୧୨ ବନ୍ଧୁଙ୍କୁ ସାୟନାଇଡ୍‌ ଦେଇ ହତ୍ୟା

ବ୍ୟାଙ୍କକ୍‌,୨୮ା୪: ଥାଇଲାଣ୍ଡର ଜଣେ ଗର୍ଭବତୀ ମହିଳା ତାଙ୍କର ୧୨ ଜଣ ବନ୍ଧୁଙ୍କୁ ସାୟନାଇଡ୍‌ ଦେଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକଙ୍କ ବୟସ ୩୩ରୁ ୪୪ ବର୍ଷ ମଧ୍ୟରେ ହୋଇଥିବାବେଳେ ସେମାନଙ୍କୁ ୨୦୨୦ ଡିସେମ୍ବରରୁ ୨୦୨୩ ଏପ୍ରିଲ ମଧ୍ୟରେ ହତ୍ୟା କରାଯାଇଛି। ତଦନ୍ତ ପରେ ପୋଲିସ ବ୍ୟାଙ୍କକ୍‌ରୁ ଅଭିଯୁକ୍ତ ମହିଳା ସରାରତ ରଙ୍ଗସିଉଥାପର୍ନ(୩୨)ଙ୍କୁ ମଙ୍ଗଳବାର ଗିରଫ କରିଛି। ଚଳିତ ମାସ ଆରମ୍ଭରେ ତାଙ୍କ ବନ୍ଧୁ ସିରିପର୍ନ ଖାନ୍‌ଓଙ୍ଗଙ୍କ ମୃତ୍ୟୁକୁ ନେଇ ମହିଳା ଜଣକ ସନ୍ଦେହ ଘେରକୁ ଆସିଥିଲେ। ଗତ ୧୪ ତାରିଖରେ ରଙ୍ଗସିଉଥାପର୍ନ ତାଙ୍କ ବନ୍ଧୁ ସିରିପର୍ନଙ୍କ ସହ ରାଟ୍‌ଚାବୁରି ପ୍ରଦେଶକୁ ଭ୍ରମଣରେ ଯାଇ ଏକ ନଦୀରେ ବୈଦ୍ଧ ଧର୍ମାବଲମ୍ବୀ ସୁରକ୍ଷା ରୀତିନୀତିରେ ସାମିଲ ହୋଇଥିଲେ। ଉକ୍ତ ନଦୀକୂଳରେ ସିରିପର୍ନଙ୍କର ମୂର୍ଚ୍ଛାଯିବା ସହ ତାଙ୍କର ମୃତ୍ୟୁ ଘଟିଥିଲା। ବ୍ୟବଚ୍ଛେଦ ରିପୋର୍ଟରୁ ତାଙ୍କ ଦେହରେ ସାୟନାଇଡ୍‌ ଥିବା ଜଣାପଡ଼ିଥିଲା। ସିରିପର୍ନଙ୍କ ଫୋନ୍‌, ଟଙ୍କା ଓ ବ୍ୟାଗ୍‌ ଗାଏବ୍‌ ହୋଇଯାଇଥିଲା। ରଙ୍ଗସିଉଥାପର୍ନ ତାଙ୍କ ବୟଫ୍ରେଣ୍ଡଙ୍କ ସହ ଅନ୍ୟ ୧୧ ଜଣଙ୍କୁ ଏହିଭଳି ସାୟନାଇଡ୍‌ ଦେଇ ହତ୍ୟା କରିଥିବା ପୋଲିସ ତଦନ୍ତରୁ ବିଶ୍ୱାସ କରାଯାଉଛି। ସମସ୍ତ ମୃତକଙ୍କ ଅର୍ଥ, ଗହଣା ଆଦି ଗାଏବ୍‌ ହୋଇଥିବାରୁ ରଙ୍ଗସିଉଥାପର୍ନ ଲୁଟ୍‌ ପାଇଁ ସେମାନଙ୍କୁ ହତ୍ୟା କରିଥିବା ବିଶ୍ୱାସ କରାଯାଉଛି। ତେବେ ଜଣେ ପୋଲିସ ଅଫିସରଙ୍କ ପୂର୍ବତନ ସ୍ତ୍ରୀ ରଙ୍ଗସିଉଥାପର୍ନ ଉକ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଗର୍ଭବତୀ ମହିଳା ଜଣକ ପୋଲିସ ହାଜତରେ ଅଧିକ ସମୟ ରହିବା ପରେ ମାନସିକ ଅବସାଦରେ ରହିଥିଲେ ବୋଲି ତାଙ୍କ ଓକିଲ କହିଛନ୍ତି। ସମସ୍ତ ହତ୍ୟାକାଣ୍ଡ ରଙ୍ଗସିଉଥାପର୍ନଙ୍କ ଦ୍ୱାରା ହୋଇଥିବା ପ୍ରମାଣ ମିଳିଲେ, ତାଙ୍କୁ ସିରିଏଲ୍‌ କିଲର ଦର୍ଶାଯାଇପାରିବ ବୋଲି ପୋଲିସ ମେଜର-ଜେନେରାଲ ମୋଣ୍ଟ୍ରି ଥେସ୍‌ଖା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ବରଗଡ଼ ଧନୁଯାତ୍ରା ମହୋତ୍ସବ: ସାଜସଜ୍ଜାରେ ଆଗୁଆ, ପ୍ରଚାରରେ ପଛୁଆ

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ। ଏହି ମହୋତ୍ସବର ଭିନ୍ନ ଏକ ପରିଚୟ ରହିଛି। ଅନେକ ସ୍ଥାନରେ ଏବେ ଧନୁଯାତ୍ରା ଚାଲିଛି। ହେଲେ...

୧.୩ ଲକ୍ଷ ଘର ଅନ୍ଧାରରେ: ଚିନ୍ତାରେ ସରକାର

ସାନ୍‌ ଫ୍ରାନ୍ସିସ୍କୋ,୨୨ା୧୨:ସାନ୍‌ ଫ୍ରାନ୍ସିସ୍କୋରେ ବିଜୁଳି ବିଭ୍ରାଟରୁ ୧ ଲକ୍ଷ ୩୦ ହଜାର ଘର ଏବଂ ବ୍ୟବସାୟ ପ୍ରତିଷ୍ଠାନ ଅନ୍ଧାରରେ ରହିଥିବା ପାସିଫିକ୍‌ ଗ୍ୟାସ୍‌ ଆଣ୍ଡ ଇଲେକ୍ଟ୍ରିକ୍‌...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ଘରୁ ଖାଦ୍ୟ ନେଇଗଲେ ଆତଙ୍କବାଦୀ: ଜଙ୍ଗଲକୁ ଘେରାବନ୍ଦୀ

ଜମ୍ମୁ,୨୨ା୧୨:ଜମ୍ମୁ-କଶ୍ମୀରର ଉଧାମପୁର ଜିଲା ଅନ୍ତର୍ଗତ ଏକ ଗ୍ରାମରେ ଆତଙ୍କବାଦୀମାନେ ଜଣକ ଘରେ ପଶି ଖାଦ୍ୟ ନେଇ ଜଙ୍ଗଲ ମଧ୍ୟକୁ ଖସି ପଳାଇଥିବା ସୂଚନା ମିଳିଛି। ସେମାନଙ୍କୁ...

ଭିତ୍ତିଭୂମି ଅଛି, ଚାଷୀଙ୍କ ଆଗ୍ରହ ନାହିଁ

ଭଣ୍ଡାରିପୋଖରୀ,୨୨।୧୨ (ରାଜେନ୍ଦ୍ର ଶତପଥୀ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଆଳୁଚାଷ ପାଇଁ ଉପଯୋଗୀ ୮ଶହ ହେକ୍ଟର ଉର୍ବର ପଟୁ ମାଟି ମିଶା ଦୋରସା ଚାଷଜମି ରହିଛି।...

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri