୧୨ ବନ୍ଧୁଙ୍କୁ ସାୟନାଇଡ୍‌ ଦେଇ ହତ୍ୟା

ବ୍ୟାଙ୍କକ୍‌,୨୮ା୪: ଥାଇଲାଣ୍ଡର ଜଣେ ଗର୍ଭବତୀ ମହିଳା ତାଙ୍କର ୧୨ ଜଣ ବନ୍ଧୁଙ୍କୁ ସାୟନାଇଡ୍‌ ଦେଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକଙ୍କ ବୟସ ୩୩ରୁ ୪୪ ବର୍ଷ ମଧ୍ୟରେ ହୋଇଥିବାବେଳେ ସେମାନଙ୍କୁ ୨୦୨୦ ଡିସେମ୍ବରରୁ ୨୦୨୩ ଏପ୍ରିଲ ମଧ୍ୟରେ ହତ୍ୟା କରାଯାଇଛି। ତଦନ୍ତ ପରେ ପୋଲିସ ବ୍ୟାଙ୍କକ୍‌ରୁ ଅଭିଯୁକ୍ତ ମହିଳା ସରାରତ ରଙ୍ଗସିଉଥାପର୍ନ(୩୨)ଙ୍କୁ ମଙ୍ଗଳବାର ଗିରଫ କରିଛି। ଚଳିତ ମାସ ଆରମ୍ଭରେ ତାଙ୍କ ବନ୍ଧୁ ସିରିପର୍ନ ଖାନ୍‌ଓଙ୍ଗଙ୍କ ମୃତ୍ୟୁକୁ ନେଇ ମହିଳା ଜଣକ ସନ୍ଦେହ ଘେରକୁ ଆସିଥିଲେ। ଗତ ୧୪ ତାରିଖରେ ରଙ୍ଗସିଉଥାପର୍ନ ତାଙ୍କ ବନ୍ଧୁ ସିରିପର୍ନଙ୍କ ସହ ରାଟ୍‌ଚାବୁରି ପ୍ରଦେଶକୁ ଭ୍ରମଣରେ ଯାଇ ଏକ ନଦୀରେ ବୈଦ୍ଧ ଧର୍ମାବଲମ୍ବୀ ସୁରକ୍ଷା ରୀତିନୀତିରେ ସାମିଲ ହୋଇଥିଲେ। ଉକ୍ତ ନଦୀକୂଳରେ ସିରିପର୍ନଙ୍କର ମୂର୍ଚ୍ଛାଯିବା ସହ ତାଙ୍କର ମୃତ୍ୟୁ ଘଟିଥିଲା। ବ୍ୟବଚ୍ଛେଦ ରିପୋର୍ଟରୁ ତାଙ୍କ ଦେହରେ ସାୟନାଇଡ୍‌ ଥିବା ଜଣାପଡ଼ିଥିଲା। ସିରିପର୍ନଙ୍କ ଫୋନ୍‌, ଟଙ୍କା ଓ ବ୍ୟାଗ୍‌ ଗାଏବ୍‌ ହୋଇଯାଇଥିଲା। ରଙ୍ଗସିଉଥାପର୍ନ ତାଙ୍କ ବୟଫ୍ରେଣ୍ଡଙ୍କ ସହ ଅନ୍ୟ ୧୧ ଜଣଙ୍କୁ ଏହିଭଳି ସାୟନାଇଡ୍‌ ଦେଇ ହତ୍ୟା କରିଥିବା ପୋଲିସ ତଦନ୍ତରୁ ବିଶ୍ୱାସ କରାଯାଉଛି। ସମସ୍ତ ମୃତକଙ୍କ ଅର୍ଥ, ଗହଣା ଆଦି ଗାଏବ୍‌ ହୋଇଥିବାରୁ ରଙ୍ଗସିଉଥାପର୍ନ ଲୁଟ୍‌ ପାଇଁ ସେମାନଙ୍କୁ ହତ୍ୟା କରିଥିବା ବିଶ୍ୱାସ କରାଯାଉଛି। ତେବେ ଜଣେ ପୋଲିସ ଅଫିସରଙ୍କ ପୂର୍ବତନ ସ୍ତ୍ରୀ ରଙ୍ଗସିଉଥାପର୍ନ ଉକ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଗର୍ଭବତୀ ମହିଳା ଜଣକ ପୋଲିସ ହାଜତରେ ଅଧିକ ସମୟ ରହିବା ପରେ ମାନସିକ ଅବସାଦରେ ରହିଥିଲେ ବୋଲି ତାଙ୍କ ଓକିଲ କହିଛନ୍ତି। ସମସ୍ତ ହତ୍ୟାକାଣ୍ଡ ରଙ୍ଗସିଉଥାପର୍ନଙ୍କ ଦ୍ୱାରା ହୋଇଥିବା ପ୍ରମାଣ ମିଳିଲେ, ତାଙ୍କୁ ସିରିଏଲ୍‌ କିଲର ଦର୍ଶାଯାଇପାରିବ ବୋଲି ପୋଲିସ ମେଜର-ଜେନେରାଲ ମୋଣ୍ଟ୍ରି ଥେସ୍‌ଖା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଡ଼ଚଣ୍ଡୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହରେ ଆଣ୍ଠୁଏ ପାଣି, ଶିକ୍ଷାଦାନ ବନ୍ଦ

ହାଟଡିହୀ, ୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡା): ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି ହୋଇଛି। କେଉଁଠି ପୋଲ…

ଜନ୍ତରମନ୍ତରରେ ପୁଣି ପୋଲିସ-ପ୍ରଦର୍ଶନକାରୀ ମୁହାଁମୁହିଁ, ପଥର ମାଡ଼ ପରେ ଲାଠିଚାର୍ଜ

ନୂଆଦିଲ୍ଲୀ,୨୨।୭: ନୂଆଦିଲ୍ଲୀର ଜନ୍ତର ମନ୍ତରରେ ଚାଲିଥିବା CJP ପ୍ରତିବାଦ ମଧ୍ୟରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି । ପ୍ରଦର୍ଶନକାରୀ ଏବଂ ଦିଲ୍ଲୀ ପୋଲିସ ମଧ୍ୟରେ ସଂଘର୍ଷ ହୋଇଛି…

ରାଜ୍ୟ ରାଜନୀତିରେ ହଲଚଲ୍! କ୍ୟାପିଟାଲ୍‌ ଥାନା ପକ୍ଷରୁ ପାଣ୍ଡିଆନଙ୍କୁ ନୋଟିସ, ଏହି ଦିନ ହେବ ହାଜର

ଭୁବନେଶ୍ବର,୨୨।୭: CMOରୁ ଫାଇଲ୍‌ ଗାୟବ ମାମଲାରେ ଭିକେ ପାଣ୍ଡିଆନ୍‌ଙ୍କୁ ନୋଟିସ କରାଯାଇଛି । ପୂର୍ବତନ ଆଇଏଏସ୍‌ ଅଫିସର ଭି.କେ ପାଣ୍ଡିଆନଙ୍କୁ ଆସନ୍ତା ୨୫ ତାରିଖ ଦିନ ୧୧ଟା…

ବିଦ୍ରୋହ ମଧ୍ୟରେ ଆସିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ବୟାନ, ‘୨୯ ଜୁଲାଇ ସମସ୍ତଙ୍କ ପାଇଁ….’

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଶିକ୍ଷା ମନ୍ତ୍ରୀମାନଙ୍କ ଏକ ସମ୍ମିଳନୀରେ ବୁଧବାର ଦିନ ଉଦବୋଧନ ଦେଇଥିଲେ। ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,…

ଟିମ୍‌ ଇଣ୍ଡିଆରେ ମିଳିଲାନି ସୁଯୋଗ, ଏବେ ଏହି ଟିମ୍‌ ପାଇଁ ଖେଳିବେ କୁଲଦୀପ ଯାଦବ 

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ ଦଳର ତାରକା ସ୍ପିନର କୁଲଦୀପ ଯାଦବଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜରେ ଭାରତୀୟ…

ଲଗାଣ ବର୍ଷାରେ ଭୁଶୁଡ଼ିଲା ବାଞ୍ଛା ପୋଲ, ଯୋଗାଯୋଗ ବିଚ୍ଛିନ୍ନ

ହାଟଡିହୀ/ଛେନାପଦୀ,୨୨ା୭(ଶୁଭକାନ୍ତ ନାୟକ/ନିରାକାର ପରିଡା): ଲଗାଣ ବର୍ଷାରେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ପରିସ୍ଥିତି ସଙ୍ଗୀନ ହୋଇ ପଡିଛି । ଲୋକେ ଘରୁ ବାହାରିବା ମୁସ୍କିଲ ହୋଇପଡିଛି…

ଚାଇନା ବିରୋଧରେ ଚନ୍ଦ୍ରଗିରିରେ ତିବତୀୟ ୟୁଥ୍ କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ ପ୍ରତିବାଦ, ଦାବି ରଖି…

ମୋହନା,୨୨ା୭( ମନ୍ମଥ ମିଶ୍ର ): ଗଜପତି ଜିଲା ଚନ୍ଦ୍ରଗିରିରେ ବସବାସ କରୁଥିବା ତିବତୀୟ ଶରଣାର୍ଥୀମାନେ ଚାଇନାର କଥିତ ଦମନ ନୀତିକୁ ବିରୋଧ କରି ଶାନ୍ତିପୂର୍ଣ୍ଣ ଭାବେ ଶୋଭାଯାତ୍ରା…

୪ ମାସର ବକେୟା ଭତ୍ତା ଅପେକ୍ଷାରେ ହିତାଧିକାରୀ, ଅଭିଯୋଗ କରିବାରୁ….

ଗୁଡାରି,୨୨ା୭(ପ୍ରମୋଦ କୁମାର ପତି): ସାମାଜିକ ସୁରକ୍ଷା ଯୋଜନାରେ ଗୁଡାରି ବ୍ଲକର ବହୁ ହିତାଧିକାରୀ ଗତ ୪ ମାସ ହେବ ଭତ୍ତା ପାଇନଥିବା ଅଭିଯୋଗ କରିଛନ୍ତି । ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri