ଖୁବ୍‌ ଶୀଘ୍ର ଏମ୍ସରେ ବୃକ୍‌କ ପ୍ରତିରୋପଣ

ଭୁବନେଶ୍ୱର, ୧୧।୩(ବ୍ୟୁରୋ): ଏମ୍ସ ଭୁବନେଶ୍ୱରରେ ବୃକକ୍‌ ପ୍ରତିରୋପଣ (ରେନାଲ୍‌ ଟ୍ରାନ୍ସପ୍ଲାଣ୍ଟ୍‌) ହେବ। ରାଜ୍ୟ ସରକାରଙ୍କଠାରୁ ଏନେଇ ଅନୁମତି ମିଳିସାରିଥିବାବେଳେ ଏମ୍ସ ପକ୍ଷରୁ ଭିତ୍ତିଭୂମି ସମ୍ବନ୍ଧୀୟ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି। ଆବଶ୍ୟକ ଅନ୍ୟାନ୍ୟ ପ୍ରକ୍ରିୟା ସରିବା ପରେ ବହୁ ପ୍ରତୀକ୍ଷିତ ବୃକକ୍‌ ପ୍ରତିରୋପଣ ସେବା ଆରମ୍ଭ ହେବ ବୋଲି ଏମ୍ସ ଭୁବନେଶ୍ୱରର ମେଡିକାଲ ଅଧୀକ୍ଷକ ଡା. ଏସ୍‌. ଏନ୍‌. ମହାନ୍ତି ପ୍ରକାଶ କରିଛନ୍ତି। ଗୁରୁବାର ଏମ୍ସ ପରିସରରେ ବିଶ୍ୱ କିଡ୍‌ନୀ ଦିବସ ପାଳନ ଅବସରରେ ସେ ଏନେଇ ସୂଚନା ଦେବା ସହିତ ଏହି ସେବା ଦ୍ୱାରା ରାଜ୍ୟ ତଥା ବାହାରୁ ଆସୁଥିବା ଅନେକ କିଡ୍‌ନୀ ରୋଗୀ ଉପକୃତ ହେବେ ବୋଲି ଆଶା ପ୍ରକାଶ କରିଛନ୍ତି।
ସେହିପରି ନେଫ୍ରୋଲୋଜି ବିଭାଗ ମୁଖ୍ୟ ତଥା ସହକାରୀ ପ୍ରଫେସର ଡା. ସନ୍ଦୀପ କୁମାର ପଣ୍ଡା କହିଛନ୍ତି, ଏମ୍ସ ଭୁବନେଶ୍ୱର ୨୦୧୯ରୁ ଡାଏଲିସିସ୍‌ ସେବା ଯୋଗାଇ ଆସୁଛି। ଏଥିସହିତ ବିଭିନ୍ନ କିଡ୍‌ନୀ ରୋଗ ପାଇଁ ପ୍ଲାଜ୍‌ମାଫେରେସିସ୍‌, ସିଆର୍‌ଆର୍‌ଟି, ରେନାଲ୍‌ ବାୟୋପ୍ସି ଭଳି ସେବା ଉପଲବ୍ଧ ରହିଛି। ଓଡ଼ିଶାରେ କ୍ରମାଗତ ଭାବେ କ୍ରନିକ୍‌ ବୃକକ୍‌ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ତଥ୍ୟାନୁସାରେ ରାଜ୍ୟର ମୋଟ ଜନସଂଖ୍ୟାର ପ୍ରାୟ ୧୦-୧୪ ପ୍ରତିଶତ କିଡ୍‌ନୀଜନିତ ରୋଗରେ ପୀଡିତ। ଏପରିକି ରାଜ୍ୟରେ କିଛି ଅଞ୍ଚଳରେ ଏହା ପ୍ରାୟ ୨୦ ପ୍ରତିଶତ ରହିଛି ଓ ଏ ସମସ୍ତ ଅଞ୍ଚଳକୁ ସିକେଡି ହଟ୍‌ସ୍ପଟ୍‌ ଭାବେ ବିବେଚିତ କରାଯାଉଛି। ଏହା ଚିନ୍ତାଜନକ ବୋଲି ଡା. ପଣ୍ଡା ମତବ୍ୟକ୍ତ କରିଛନ୍ତି। ଆହୁରି ମଧ୍ୟ ସେ କହିଛନ୍ତି, ସାମ୍ପ୍ରତିକ ପରିସ୍ଥିତିରେ ବିଶ୍ବବ୍ୟାପୀ ଡାଇବେଟିସ୍‌ ମେଲିଟସ୍‌ ହେଉଛି ଉଚ୍ଚ ରକ୍ତଚାପ ପରେ ବୃକକ୍‌ ବିଫଳତାର ମୁଖ୍ୟ କାରଣ। କିନ୍ତୁ ନିକଟ ଅତୀତରେ ଅଧିକରୁ ଅଧିକ ଯୁବକ ଅଣ-ମଧୁମେହ ରୋଗୀ ଏବଂ ଉଚ୍ଚ ରକ୍ତଚାପ ରୋଗୀ କିଡ୍‌ନୀ ରୋଗରେ ଆକ୍ରାନ୍ତ ହେଉଥିବା ପରିଲକ୍ଷିତ ହେଉଥିବା ଡା. ପଣ୍ଡା ସୂଚନା ଦେଇଛନ୍ତି। ସେହିପରି ଏହି କାର୍ଯ୍ୟକ୍ରମରେ ଜେନେରାଲ ମେଡିସିନ୍‌ ବିଭାଗର ଅତିରିକ୍ତ ପ୍ରଫେସର ଡା. ଅନୁପମ ଦେ, ୟୁରୋଲୋଜିର ସହକାରୀ ପ୍ରଫେସର ଡା. ମନୋଜ ଦାସ, ଶିଶୁରୋଗ ବିଭାଗର ଆସୋସିଏଟ୍‌ ପ୍ରଫେସର ଡା. ଅମିତ ଶତପଥୀ, ମେଡିସିନ୍‌ ବିଭାଗର ସହକାରୀ ପ୍ରଫେସର ଡା. ଦେବାନନ୍ଦ, ନେଫ୍ରୋଲୋଜିର ସହକାରୀ ପ୍ରଫେସର ଡା. ପ୍ରୀତି ମୀନା ପ୍ରମୁଖ କିଡ୍‌ନୀ ରୋଗ ଉପରେ ମତ ରଖିଥିଲେ। ରକ୍ତଚାପ ଓ ମଧୁମେହକୁ ନିୟନ୍ତ୍ରଣ କରିବା, ପର୍ଯ୍ୟାପ୍ତ ପରିମାଣର ପାଣି ପିଇବା, ଧୂମପାନରୁ ଦୂରେଇ ରହିବା, ଅନାବଶ୍ୟକ ଔଷଧ ସେବନରୁ ଦୂରେଇ ରହିବା ଦ୍ବାରା କିଡ୍‌ନୀ ରୋଗରୁ ରକ୍ଷା ପାଇପାରିବା ବୋଲି ସେମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri