ଖୁବ୍‌ ଶୀଘ୍ର ଏମ୍ସରେ ବୃକ୍‌କ ପ୍ରତିରୋପଣ

ଭୁବନେଶ୍ୱର, ୧୧।୩(ବ୍ୟୁରୋ): ଏମ୍ସ ଭୁବନେଶ୍ୱରରେ ବୃକକ୍‌ ପ୍ରତିରୋପଣ (ରେନାଲ୍‌ ଟ୍ରାନ୍ସପ୍ଲାଣ୍ଟ୍‌) ହେବ। ରାଜ୍ୟ ସରକାରଙ୍କଠାରୁ ଏନେଇ ଅନୁମତି ମିଳିସାରିଥିବାବେଳେ ଏମ୍ସ ପକ୍ଷରୁ ଭିତ୍ତିଭୂମି ସମ୍ବନ୍ଧୀୟ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି। ଆବଶ୍ୟକ ଅନ୍ୟାନ୍ୟ ପ୍ରକ୍ରିୟା ସରିବା ପରେ ବହୁ ପ୍ରତୀକ୍ଷିତ ବୃକକ୍‌ ପ୍ରତିରୋପଣ ସେବା ଆରମ୍ଭ ହେବ ବୋଲି ଏମ୍ସ ଭୁବନେଶ୍ୱରର ମେଡିକାଲ ଅଧୀକ୍ଷକ ଡା. ଏସ୍‌. ଏନ୍‌. ମହାନ୍ତି ପ୍ରକାଶ କରିଛନ୍ତି। ଗୁରୁବାର ଏମ୍ସ ପରିସରରେ ବିଶ୍ୱ କିଡ୍‌ନୀ ଦିବସ ପାଳନ ଅବସରରେ ସେ ଏନେଇ ସୂଚନା ଦେବା ସହିତ ଏହି ସେବା ଦ୍ୱାରା ରାଜ୍ୟ ତଥା ବାହାରୁ ଆସୁଥିବା ଅନେକ କିଡ୍‌ନୀ ରୋଗୀ ଉପକୃତ ହେବେ ବୋଲି ଆଶା ପ୍ରକାଶ କରିଛନ୍ତି।
ସେହିପରି ନେଫ୍ରୋଲୋଜି ବିଭାଗ ମୁଖ୍ୟ ତଥା ସହକାରୀ ପ୍ରଫେସର ଡା. ସନ୍ଦୀପ କୁମାର ପଣ୍ଡା କହିଛନ୍ତି, ଏମ୍ସ ଭୁବନେଶ୍ୱର ୨୦୧୯ରୁ ଡାଏଲିସିସ୍‌ ସେବା ଯୋଗାଇ ଆସୁଛି। ଏଥିସହିତ ବିଭିନ୍ନ କିଡ୍‌ନୀ ରୋଗ ପାଇଁ ପ୍ଲାଜ୍‌ମାଫେରେସିସ୍‌, ସିଆର୍‌ଆର୍‌ଟି, ରେନାଲ୍‌ ବାୟୋପ୍ସି ଭଳି ସେବା ଉପଲବ୍ଧ ରହିଛି। ଓଡ଼ିଶାରେ କ୍ରମାଗତ ଭାବେ କ୍ରନିକ୍‌ ବୃକକ୍‌ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ତଥ୍ୟାନୁସାରେ ରାଜ୍ୟର ମୋଟ ଜନସଂଖ୍ୟାର ପ୍ରାୟ ୧୦-୧୪ ପ୍ରତିଶତ କିଡ୍‌ନୀଜନିତ ରୋଗରେ ପୀଡିତ। ଏପରିକି ରାଜ୍ୟରେ କିଛି ଅଞ୍ଚଳରେ ଏହା ପ୍ରାୟ ୨୦ ପ୍ରତିଶତ ରହିଛି ଓ ଏ ସମସ୍ତ ଅଞ୍ଚଳକୁ ସିକେଡି ହଟ୍‌ସ୍ପଟ୍‌ ଭାବେ ବିବେଚିତ କରାଯାଉଛି। ଏହା ଚିନ୍ତାଜନକ ବୋଲି ଡା. ପଣ୍ଡା ମତବ୍ୟକ୍ତ କରିଛନ୍ତି। ଆହୁରି ମଧ୍ୟ ସେ କହିଛନ୍ତି, ସାମ୍ପ୍ରତିକ ପରିସ୍ଥିତିରେ ବିଶ୍ବବ୍ୟାପୀ ଡାଇବେଟିସ୍‌ ମେଲିଟସ୍‌ ହେଉଛି ଉଚ୍ଚ ରକ୍ତଚାପ ପରେ ବୃକକ୍‌ ବିଫଳତାର ମୁଖ୍ୟ କାରଣ। କିନ୍ତୁ ନିକଟ ଅତୀତରେ ଅଧିକରୁ ଅଧିକ ଯୁବକ ଅଣ-ମଧୁମେହ ରୋଗୀ ଏବଂ ଉଚ୍ଚ ରକ୍ତଚାପ ରୋଗୀ କିଡ୍‌ନୀ ରୋଗରେ ଆକ୍ରାନ୍ତ ହେଉଥିବା ପରିଲକ୍ଷିତ ହେଉଥିବା ଡା. ପଣ୍ଡା ସୂଚନା ଦେଇଛନ୍ତି। ସେହିପରି ଏହି କାର୍ଯ୍ୟକ୍ରମରେ ଜେନେରାଲ ମେଡିସିନ୍‌ ବିଭାଗର ଅତିରିକ୍ତ ପ୍ରଫେସର ଡା. ଅନୁପମ ଦେ, ୟୁରୋଲୋଜିର ସହକାରୀ ପ୍ରଫେସର ଡା. ମନୋଜ ଦାସ, ଶିଶୁରୋଗ ବିଭାଗର ଆସୋସିଏଟ୍‌ ପ୍ରଫେସର ଡା. ଅମିତ ଶତପଥୀ, ମେଡିସିନ୍‌ ବିଭାଗର ସହକାରୀ ପ୍ରଫେସର ଡା. ଦେବାନନ୍ଦ, ନେଫ୍ରୋଲୋଜିର ସହକାରୀ ପ୍ରଫେସର ଡା. ପ୍ରୀତି ମୀନା ପ୍ରମୁଖ କିଡ୍‌ନୀ ରୋଗ ଉପରେ ମତ ରଖିଥିଲେ। ରକ୍ତଚାପ ଓ ମଧୁମେହକୁ ନିୟନ୍ତ୍ରଣ କରିବା, ପର୍ଯ୍ୟାପ୍ତ ପରିମାଣର ପାଣି ପିଇବା, ଧୂମପାନରୁ ଦୂରେଇ ରହିବା, ଅନାବଶ୍ୟକ ଔଷଧ ସେବନରୁ ଦୂରେଇ ରହିବା ଦ୍ବାରା କିଡ୍‌ନୀ ରୋଗରୁ ରକ୍ଷା ପାଇପାରିବା ବୋଲି ସେମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri