ଶିଶୁକନ୍ୟାଙ୍କୁ ଅପହରଣ ଉଦ୍ୟମ, ମା’ଙ୍କୁ ଗୁଳିମାଡ଼

ବାସୁଦେବପୁର,୫।୧୧(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର -ଇଚ୍ଛାପୁର ରାସ୍ତାର ଚଉରା ଛକଠାରେ ଶୁକ୍ରବାର ସନ୍ଧ୍ୟାରେ ଦୁର୍ବୃତ୍ତମାନେ ଜଣେ ଶିଶୁକନ୍ୟାଙ୍କୁ ଅପହରଣ ଉଦ୍ୟମ ସହ ତାଙ୍କ ମା’ଙ୍କୁ ଗୁଳିମାଡ଼ କରିଛନ୍ତି। ମହିଳାଙ୍କ ଡାହାଣ ହାତରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାଙ୍କୁ ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ମହିଳା ଜଣଙ୍କ ହେଲେ ଅଲବଗା ଗ୍ରାମର ପ୍ରଫୁଲ୍ଲ ସାହୁଙ୍କ ସ୍ତ୍ରୀ ଜ୍ୟୋତ୍ସ୍ନାରାଣୀ।
ସୂଚନା ଅନୁଯାୟୀ, ଜ୍ୟୋତ୍ସ୍ନା ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା ବେଳେ ସ୍ଥାନୀୟ ଗଗନବାବୁ ଛକକୁ କିଛି ସାମଗ୍ରୀ କିଣିବାକୁ ତାଙ୍କ ୪ ବର୍ଷର ଝିଅ ସହ ଯାଇଥିଲେ। ସେଠାରୁ ଫେରିବା ବାଟରେ ଚଉରା ଛକଠାରେ ଦୁଇଜଣ ଯୁବକ ଏକ ବାଇକ୍‌ରେ ଆସି ତାଙ୍କ ଝିଅଙ୍କୁ ଅପହରଣ ଓ ମୋବାଇଲ ଛଡ଼ାଇବାକୁ ଉଦ୍ୟମ କରିଥିଲେ। ସେ ପ୍ରତିବାଦ କରିବାରୁ ସେମାନେ ତାଙ୍କ ଉପରକୁ ଗୁଳି ଚାଳନା କରିଥିଲେ। ଜ୍ୟୋତ୍ସ୍ନାଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ଆସିଯିବାରୁ ସେମାନେ ତାଙ୍କ ମୋବାଇଲ ଛଡ଼ାଇ ନେଇ ସେଠାରୁ ପଳାଇ ଯାଇଥିଲେ। ସ୍ଥାନୀୟ ଲୋକେ ଆହତ ଜ୍ୟୋତ୍ସ୍ନାଙ୍କୁ ଡାକ୍ତରଖାନାକୁ ନେଇଥିଲେ। ଖବରପାଇ ବାସୁଦେବପୁର ଥାନାଧିକାରୀ ସାବିତ୍ରୀ ପଣ୍ଡା ଡାକ୍ତରଖାନାରେ ପହଞ୍ଚି ଜ୍ୟୋତ୍ସ୍ନାଙ୍କୁ ପଚରାଉଚରା କରି ତଦନ୍ତ ଜାରି ରଖିଛନ୍ତି। ପ୍ରାଥମିକ ଚିକିତ୍ସା ପରେ ଜ୍ୟୋତ୍ସ୍ନାଙ୍କୁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଖବର ଲେଖାହେବା ପର୍ଯ୍ୟନ୍ତ ଏନେଇ ଥାନାରେ ଲିଖିତ ଅଭିଯୋଗ ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

‘ପାକିସ୍ତାନ ଉପରେ ଆମେରିକା-ଇରାନର ଭରସା…,’ ବିବାଦ ମଧ୍ୟରେ ପାକିସ୍ତାନର ଆଶ୍ଚର୍ଯ୍ୟଜନକ ଦାବି

ଇସଲାମାବାଦ,୩୦।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ପାକିସ୍ତାନ କହିଛି ଯେ ଆମେରିକା ଏବଂ ଇରାନ ଉଭୟ ମଧ୍ୟସ୍ଥତା ଭାବରେ ଏହାର ଭୂମିକା ଉପରେ ବିଶ୍ୱାସ ପ୍ରକାଶ କରିଛନ୍ତି।…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

ଆମେରିକାର ବିଶ୍ୱ ଅଭିଯାନ

ଚଳିତ ବର୍ଷ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ଯୋଡ଼ି ଅଚାନକ ଇରାନ୍‌ ଉପରେ ବୋମାବର୍ଷଣ କରି ଇରାନର ଶୀର୍ଷନେତା ଆୟାତୋଲ୍ଲା ଖାମନେଇ ଓ ତାଙ୍କ ପରିବାର…

‘ଭଲ ଉତ୍ପାଦ ଏହାର ଗୁଣବତ୍ତା ଦ୍ୱାରା ଆଦୃତ ହୁଏ’

ଭୁବନେଶ୍ୱରସ୍ଥିତ ଜୟବାବା ଅଟୋମୋବାଇଲ୍ସର ମ୍ୟାନେଜିଂ ପାର୍ଟନର ହର୍ଷିତ ଲୋଧା ଜଣେ ସଫଳ ଉଦ୍ୟୋଗୀ ଭାବେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ୨୦୨୩ରେ ପ୍ରତିଷ୍ଠିତ ‘ଜୟବାବା ଟ୍ରାଇବ୍‌’ର ପ୍ରତିଷ୍ଠାତା…

ଗ୍ରୀଡ୍‌ ଉପରେ ବୋମାମାଡ଼: ତେହରାନ୍‌ ଅନ୍ଧାରରେ

ତେହରାନ୍‌,୩୦ା୩: ତେହରାନ୍‌ ଏବଂ ଏହାର ଆଖପାଖ ଅଞ୍ଚଳର ବିଦ୍ୟୁତ୍‌ ଗ୍ରୀଡ୍‌ ଉପରେ ଇସ୍ରାଏଲ୍‌ ଶନିବାର ବୋମାମାଡ଼ କରିଛି। ଫଳରେ ତେହରାନ୍‌ ସମେତ ଅନେକ ସହରରେ ବିଦ୍ୟୁତ୍‌ ସେବା…

ସାବଧାନ! ଜଣଙ୍କ ପରେ ଜଣଙ୍କୁ ଟାଣି ନେଉଛି କୁମ୍ଭୀର, ଏବେ ବି ନଦୀରେ ଘୂରି ବୁଲୁଛି

ମହାକାଳପଡ଼ା,୩୦ା୩(ପ୍ରତାପ ଚନ୍ଦ୍ର ସ୍ବାଇଁ): ମହାକାଳପଡ଼ା ବ୍ଲକ ଗୋବରୀ ନଦୀର କାଉସପାଳ ଫେରୁଘାଟଠାରେ ଏକ ୨୦ ଫୁଟ ଲମ୍ବର ବଉଳ କୁମ୍ଭୀର ଘୂରି ବୁଲୁଛି। ଏହାକୁ ନେଇ ନଦୀ…

ମାତାପିତାଙ୍କୁ ଅବହେଳା କଲେ ଦରମାରୁ କଟିବ ୧୦ ହଜାର

ହାଇଦ୍ରାବାଦ,୨୯ା୩: ବୃଦ୍ଧ ମାତାପିତାଙ୍କ ପ୍ରତି ଯତ୍ନ ଏବଂ ପରିଣତ ବୟସରେ ସେମାନଙ୍କ ପ୍ରତି ସମ୍ବେଦନଶୀଳ ହେବା ସାମାଜିକ ଦାୟିତ୍ୱବୋଧକୁ ତେଲଙ୍ଗାନା ସରକାର ଗୁରୁତ୍ୱ ଦେଇ ରବିବାର ଏକ ଐତିହାସିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri