ଓଡ଼ିଶାରୁ ଫ୍ଲାଇଟ୍‌ରେ ଖସି ଯାଇଥିଲେ ଲୁଟେରା

ଭୁବନେଶ୍ୱର,୭।୧୧ (ବ୍ୟୁରୋ): ଭୁବନେଶ୍ୱର ମ୍ୟାଗ୍ନେଟିକ୍‌ ଛକସ୍ଥିତ ପିଏନ୍‌ବି ଏଟିଏମ୍‌ରୁ ୨୬ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲୁଟ୍‌ ଘଟଣାରେ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ୍‌ର ସମ୍ପୃକ୍ତି ଥିବା ଜଣାପଡିଛି। ଆନ୍ଧ୍ରପ୍ରଦେଶ ପୋଲିସ ହାତରେ ଏହି ଗ୍ୟାଙ୍ଗ୍‌ର ଦୁଇ ଅଭିଯୁକ୍ତ ଧରାପଡିବା ପରେ ଘଟଣାର ପର୍ଦ୍ଦାଫାଶ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଲେ ପଞ୍ଜାବର ସମରଜୋତ୍‌ ସିଂ ଓ କେରଳର ଜାଫର ସାଦିକ। ଏମାନେ ବେଙ୍ଗାଲରୁକୁ ଆଡ୍ଡାସ୍ଥଳ କରିଥିବାବେଳେ ବିମାନରେ ବିଭିନ୍ନ ରାଜ୍ୟ ବୁଲି ଲୁଟ୍‌ କରନ୍ତି। ଗତ ନଭେମ୍ବରରେ ଭୁବନେଶ୍ୱରରେ ସେମାନେ ପିଏନ୍‌ବି ଏଟିଏମ୍‌କୁ କାଟି ଟଙ୍କା ଲୁଟିନେବା ପରେ ଇଣ୍ଡିଗୋ ଫ୍ଲାଇଟ୍‌ରେ ଦିଲ୍ଲୀ ଫେରାର ହୋଇଥିଲେ ବୋଲି ପୋଲିସ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀ ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।
ପୂରା ଘଟଣା ସମ୍ପର୍କରେ ଡ. ଷଡ଼ଙ୍ଗୀ ସୂଚନା ଦେଇ କହିଛନ୍ତି, ଉଭୟ ଲୁଟେରା ଭୁବନେଶ୍ୱରକୁ ଆସି ହୋଟେଲ ଭଡ଼ା ନେଇ ରହିବା ସହ ଭଡ଼ା ବାଇକ୍‌ରେ ବୁଲି ବୁଲି ଏଟିଏମ୍‌ ଉପରେ ନଜର ରଖିଥିଲେ। ଶେଷରେ ମ୍ୟାଗ୍ନେଟିକ୍‌ ଛକ ପିଏନ୍‌ବି ଏଟିଏମ୍‌କୁ ଟାର୍ଗେଟ କରିଥିଲେ। ରହୁଥିବା ହୋଟେଲ କର୍ମଚାରୀଙ୍କ ସହାୟତାରେ ଏକ ଗ୍ୟାସ୍‌ ସିଲିଣ୍ଡର ଯୋଗାଡ଼ କରି ରାତିରେ ଉକ୍ତ ଏଟିଏମ୍‌କୁ ଗ୍ୟାସ୍‌ କଟର ସହାୟତାରେ କାଟି ୨୬ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଲୁଟି ନେଇଥିଲେ। ଘଟଣାସ୍ଥଳରେ ଗ୍ୟାସ୍‌ ସିଲିଣ୍ଡର ଓ ଅନ୍ୟାନ୍ୟ ସାମଗ୍ରୀ ଛାଡ଼ି ପଳାଇଥିଲେ। ଭୋର୍‌ ସାଢେ ୪ଟାରେ ଉକ୍ତ ହୋଟେଲ ଛାଡି ସେମାନେ ଭଡାରେ ଆଣିଥିବା ବାଇକ ଫେରାଇ ଏୟାରପୋର୍ଟ ଚାଲିଯାଇଥିଲେ। ସକାଳ ୭ଟା ୪୦ରେ ଇଣ୍ଡିଗୋ ଫ୍ଲାଇଟରେ ଦିଲ୍ଲୀ ପଳାଇଥିଲେ। ସେଠାରୁ ଚଣ୍ଡିଗଡ଼ ଯାଇ ବେଙ୍ଗାଲୁରକୁ ଚାଲିଆସିଥିଲେ। ଏହାପରେ ଆନ୍ଧ୍ରପ୍ରଦେଶକୁ ଆସି ଏଟିଏମ୍‌ ଲୁଟ୍‌ ଯୋଜନା କରିଥିଲେ। କମିଶନରେଟ ପୋଲିସ ଅଭିଯୁକ୍ତଙ୍କ ଫୋନ୍‌ ନମ୍ବରକୁ ଟ୍ରାକ୍‌ କରି ପିଛା କରୁଥିଲା। ଡିସିପି ଉମାଶଙ୍କର ଦାସଙ୍କ ନେତୃତ୍ୱରେ ସ୍ପେଶାଲ ସ୍କ୍ବାଡ୍‌ ସେମାନଙ୍କ ଉପରେ ନଜର ରଖିଥିଲା। ଭାଇଜାକରେ ଏଟିଏମ ଲୁଟ୍‌ବେଳେ କମିଶନରେଟ ପୋଲିସର ସୂଚନା ଆଧାରରେ ସେମାନେ ଆନ୍ଧ୍ର ପୋଲିସ ହାତରେ ଧରାପଡିଥିଲେ। ୨ ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ଏଟିଏମ ଲୁଟ୍‌ ନେଇ ଅଭିଯୋଗ ରହିଥିବାବେଳେ ନାର୍କୋଟିକ୍ସ ମାମଲାରେ ମଧ୍ୟ ସଂପୃକ୍ତ ଥିବା ଜଣାପଡିଛି। ସ୍ପେଶାଲ ସ୍କ୍ବାଡ୍‌ ଟିମ୍‌ରେ କାର୍ଯ୍ୟ କରୁଥିବା ଅଫିସରଙ୍କୁ ପୋଲିସ କମିଶନର ଡ. ଷଡ଼ଙ୍ଗୀ ସାଧୁବାଦ ଜଣାଇବା ସହ ମେଡାଲ ପାଇଁ ସେମାନଙ୍କ ନାମ ଦିଲ୍ଲୀ ପଠାଯିବ ବୋଲି ସୂଚନା ଦେଇଛନ୍ତି। ଏଥିସହ ବ୍ୟାଙ୍କ ଅଧିକାରୀମାନେ ଏଟିଏମ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ବଦଳିଲା ଏହିସବୁ ନିୟମ: ବ୍ୟାଙ୍କ, LPG, UPI, ଟ୍ରେନ ଯାତ୍ରାରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧।୧୦:ଅକ୍ଟୋବର ମାସ ଆରମ୍ଭ ସହ ଦେଶରେ ବ୍ୟାଙ୍କିଂ, LPG, UPI, NPS, ଇନକମ ଟ୍ୟାକ୍ସ ଏବଂ ରେଳଯାତ୍ରା ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହୋଇଛି। ଏଥିରୁ…

ଗିଲ୍‌ଙ୍କୁ ମିଳିଲା ଏତିକି ଟଙ୍କାର ପୁରସ୍କାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଆହାଟୀ,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଧମାକାଦାର ଦ୍ୱିଶତକ ହାସଲ କରି ଦଳକୁ ଐତିହାସିକ ବିଜୟ ଦେବାରେ ବଡ଼ ଭୂମିକା ନେଇଛନ୍ତି।…

ଐତିହାସିକ ରେକର୍ଡ ହାସଲ କଲେ ହିଟ୍‌ମ୍ୟାନ୍‌: ଏମିତି ମାଇଲଷ୍ଟୋନ କରିବାରେ ବିଶ୍ୱର…

ଗୁଆହାଟୀ,୧।୧୦: ଭାରତୀୟ କ୍ରିକେଟ୍‌ର ଷ୍ଟାର୍‌ ବ୍ୟାଟର୍‌ ରୋହିତ ଶର୍ମା ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଆଉ ଏକ ବଡ଼ ମାଇଲଷ୍ଟୋନ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ଘୂର୍ଣ୍ଣିବଳୟ ସକ୍ରିୟ: ଘଡ଼ଘଡି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ନିଂ

ଭୁବନେଶ୍ୱର,୧।୧୦(ସୌମ୍ୟରଞ୍ଜନ ରାଉତ):ଉତ୍ତର ମ୍ୟାନ୍‌ମାର, ବାଂଲାଦେଶ ଓ ବଙ୍ଗୋପସାଗର ଉପରେ ରହିଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ମିଜୋରାମ, ତ୍ରିପୁରା ଓ ଦକ୍ଷିଣ-ପୂର୍ବ ବାଂଲାଦେଶ ଆଡ଼କୁ ଗତି କରିବା ସହ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?