ଖୋର୍ଦ୍ଧା: ୩୬ ହାଇସ୍କୁଲକୁ ଶ୍ରେଷ୍ଠ ସ୍କୁଲ ଆଓ୍ବାର୍ଡ

ଖୋର୍ଦ୍ଧା ଅଫିସ,୭।୧୧: ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ଶତ ପ୍ରତିଶତ ସଫଳତା ହାସଲ କରିଥିବା ଖୋର୍ଦ୍ଧା ଜିଲାର ୩୬ ହାଇସ୍କୁଲକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶ୍ରେଷ୍ଠ ସ୍କୁଲ ଆଓ୍ବାର୍ଡ ପ୍ରଦାନ ଲାଗି ମନୋନୀତ କରାଯାଇଛି। ଏବାବଦକୁ ୧ଲକ୍ଷ ଟଙ୍କା ପ୍ରୋତ୍ସାହନ ମୂଳକ ରାଶି ଦିଆଯିବ ବୋଲି ଡିଇଓ ବନ୍ଦନା ମହାପାତ୍ର ସୂଚନା ଦେଇଛନ୍ତି। ମାଟ୍ରିକ ପରୀକ୍ଷାରେ ଜିଲାର ପାସହାର ୮୭.୨୮ ପ୍ରତିଶତ ରହିଛି। ଆସନ୍ତା ବର୍ଷ ମାଟ୍ରିକ ପରୀକ୍ଷାରେ ଯେପରି ଖୋର୍ଦ୍ଧା ଜିଲା ଏକ ନମ୍ବର ସ୍ଥାନରେ ରହିବ ଏବଂ ହାଇସ୍କୁଲ ଗୁଡିକରେ ସଫଳତା ହାର ବୃଦ୍ଧି ପାଇବ, ସେଥିଲାଗି ମାଷ୍ଟର ପ୍ଲାନ ଆରମ୍ଭ ହୋଇଛି। କରୋନା ମହାମାରୀ ସମୟରେ ଶିକ୍ଷା ସଂଯୋଗ ମାଧ୍ୟମରେ ଅନଲାଇନ ପାଠପଢା ତ୍ୱରିତ କରାଯାଇଛି ବୋଲି ଡିଇଓ ମହାପାତ୍ର କହିଛନ୍ତି।
ଆଓ୍ବାର୍ଡ ପାଇବାକୁ ଥିବା ସ୍କୁଲଗୁଡ଼ିକ ହେଲା ବାଲିଅନ୍ତା ବ୍ଲକର ଆଞ୍ଚଳିକ ହରିହର ନୋଡାଲ ବିଦ୍ୟାଳୟ ବେଣାପୁର, ବାଲିଅନ୍ତା ନୋଡାଲ ହାଇସ୍କୁଲ ଓ ଅଚ୍ୟୁତାନନ୍ଦ ଆଦର୍ଶ ଉଚ୍ଚ ବିଦ୍ୟାନିକେତନ ପୁରୋହିତପୁର, ବାଲିପାଟଣା ବ୍ଲକର ମୁକୁନ୍ଦଦାସପୁର ହାଇସ୍କୁଲ, ବନମାଳିପୁର ବାଳିକା ହାଇସ୍କୁଲ, ପଞ୍ଚାୟତ ବାଳିକା ହାଇସ୍କୁଲ ବାଲିପାଟଣା, ବାଣପୁର ବ୍ଲକର ନାରାୟଣ ମାନସିଂ ହାଇସ୍କୁଲ ଅନ୍ତରକିଆରୀ, ପଦ୍ମଲୋଚନ ହାଇସ୍କୁଲ ଅଲିଡିହ, ନୀଳକଣ୍ଠେଶ୍ୱର ବିଦ୍ୟାପୀଠ କୁମାରଙ୍ଗ ଶାସନ, ବେଗୁନିଆ ବ୍ଲକର ଗୋପବନ୍ଧୁ ହାଇସ୍କୁଲ, ପଞ୍ଚାୟତ ହାଇସ୍କୁଲ ହଜ, ଜନତା ନୋଡାଲ ବିଦ୍ୟାପୀଠ ପୋଡ଼ାଢିହ, ଭୁବନେଶ୍ୱର ବ୍ଲକର ଉତ୍କଳମଣି ନୋଡାଲ ଉଚ୍ଚବିଦ୍ୟାପୀଠ କେନ୍ଦୁପାଟଣା, ଦାରୁଠେଙ୍ଗ ହାଇସ୍କୁଲ, ଶ୍ରୀ ଅରବିନ୍ଦ ନୋଡାଲ ବିଦ୍ୟାପୀଠ ଗଣ୍ଡରପୁର, ବୋଲଗଡ଼ ବ୍ଲକର ଦେବଗୁରୁ ଆଦର୍ଶ ବିଦ୍ୟାପୀଠ ମୁଗମୁଣ୍ଡାର, ଭକ୍ତ ଚରଣ ବିଦ୍ୟାପୀଠ ସାନପଦର, ସରକାରୀ ହାଇସ୍କୁଲ ହରିପୁର, ଚିଲିକା ବ୍ଲକର ଡି.ପି ହାଇସ୍କୁଲ ଅଲଣ୍ଡା, ଶ୍ରୀ ଅରବିନ୍ଦ ଆଇଏନଟି. ଏଜ୍ୟୁକେସନ ସେଣ୍ଟର ମାତୃବିହାରର-କାଳୁପଡାଘାଟ, ଅପର୍ତି ହାଇସ୍କୁଲ ନଇରୀ, ଜଟଣୀ ବ୍ଲକର ପଞ୍ଚାୟତ ହାଇସ୍କୁଲ ବେଣାପଞ୍ଜୁରୀ, ଜଗମୋହନ ହାଇସ୍କୁଲ ବ୍ରହ୍ମାକୁଣ୍ଡଳ, ରାଜିକିଶୋର ବିଦ୍ୟାପୀଠ ଅରିସାଳ, ଖୋର୍ଦ୍ଧା ବ୍ଲକର ମା’ ଭଗବତୀ ବିଦ୍ୟାମନ୍ଦିର ମୋଟା, ପାଇକଦିଗିରିଆ ନୋଡାଲ ହାଇସ୍କୁଲ, ବାଲୁଙ୍କେଶ୍ୱରଦେବ ହାଇସ୍କୁଲ ଭିଙ୍କୁଡିଆ, ଟାଙ୍ଗୀ ବ୍ଲକର ପରିଓରୋଡ଼ା ହାଇସ୍କୁଲ ଚଣ୍ଡେଶ୍ୱର, ବଡପାରୀ ନୋଡାଲ ହାଇସ୍କୁଲ, ବଳରାମଦେବ ବିଦ୍ୟାପୀଠ ଟାଙ୍ଗୀ, ଭୁବନେଶ୍ୱର(ବିଏମସି)ରୁ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ନୀଳାଦ୍ରି ବିହାର ଓ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ୟୁନିଟ-୮, ଖୋର୍ଦ୍ଧ(ପୌର ଅଞ୍ଚଳ)ର ବୀଣାପାଣି ଶିଶୁ ବିଦ୍ୟାମନ୍ଦିର, ଇନ୍ଦିରାଗାନ୍ଧୀ ପଡିଆ, ଜଟଣୀ(ପୌର ଅଞ୍ଚଳ)ର ଏନଡିଆରସି ନୋଡାଲ ହାଇସ୍କୁଲ, ଖୋର୍ଦ୍ଧାରୋଡ, ବାଲୁଗଁା(ଏନଏସି)ର ବାଲୁଗଁା ହାଇସ୍କୁଲ ଏବଂ ବାଣପୁର ଏନଏସିର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ଭଗବତୀ ବିହାର ଆଦି ଅର୍ନ୍ତଭୁକ୍ତ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri