ଗଞ୍ଜେଇ ଟଙ୍କା ମାଗିବାରୁ ହତ୍ୟା

ବଲାଙ୍ଗୀର,୨୪ା୨(ବୀରେନ୍ଦ୍ର କୁମାର ଝାଙ୍କର): ମହିଳାଙ୍କ ମୃତଦେହ ଜବତର ୨୪ ଘଣ୍ଟା ନପୂରୁଣୁ ବଲାଙ୍ଗୀର ପୋଲିସ ଟିମ୍‌ ପୁଇଁତଳା ଥାନା କେଶରକେଲା ପମ୍ପହାଉସ ନିକଟ ହତ୍ୟା ଘଟଣାର ପର୍ଦ୍ଦଫାଶ କରିଛି। ଗୁରୁବାର ପମ୍ପହାଉସ ନିକଟରେ ଜଣେ ମହିଳାଙ୍କ ମୃତଦେହ ଜବତ ହୋଇଥିଲା। ମୃତା ବୌଦ୍ଧ ଜିଲା କଣ୍ଟାମାଳ ଥାନା ବରିଗୁଭା ଗାଁର ଚକା ମହାନନ୍ଦଙ୍କ ସ୍ତ୍ରୀ ସଞ୍ଜୁକ୍ତା ଓରଫ୍‌ ଡଲି ହରିପାଲ (୩୩) ବୋଲି ଚିହ୍ନଟ କରାଯାଇଥିଲା। ଥାନାରେ ଏକ ମାମଲା(୬୯/୨୪) ରୁଜୁ ହୋଇଥିଲା। ଏସ୍‌ପି ଋଷିକେଶ ଦ୍ୟାନଦେଓ ଖିଲାରୀଙ୍କ ନିର୍ଦ୍ଦେଶରେ ଗଠିତ ସ୍ବତନ୍ତ୍ର ପୋଲିସ ଟିମ୍‌ ବୌଦ୍ଧ ଜିଲା କଣ୍ଟାମାଳ ଥାନା ଖଲିଆପାଲିର ଅଭିଯୁକ୍ତ ସପ୍ତମ ବଗର୍ତ୍ତୀ(୨୪)ଙ୍କୁ ଗିରଫ କରିଛି। ବଲାଙ୍ଗୀର ଏସ୍‌ଡିପିଓ ପ୍ରଦୀପ କୁମାର ସାହୁ ଟାଉନ୍‌ ଥାନା ପରିସରରେ ଖବରଦାତା ସମ୍ମିଳନୀ ଡାକି ହତ୍ୟାକାଣ୍ଡ ସମ୍ପର୍କରେ ସୂଚନା ଦେଇଛନ୍ତି।
ଅଭିଯୁକ୍ତ ବଗର୍ତ୍ତୀ ଗଞ୍ଜେଇ କାରବାରରେ ଲିପ୍ତ ଥିଲେ। ବଗର୍ତ୍ତୀ ଓ ସଞ୍ଜୁକ୍ତାଙ୍କ ବାପଘର ଖଲିଆପାଲି ଗାଁରେ। ଚକା ମହାନନ୍ଦଙ୍କୁ ବିବାହ କଲା ପରେ ସଞ୍ଜୁକ୍ତା ବରିଗୁଭାରେ ରହୁଥିଲେ। ସେଠାରେ ସେ ମିଶନଶକ୍ତି ସିଆରପିଭାବେ କାର୍ଯ୍ୟ କରୁଥିଲେ। କିଛିଦିନ ସଞ୍ଜୁକ୍ତା ଗଞ୍ଜେଇ ବେପାରୀ ସପ୍ତମଙ୍କ କଥାରେ ପଡି ଗଞ୍ଜେଇ ଚୋରାଚାଲାଣ କରୁଥିଲେ। ଗତ ୨୧ ତାରିଖରେ ସଞ୍ଜୁକ୍ତା ବୌଦ୍ଧଠାରେ ଆୟୋଜିତ ଲକ୍ଷ୍ମୀବସ୍‌ ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଛି କହି ସିଆରପି ୟୁନିଫର୍ମ ଶାଢ଼ୀ ପିନ୍ଧି ନିଜ ଘରୁ ବାହାରିଥିଲେ। ଏହାପରେ ସପ୍ତମ ବଗର୍ତ୍ତୀଙ୍କ ସହ ସଞ୍ଜୁକ୍ତା ଗଞ୍ଜେଇ ବ୍ୟାଗ ଧରି ଏକ ବାଇକରେ ବଲାଙ୍ଗୀର ବାହାରିଥିଲେ। ଏଥିପାଇଁ କୁଆଡେ ସଞ୍ଜୁକ୍ତାଙ୍କୁ ୨୫ ହଜାର ଟଙ୍କା ଦେବାକୁ ସପ୍ତମ ରାଜି ହୋଇଥିଲେ। ଉଭୟେ ୨୧ତାରିଖ ବଲାଙ୍ଗୀର ପହଞ୍ଚିବା ପରେ ବେପାରୀ ନ ମିଳିବାରୁ ଗଞ୍ଜେଇ ବିକ୍ରି ହୋଇ ପାରି ନ ଥିଲା। ରାତି ପ୍ରାୟ ୮ଟା ସୁଦ୍ଧା ସେମାନେ ଗଞ୍ଜେଇ ବିକ୍ରି ଉଦ୍ୟମ କରି ବିଫଳ ହେବାରୁ ଘରକୁ ଫେରିଯିବାକୁ ବାହାରିଥିଲେ। ଫେରିବା ବାଟରେ ଉଭୟେ ରାତିରେ କେଶରକେଲା ପମ୍ପହାଉସ ନିକଟ ନିଛାଟିଆ ସ୍ଥାନକୁ ଯାଇ କିଛି ସମୟ ଅନ୍ତରଙ୍ଗ ଆଳାପ କରିଥିଲେ। ଏହା ପରେ ସଞ୍ଜୁକ୍ତା ସପ୍ତମଙ୍କଠାରୁ ୨୫ହଜାର ଟଙ୍କା ଦାବି କରିଥିଲେ। ସେଇ କଥାକୁ ନେଇ ଉଭୟଙ୍କ ଭିତରେ ବଚସା ହୋଇଥିଲା। ଟଙ୍କା ନଦେଲେ ସପ୍ତମଙ୍କ ଗଞ୍ଜେଇ ବେପାର ସମ୍ପର୍କରେ ଖୁଲାସା କରିଦେବେ ବୋଲି ଧମକ ଦେଇଥିଲେ। କ୍ରୋଧିତ ହୋଇ ସପ୍ତମ ସେଇ ପଡିଆରେ ସଞ୍ଜୁକ୍ତାଙ୍କ ତଣ୍ଟି ଚିପି ମାରି ଦେଇଥିଲେ। ଏହାପରେ ସଞ୍ଜୁକ୍ତାଙ୍କ ଶାଢ଼ୀରେ ତାଙ୍କ ବେକକୁ ବାନ୍ଧି ଅଁାଟ ଭିତର ଏକ ଗଛ ପାଖକୁ ଘୋଷାଡି ନେଇଥିଲେ। ସେଠାରେ ତାଙ୍କ ଶାଢ଼ୀକୁ ଗଛରେ ବାନ୍ଧି ଦେଇ ଗଞ୍ଜେଇ ବ୍ୟାଗ ଧରି ବାଇକରେ ଗାଁକୁ ପଳାଇ ଯାଇଥିଲେ। ୨୨ ତାରିଖ କେଶରକେଲା ପମ୍ପହାଉସ ପାଖରୁ ସଞ୍ଜୁକ୍ତାଙ୍କ ମୃତଦେହ ପୋଲିସ ଜବତ କରିଥିଲା। ପୋଲିସ ଟିମ୍‌ ମୃତଦେହ ନିକଟରୁ ପାଇଥିବା ମୋବାଇଲରୁ ସଞ୍ଜୁକ୍ତାଙ୍କ ଠିକଣା ଜାଣିବା ସହ ଅଭିଯୁକ୍ତଙ୍କୁ ଟ୍ରାକ୍‌ କରିଥିଲା। ଅପରପକ୍ଷରେ ସପ୍ତମ ହତ୍ୟା କରିବା ପରେ ଗଁାକୁ ପଳାଇ ଯାଇଥିଲେ। ଶୁକ୍ରବାର ସକାଳେ ଆଉ ଜଣେ ସହଯୋଗୀ ମହାଦେବ ରଣା (୨୪)ଙ୍କ ସହ ଏକ ବାଇକରେ ଗଞ୍ଜେଇ ଚାଲାଣ କରିବାକୁ ଦେଓଗଁା ଅଞ୍ଚଳରେ ବୁଲୁଥିବାବେଳେ ପୋଲିସ ଟିମ୍‌ ସେମାନଙ୍କୁ କାବୁ କରିନେଇଥିଲା। ସେମାନଙ୍କଠାରୁ ୮ କେଜି ଗଞ୍ଜେଇ ମଧ୍ୟ ଜବତ କରାଯାଇଥିଲା। ସପ୍ତମଙ୍କୁ ଗିରଫ କରି ବଲାଙ୍ଗୀର ଆଣିବା ପରେ ଶୁକ୍ରବାର କେଶରକେଲା ନିଆଯାଇ ସିନ୍‌ ରିକ୍ରିଏସନ୍‌ କରାଯାଇଥିଲା। ୨୫ହଜାର ଟଙ୍କ ମାଗିବା ଏବଂ ତାଙ୍କ ଗଞ୍ଜେଇ କାରବାର ସମ୍ପର୍କରେ ଖୁଲାସା କରିଦେବ କହି ବ୍ଳାକ୍‌ମେଲିଂ କରିବାରୁ ସଞ୍ଜୁକ୍ତାଙ୍କୁ ହତ୍ୟା କରିଥିବା ସପ୍ତମ ସ୍ବୀକାର କରିଥିବା ପୋଲିସ ପକ୍ଷରୁ କୁହାଯାଇଛି। ପୋଲିସ ଅଭିଯୁକ୍ତଙ୍କ ଜଣେ ସମ୍ପର୍କୀୟଙ୍କ ଘରୁ ତାଙ୍କ ବାଇକ(ଓଡି୩୧ ଏଫ୍‌ ୬୨୩୩) ଜବତ କରିଛି। ଖବରଦାତା ସମ୍ମିଳନୀରେ ଇନ୍ସପେକ୍ଟର ଅନିତା ପ୍ରଧାନ ଓ ଅନିତା ପଟନିଆ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧାନ କିଣାବିକାରେ ଅଚଳାବସ୍ଥା: ତାତିଲେ ଚାଷୀ, କଲେ ଏମିତି…

ବରଗଡ଼,୭ା୧୨(ପ୍ରେମାନନ୍ଦ ଖମାରୀ.): ବରଗଡ଼ ଜିଲାରେ ଗତମାସ ୨୮ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଧାନ ସଂଗ୍ରହ ପ୍ରକ୍ରିୟା ରବିବାର ୧୦ଦିନରେ ପହଞ୍ଚିଛି। ହେଲେ...

୨୦୨୬ରେ କେମିତି ରହିବ ତୁଳା ରାଶିର ଭାଗ୍ୟ, ବୃହସ୍ପତିଙ୍କ ଚଳନ, ଟଙ୍କାରେ ପୋତି ହେବେ…

ବର୍ଷ ୨୦୨୬ ତୁଳା ରାଶି ପାଇଁ ସେମାନଙ୍କ ଅଧ୍ୟୟନ ଏବଂ କ୍ୟାରିୟର ଉଭୟ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । ବର୍ଷର ମଧ୍ୟଭାଗରେ ବୃହସ୍ପତିଙ୍କ ପ୍ରଭାବ ଆପଣଙ୍କୁ ସ୍ଥଗିତ...

ଭାରତର ଟପ୍‌ ୭ଟିି ସରକାରୀ ଚାକିରି, IAS ଭଳି ଦରମା, କମ୍‌ ପରିଶ୍ରମରେ…

ନୂଆଦିଲ୍ଲୀ,୭।୧୨: ସରକାରୀ ଚାକିରି ପାଇବା ଲକ୍ଷ ଲକ୍ଷ ଯୁବକ ଯୁବତୀଙ୍କ ସ୍ୱପ୍ନ। ତଥାପି, ଅଧିକାଂଶ ଲୋକ କେବଳ କିଛି ହାଇ-ପ୍ରୋଫାଇଲ ପଦବୀ ବିଷୟରେ ଜାଣନ୍ତି –...

ସ୍ମୃତି ମନ୍ଧାନାଙ୍କ ପୋଷ୍ଟ ପରେ ବଡ଼ ଖୁଲାସା କଲେ ପଲାଶ! କହିଲେ ଆକ୍ସନ ନେବି…

ନୂଆଦିଲ୍‌ଲୀ,୭।୧୨: କ୍ରିକେଟର ସ୍ମୃତି ମନ୍ଧାନା ଏବଂ ସଂଗୀତକାର ପଲାଶ ମୁଛଲଙ୍କ ବିବାହ ଚର୍ଚ୍ଚାରେ ଏବେ ଫୁଲଷ୍ଟପ ପଡିଛିି। ସ୍ମୃତି ଏବଂ ପଲାଶଙ୍କ ବିବାହ ବହୁତ ଦିନ...

ବିବାହକୁ ନେଇ ଶେଷରେ ମୁହଁ ଖୋଲିଲେ ସ୍ମୃତି ମନ୍ଧାନା, କହିଲେ ପଲାଶଙ୍କ ସହ…

ନୂଆଦିଲ୍‌ଲୀ,୭।୧୨: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ ସେୟାର କରି ତାଙ୍କ ବିବାହକୁ ନେଇ ଚାଲିଥିବା...

ବିଲରୁ ଫେରୁଥିବା ବେଳେ ଗୋଡ଼ାଇ ଗୋଡ଼ାଇ କାମୁଡିଲା ବିଲୁଆ

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିରେ ମାତିଛି ବିଲୁଆ। ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟ ରୋହି ଗାଁର ସୁକୁନୁ ଜେନା(୫୮), ସୋଲି ସ୍ବାଇଁ(୬୦),ତପସ୍ବିନୀ ଜେନା(୨୫),ଶର୍ମିଲା ଜେନା(୩୫),ଗୁରୁଦେବ ରଣା(୩୮)ବିଲୁଆ...

ହ୍ୟୁମାନ ସାଗରଙ୍କ ଘରେ ପହଞ୍ଚିଲେ ଓଲିଉଡ୍‌ ସୁପରଷ୍ଟାର ଅନୁଭବ, ମା’ଙ୍କୁ ଭେଟି କହିଲେ…

ବଲାଙ୍ଗୀର,୭ା୧୨(ସୁନିଲ କୁମାର ମହାନ୍ତି): ହ୍ୟୁମାନ ସାଗରଙ୍କ ଘରେ ରବିବାର ପହଞ୍ଚିଛନ୍ତି ଓଲିଉଡ୍‌ ସୁପରଷ୍ଟାର ଅନୁଭବ ମହାନ୍ତି। ବଲାଙ୍ଗୀର ଜିଲା ଟିଟିଲାଗଡ଼ସ୍ଥିତ ହ୍ୟୁମାନ ସାଗରଙ୍କ ଘରେ ତାଙ୍କ...

୨୫ରୁ କୂର୍ମୀ କ୍ଷତ୍ରୀୟ ପ୍ରଦେଶ ସଂସ୍ଥାର ମହାସଭା: ଘୁମୁସର ବୀର ଚକରାଙ୍କ ଇତିହାସ ଜାଣିବେ

ଭଞ୍ଜନଗର,୭।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ନିଖିଳ ଉତ୍କଳ କୁର୍ମି କ୍ଷତ୍ରିୟ ସଂସ୍ଥାର ଦ୍ୱାଦଶତମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri