି ସିଲିଣ୍ଡରକୁ ବାଏ-ବାଏ; ଏବେ ପାଣିରେ ଜଳିବ ରୋଷେଇ ଚୁଲି! ନୀତିନ ଗଡ଼କରୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୫: ଦେଶରେ ମହଙ୍ଗା ମାଡ଼ରେ ଅତିଷ୍ଠ ହେଉଥିବା ସାଧାରଣ ଗ୍ରାହକ ଏବଂ ଗୃହିଣୀମାନଙ୍କ ପାଇଁ ଏକ ବଡ଼  ଖବର ସାମ୍ନାକୁ ଆସିଛି। ବଜାରରେ ଉପଲବ୍ଧ କମର୍ଶିଆଲ୍ ତଥା…

ସାହାଯ୍ୟ ମାଗିବା ବାହାନାରେ ଶିକ୍ଷକଙ୍କଠାରୁ ବାଇକ୍‌ ନେଇ ଚମ୍ପଟ ମାରିଲେ ଦୁର୍ବୃତ୍ତ, ଢ଼ାବା ଆଗରେ…

ଗଞ୍ଜାମ, ୨୬।୫ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ଅଞ୍ଚଳରେ ଏକ ଚମକାଇ ଦେଲା ଭଳି ବାଇକ ଚୋରି ଘଟଣା ସାମ୍ନାକୁ ଆସିଛି। ଜଣେ ଦୁର୍ବୃତ୍ତ ସାହାଯ୍ୟ…

ମାଳିକାରେ ବଡ଼ ଚେତାବନୀ! ଆସୁଛି ଭୟଙ୍କର ପ୍ରଳୟ, ଓଡ଼ିଶାରେ…

୬୦୦ ବର୍ଷ ପୂର୍ୱେ ରଚିତ ଭବିଷ୍ୟବାଣୀ ଗ୍ରନ୍ଥ ‘ମାଳିକା’କୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଜୋର୍‌ ଧରିଛି। ବିଶ୍ୱରେ ଚାଲିଥିବା ଯୁଦ୍ଧ ପରିସ୍ଥିତି, ପ୍ରାକୃତିକ ବିପର୍ଯ୍ୟୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri