ରୁଷିଆ-ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ମନକୁ ଶାନ୍ତ କରିବାକୁ ଯୋଗର ସାହାରା ନେଉଛନ୍ତି କ୍ୱିଭବାସିନ୍ଦା, ଶହ ଶହ ଲୋକେ ନେଉଛନ୍ତି ପ୍ରଶିକ୍ଷଣ

କ୍ୱିଭ,୬ ।୩: ରୁଷିଆ ଆକ୍ରମଣର ସାମ୍ନା କରୁଥିବା ୟୁକ୍ରେନ୍‌ର ରାଜଧାନୀ କ୍ୱିଭରେ ପ୍ରତିଦିନ ବାଜୁଥିବା ଯୁଦ୍ଧର ସାଇରନ ମଧ୍ୟରେ କ୍ୱିଭ ବାସିନ୍ଦା ଏବେ ଯୋଗକରି ନିଜକୁ ଶାନ୍ତ ରଖୁଛନ୍ତି । ଯୁଦ୍ଧରେ କ୍ୱିଭରେ ୩୦ରୁ ଅଧିକ ପେଶାଦାର ଯୋଗ ଷ୍ଟୁଡିଓ ସଂଚାଳିତ କରାଯାଉଛି । ଏଥିରେ ଶହ ଶହ ଲୋକେ ଯୋଗାସନ ସହ ଧ୍ୟାନ କରୁଥିବା ଜଣାପଡିଛି । କିଛି ଷ୍ଟୁଓିଓ ଭର୍ଚୁଆଲ କ୍ଲାସ ମାଧ୍ୟମରେ ଯୋଗର ପ୍ରଶିକ୍ଷଣ ଦେଉଛନ୍ତି ।

ଘରର ଲିଭିଂ ରୁମରେ କିଛି ଲୋକଙ୍କୁ ପ୍ରତିଦିନ ଭର୍ଚୁଆଲ ଯୋଗ ଶିଖାଉଥିବା ଯୋଗ ଶିକ୍ଷକ ପାବ୍‌ଲୋ ବୁବ୍ଲିକ କୁହନ୍ତି, ଲୋକେ ତାଙ୍କୁ କହୁଛନ୍ତି ସେମାନେ ଆନ୍ତରିକ ସନ୍ତୁଳନ ଚାହୁଁଛନ୍ତି । ଆଉ ଯୋଗ ସେମାନଙ୍କ ଜୀବନରେ ସ୍ଥାୟିତ୍ୱ ଆଣୁଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କେବଳ ବଡ ନୁହେଁ ପିଲାମାନେ ବି ଯୋଗ ପ୍ରତି ରୁଚି ରଖୁଥିବା ଦେଖାଯାଇଛି ।
କ୍ୱିଭ ବାହାରେ ଥିବା ଯୋଗ ଷ୍ଟୁଡିଓ ଓଏସିସରେ ଡର୍ଜନେ ପିଲା ପ୍ରତିଦିନ ତେତିୟାନା ନେମିକିନାରୁ ଯୋଗ ଶିଖାଇବାକୁ ଆସୁଛନ୍ତି । ଅନେକ ଥର ବିମାନ ଆକ୍ରମଣ ଯୋଗୁ ବ୍ଲାକଆଉଟ କାରଣରୁ ଫ୍ଲାସ ଲାଇଟ ଆଲୋକରେ ଯୋଗାସନ କରାଯାଉଛି ।
ଏମାନେ କୁହନ୍ତି ଯୋଗ କରିବା ଦ୍ୱାରା ଭୟ ସ୍ଥାନରେ ଶାନ୍ତି ଓ ପରମ ଆନନ୍ଦ ମିଳୁଛି । ଯୋଗସହ ଜଡିସ ଭିଡିଓ ନିର୍ମାଣ କରୁଥିବା ଅଭିନେତା ବୁର୍ଲାକା କହିଛନ୍ତି, ଯାଗ ଦ୍ୱାରା ସ୍ଥିର ଚିତ୍ତରୁ ଶାରୀରିକ ସୁସ୍ଥତା ହାସଲ ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଦଳରେ ଏହି ଖେଳାଳିଙ୍କୁ ସୁଯୋଗ; ରାଜସ୍ଥାନ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଯୁବ ଓପନର!

ନୂଆଦିଲ୍ଲୀ,୧୪।୪: ଆଇପିଏଲ୍‌ ୨୦୨୬ରେ ନିଜର ବିସ୍ଫୋରକ ବ୍ୟାଟିଂ ଜରିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ୧୫ ବର୍ଷୀୟ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ ଟିମ୍‌ ମ୍ୟାନେଜମେଣ୍ଟ…

ନୂଆ ପାଞ୍ଜିରେ ବଡ ଭବିଷ୍ୟବାଣୀ, ୨୦୨୬ରେ ସବୁ ହୋଇଯିବ ଛାରଖାର୍!

ପଣା ସଂକ୍ରାନ୍ତିରୁ ପ୍ରଚଳିତ ହେଲା ନୂଆ ପଂଜିକା । ମୀନ ରାଶିରେ ଚର୍ତୁଗ୍ରହୀ ଯୋଗ ଥିବାରୁ ବର୍ଷ ଆରମ୍ଭରେ ଶୁଭ ଯୋଗ ନାହିଁ । ଅତି ବୃଷ୍ଟି,…

ବାଇକ୍‌ରେ ଆସୁଥିବା ବେଳେ ଧକ୍କା ଦେଲା ପିକ୍‌ଅପ୍‌: ଚାଲିଗଲା ମା’-ବାପା,ଦେଢ଼ ବର୍ଷର ପୁଅର ଜୀବନ; ଉତ୍ତ୍ୟକ୍ତ ଲୋକେ…

ବଲାଙ୍ଗୀର,୧୪।୪(ସୁନିଲ କୁମାର ମହାନ୍ତି):  ପିକ୍‌ଅପ୍‌ ଧକ୍କାରେ ବାପା ପୁଅ ମୃତ। ମା’ ଗୁରୁତର। ଏପରି ଏକ ଦୁଖଦ ଘଟଣା ଘଟିଛି ବଲାଙ୍ଗୀର-ସୋନପୁର ଏନ୍‌.ଏଚ୍‌ ୫୭ ର ଟୋଲଗେଟ…

କାମ ସାରି ବାଇକ୍‌ରେ ଫେରୁଥିଲେ, ମାମୁ-ଭଣଜାଙ୍କୁ ପଛରୁ ଧକ୍କା ଦେଲା କାର୍‌, କଚାଡ଼ି ହୋଇ…

ଦିଗପହଣ୍ଡି,୧୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମୁଖ୍ୟରାସ୍ତା ପୁଞ୍ଜିକଂୟା ଛକ ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ କାର (ନଂ. ଓଡ଼ି୦୭ବିସି -୧୬୯୦) ଧକ୍କାରେ ସାନଖେମୁଣ୍ଡି ବ୍ଲକ…

ଆରଏମ୍‌ସି ହାଟଗୃହ ଭାଙ୍ଗିବା ନେଇ ତେଜିଲା ଅସନ୍ତୋଷ

ନନ୍ଦପୁର,୧୪ା୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମାସ୍ଥିତ ବୁଧବାର ସାପ୍ତାହିକ ହାଟ ମଧ୍ୟର ପୁରୁଣା ହାଟ ଗୃହକୁ ବିନା ଅନୁମତିରେ ଭାଙ୍ଗିବାକୁ ନେଇ…

ବିହାରର ସବୁଠାରୁ ପଢୁଆ ନେତା କିଏ? ଲିଷ୍ଟରେ ନୀତିଶ କୁମାରଙ୍କ ସ୍ଥାନ ଏଇଠି…

ପାଟନା,୧୪।୪: ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଆସିଛି। ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ସମ୍ରାଟ ଚୌଧୁରୀଙ୍କୁ ବିଧାୟକ ଦଳର ନେତା ଭାବରେ…

ଶେନ୍‌ ଓ୍ବର୍ନଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ପୁଅ ଜ୍ୟାକ୍‌ସନ

ନୂଆଦିଲ୍ଲୀ,୧୪ା୪: ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଲେଗ୍‌ ସ୍ପିନର ଶେନ୍‌ ଓ୍ବର୍ନଙ୍କ ହଠାତ୍‌ ପରଲୋକ ଘଟିବାର ୪ ବର୍ଷ ପରେ ତାଙ୍କ ମୃତ୍ୟୁକୁ ନେଇ ପୁଅ ଜ୍ୟାକ୍‌ସନ ଓ୍ବର୍ନ ମୁହଁ…

୪୦ମିନିଟ ଧରି କଥା ହେଲେ ମୋଦି-ଟ୍ରମ୍ପ, ଯୁଦ୍ଧକୁ ନେଇ କହିଦେଲେ ବଡ଼କଥା!

ନୂଆଦିଲ୍ଲୀ,୧୪।୪: ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ବିଫଳ ହେବା ପରେ, ମଙ୍ଗଳବାର ଦିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri