ଠକେଇକୁ ନେଇ ଅପହରଣ ବଢୁଛି

ଭୁବନେଶ୍ୱର,୧୮।୭(ବ୍ୟୁରୋ): ରାଜଧାନୀରେ ଠକେଇକୁ ନେଇ ଅପହରଣ ଘଟଣା ବଢ଼ିବାରେ ଲାଗିଛି। ନିକଟରେ ଠକେଇ କରିଥିବା ଜଣେ ଯୁବକଙ୍କୁ ଚନ୍ଦକା ଥାନାଞ୍ଚଳରୁ ଅପହରଣ କରି ଖୋର୍ଦ୍ଧାରେ ମୁଣ୍ଡଜାମିନ ରଖାଯାଇଥିଲା। ପୋଲିସ ତାଙ୍କୁ ଉଦ୍ଧାର କରିବା ପରେ ଅପହରଣ ପଛରେ ଠକେଇ ରହିଥିବା ଜଣାପଡିଥିଲା। ଏବେ ଆଉ ଏକ ସମାନ ଘଟଣା ଘଟିଛି। ଭୁବନେଶ୍ୱର କମିଶନରେଟ୍‌ ପୋଲିସ ଏକ ଅପହରଣ ମାମଲାର ତଦନ୍ତ କରୁଥିବାବେଳେ ଏକ ଠକେଇ ର଼୍ୟାକେଟକୁ ଧରିଛି। ଅପହରଣ ଅଭିଯୋଗରେ ତମାଣ୍ଡୋ ପୋଲିସ ୫ଜଣଙ୍କୁ ଓ ୨୧ଲକ୍ଷ ଠକେଇ କରି ଅପହୃତ ହୋଇଥିବା ଶଳା ଓ ଭିଣୋଇଙ୍କୁ ଚନ୍ଦ୍ରଶେଖରପୁର ପୋଲିସ ଗିରଫ କରିଛି। ୫ ଅପହରଣକାରୀ ହେଉଛନ୍ତି ପ୍ରଦ୍ୟୁମ୍ନ ନାୟକ(୩୪), ପ୍ରଦୀପ୍ତ ମନୋହର(୩୬), ସନ୍ଦୀପ ପ୍ରଧାନ(୨୭), ଦୁର୍ଗାପ୍ରସାଦ ରଥ(୨୫) ଓ ସାଗର କୁମାର ଜେନା(୩୪)। ସେହିପରି ଠକେଇ ମାମଲାରେ ଗିରଫ ଅଭିଯୁକ୍ତ ହେଲେ କଳିଙ୍ଗବିହାରରେ ରହୁଥିବା ସମରଜିତ ରାଉତ ଓ ତାଙ୍କ ଭିଣୋଇ ସୌମ୍ୟରଞ୍ଜନ ରାଉତ। ସମରଜିତ୍‌ ଓ ସୌମ୍ୟ ରେଲ୍‌ଓ୍ବେରେ ଚାକିରି କରାଇ ଦେବାକୁ କହି ଠକେଇ ର଼୍ୟାକେଟ ଚଳାଇଥିଲେ। ପୋଲିସ ଉଭୟଙ୍କଠାରୁ ଜାଲ୍‌ ଅଫର ଲେଟର, ରେଲ୍‌ୱେ ଆଇଡି କାର୍ଡ ଓ ବିଭିନ୍ନ ନକଲି କାଗଜପତ୍ର ଜବତ କରିଛି। ଏହି ଠକେଇ ର଼୍ୟାକେଟ୍‌ରେ ଆଉ କାହାର ସମ୍ପୃକ୍ତି ରହିଛି ସେ ନେଇ ପୋଲିସ ଅଧିକ ତଦନ୍ତ ଚଳାଇଥିବାବେଳେ କେତେଜଣ ରେଲଓ୍ବେ କର୍ମଚାରୀଙ୍କ ସମ୍ପୃକ୍ତି ଥିବା ନେଇ ସନ୍ଦେହ କରାଯାଉଛି।

ସୂଚନା ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟାରେ ତମାଣ୍ଡୋ ଥାନାଞ୍ଚଳରୁ ସମରଜିତଙ୍କୁ ଗାଡ଼ିରେ ଅପହରଣ କରି ନିଆଯାଇଥିବା ସଂକ୍ରାନ୍ତରେ ତାଙ୍କ ଭଉଣୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ୫ଜଣ ଯୁବକ ତାଙ୍କ ଭାଇଙ୍କୁ ଏକ ଗାଡ଼ିରେ ଅପହରଣ କରି ନେବା ସହ ଟଙ୍କା ମାଗୁଥିବା ଉଲ୍ଲେଖ କରିଥିଲେ। ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଶନିବାର ସମ୍ପୃକ୍ତ ୫ଜଣଙ୍କୁ ପୋଲିସ ଚନ୍ଦ୍ରଶେଖରପୁର ପେଟ୍ରୋଲ୍‌ ପମ୍ପ ନିକଟରୁ ଗିରଫ କରିଥିଲା। ଏହି ସମୟରେ ଅପହୃତ ସମରଜିତଙ୍କ ବିଷୟରେ ପୋଲିସ ପଚାରିବାରୁ ସେମାନେ ତାଙ୍କୁ ଚନ୍ଦ୍ରଶେଖରପୁର ଥାନା ପୋଲିସ ଜିମା ଦେଇଥିବା ଅଭିଯୁକ୍ତମାନେ କହିଥିଲେ। ପୋଲିସ ସେମାନଙ୍କୁ ନେଇ ଚନ୍ଦ୍ରଶେଖରପୁର ଥାନାରେ ପହଞ୍ଚତ୍ଲା। ଅଭିଯୁକ୍ତମାନେ ସମରଜିତ୍‌ଙ୍କୁ ପୋଲିସ ଜିମା ଦେଇ ତାଙ୍କ ସହ ଭିଣୋଇ ସୌମ୍ୟଙ୍କ ନାମରେ ଠକେଇ ଅଭିଯୋଗ କରିଥିଲେ। ପୋଲିସ ଉଭୟଙ୍କୁ ପଚରାଉଚରା କରିବା ପରେ ସେମାନଙ୍କ ଠକେଇ ର଼୍ୟାକେଟ ସମ୍ପର୍କରେ ଜଣାପଡିଥିଲା। ସମରଜିତ ଓ ସୌମ୍ୟରଞ୍ଜନ ନିଜକୁ ରେଲ୍‌ଓ୍ବେ ଅଫିସର ପରିଚୟ ଦେବା ସହ ନକଲି ଆଇକାର୍ଡ଼ ଦେଖାଇ ଚାକିରି ଆଶାୟୀଙ୍କୁ ଫସାଉଥିଲେ। ଟ୍ରେନ୍‌ ଚାଳକ, ଟିଟିଇ ଓ ରେଲଓ୍ବେ ବିଭାଗରେ କିରାଣି ଚାକିରି କରାଇ ଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକି ନେଉଥିଲେ। ପ୍ରଥମେ ସମରଜିତ କାଉନସେଲିଂ କରିବା ପରେ ଭିଣୋଇ ସୌମ୍ୟରଞ୍ଜନ ଏଚ୍‌ଆର୍‌ ସାଜି ରେଲଓ୍ବେ ଲୋଗୋ ଲଗାଇ ନକଲି ଅଫର ଲେଟର ଦେଉଥିଲେ। ଏଭଳି ଭାବେ ପ୍ରଦ୍ୟୁମ୍ନ, ପ୍ରଦୀପ୍ତ, ସନ୍ଦୀପ, ଦୁର୍ଗାପ୍ରସାଦ ଓ ସାଗରଙ୍କଠାରୁ ୨୧ଲକ୍ଷ ଠକିନେଇ ଆଉ ଧରାଛୁଆଁ ଦେଉ ନ ଥିଲେ। ଶେଷରେ ଟଙ୍କା ଫେରିପାଇବାକୁ ସେମାନେ ସମରଜିତଙ୍କୁ ଅପହରଣ କରିନେଇଥିଲେ ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ବୋର୍ଡ ସଭାପତିଙ୍କ ବଡ଼ ଘୋଷଣା; ଆଜି ସରିବ ମାଟ୍ରିକ ପରୀକ୍ଷା ଖାତା ଦେଖା, କେବେ ରେଜଲ୍ଚ ବାହାରିବ ଜାଣନ୍ତୁ

ଭୁବନେଶ୍ବର,୨।୪: ମେ’ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ବାହାରିବ ମାଟ୍ରିକ ରେଜଲ୍ଟ । ଏନେଇ ସୂଚନା ଦେଲେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ।  ଆଜି ମାଟ୍ରିକ…

ଆଜିଠୁ ପୁଣି କଡ଼ାକଡ଼ି PUCC ଯାଞ୍ଚ: ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ୧୦ ହଜାର ଫାଇନ

ଭୁବନେଶ୍ୱର,୨।୪: ଆଜିଠୁ ପୁଣି କଡ଼ାକଡ଼ି ହେବ PUCC ଯାଞ୍ଚ। ପଲ୍ୟୁଶନ ସାର୍ଟିଫିକେଟ ନଥିଲେ ଫାଇନ ଦେବାକୁ ପଡ଼ିବ। PUCC ଯାଞ୍ଚ ପାଇଁ ଦିଆଯାଇଥିବା ଡେଡଲାଇନ ଶେଷ ହୋଇଛି।…

୫ ଜିଲାକୁ ଝଡ଼ବର୍ଷା, ଆଜି ଏସବୁ ଅଞ୍ଚଳରେ ଘଡ଼ଘଡ଼ି ସହ…

ଭୁବନେଶ୍ୱର,୨ା୪: ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଗରମ ଅନୁଭୂତ ହେଉଥିବାବେଳେ ଉପକୂଳରେ ଥଣ୍ଡା ଅନୁଭୂତ ହେଉଛି। ଗତ କିଛିଦିନ ଧରି ରାଜ୍ୟରେ ଏପରି ତାପମାତ୍ରା ଦେଖିବାକୁ ମିଳୁଛି। ଏନେଇ…

ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ: କାଶୀ ବିଶ୍ୱବିଦ୍ୟାଳୟରେ ଶୁଭିଲା ଓଡ଼ିଆଙ୍କ ସ୍ବର

ଭୁବନେଶ୍ୱର,୨।୪(ସୌମ୍ୟରଞ୍ଜନ ରାଉତ):ଓଡ଼ିଶା ଦିବସ ପାଳନ ଅବସରରେ ‘ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ’ ଶୀର୍ଷକ ୨ଦିନିଆ ଜାତୀୟ ସମ୍ମିଳନୀର ୨ୟ ସଂସ୍କରଣ କାଶୀ ହିନ୍ଦୁ ବିଶ୍ବବିଦ୍ୟାଳୟ ବାରାଣସୀରେ ଉଦ୍‌ଘାଟିତ…

ଶେଷରେ ଏମିତି କହିଦେଲେ ନିଶିକାନ୍ତ ଦୁବେ: ଯଦି ବାଧିଥାଏ…

ଭୁବନେଶ୍ୱର, ୨।୪(ସୁନିତ୍‌ ମିଶ୍ର):ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ବାବଦରେ ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ବିବାଦୀୟ ବୟାନକୁ ନେଇ ରାଜନୀତି ଥମିବାର ନାଁ ଧରୁନାହିଁ। ସବୁଆଡୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri