ଗାଡ଼ି ଲୋନ୍‌ ପରିଶୋଧ ପାଇଁ ଅପହରଣ

ନୟାଗଡ଼ ଅଫିସ/ ଓଡ଼ଗଁା, ୨୧ା୧୨(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନା ଅଧୀନ କୁରାଳ ସୁବୁଦ୍ଧି ସାହିର ୭ମଶ୍ରେଣୀର ଛାତ୍ର ଅମ୍ରିତ ପାତ୍ର ଅପହରଣ ଘଟଣାର କିଛି ଗୁମର ଖୋଲିଛି। କୁରାଳ ଗଁାର ସୁନୀଲ କୁମାର ପାଣିଗ୍ରାହୀ(୧୮)ଙ୍କ ସମେତ ୨ ଭାଇ ସ୍ବପ୍ନ ପ୍ରସାଦ ପଣ୍ଡା (୧୮) ଓ ଭକ୍ତ ଦର୍ଶନ ପଣ୍ଡା(୨୦)ଙ୍କୁ ପୋଲିିସ ଗିରଫ କରି ସେମାନଙ୍କୁ ମଙ୍ଗଳବାର ସନ୍ଧ୍ୟାରେ ସିନ୍‌ ରିକ୍ରିଏଶନ କରିଛି। ଦୁଇ ପଣ୍ଡା ଭାଇ ପାଲଟଣା ବୋଲେରୋ ପିକ୍‌ ଅପ୍‌ ଭ୍ୟାନର ଋଣ ଟଙ୍କା ପରିଶୋଧ କରିବାକୁ ଅପହରଣ ନାଟକ ରଚିଥିଲେ। ସେମାନେ ଅମ୍ରିତଙ୍କୁ ଅପହରଣ କରିଥିଲେ। ଅପହରଣ ସମ୍ପର୍କରେ ସୁରାକ ନ ଛାଡିବା ପାଇଁ ମୁଖାପିନ୍ଧି ହିନ୍ଦୀରେ ଅମ୍ରିତ ସହ କଥାବାର୍ତ୍ତା କରୁଥିଲେ। ଅପହରଣ ଠିକ୍‌ରେ ହୋଇଥିଲା। ଅମ୍ରିତଙ୍କ ବାପାଙ୍କୁ ଟଙ୍କା ମାଗିବା ପାଇଁ ପ୍ରୟାସ ଆରମ୍ଭ କରାଯାଇଥିଲା। ହେଲେ ଅପହରଣ ଘଟଣାକୁ ବିଭିନ୍ନ ଗଣମାଧ୍ୟମ ଜୋରଦାର ପ୍ରକାଶ କରିବାରୁ ପୋଲିସର ତଦନ୍ତ ତ୍ୱରାନ୍ବିତ ହୋଇଥିଲା। ଅପହରଣକାରୀମାନେ ଏହା ଦେଖି ଭୟଭୀତ ହୋଇ ପଡିଥିଲେ। ଅନ୍ୟପକ୍ଷେ ଅପହରଣ ପରେ ଟଙ୍କା ମିଳିବନି ଜାଣି ଅମ୍ରିତଙ୍କୁ ନ ମାରି ବନ୍ଦ ଘରର କବାଟ ଖୋଲି ଦେଇଥିଲେ। ଅମ୍ରିତ ଘରକୁ ଫେରିଯାଉ ବୋଲିି ସେମାନେ ନିଷ୍ପତ୍ତି ନେଇଥିଲେ। ଅମ୍ରିିତଙ୍କୁ କିପରି ଅପହରଣ କରାଗଲା, କେଉଁଠି ରଖିଲେ, ପ୍ରମାଣ କିପରି ନଷ୍ଟ କରିଛନ୍ତି ୨ ଅଭିଯୁକ୍ତ ସିନ୍‌ ରିକ୍ରିଏଶନରେ ମଙ୍ଗଳବାର ଡେମୋ ଦେଖାଇଛନ୍ତି। ଅଭିଯୁକ୍ତଙ୍କଠାରୁ ସୂଚନା ପାଇ ପୋଲିସ ପଣ୍ଡା ୨ଭାଇଙ୍କ ଘର ବାରିପଟ କୂଅରୁ ଅମ୍ରିତଙ୍କ ବସ୍ତାନି ଓ ଚଣ୍ଡିଛକରେ ଥିବା ଟୁକୁ ପଣ୍ଡାଙ୍କ ବନ୍ଦ ଗୋଦାମରୁ ଜ୍ୟାକେଟ୍‌ ଜବତ କରିଛି। ପୁଣି ଟୁକୁ ପଣ୍ଡାଙ୍କ ବନ୍ଦ ଘରୁ ପୋଲିସ ୨ଟି ଗାମୁଛା ଯେଉଁଥିରେ ଅମ୍ରିତ ଶୋଇଥିଲେ ତାହା ଅନୁରୂପ ଭାବେ ଜବତ କରିଛି।
ସୂଚନା ଅନୁଯାୟୀ, ଗତ ୧୫ ତାରିଖ ସନ୍ଧ୍ୟାରେ ଅମ୍ରିତ ଟ୍ୟୁଶନରୁ ଫେରୁଥିବା ସମୟରେ ତାଙ୍କୁ ଅପହରଣ କରାଯାଇଥିଲା। ପରିବାର ଲୋକ ବହୁ ଖୋଜାଖୋଜି କରିବା ପରେ ତାଙ୍କ ପତ୍ତା ମିଳି ନ ଥିଲା। ରାତି ପ୍ରାୟ ୧୨ଟା ସମୟରେ ଘର ପାଖ ବାଉଁଶବୁଦା ମୂଳରୁ ଅମ୍ରିତଙ୍କ ସାଇକେଲ ଉଦ୍ଧାର କରାଯାଇଥିଲା। ଅପହରଣକାରୀ ବୋଲେରୋରେ ତାଙ୍କୁ ଅପହରଣ କରି ଚଣ୍ଡିଛକସ୍ଥିତ ନିଜ ହେପାଜତରେ ଥିବା କାକା ଟୁକୁ ପଣ୍ଡାଙ୍କ ବନ୍ଦ ହୋଇ ପଡିଥିବା ଗୋଦାମ ଘରେ ରଖିଥିଲେ। ପରବର୍ତ୍ତୀ ସମୟରେ କାକାଙ୍କ ବନ୍ଦ ଘରେ ତାଙ୍କୁ ରଖିଥିଲେ। ଅପହରଣ ରାତିରେ କିଛି ଖାଇବାକୁ ଦେଇ ନ ଥିଲେ। ଗୋଦାମ ଘରେ ଅମ୍ରିତଙ୍କ ଜ୍ୟାକେଟ୍‌କୁ ଭୁଲରେ ଛାଡି ଆସିଥିଲେ। ଅନ୍ୟପକ୍ଷେ ବସ୍ତାନିକୁ ନେଇ ପଣ୍ଡା ୨ ଭାଇ ନିଜ ଘର ବାରି ପଟ କୂଅରେ ପକାଇ ଦେଇଥିଲେ। ସେହିଭଳି ଅମ୍ରିତ ଯେଉଁ ଘରେ ବନ୍ଦୀ ଜୀବନଯାପନ କରୁଥିଲେ ସେହି ପଣ୍ଡିତ ସାହି ଅଞ୍ଚଳ ଅନ୍ଧାର ରହୁଥିଲା। ପୁଣି ସେହି ଘର ସମ୍ମୁଖରେ ଅନ୍ୟ ସାହିର ବାରିପଟ ଥିବାରୁ ଘର ନ ଥିଲା। ଅନ୍ଧାର, ଲୋକ ଗହଳି ନ ଥିବା ଓ ଘର ମାଲିକ ରହୁ ନ ଥିବାରୁ କାହାର ସନ୍ଦେହ ନ ହେବା ପାଇଁ ଉକ୍ତ ଘରକୁ ଅପହରଣକାରୀ ବାଛିଥିଲେ। ପୁଣି ଯେଉଁ ବୋଲେରୋ ପିକ୍‌ଅପ୍‌କୁ ଅପହରଣ ପାଇଁ ବ୍ୟବହୃତ କରାଯାଇଥିଲା ଟଙ୍କା ପରିଶୋଧ କରିପାରି ନ ଥିବାରୁ ଦୁଇ ଭାଇ ଘରୋଇ ଫାଇନାନ୍ସ କମ୍ପାନୀରେ ଏହି ଘଟଣା ପରଦିନ ଫେରାଇ ଦେଇଥିଲେ। ପୂର୍ବରୁ ଅପହରଣ ସ୍ଥାନର ଅନତି ଦୂରରେ ଅପହରଣକାରୀ ବୋଲେରୋ ରଖି ଛାତ୍ରଙ୍କ ଗତିବିଧି ଉପରେ ନଜର ରଖୁଥିଲେ। ହେଲେ ବୋଲେରୋଟି ପଣ୍ଡା ପରିବାରର ବୋଲି ଅନେକ ଜାଣି ନ ଥିଲେ। ଅପହରଣ ଦିନ ଅମ୍ରିତ ସଙ୍ଗେ ତାଙ୍କ ପରିବାର କେହି ନ ଥିବାରୁ ଏକାକୀ ସୁଯୋଗ ଦେଖି ମୁହଁରେ ହାତ ଦେଇ ଅପହରଣ କରି ନେଇଥିଲେ। ସେହିପରି ଅମ୍ରିତଙ୍କ ସନ୍ଦେହ ନ ହେବା ପାଇଁ ମୁଖା ପିନ୍ଧି ତାଙ୍କୁ ହିନ୍ଦୀରେ କଥାବାର୍ତ୍ତା କରୁଥିଲେ। ଅମ୍ରିତଙ୍କ ବାପା ପୂର୍ଣ୍ଣଚନ୍ଦ୍ର ପାତ୍ର ଜମି ବିକ୍ରି କରି ୫୦ରୁ ୬୦ ଲକ୍ଷ ଟଙ୍କା ରଖିଥିବା ଅପହରଣକାରୀ ଜାଣିଥିଲେ। ବୋଲେରୋ ଯୋଗେ ପୂର୍ଣ୍ଣଚନ୍ଦ୍ରଙ୍କ ତେଜରାତି ଦୋକାନ ସାମଗ୍ରୀକୁ ବିଭିନ୍ନ ସମୟରେ ପଣ୍ଡା ପରିବାର ଆଣୁଥିଲେ। ପୁଣି ପୂର୍ଣ୍ଣଚନ୍ଦ୍ରଙ୍କ ସହ ତାଙ୍କର ଭଲ ସମ୍ପର୍କ ଥିଲା। ଓଡ଼ଗଁାର ଘରୋଇ କଲେଜରେ ଯୁକ୍ତ ୩ ପାଠ ପଢ଼ୁଥିବା ସୁନୀଲ କୁମାର ପାଣିଗ୍ରାହୀ ପଣ୍ଡା ଦୁଇ ଭାଇଙ୍କୁ ସବୁ ପ୍ରକାର ସହାୟତା ଦେବା ସହ ଅପହରଣର ବାଟ ଦେଖାଇଥିଲେ। ସୁନୀଲ କୁଆଡେ ଅପହରଣର ମାଷ୍ଟର ମାଇଣ୍ଡ ବୋଲି କୁହାଯାଉଛି। ଏସ୍‌ପି ଅଲେଖ ଚନ୍ଦ୍ର ପହି ଓ ଅତିରିକ୍ତ ଏସ୍‌ପି ଉମାକାନ୍ତ ମଲ୍ଲିକଙ୍କ ସୂଚନା ଅନୁସାେରେ ଆମେ ୩ ଜଣଙ୍କୁ ଅଟକ ରଖି ପଚରାଉଚୁରା ସହ ସିନ ରିକ୍ରିଏଶନ କରିଛୁ। କୋର୍ଟରେ ଛାତ୍ରଙ୍କ ୧୬୪ ଧାରା ଅନୁସାରେ ବୟାନ ରେକର୍ଡ କରାଯାଇଛି। ବୁଧବାର ସେମାନଙ୍କୁ କୋର୍ଟ ଚାଲାଣ କରାଯିବା ସହ ଖବରଦାତା ସମ୍ମିଳନୀରେ ଏହାର ବିସ୍ତୁତ ବିବରଣୀ ପ୍ରଦାନ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri