୨ ନାବାଳକ ଭାଇଙ୍କୁ ଦଳିମାରିଲା ହାତୀ

ଝାରସୁଗୁଡ଼ା ଅଫିସ,୫ା୧୧: ଝାରସୁଗୁଡ଼ା ଜିଲା ବାଗଡିହି ରେଞ୍ଜ ଅଧୀନ ଭଉଁରା ଗ୍ରାମ ନିକଟରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ମା’ବାପାଙ୍କ ଆଗରେ ଏକ ଦନ୍ତାହାତୀ ଦୁଇ ନାବାଳକ ଭାଇଙ୍କୁ ଦଳି ମାରିଦେଇଛି। ମୃତକ ଦ୍ୱୟ ହେଲେ ଛତିଶଗଡ଼ ଶକ୍ତି ଅଞ୍ଚଳର ଅଭୟ ସତନାମୀ(୧୧) ଓ ଧନଞ୍ଜୟ ସତନାମୀ (୯)। ପିଲାଙ୍କୁ ଉଦ୍ଧାର କରିବାକୁ ଯାଇ ମା’ବାପା ଗୁରୁତର ହୋଇଛନ୍ତି। ମା’ ଲାହରା ବାଈ ସତନାମୀ(୩୪)ଙ୍କ ଡାହାଣ ହାତ ଭାଙ୍ଗିଥିବାବେଳେ ଓ ବାପା ଉମେଶ ରାମ ସତନାମୀ(୩୬)ଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି। ଉଭୟେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଲଇକେରା ପୋଲିସ ଦୁଇ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଡାକ୍ତରଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ କେସ୍‌ ନଂ.୨୧ ଓ ୨୨/୨୨ରେ ପୃଥକ୍‌ ମାମଲା ରୁଜୁକରି ତଦନ୍ତ ଚଳାଇଛି। ଦମ୍ପତିଙ୍କ ୧୬ବର୍ଷର ଝିଅ ଅର୍ମିତା ସେଦିନ ରାତିରେ ନିକଟରେ ରହୁଥିବା ସମ୍ପର୍କୀୟକଙ୍କ କୁଡିଆରେ ରହିଥିବାରୁ ବର୍ତ୍ତିଯାଇଛନ୍ତି।
ସୂଚନା ଅନୁସାରେ ଛତିଶଗଡ଼ ଶକ୍ତି ଅଞ୍ଚଳର ଏହି ଦମ୍ପତି ପରିବାର ପ୍ରତିପୋଷଣ ପାଇଁ ଝିଅ ଓ ୨ପୁଅଙ୍କୁ ସାଙ୍ଗରେ ଧରି ଇଟାଗଢ଼ିବା ପାଇଁ ଓଡ଼ିିଶାକୁ ଆସିଥିଲେ। ଏହି ଶ୍ରମିକ ପରିବାର କିର୍ମିରା ବ୍ଲକ୍‌ ଭଉଁରା ଗ୍ରାମ ନିକଟରେ ଏକ ପଲିଥିନ କୁଡିଆକରି ରହୁଥିଲେ। ପ୍ରତିଦିନ ଭଳି ଦମ୍ପତି ଗୁରୁବାର ଇଟା ଗଢିବା ପରେ ରାତିରେ ଖାଇପିଇ ଶୋଇଥିଲେ। ରାତି ପ୍ରାୟ ୧୦ଟାରେ ଏକ ଦନ୍ତାହାତୀ ଆସି ପ୍ରଥମେ ପଲିଥିନ କୁଡିଆକୁ ଶୁଣ୍ଢରେ ଭାଙ୍ଗିଥିଲା। ଏଥିରେ ଦମ୍ପତି ଭୟଭୀତ ହୋଇ କୁଡିଆରୁ ବାହାରି ଆସିଥିଲେ। ହେଲେ ଦୁଇ ସନ୍ତାନ ଭିତରେ ରହିଯାଇଥିଲେ। ପରେ ହାତୀଟି ସେମାନଙ୍କୁ ଦଳିଦେଇଥିଲା। ଦମ୍ପତି ପାଟିକରି ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ପାଟି ଶୁଣି ନିକଟରେ ରହୁଥିବା ଶ୍ରମିକମାନେ ଉଠି ହାତୀକୁ ଘଉଡାଇଥିଲେ। ଖବରପାଇ ବନ କର୍ମଚାରୀ ଏକ ଆମ୍ବୁଲାନ୍ସ ଯୋଗେ ଆହତ ଦମ୍ପତି ଓ ୨ସନ୍ତାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ସେଠାରେ ଡାକ୍ତର ଦୁଇଭାଇଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ଡିଏଫ୍‌ଓ ଲଳିତ ପାତ୍ର କହିଛନ୍ତି, ଏହାର ତଦନ୍ତ କରାଯାଇ ମୃତକଙ୍କ ପରିବାରଙ୍କୁ ସରକାରଙ୍କ ତରଫରୁ କ୍ଷତିପୂରଣ ପ୍ରଦାନ କରାଯିବ। ସେ ଆହୁରି କହିଛନ୍ତି, ୨ସପ୍ତାହ ହେଲା ଏକ ହାତୀପଲ ସୁନ୍ଦରଗଡ ଓ ଝାରସୁଗୁଡା ଜିଲା ସୀମାନ୍ତରେ ଚଳପ୍ରଚଳ କରୁଛନ୍ତି। ଏହି ପଲରେ ୭ହାତୀ ରହିଛନ୍ତି। ହେଲେ ଏକ ଦନ୍ତା ବିଭିନ୍ନ ସମୟରେ ଘରଦ୍ୱାର ଭାଙ୍ଗି ଆତଙ୍କ ଖେଳାଉଛି। ୨ମାସ ତଳେ ଜଣେ ବୃଦ୍ଧା ଶୌଚକରି ଫେରୁଥିବାବେଳେ ତାଙ୍କୁ ଦନ୍ତା କଚାଡି ମାରିଥିଲା। ବନ ବିଭାଗ ହାତୀ ପଲଙ୍କ ଉପରେ ନଜର ରଖିବା ସହ ସ୍ଥାନୀୟ ଲୋକଙ୍କୁ ସଚେତନ କରାଉଛି। ଏହି ଅଞ୍ଚଳ ହାତୀ ଚଲାପଥ ହୋଇଥିବାରୁ ଏଠାରେ ରହିବା ପାଇଁ ବାରଣ କରାଯାଇଛି। ହେଲେ ଏହାକୁ ଲୋକେ ମାନୁନାହାନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ପ୍ରସିଦ୍ଧ ଅଗ୍ନି ଭୈରବଙ୍କ ଝାମୁଯାତ୍ରା ମହାଆଡ଼ମ୍ବରରେ ସମ୍ପନ୍ନ, କମ୍ପିଲା ଲାଞ୍ଜିଗଡ଼; ତତଲା ନିଆଁ ଉପରେ ଚାଲିଲେ…

ଲାଞ୍ଜିଗଡ଼,୩୦ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ସହରର ପରମ ଆରାଧ୍ୟ ଦେବତା ଅଗ୍ନି ଭୈରବଙ୍କ ବିଶ୍ୱପ୍ରସିଦ୍ଧ ଝାମୁଯାତ୍ରା ବୁଧବାର ମହା ସମାରୋହରେ ପାଳିତ ହୋଇଯାଇଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?