ରାଜସ୍ବ ନିରୀକ୍ଷକଙ୍କୁ ଅପହରଣ, ଜଣେ ଅଟକ

ଚଣ୍ଡିଖୋଲ,୨୦ା୫(ଡି.ଏନ.ଏ.): ଯାଜପୁର ଜିଲା ଦର୍ପଣ ତହସିଲ ଅନ୍ତର୍ଗତ ବନ୍ଦରେଶ୍ୱର ରାଜସ୍ବ ନିରୀକ୍ଷକ ସୋମନାଥ ସାମଲଙ୍କୁ ଅପହରଣ କରାଯିବା ସହ ମାଡ଼ ମରାଯାଇଛି। ଏହି ଅଭିଯୋଗରେ ବାଲିଚନ୍ଦ୍ରପୁର ପୋଲିସ ବରଦା ଗ୍ରାମର ଅନନ୍ତ ନାରାୟଣ ଧଳଙ୍କୁ ଅଟକ ରଖିଛି।
ପୋଲିସ ସୂଚନା ମୁତାବକ, ରାଜସ୍ବ ନିରୀକ୍ଷକ ସାମଲ ଗୁରୁବାର ବନ୍ଦରେଶ୍ୱରସ୍ଥିତ ତାଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ସମୟରେ ଅନନ୍ତଙ୍କ ନେତୃତ୍ୱରେ ୫ଜଣ ଯୁବକ ହଠାତ୍‌ ସେଠାରେ ପହଞ୍ଚି ଲିଗାଲହେୟାର ସାର୍ଟିଫିକେଟରେ ତଦନ୍ତ ରିପୋର୍ଟ ହେରଫେର ପାଇଁ ଧମକ ଦେଇଥିଲେ। ଏଥିରେ ସୋମନାଥ ରାଜି ନ ହେବାରୁ ସେମାନେ ତାଙ୍କୁ ଜୋରଜବରଦସ୍ତ ଏକ ଗାଡ଼ିରେ ଅପହରଣ କରିନେଇଥିଲେ। ସେଠାରେ ତାଙ୍କୁ ବନ୍ଧୁକ ଦେଖାଇ ଧମକ ଚମକ ଦେବା ସହ ମାଡ଼ ମଧ୍ୟ ମାରିଥିଲେ।
ଏନେଇ ରାଜସ୍ବ ନିରୀକ୍ଷକ ଦର୍ପଣ ତହସିଲଦାର ପ୍ରଦୀପ କୁମାର ସେଠୀଙ୍କୁ ଜଣାଇଥିଲେ। ତହସିଲଦାର ଘଟଣା ସମ୍ପର୍କରେ ବାଲିଚନ୍ଦ୍ରପୁର ଥାନାଧିକାରୀଙ୍କୁ ଜଣାଇଥିଲେ। ପୋଲିସ ତରଫରୁ ଯୋଗାଯୋଗ କରାଯିବା ପରେ ସେମାନେ ରାଜସ୍ବ ନିରୀକ୍ଷକଙ୍କୁ ଛାଡ଼ି ଦେଇଥିଲେ। ଏନେଇ ରାଜସ୍ବ ନିରୀକ୍ଷକଙ୍କ ଏତଲାକ୍ରମେ ପୋଲିସ ବିକ୍ରମତିରଣ ଗ୍ରାମରେ ଚଢ଼ାଉ କରି ଅନନ୍ତଙ୍କୁ କାବୁ କରିଥିଲା। ସୂଚନାଥାଉକି, ପୂର୍ବରୁ ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଭରତପୁରଠାରେ ୨ଟି ପୋଲିସ ଗାଡ଼ି ପୋଡ଼ି ଘଟଣା ଓ ଗଣ୍ଡଗୋଳରେ ଅନନ୍ତଙ୍କ ସମ୍ପୃକ୍ତି ରହିଥିଲା। ଏହାସହ ଅନନ୍ତଙ୍କ ନାମରେ ବାଲିଚନ୍ଦ୍ରପୁର ଥାନାରେ ଏକାଧିକ ମାମଲା ରହିଛି। ବିଭିନ୍ନ ଆପରାଧିକ ମାମଲାରେ ଜଡିତ ଥିବାରୁ ଅତିରିକ୍ତ ଜିଲାପାଳଙ୍କ କୋର୍ଟରେ ପୋଲିସ ପକ୍ଷରୁ ତାଙ୍କ ନାମରେ ୧୧୦ ସିଆରପିସିରେ ମାମଲା ମଧ୍ୟ ରୁଜୁ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବଘିଅପଡା,୨୦।୪ ( ଶ୍ରୀକାନ୍ତ ସାହୁ): ଶନିବାର ସକାଳ ୮ ଘଣ୍ଟା ସମୟରେ ବୌଦ୍ଧ ଥାନା ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ଗୌଡଦଇ ନିକଟରେ ଏକଯୁବକଙ୍କ ରକ୍ତାକ୍ତ ମୃତଦେହ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

ଶିକ୍ଷାକୁ ନେଇ ଲେନିନ୍‌-ରବି ବାକ୍‌ଯୁଦ୍ଧ

ସମ୍ବଲପୁର,୨୦ା୪(ପ୍ରମୋଦ ବହିଦାର):ସମ୍ବଲପୁରରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଶୂନ୍ୟ ବୋଲି ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତିଙ୍କ ଉକ୍ତିର...

୨ ରାଜ୍ୟରେ ଭୋଟ ଦେବେ ସୀମାନ୍ତବାସୀ

ନନ୍ଦପୁର,୨୦ା୪(ଶଙ୍କର ପୂଜାରୀ)ଆନ୍ଧ୍ର ଓ ଓଡ଼ିଶା ସରକାରଙ୍କ ପକ୍ଷରୁ ସୁବିଧା ପାଇଛୁ। ଆଧାର, ରାଶନ, କୁଲି ଓ ଭୋଟରକାର୍ଡ ପାଇଛୁ। ଉଭୟ ରାଜ୍ୟରୁ ଭତ୍ତା, ଚାଉଳ, କୁଲିକାମ,...

ଭୁଶୁଡିଯିବ ବୈତରଣୀ ସେତୁ

ରାମଚନ୍ଦ୍ରପୁର,୨୦।୪(ଗଣେଶ୍ୱର ସା)କେନ୍ଦୁଝର ଜିଲା ଘସିପୁରା ବ୍ଲକ୍‌ ଅନ୍ତର୍ଗତ ବାତୋଠା ଆମ୍ବୋକୁ ସଂଯୋଗୀକରଣ ହେଉଥିବା ବୈତରଣୀ ନଦୀର ସେତୁ ନିକଟରୁ ବେଧଡ଼କ ବାଲି ଚୋରାଚାଲାଣ ହେଉଛି। ସେହିପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri