ପରକୀୟା ପ୍ରୀତିକୁ ବିରୋଧ କରିବାରୁ ସ୍ତ୍ରୀଙ୍କୁ ହତ୍ୟା

ପାଟକୁରା,୨୪ା୨(ଡି.ଏନ.ଏ.):କେନ୍ଦ୍ରାପଡ଼ା ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ ଅଟାବୁହା ଗ୍ରାମର ଶିକ୍ଷୟିତ୍ରୀ ରଶ୍ମିତା ସେଠୀ (୪୨)ଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇ ହତ୍ୟା କରାଯାଇଛି ବୋଲି ପାଟକୁରା ଥାନାରେ ଅଭିଯୋଗ ହୋଇଛି ା ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ମୃତା ଶିକ୍ଷୟିତ୍ରୀଙ୍କ ସ୍ବାମୀ ତଥା ଉକ୍ତ ପଞ୍ଚାୟତର ବିଜେଡି ସଭାପତି ଉମାକାନ୍ତ ସେଠୀଙ୍କୁ ପୋଲିସ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି ା ତାଙ୍କ ଜାମିନ ନାମଞ୍ଜୁର ହେବାରୁ ତାଙ୍କ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ା
ପୋଲିସର ସୂଚନା ଅନୁଯାୟୀ, ରଶ୍ମିତା ନିକଟସ୍ଥ ଚାଚାଜୀ ନୋଡ଼ାଲ ୟୁପି ସ୍କୁଲରେ ଶିକ୍ଷକତା କରନ୍ତି ା ସ୍ବାମୀ ଉମାକାନ୍ତ ପରକୀୟା ପ୍ରୀତିରେ ଲିପ୍ତ ରହିବା ଘଟଣାକୁ କେନ୍ଦ୍ରକରି ଗତ କିଛିଦିନ ତଳେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା ା ରଶ୍ମିତା ସ୍ବାମୀଙ୍କ ଏପରି ଗୁଣକୁ ବିରୋଧ କରିଆସୁଥିଲେ। ଏହାକୁ କେନ୍ଦ୍ରକରି ତାଙ୍କ ଝିଅକୁ ହତ୍ୟା କରାଯାଇଛି ବୋଲି ମୃତକଙ୍କ ବାବା ଅନାମ ଚରଣ ସେଠୀ ଥାନାରେ ଅଭିଯୋଗରେ କହିଛନ୍ତି ା ସେ ଦର୍ଶାଇଛନ୍ତି, ପରକୀୟା ପ୍ରୀତି ଯୋଗୁ ରଶ୍ମିତାଙ୍କୁ ଉମାକାନ୍ତ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଆସୁଥିଲେ। ଅଧିକନ୍ତୁ ରଶ୍ମିତାଙ୍କୁ ମିଳୁଥିବା ଦରମାକୁ ଉମାକାନ୍ତ ବଳ ପୂର୍ବକ ନେଇଯାଉଥିଲେ ା ନିଜର ୨ ଝିଅଙ୍କୁ ପାଠ ପଢ଼ାଇ ଭଲ ମଣିଷ କରିବା ଲକ୍ଷ୍ୟରେ ନିର୍ଯାତନା ସହି ବି ରଶ୍ମିତା ପଡ଼ି ରହିଥିଲେ। ଏହାକୁ ନେଇ ରଶ୍ମିତାଙ୍କ ବାପା ଭାଇ ବହୁବାର ଆସି ବୁଝାସୁଝା କରୁଥିଲେ ମଧ୍ୟ ଉମାକାନ୍ତଙ୍କ କିଛି ପରିବର୍ତ୍ତନ ହେଉ ନ ଥିଲା ା ଗତ ମଙ୍ଗଳବାର ରଶ୍ମିତା ସ୍କୁଲରୁ ଫେରିବା ପରେ ପରକୀୟା ପ୍ରୀତିକୁ ନେଇ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ା ସନ୍ଧ୍ୟାରେ ଉମାକାନ୍ତ ଶ୍ୱଶୁର ଘରକୁ ଫୋନ୍‌ କରି ରଶ୍ମିତା କବାଟ ବନ୍ଦ କରି ଘରେ ଅଛି, କବାଟ ଖୋଲୁନାହିଁ ବୋଲି କହିଥିଲେ ା ରଶ୍ମିତାଙ୍କ ଭାଇ ଅଟାବୁହା ଗ୍ରାମରେ ପହଞ୍ଚତ୍ ଉଭଣୀଙ୍କ ମୃତ୍ୟୁ ଘଟିଥିବା ଦେଖିଥିଲେ ା ଏନେଇ ପାଟକୁରା ଥାନାରେ ଏକ ମାମଲା(ନଂ.୧୬୨/୨୩) ରୁଜୁ ହୋଇଛି ା ସାଇଣ୍ଟିଫିକ୍‌ ଟିମ ପହଞ୍ଚତ୍ ତଦନ୍ତ କରିଛନ୍ତି ା ମୃତଦେହକୁ ପୋଲିସ ଜବତ କରି ବ୍ୟବଚ୍ଛେଦ ପାଇଁ କେନ୍ଦ୍ରାପଡ଼ା ପଠାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri