ଅପହୃତା ଓଡ଼ିଆ ଯୁବକ ପଶ୍ଚିମବଙ୍ଗରୁ ଉଦ୍ଧାର: ୮ଲକ୍ଷ ଟଙ୍କା ଦାବି କରିଥିଲେ ଅପହରଣକାରୀ

ସୋର, ୩ା୩: ବାଲେଶ୍ୱର ଜିଲା ସୋର ଥାନା ଅଧୀନ ସାଜନପୁର ଅଞ୍ଚଳର ଜଣେ ଯୁବକଙ୍କୁ କେହି ଦୁର୍ବୃତ୍ତ ବନ୍ଧୁକ ମୂନରେ ପଣବନ୍ଦୀ କରି ୮ ଲକ୍ଷ ଟଙ୍କା ଦାବି କରୁଥିବା ଭିଡିଓ ଭାଇରାଲ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି ହୋଇଥିଲା। ଅପହୃତଙ୍କ ସ୍ତ୍ରୀ ମଙ୍ଗଳବାର ରାତିରେ ସୋର ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଅଭିଯୋଗକୁ ଆଧାର କରି ପୋଲିସ ପଣବନ୍ଦୀ ହୋଇଥିବା ଯୁବକଙ୍କୁ ପଶ୍ଚିମବଙ୍ଗ ସୁନ୍ଦରବନ ନ୍ୟାଶନାଲ ପାର୍କରୁ ଉଦ୍ଧାର କରି ସୋରକୁ ଆଣୁଥିବା ଜଣାପଡିଛି।
ସୋର ଥାନା ସାଜନପୁର ପଞ୍ଚାୟତ କେଶପୁର ଗ୍ରାମର ତାପସ କୁମାର ମହାନ୍ତି ୮ ବର୍ଷ ହେବ ବାଙ୍ଗାଲୋରର ଏକ କ୍ୟାଣ୍ଟିନ୍‌ରେ କାମ କରୁଥିଲେ। ୧୫ଦିନ ତଳେ ତାପସ ଘରକୁ ଆସିଥିଲେ। କୋଭିଡ୍‌ ପାଇଁ ଗତ ବଷର୍ର୍ ଭଳି ଏଥର ଲକ୍‌ଡାଉନ ହେବା ଆଶଙ୍କାରେ ଘରେ ଥିବା ବେଳେ ଗତ ୨୮ ତାରିଖରେ ଏକ ଅଜଣା ନମ୍ବରରୁ ଭଲ କାମ ଅଛି କୋଲକାତା ଆସିବା ଲାଗି ଫୋନ କଲ୍‌ ଆସିଥିଲା। ସେହିଦିନ ତାପସ ତୁରନ୍ତ କୋଲକାତା ଚାଲିଯାଇଥିଲେ। ପରେ ସନ୍ଧ୍ୟାରେ ତାପସଙ୍କ ସ୍ତ୍ରୀ ସୁକାନ୍ତିଙ୍କୁ ଏକ ଅଜଣା ନମ୍ବରରୁ ତୁମ ସ୍ବାମୀଙ୍କୁ ଅପହରଣ କରାଯାଇଛି, ୮ଲକ୍ଷ ଟଙ୍କା ଆକାଉଣ୍ଟରେ ଜମା କଲେ ସ୍ବାମୀଙ୍କୁ ଛାଡିବୁ ନଚେତ୍‌ ହତ୍ୟା କରିବୁ ବୋଲି ଖୋଲାଖୋଲି ଧମକ ଦେଇଥିଲେ। ମାର୍ଚ୍ଚ ୨ ତାରିଖରେ ସେହି ନମ୍ବରରୁ ତାପସଙ୍କ ହାତଗୋଡ ବନ୍ଧାଯାଇଥିବା ସହ ବନ୍ଧୁକ ଓ ଟାଙ୍ଗିଆ ରଖି ହତ୍ୟା ଧମକ ଦିଆଯାଉଥିବାର ଏକ ଭିଡିଓ ତାଙ୍କ ମୋବାଇଲ୍‌କୁ ଆସିଥିଲା। ଯାହାକି ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏନେଇ ସୁକାନ୍ତି ସୋର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଏହାସହ ଭୟଭୀତ ହୋଇ ତାପସଙ୍କ ପରିବାର ଲୋକେ ଅପହରଣକାରୀ ଦେଇଥିବା ଏକ ବ୍ୟାଙ୍କ ଆକାଉଣ୍ଟ ନମ୍ବରରେ ୫୦ ହଜାର ଟଙ୍କା ଜମା କରିଥିଲେ। ଅଭିଯୋଗ ପାଇ ସୋର ଥାନାରେ ଏକ ମାମଲା (ନଂ.୯୧/୨୧) ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା। ଆଇଆଇସି ମଧୁମିତା ମହାନ୍ତିଙ୍କ ନିର୍ଦ୍ଦେଶରେ ଏଏସ୍‌ଆଇ ପ୍ରତାପ କାଲୋ, ଏଏସ୍‌ଆଇ ପ୍ରଦୀପ ମହାନ୍ତି ଓ କନଷ୍ଟେବଳ ମମତା ପାତ୍ରଙ୍କ ସମେତ ଏକ ୬ଜଣିଆ ଟିମ୍‌ କୋଲକାତାରେ ପହଞ୍ଚି ସ୍ଥାନୀୟ ପୋଲିସ ସହାୟତାରେ ତାପସଙ୍କୁ କୋଲକାତା ସୁନ୍ଦରବନ ନ୍ୟାଶନାଲ ପାର୍କ ନିକଟରେ ଥିବା ବିଲ ମଝିରେ ଏକ ନିଛାଟିଆ ଘରୁ ଉଦ୍ଧାର କରି ସୋରକୁ ଆଣୁଥିବା ଜଣାପଡିଛି। ପୋଲିସ ପହଞ୍ଚିବା ପୂର୍ବରୁ ଅପହରଣକାରୀମାନେ ଫେରାର ହୋଇଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମହେନ୍ଦ୍ରଗିରିରେ ଭୟଙ୍କର ଦୁର୍ଘଟଣା: ଘାଟିରେ ଓଲଟିଲା ପାଣି ଟ୍ୟାଙ୍କର ଟ୍ରାକ୍ଟର, ଚାଲିଗଲା ହେଲ୍‌ପରଙ୍କ ଜୀବନ, ଚାଳକ…

ଗଜପତି, ୪ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ରାୟଗଡ଼ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାଣି ବୋଝେଇ…

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri