ଆଲମିରା ତିଆରି କରିବାକୁ ଆସି ବୃଦ୍ଧାଙ୍କୁ ହତ୍ୟା, ମିଳିଲା ରକ୍ତଭିଜା ଛୁରି

ବ୍ରହ୍ମପୁର ଅଫିସ,୨୭ା୨: ସଦର ଥାନା ଅଳକାପୁରୀରେ ରହୁଥିବା ବୃଦ୍ଧ ଦମ୍ପତ୍ତିଙ୍କ ଘରେ ସୁନା, ଗହଣା ଓ ଟଙ୍କା ରହିଥିବା ଅପରାଧୀ ଜଣକ ଜାଣିବାକୁ ପାଇଥିଲେ। ସେହି ଘରେ ବିଜୟ ଚନ୍ଦ୍ର ବେହେରା ଓ ତାଙ୍କ ସ୍ତ୍ରୀ ସୁରଜା ରହୁଥିବା ବେଳେ ଗତ ୨୪ ତାରିଖରେ ତାଙ୍କ ଘରକୁ ଆଲମିରା ତିଆରି କରିବାକୁ ଯାଇଥିବା ବଳରାମ ହିଁ ହତ୍ୟାକାରୀ ବୋଲି ପୋଲିସ ଜାଣିବାକୁ ପାଇଛି। ଆଲମିରା ତିଆରି ବେଳେ ସେଥିରେ ଥିବା ସୁନା, ଗହଣା ଓ ଟଙ୍କା ଉପରେ ତାଙ୍କର ଲୋଭ ବଢ଼ିଥିଲା। ସନ୍ଧ୍ୟାରେ ବିଜୟ ଘରୁ କୌଣସି କାମରେ ବାହାରକୁ ଚାଲିଯିବା ପରେ ବଳରାମ ତାଙ୍କ ପାଚେରି ଡ଼େଇଁ ଏକ ଗଛ ମୁଳେ ଲୁଚି ରହିଥିଲେ। ସୁରଜା ଘରର ମୁଖ୍ୟ ହଲ୍‌ରେ ବସିଥିବା ବେଳେ ଘର ଭିତରେ ବଳରାମ ପଶିଥିଲେ। ସୁରଜା କ’ଣ ପାଇଁ ଆସିଛୁ ବୋଲି ପଚାରିବାରୁ ବଳରାମ ଘର ଭିତରକୁ ଧସେଇ ପଶି ଆଲମିରାରେ ଚାବିି ଲଗାଇଥିଲେ। ସୁରଜା ଏହାର ପ୍ରତିବାଦ କରିଥିଲେ। ଉଭୟଙ୍କ ମଧ୍ୟରେ ଏହାକୁ ନେଇ ଝଗଡ଼ା ହୋଇଥିଲା। ବଳରାମ ଉତ୍ତ୍ୟେକ୍ତ ହୋଇ ସେହି ଘରର ରୋଷେଇ ଘରେ ଥିବା ଏକ ଛୁରିରେ ସୁରଜାଙ୍କୁ ଆକ୍ରମଣ କରିଥିଲେ। ସୁରଜା ଖଟ ଉପରେ ପଡ଼ିଯିବା ପରେ ବଳରାମ ତାଙ୍କ ବେକ, ପେଟ ଓ ହାତରେ ବାରମ୍ବାର ଛୁରି ଭୁସି ଦେଇଥିଲେ। ସେହି ସମୟରେ ସୁରଜାଙ୍କ ମୋବାଇଲକୁ ବାରମ୍ବାର ଫୋନ୍‌ ଆସିବାରୁ ସେ ତାଙ୍କ ଶରୀରରେ ଥିବା ସୁନାଗହଣା ଏବଂ ଆଲମିରାରେ ଥିବା ସୁନା ଗହଣା ଓ ଟଙ୍କା ଲୁଟି ନେଇପାରି ନ ଥିଲେ। ଶେଷରେ ସୁରଜାଙ୍କ ମୋବାଇଲ, ରକ୍ତଭିଜା ଛୁରି ଧରି ବଳରାମ ଘର ବାହାରକୁ ଆସି ବାହାରପଟ ଗ୍ରୀଲରେ ତାଲା ପକାଇ ଚମ୍ପଟ ମାରିଥିଲେ ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।

ପୋଲିସ ଶନିବାର ସୁରଜାଙ୍କ ମୋବାଇଲ ଏକ ନାଳ କଡ଼ରୁ ଜବତ କରିଥିବା ବେଳେ ସେହି ରାତିରେ ରକ୍ତଭିଜା ଛୁରି ଜବତ କରିଥିବା ମଧ୍ୟ କହିଛି। ଅନ୍ୟପଟେ ବଳରାମ ଲକ୍ଷାଧିକ ଟଙ୍କା ଲୋକଙ୍କ ଠାରୁ ଧାରଉଧାର ଆଣିଥିବା ବେଳେ ତାହା ଶୁଝିବା ପାଇଁ ଏଭଳି ଘଟଣା ଘଟାଇଥିବା ସନ୍ଦେହ କରାଯାଉଛି।

ପ୍ରକାଶ ଯେ, ୨୪ ତାରିଖ ସନ୍ଧ୍ୟାରେ ସୁରଜାଙ୍କୁ ହତ୍ୟା କରାଯାଇଥିଲା। ଏନେଇ ତାଙ୍କ ସ୍ବାମୀ ବିଜୟ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ୯୫/୨୨ରେ ଏକ ମାମଲା ରୁଜୁ କରି ତଦନ୍ତ କରିଥିଲା। ତଦନ୍ତ ବେଳେ ଘଟଣାର ବିଭିନ୍ନ ଦିଗକୁ ନେଇ ପୋଲିସକୁ ଏହି ସଫଳତା ମିଳିଥିବା ଜଣାପଡ଼ିଛି। ଅନ୍ୟପଟେ ସୁରଜାଙ୍କ ସହ ବଳରାମଙ୍କ ଧସ୍ତାଧସ୍ତି ବେଳେ ସୁରଜା ବଳରାମଙ୍କ ଶରୀରର ବିଭିନ୍ନ ଜାଗାରେ ରାମ୍ପି ଦେଇଥିବା ପୋଲିସ ଦେଖିବାକୁ ପାଇଛି। ସହରରେ ଏକାକି ରହୁଥିବା ବରିଷ୍ଠ ନାଗରିକମାନେ ଏବେ ଅସୁରକ୍ଷିତ ହୋଇଥିବା ନେଇ ସହରରେ ଚର୍ଚ୍ଚା ଜୋର ଧରିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri