କାଠଫାଳିଆରେ ପିଟି ସାଙ୍ଗଙ୍କୁ ହତ୍ୟା

ଭୁବନେଶ୍ୱର,୧୮।୧(ବ୍ୟୁରୋ):: ପୂର୍ବଶତ୍ରୁତା ଓ ଚିକେନ ଖାଇବାକୁ ନେଇ ହୋଇଥିବା ଗଣ୍ଡଗୋଳରୁ ୨ ସମ୍ପର୍କୀୟ ଭାଇ ଜଣେ ଯୁବକଙ୍କୁ କାଠଫାଳିଆରେ ପିଟି ହତ୍ୟା କରିଛନ୍ତି। ମୈତ୍ରୀବିହାର ଥାନା ଅନ୍ତର୍ଗତ ଇଡ୍‌କୋ ବସ୍ତିର ଆଦିବାସୀ ସାହିରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ଅନ୍ତର୍ଗତ ବଣକାଟି ଗ୍ରାମର ସୁଶୀଲ ହେମ୍ବ୍ରମ। ପୋଲିସ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ଲାଗି କ୍ୟାପିଟାଲ ହସ୍ପିଟାଲ ପଠାଇଛି। ଏହି ଘଟଣାରେ ସମ୍ପୃକ୍ତ ଜଣେ ଅଭିଯୁକ୍ତ ତଥା ମୃତ ସୁଶୀଲଙ୍କ ସାଙ୍ଗ ବିଶ୍ୱନାଥ କିସ୍କୁ ଓରଫ ଲୁଚାଙ୍କୁ ପୋଲିସ ଗିରଫ କରିଥିବାବେଳେ ଅନ୍ୟତମ ଅଭିଯୁକ୍ତ ତଥା ତାଙ୍କ ସମ୍ପର୍କୀୟ ସାନଭାଇ ସୋନୁ ଫେରାର ଥିବାରୁ ତାଙ୍କୁ ଧରିବାକୁ ଚଢାଉ ଚାଲିଥିବା ଥାନାଧିକାରିଣୀ ପ୍ରିୟଦର୍ଶିନୀ ନନ୍ଦ କହିଛନ୍ତି। ଏନେଇ ଥାନାରେ ଦଫା ୩୦୨ରେ ହତ୍ୟା ମାମଲା (ନଂ.୧୧/୨୦୨୩) ରୁଜୁ କରାଯାଇଛି। ଘଟଣା ସମ୍ପର୍କରେ ମୃତ ସୁଶୀଲଙ୍କ ଘରକୁ ଖବର ଦିଆଯାଇଛି। ମୃତଦେହକୁ କ୍ୟାପିଟାଲ ହସ୍ପିଟାଲର ଶବ ସଂରକ୍ଷଣ ଗୃହରେ ରଖାଯାଇଛି। ପରିବାର ଲୋକେ ଆସିବା ପରେ ବ୍ୟବଚ୍ଛେଦ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।
ସ୍ଥାନୀୟ ଲୋକ ଓ ପୋଲିସ ସୂଚନାନୁଯାୟୀ, ମୃତକ ସୁଶୀଲ ଓ ଗିରଫ ଅଭିଯୁକ୍ତ ବିଶ୍ୱନାଥ ଦୁଇଜଣ ସାଙ୍ଗ। ଉଭୟଙ୍କ ଘର ମୟୂରଭଞ୍ଜରେ ହୋଇଥିବାବେଳେ ସେମାନେ ଭୁବନେଶ୍ୱର ଇଡ୍‌କୋ ବସ୍ତିର ଆଦିବାସୀ ସାହିରେ ପାଖାପାଖି ରହି ଶ୍ରମିକ କାମ କରନ୍ତି। କାମକୁ ନେଇ ସେମାନଙ୍କ ମଧ୍ୟରେ ବିବାଦ ଥିଲା। ରବିବାର ସୁଶୀଲ ଘରେ ଚିକେନ ରୋଷେଇ କରି କାମକୁ ଯାଇଥିଲେ। ବିଶ୍ୱନାଥଙ୍କ ପାଖରେ ରହୁଥିବା ସମ୍ପର୍କୀୟ ସାନଭାଇ ସୋନୁ ତାଙ୍କ ଘରେ ପଶି ସବୁ ଚିକେନ ତରକାରି ଖାଇ ଦେଇଥିଲେ। ସୁଶୀଲ ଘରକୁ ଫେରି ବିଶ୍ୱନାଥଙ୍କଠାରୁ ଜାଣିବା ପରେ ରାଗି ଯାଇଥିଲେ। ପୂର୍ବ ବିବାଦ ଓ ଚିକେନ ତରକାରି ଖାଇବାକୁ ନେଇ ସୁଶୀଲ ଓ ବିଶ୍ୱନାଥଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଉକ୍ତ କଥାକୁ ନେଇ ସୋମବାର ବିଶ୍ୱନାଥ ଓ ତାଙ୍କ ସମ୍ପର୍କୀୟ ସାନଭାଇ ସୋନୁ ସ୍ଥାନୀୟ ପଡିଆକୁ ଡାକି ସୁଶୀଲଙ୍କ ସହ ପାଟିତୁଣ୍ଡ କରିଥିଲେ। ଏହାପରେ ବିଶ୍ୱନାଥ ଓ ସୋନୁ ଆହୁରି ଉତ୍ତ୍ୟକ୍ତ ହୋଇପଡିବା ସହ ହତ୍ୟା ଯୋଜନା କରିଥିଲେ। ସୁଶୀଲ ଘରେ ଶୋଇଥିବାବେଳେ ମଙ୍ଗଳବାର ଭୋର ୩ଟାରୁ ୫ ଭିତରେ ବିଶ୍ୱନାଥ ଓ ସୋନୁ ପହଞ୍ଚତ୍ କାଠଫାଳିଆରେ ତାଙ୍କ ମୁଣ୍ଡକୁ ଏକାଧିକ ଥର ପିଟି ଫେରାର ହୋଇଯାଇଥିଲେ। ଫଳରେ ତାଙ୍କ ମୁଣ୍ଡ ଫାଟି ପ୍ରଚୁର ରକ୍ତସ୍ରାବ ହେବା ସହ ଚେତାଶୂନ୍ୟ ଅବସ୍ଥାରେ ବିଛଣାରେ ସେମିତି ପଡି ରହିଥିଲେ। ସୁଶୀଲଙ୍କ ସହଯୋଗୀ କାମକୁ ଯିବାକୁ ଡାକିବାକୁ ଆସି ଏହା ଦେଖି ଆଖପାଖ ଲୋକଙ୍କୁ ପାଟିକରି ଡାକିଥିଲେ। ସ୍ଥାନୀୟ ଲୋକେ ପ୍ରଥମେ ନୟାପଲ୍ଲୀ ଓ ପରେ ମୈତ୍ରୀ ବିହାର ଥାନାକୁ ଜଣାଇବା ସହ ଆମ୍ବୁଲାନ୍ସ ଯୋଗେ ସୁଶୀଲଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଜୋନ-୫ ଏସିପି ସଞ୍ଜୀବ ଶତପଥୀ ଓ ଅନ୍ୟ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଜବତ କରିବା ସହ ସୁଶୀଲଙ୍କ ଘରକୁ ଯାଇ ତଦନ୍ତ କରିଥିଲେ। ସାଇଣ୍ଟିଫିକ ଟିମ୍‌ ଫିଙ୍ଗର ପ୍ରିଣ୍ଟ ସହ ବିଭିନ୍ନ ନମୁନା ସଂଗ୍ରହ କରିଥିଲା। ମୈତ୍ରୀବିହାର ଥାନାରେ ଏହା ପ୍ରଥମ ହତ୍ୟାକାଣ୍ଡ ମାମଲା ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri