Posted inଅପରାଧ

ବିବାହିତ ପ୍ରେମିକାକୁ ଭେଟିବାକୁ ଯାଇଥିବା ପ୍ରେମିକକୁ ହତ୍ୟା

ଫତେହପୁର, ୧୯।୮: ଅଧରାତିରେ ବିବାହିତ ପ୍ରେମିକାକୁ ଭେଟିବାକୁ ଯାଇଥିବା ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ଏହାପରେ ଯୁବକଙ୍କ ମା’ଙ୍କ ଅଭିଯୋଗକ୍ରମେ ପୋଲିସ ପ୍ରେମିକା, ତାଙ୍କ ଶ୍ୱଶୁର ଓ ଏବଂ ୪ ଜଣ ଲୋକଙ୍କୁ ଗିରଫ କରିଛି।
ଘଟଣା ଉତ୍ତର ପ୍ରଦେଶ ଫତେହପୁର ଜିଲାରେ ଘଟିଛି। ଜିଲାର ସଲେମପୁର ଗ୍ରାମରେ ରହୁଥିବା ମୋନୁ କୁମାରଙ୍କ ୨୩ ବର୍ଷୀୟ ପୁଅ ରୋହିତ୍‌ ସୋମବାର ରାତି ୧୦ଟାରେ ବାଗେଲା ଗ୍ରାମରେ ଥିବା ତାଙ୍କ ବିବାହିତ ପ୍ରେମିକା ଲକ୍ଷ୍ମୀଙ୍କୁ ଭେଟିବାକୁ ଯାଇଥିଲେ। ସେତେବେଳେ ଲକ୍ଷ୍ମୀଙ୍କ ସ୍ବାମୀ କୌଣସି କାମରେ ଦିଲ୍ଲୀ ଯାଇଥିବାବେଳେ ଘରେ ତାଙ୍କ ଶ୍ୱଶୁର, ଶାଶୁ ଓ ଅନ୍ୟମାନେ ଥିଲେ। ଏହି ସମୟରେ ରୋହିତ୍‌ ଲୁଚି ଲୁଚି ଲକ୍ଷ୍ମୀଙ୍କ ରୁମ୍‌କୁ ଯାଇଥିଲେ। ରୋହିତ୍‌ ଘରେ ପଶିବା ପରେ ଲକ୍ଷ୍ମୀ ଭିତର ପଟୁ କବାଟ ଦେଇ ଦେଇଥିଲେ। ତେବେ ଏହି କଥା ଲକ୍ଷ୍ମୀଙ୍କ ଶ୍ୱଶୁର ଚନ୍ଦ୍ରପାଲ କୌଣସିମତେ ଜାଣିପାରିଥିଲେ। ସେ ତାଙ୍କର ଭାଇ ସୂରଜପାଲ ଓ ଅନ୍ୟ କିଛି ଯୁବକଙ୍କୁ ସାଥୀରେ ନେଇ ଲକ୍ଷ୍ମୀଙ୍କ କବାଟ ବାଡ଼େଇଥିଲେ। ବହୁ ସମୟ ପରେ ସେମାନେ କବାଟ ଭାଙ୍ଗି ଭିତରକୁ ପଶିଥିଲେ। ଲକ୍ଷ୍ମୀ କୌଣସି ପ୍ରକାର ଖସି ପଳାଇ ଯାଇଥିବାବେଳେ ରୋହିତ୍‌ ଧରାପଡ଼ି ଯାଇଥିଲେ। ସମସ୍ତେ ମିଶି ରୋହିତ୍‌ଙ୍କୁ ନିର୍ଦ୍ଧୁମ ପିଟିବା ସହିତ ତାଙ୍କ ବେକରେ ରଶି ବାନ୍ଧି ଫ୍ୟାନରେ ଝୁଲାଇ ଦେଇଥିଲେ। ଏହି ଘଟଣା ଜଣାପଡ଼ିବା ପରେ ରୋହିତ୍‌ଙ୍କ ମା’ଙ୍କ ଅଭିଯୋଗକ୍ରମେ ପୋଲିସ ଲକ୍ଷ୍ମୀ, ତାଙ୍କ ଶ୍ୱଶୁର, ଶାଶୁଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

ଦିଗପହଣ୍ଡିରେ ଚାଞ୍ଚଲ୍ୟ: ପୋଖରୀରେ ମାଛଧରୁଥିବା ବେଳେ ଜାଲରେ କୁମ୍ଭୀର…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଘୋଡ଼ାହାଡ଼ ଡ୍ୟାମ ରାସ୍ତାର ସନ୍ଥ ଅରକ୍ଷିତ ଛକରେ ଥିବା ପୋଖରୀରୁ କୈବର୍ତ୍ତମାନେ ଶୁକ୍ରବାର ସକାଳେ ମାଛ ଧରୁଥିବା ବେଳେ ଜାଲରେ…

ତାମିଲନାଡୁ ବିଧାନସଭା ନିର୍ୱାଚନ: ଭାଜପା ପ୍ରାର୍ଥୀ ତାଲିକାରେ ଆନ୍ନାମଲାଇଙ୍କ ନାମ ନାହିଁ

ଚେନ୍ନାଇ,୩ା୪: ତାମିଲନାଡୁ ବିଧାନସଭା ନିର୍ୱାଚନ ପାଇଁ ଭାଜପା ଶୁକ୍ରବାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ହେଲେ ଦଳର ପୂର୍ୱତନ ରାଜ୍ୟ ସଭାପତି କେ. ଆନ୍ନାମଲାଇଙ୍କ ନାମ ଉକ୍ତ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri