ଆଲମିରା ତିଆରି କରିବାକୁ ଆସି ବୃଦ୍ଧାଙ୍କୁ ହତ୍ୟା, ମିଳିଲା ରକ୍ତଭିଜା ଛୁରି

ବ୍ରହ୍ମପୁର ଅଫିସ,୨୭ା୨: ସଦର ଥାନା ଅଳକାପୁରୀରେ ରହୁଥିବା ବୃଦ୍ଧ ଦମ୍ପତ୍ତିଙ୍କ ଘରେ ସୁନା, ଗହଣା ଓ ଟଙ୍କା ରହିଥିବା ଅପରାଧୀ ଜଣକ ଜାଣିବାକୁ ପାଇଥିଲେ। ସେହି ଘରେ ବିଜୟ ଚନ୍ଦ୍ର ବେହେରା ଓ ତାଙ୍କ ସ୍ତ୍ରୀ ସୁରଜା ରହୁଥିବା ବେଳେ ଗତ ୨୪ ତାରିଖରେ ତାଙ୍କ ଘରକୁ ଆଲମିରା ତିଆରି କରିବାକୁ ଯାଇଥିବା ବଳରାମ ହିଁ ହତ୍ୟାକାରୀ ବୋଲି ପୋଲିସ ଜାଣିବାକୁ ପାଇଛି। ଆଲମିରା ତିଆରି ବେଳେ ସେଥିରେ ଥିବା ସୁନା, ଗହଣା ଓ ଟଙ୍କା ଉପରେ ତାଙ୍କର ଲୋଭ ବଢ଼ିଥିଲା। ସନ୍ଧ୍ୟାରେ ବିଜୟ ଘରୁ କୌଣସି କାମରେ ବାହାରକୁ ଚାଲିଯିବା ପରେ ବଳରାମ ତାଙ୍କ ପାଚେରି ଡ଼େଇଁ ଏକ ଗଛ ମୁଳେ ଲୁଚି ରହିଥିଲେ। ସୁରଜା ଘରର ମୁଖ୍ୟ ହଲ୍‌ରେ ବସିଥିବା ବେଳେ ଘର ଭିତରେ ବଳରାମ ପଶିଥିଲେ। ସୁରଜା କ’ଣ ପାଇଁ ଆସିଛୁ ବୋଲି ପଚାରିବାରୁ ବଳରାମ ଘର ଭିତରକୁ ଧସେଇ ପଶି ଆଲମିରାରେ ଚାବିି ଲଗାଇଥିଲେ। ସୁରଜା ଏହାର ପ୍ରତିବାଦ କରିଥିଲେ। ଉଭୟଙ୍କ ମଧ୍ୟରେ ଏହାକୁ ନେଇ ଝଗଡ଼ା ହୋଇଥିଲା। ବଳରାମ ଉତ୍ତ୍ୟେକ୍ତ ହୋଇ ସେହି ଘରର ରୋଷେଇ ଘରେ ଥିବା ଏକ ଛୁରିରେ ସୁରଜାଙ୍କୁ ଆକ୍ରମଣ କରିଥିଲେ। ସୁରଜା ଖଟ ଉପରେ ପଡ଼ିଯିବା ପରେ ବଳରାମ ତାଙ୍କ ବେକ, ପେଟ ଓ ହାତରେ ବାରମ୍ବାର ଛୁରି ଭୁସି ଦେଇଥିଲେ। ସେହି ସମୟରେ ସୁରଜାଙ୍କ ମୋବାଇଲକୁ ବାରମ୍ବାର ଫୋନ୍‌ ଆସିବାରୁ ସେ ତାଙ୍କ ଶରୀରରେ ଥିବା ସୁନାଗହଣା ଏବଂ ଆଲମିରାରେ ଥିବା ସୁନା ଗହଣା ଓ ଟଙ୍କା ଲୁଟି ନେଇପାରି ନ ଥିଲେ। ଶେଷରେ ସୁରଜାଙ୍କ ମୋବାଇଲ, ରକ୍ତଭିଜା ଛୁରି ଧରି ବଳରାମ ଘର ବାହାରକୁ ଆସି ବାହାରପଟ ଗ୍ରୀଲରେ ତାଲା ପକାଇ ଚମ୍ପଟ ମାରିଥିଲେ ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।

ପୋଲିସ ଶନିବାର ସୁରଜାଙ୍କ ମୋବାଇଲ ଏକ ନାଳ କଡ଼ରୁ ଜବତ କରିଥିବା ବେଳେ ସେହି ରାତିରେ ରକ୍ତଭିଜା ଛୁରି ଜବତ କରିଥିବା ମଧ୍ୟ କହିଛି। ଅନ୍ୟପଟେ ବଳରାମ ଲକ୍ଷାଧିକ ଟଙ୍କା ଲୋକଙ୍କ ଠାରୁ ଧାରଉଧାର ଆଣିଥିବା ବେଳେ ତାହା ଶୁଝିବା ପାଇଁ ଏଭଳି ଘଟଣା ଘଟାଇଥିବା ସନ୍ଦେହ କରାଯାଉଛି।

ପ୍ରକାଶ ଯେ, ୨୪ ତାରିଖ ସନ୍ଧ୍ୟାରେ ସୁରଜାଙ୍କୁ ହତ୍ୟା କରାଯାଇଥିଲା। ଏନେଇ ତାଙ୍କ ସ୍ବାମୀ ବିଜୟ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ୯୫/୨୨ରେ ଏକ ମାମଲା ରୁଜୁ କରି ତଦନ୍ତ କରିଥିଲା। ତଦନ୍ତ ବେଳେ ଘଟଣାର ବିଭିନ୍ନ ଦିଗକୁ ନେଇ ପୋଲିସକୁ ଏହି ସଫଳତା ମିଳିଥିବା ଜଣାପଡ଼ିଛି। ଅନ୍ୟପଟେ ସୁରଜାଙ୍କ ସହ ବଳରାମଙ୍କ ଧସ୍ତାଧସ୍ତି ବେଳେ ସୁରଜା ବଳରାମଙ୍କ ଶରୀରର ବିଭିନ୍ନ ଜାଗାରେ ରାମ୍ପି ଦେଇଥିବା ପୋଲିସ ଦେଖିବାକୁ ପାଇଛି। ସହରରେ ଏକାକି ରହୁଥିବା ବରିଷ୍ଠ ନାଗରିକମାନେ ଏବେ ଅସୁରକ୍ଷିତ ହୋଇଥିବା ନେଇ ସହରରେ ଚର୍ଚ୍ଚା ଜୋର ଧରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri