କାଠଫାଳିଆରେ ପିଟି ସାଙ୍ଗଙ୍କୁ ହତ୍ୟା

ଭୁବନେଶ୍ୱର,୧୮।୧(ବ୍ୟୁରୋ):: ପୂର୍ବଶତ୍ରୁତା ଓ ଚିକେନ ଖାଇବାକୁ ନେଇ ହୋଇଥିବା ଗଣ୍ଡଗୋଳରୁ ୨ ସମ୍ପର୍କୀୟ ଭାଇ ଜଣେ ଯୁବକଙ୍କୁ କାଠଫାଳିଆରେ ପିଟି ହତ୍ୟା କରିଛନ୍ତି। ମୈତ୍ରୀବିହାର ଥାନା ଅନ୍ତର୍ଗତ ଇଡ୍‌କୋ ବସ୍ତିର ଆଦିବାସୀ ସାହିରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ଅନ୍ତର୍ଗତ ବଣକାଟି ଗ୍ରାମର ସୁଶୀଲ ହେମ୍ବ୍ରମ। ପୋଲିସ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ଲାଗି କ୍ୟାପିଟାଲ ହସ୍ପିଟାଲ ପଠାଇଛି। ଏହି ଘଟଣାରେ ସମ୍ପୃକ୍ତ ଜଣେ ଅଭିଯୁକ୍ତ ତଥା ମୃତ ସୁଶୀଲଙ୍କ ସାଙ୍ଗ ବିଶ୍ୱନାଥ କିସ୍କୁ ଓରଫ ଲୁଚାଙ୍କୁ ପୋଲିସ ଗିରଫ କରିଥିବାବେଳେ ଅନ୍ୟତମ ଅଭିଯୁକ୍ତ ତଥା ତାଙ୍କ ସମ୍ପର୍କୀୟ ସାନଭାଇ ସୋନୁ ଫେରାର ଥିବାରୁ ତାଙ୍କୁ ଧରିବାକୁ ଚଢାଉ ଚାଲିଥିବା ଥାନାଧିକାରିଣୀ ପ୍ରିୟଦର୍ଶିନୀ ନନ୍ଦ କହିଛନ୍ତି। ଏନେଇ ଥାନାରେ ଦଫା ୩୦୨ରେ ହତ୍ୟା ମାମଲା (ନଂ.୧୧/୨୦୨୩) ରୁଜୁ କରାଯାଇଛି। ଘଟଣା ସମ୍ପର୍କରେ ମୃତ ସୁଶୀଲଙ୍କ ଘରକୁ ଖବର ଦିଆଯାଇଛି। ମୃତଦେହକୁ କ୍ୟାପିଟାଲ ହସ୍ପିଟାଲର ଶବ ସଂରକ୍ଷଣ ଗୃହରେ ରଖାଯାଇଛି। ପରିବାର ଲୋକେ ଆସିବା ପରେ ବ୍ୟବଚ୍ଛେଦ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।
ସ୍ଥାନୀୟ ଲୋକ ଓ ପୋଲିସ ସୂଚନାନୁଯାୟୀ, ମୃତକ ସୁଶୀଲ ଓ ଗିରଫ ଅଭିଯୁକ୍ତ ବିଶ୍ୱନାଥ ଦୁଇଜଣ ସାଙ୍ଗ। ଉଭୟଙ୍କ ଘର ମୟୂରଭଞ୍ଜରେ ହୋଇଥିବାବେଳେ ସେମାନେ ଭୁବନେଶ୍ୱର ଇଡ୍‌କୋ ବସ୍ତିର ଆଦିବାସୀ ସାହିରେ ପାଖାପାଖି ରହି ଶ୍ରମିକ କାମ କରନ୍ତି। କାମକୁ ନେଇ ସେମାନଙ୍କ ମଧ୍ୟରେ ବିବାଦ ଥିଲା। ରବିବାର ସୁଶୀଲ ଘରେ ଚିକେନ ରୋଷେଇ କରି କାମକୁ ଯାଇଥିଲେ। ବିଶ୍ୱନାଥଙ୍କ ପାଖରେ ରହୁଥିବା ସମ୍ପର୍କୀୟ ସାନଭାଇ ସୋନୁ ତାଙ୍କ ଘରେ ପଶି ସବୁ ଚିକେନ ତରକାରି ଖାଇ ଦେଇଥିଲେ। ସୁଶୀଲ ଘରକୁ ଫେରି ବିଶ୍ୱନାଥଙ୍କଠାରୁ ଜାଣିବା ପରେ ରାଗି ଯାଇଥିଲେ। ପୂର୍ବ ବିବାଦ ଓ ଚିକେନ ତରକାରି ଖାଇବାକୁ ନେଇ ସୁଶୀଲ ଓ ବିଶ୍ୱନାଥଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଉକ୍ତ କଥାକୁ ନେଇ ସୋମବାର ବିଶ୍ୱନାଥ ଓ ତାଙ୍କ ସମ୍ପର୍କୀୟ ସାନଭାଇ ସୋନୁ ସ୍ଥାନୀୟ ପଡିଆକୁ ଡାକି ସୁଶୀଲଙ୍କ ସହ ପାଟିତୁଣ୍ଡ କରିଥିଲେ। ଏହାପରେ ବିଶ୍ୱନାଥ ଓ ସୋନୁ ଆହୁରି ଉତ୍ତ୍ୟକ୍ତ ହୋଇପଡିବା ସହ ହତ୍ୟା ଯୋଜନା କରିଥିଲେ। ସୁଶୀଲ ଘରେ ଶୋଇଥିବାବେଳେ ମଙ୍ଗଳବାର ଭୋର ୩ଟାରୁ ୫ ଭିତରେ ବିଶ୍ୱନାଥ ଓ ସୋନୁ ପହଞ୍ଚତ୍ କାଠଫାଳିଆରେ ତାଙ୍କ ମୁଣ୍ଡକୁ ଏକାଧିକ ଥର ପିଟି ଫେରାର ହୋଇଯାଇଥିଲେ। ଫଳରେ ତାଙ୍କ ମୁଣ୍ଡ ଫାଟି ପ୍ରଚୁର ରକ୍ତସ୍ରାବ ହେବା ସହ ଚେତାଶୂନ୍ୟ ଅବସ୍ଥାରେ ବିଛଣାରେ ସେମିତି ପଡି ରହିଥିଲେ। ସୁଶୀଲଙ୍କ ସହଯୋଗୀ କାମକୁ ଯିବାକୁ ଡାକିବାକୁ ଆସି ଏହା ଦେଖି ଆଖପାଖ ଲୋକଙ୍କୁ ପାଟିକରି ଡାକିଥିଲେ। ସ୍ଥାନୀୟ ଲୋକେ ପ୍ରଥମେ ନୟାପଲ୍ଲୀ ଓ ପରେ ମୈତ୍ରୀ ବିହାର ଥାନାକୁ ଜଣାଇବା ସହ ଆମ୍ବୁଲାନ୍ସ ଯୋଗେ ସୁଶୀଲଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଜୋନ-୫ ଏସିପି ସଞ୍ଜୀବ ଶତପଥୀ ଓ ଅନ୍ୟ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଜବତ କରିବା ସହ ସୁଶୀଲଙ୍କ ଘରକୁ ଯାଇ ତଦନ୍ତ କରିଥିଲେ। ସାଇଣ୍ଟିଫିକ ଟିମ୍‌ ଫିଙ୍ଗର ପ୍ରିଣ୍ଟ ସହ ବିଭିନ୍ନ ନମୁନା ସଂଗ୍ରହ କରିଥିଲା। ମୈତ୍ରୀବିହାର ଥାନାରେ ଏହା ପ୍ରଥମ ହତ୍ୟାକାଣ୍ଡ ମାମଲା ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri