ଖୁବ୍‌ଶୀଘ୍ର ନିଜ ଉତ୍ତରାଧିକାରୀ ଘୋଷଣା କରିପାରନ୍ତି କିମ୍‌ ଜୋଙ୍ଗ୍‌ ଉନ୍‌, ଏହି ନାଁ କହିଦେଲା ଗପ୍ତଚର ସଂସ୍ଥା…

ସିଓଲ,୧୨ା୯: ଉତ୍ତର କୋରିଆର ସୁପ୍ରିମ ଲିଡର କିମ୍‌ ଜୋଙ୍ଗ୍‌ ଉନ୍‌ ଝିଅ କିମ୍‌ ଜୁ ଏ’ଙ୍କୁ ଖୁବ୍‌ଶୀଘ୍ର ନିଜ ଉତ୍ତରାଧିକାରୀ ଘୋଷଣା କରିପାରନ୍ତି। ଏନେଇ ଦକ୍ଷିଣ କୋରିଆର ଏକ ଗୁପ୍ତଚର ସଂସ୍ଥା ଗୁରୁବାର ଦାବି କରିଛି। ନିକଟରେ କିମ୍‌ଙ୍କ ବେଜିଂ ଗସ୍ତ ବେଳେ ଝିଅ ଜୁ ଏ’ ମଧ୍ୟ ତାଙ୍କ ସହ ନଜରକୁ ଆସିଥିଲେ। କିମ୍‌ଙ୍କ ସହ ଜୁ ଏ’ଙ୍କର ଏହା ପ୍ରଥମ ସରକାରୀ ବିଦେଶ ଗସ୍ତ ଥିଲା, ଯାହା ତାଙ୍କୁ ସାରା ବିଶ୍ୱରେ ଚର୍ଚ୍ଚିତ କରାଇଥିଲା। ଚାଇନା ଗସ୍ତ ପରେ କିମ୍‌ଙ୍କ ସମ୍ଭାବିତ ଉତ୍ତରାଧିକାରୀ ଭାବେ ଝିଅ ଜୁ ଏ’ଙ୍କ ସ୍ଥିତି ମଜଭୁତ ହୋଇଥିବା ନେଇ ଦକ୍ଷିଣ କୋରିଆ ଗୁପ୍ତଚର ସଂସ୍ଥା ଆକଳନ କରିଛି। କିମ୍‌ଙ୍କ ସହ ବିଦେଶ ଯାତ୍ରା କରିଥିବାରୁ ଝିଅ ଜୁ ଏ’ ତାଙ୍କ ଉତ୍ତରାଧିକାରୀ ହେବା ନେଇ ପର୍ଯ୍ୟାପ୍ତ ସଙ୍କେତ ମିଳିଛି ବୋଲି ଦକ୍ଷିଣ କୋରିଆ ସଂସଦୀୟ ଗୋଇନ୍ଦା କମିଟିର ଜଣେ ସଦସ୍ୟ ତଥା ଦେଶର ଆଇନ ପ୍ରଣେତା ଲି ସେଓଙ୍ଗ କ୍ୱେଅନ୍‌ କହିଛନ୍ତି। ଏନେଇ କମିଟିର ସଦସ୍ୟଙ୍କୁ ଉକ୍ତ ଗୁପ୍ତଚର ସଂସ୍ଥା ଅବଗତ କରାଇଛି। ଜୁ ଏ’ଙ୍କୁ କିମ୍‌ଙ୍କ ସ୍ବୀକୃତିପ୍ରାପ୍ତ ଉତ୍ତରାଧିକାରୀ ଭାବେ ଦକ୍ଷିଣ କୋରିଆ ଗ୍ରହଣ କରୁଛି ଏବଂ ବାପାଙ୍କ ଚାଇନା ଗସ୍ତରେ ତାଙ୍କ ଅଂଶଗ୍ରହଣକୁ ଉତ୍ତରାଧିକାରୀ ଭାବେ ତାଙ୍କୁ ପ୍ରସ୍ତୁତ କରିବା ଯୋଜନାର ଅଂଶବିଶେଷ ବୋଲି ସେ କହିଛନ୍ତି। ୨୦୨୨ରେ ଜୁ ଏ’ ପ୍ରଥମ ଥର ପାଇଁ ସାର୍ବଜନୀନ ଭାବେ ସାମ୍‌ନାକୁ ଆସିଥିଲେ। ସେତେବେଳେ ଏକ ଆନ୍ତଃ ମହାଦେଶୀୟ ବାଲିଷ୍ଟିକ୍‌ ମିଶାଇଲ ଲଞ୍ଚ୍‌ ବେଳେ ବାପା କିମ୍‌ ଜୋଙ୍ଗ୍‌ଙ୍କ ସହ ତାଙ୍କୁ ଦେଖିବାକୁ ମିଳିଥିଲା। ତେବେ କେତେଜଣ ବିଶେଷଜ୍ଞଙ୍କ ମତରେ ଜୁ ଏ’ଙ୍କର ଜଣେ ବଡ଼ ଭାଇ ମଧ୍ୟ ରହିଛନ୍ତି, ଯାହାଙ୍କୁ ଗୁପ୍ତ ଭାବରେ ଉତ୍ତର କୋରିଆର ପରବର୍ତ୍ତୀ ନେତା ଭାବରେ ପ୍ରସ୍ତୁତ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଥରିଲା ଜାପାନ, ରିକ୍ଟର ସ୍କେଲରେ ତୀବ୍ରତା ୫.୮

ଟୋକିଓ,୧।୮: ଜାପାନରେ ପ୍ରକୃତିର ପ୍ରକୋପ ନିରନ୍ତର ଜାରି ରହିଛି। ଶନିବାର, ଉତ୍ତର ଜାପାନର ଆଓମୋରି ପ୍ରିଫେକ୍ଚର ନିକଟରେ 5.8 ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା। ଜାପାନ ପାଣିପାଗ…

ସରେଣ୍ଡର କଲା ହମାସ! ଗାଜାରୁ ସେନା ପ୍ରତ୍ୟାହାର କରିବ ଇସ୍ରାଏଲ, ଟ୍ରମ୍ପ କଲେ ବଡ଼ ଘୋଷଣା

ଓ୍ବାଶିଂଟନ୍‌,୧।୮: ଗାଜା ସଂଘର୍ଷ ସମ୍ପର୍କରେ ଏକ ବଡ଼ କୂଟନୈତିକ ବିକାଶ ଘଟିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ, ହମାସ ଆତ୍ମସମର୍ପଣ କରିଛି ଏବଂ…

ପ୍ରଧାନମନ୍ତ୍ରୀଙ୍କୁ ସନ୍ଦେହ କରିବାର କାରଣ ନାହିଁ: ସିଇସି ନିଯୁକ୍ତି ପ୍ରକ୍ରିୟାକୁ ନେଇ କେନ୍ଦ୍ରର ସଫେଇ

ନୂଆଦିଲ୍ଲୀ,୧ା୮:ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଓ ଅନ୍ୟ ନିର୍ବାଚନ କମିଶନରମାନଙ୍କ ନିଯୁକ୍ତି ପାଇଁ ଏକ ସ୍ବାଧୀନ ଓ ନିରପେକ୍ଷ ପ୍ରକ୍ରିୟା ଜରୁରୀ ବୋଲି ସୁପ୍ରିମକୋର୍ଟ ଗୁରୁବାର କହିଥିଲେ।…

LPG ପରେ ଏବେ ପେଟ୍ରୋଲ-ଡିଜେଲକୁ ନେଇ ବଡ଼ ଖବର, ଜାରି ହେଲା ନୂଆ ମୂଲ୍ୟ

ନୂଆଦିଲ୍ଲୀ,୧।୮: ଆଜିଠାରୁ ନୂତନ ମାସ ଅର୍ଥାତ୍‌ ଅଗଷ୍ଟ ୧, ୨୦୨୬ର ଶୁଭାରମ୍ଭ ହୋଇଯାଇଛି। ସକାଳୁ ସକାଳୁ ଯେଉଁଠାରେ କମର୍ସିଆଲ ଏଲପିଜି ସିଲିଣ୍ଡରର ଦର ହ୍ରାସ ପାଇଥିବାର ଖବର…

ଅବପାତ ଦୁର୍ବଳ: ପୁଣି ବଢିବ ବର୍ଷାର ପରିମାଣ, ଘଡ଼ଘଡ଼ି ବିଜୁଳି ସହିତ…

ଭୁବନେଶ୍ୱର,୧ା୮(ବନ୍ଦନା ସେଠୀ):ରାଜ୍ୟରୁ ଅବପାତର ଭୟ ଦୂରେଇ ଥିବାବେଳେ ବର୍ଷାର ପରିମାଣ ବି କମିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ସୂଚନା ଅନୁଯାୟୀ, ପଶ୍ଚିମ ବିଦର୍ଭ ଓ ସଂଲଗ୍ନ…

୨୦୦ ଟଙ୍କା ଶସ୍ତା ହେଲା LPG ସିଲିଣ୍ଡର ଦାମ, ଜାଣନ୍ତୁ କେଉଁ ସହରରେ କେତେ କମିଲା…

ନୂଆଦିଲ୍ଲୀ,୧।୮: କେନ୍ଦ୍ର ସରକାର ହୋଟେଲ, ରେଷ୍ଟୁରାଷ୍ଟ ଏବଂ ଅନ୍ୟାନ୍ୟ ବାଣିଜ୍ୟିକ ପ୍ରତିଷ୍ଠାନଗୁଡ଼ିକୁ ବଡ଼ ଆଶ୍ୱସ୍ତି ପ୍ରଦାନ କରି ୧୯ କିଲୋଗ୍ରାମ ବିଶିଷ୍ଟ କମର୍ସିଆଲ ଏଲପିଜି ସିଲିଣ୍ଡରର ମୂଲ୍ୟ…

CWG 2026: ଇତିହାସ ରଚିଲେ ଭାରତର ଅସ୍ମିତା ଦେ’, ଜୁଡୋରେ ଜିତିଲେ ପ୍ରଥମ ସ୍ୱର୍ଣ୍ଣ ପଦକ

ନୂଆଦିଲ୍ଲୀ, ୩୧।୭: କମନୱେଲ୍ଡ ଗେମ୍ସ (ରାଜ୍ୟଗୋଷ୍ଠୀ କ୍ରୀଡା) ଇତିହାସରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଭାରତର ଯୁବ ଜୁଡୋ ଖେଳାଳି ଅସ୍ମିତା ଦେ’ ୪୮…

କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଏହିସବୁ ପ୍ରସ୍ତାବକୁ ମିଳିଲା ଅନୁମୋଦନ

ନୂଆଦିଲ୍ଲୀ,୩୧।୭: ଶୁକ୍ରବାର ବସିଥିବା କେନ୍ଦ୍ର କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ପିଏମ କିଷାନ ଯୋଜନା ଉପରେ ସରକାର ବଡ଼ ଘୋଷଣା କରିଛନ୍ତି। ମିଳିଥିବା ସୂଚନାନୁଯାୟୀ, ଆଉ ୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri