ମିଳିଲା ଖୋକା, ମାନୁନି ପୋଲିସ

ଢେଙ୍କାନାଳ ଅଫିସ, ୨୯ା୧୧-ଡ୍ରଗ୍ସ ସେବନକୁ ବିରୋଧ କରିବାରୁ ଢେଙ୍କାନାଳ ପୌରାଞ୍ଚଳ ୨୧ନଂ. ଓ୍ବାର୍ଡ ଅଧୀନ ରେଳଷ୍ଟେଶନ ନିକଟରେ ଥିବା ସଞ୍ଜୟ କୁଷ୍ଠ ରୋଗୀ କଲୋନୀରେ ଶନିବାର ଅପରାହ୍ନରେ ଅସାମାଜିକ ଘଟାଇଥିଲେ ଉନ୍ମତ୍ତକାଣ୍ଡ। ଅଭିଯୁକ୍ତମାନେ ୩ ରାଉଣ୍ଡ ଫାଙ୍କା ଗୁଳିଚାଳନା କରିବା ସହିତ ପ୍ରକାଶ ନାୟକ ନାମକ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଘଟଣାକୁ ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ଦୁର୍ବୃତ୍ତଙ୍କ ପାଖରେ ପହଞ୍ଚତ୍ପାରିନି ପୋଲିସ। ଅନ୍ୟପଟେ ପ୍ରତ୍ୟକ୍ଷଦର୍ଶୀଙ୍କ ଅଭିଯୋଗ ସତ୍ତ୍ୱେ ଫାଙ୍କା ଗୁଳିଚାଳନାକୁ ପୋଲିସ ପକ୍ଷରୁ ଖଣ୍ଡନ କରାଯାଇଥିଲା। ହେଲେ ରବିବାର କଲୋନୀ ପରିସରରୁ ୯ ଏମ୍‌ଏମ୍‌ର ଏକ ଖୋକା ମିଳିଛି। ତଥାପି ପୋଲିସ ଏହାକୁ ମାନୁନାହିଁ। ଏପରି କି ସୂଚନା ମିଳିବା ସତ୍ତ୍ୱେ ଘଟଣାସ୍ଥଳରେ ତଦନ୍ତ କରାଯାଇନାହିଁ କି ଫୁଟା ଗୁଳି ଜବତ ହୋଇନି। ଦୁର୍ବୃତ୍ତଙ୍କ ଏଭଳି କାଣ୍ଡ ପରେ କଲୋନୀବାସୀ ଆତଙ୍କିତ ଅବସ୍ଥାରେ ରହିଥିବାବେଳେ ପୋଲିସ ଏହାକୁ ଅତ୍ୟନ୍ତ ହାଲୁକା ଭାବରେ ନେବା ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି।
ନରଣପୁର ଗ୍ରାମର କେତେଜଣ ଯୁବକ ୫ଦିନ ତଳେ ସଞ୍ଜୟ କୁଷ୍ଠରୋଗୀ କଲୋନୀରେ ପଶି ଡ୍ରଗ୍ସ ସେବନ କରୁଥିବାବେଳେ ଏହାକୁ ସ୍ଥାନୀୟ ଅଞ୍ଚଳବାସୀ ବିରୋଧ କରିଥିଲେ। ଶନିବାର ଅପରାହ୍ନ ପ୍ରାୟ ସାଢ଼େ ୪ଟାରେ ନରଣପୁରର ପ୍ରାୟ ୨୦ଜଣ ଯୁବକ କଲୋନୀକୁ ଆସି ୩ରାଉଣ୍ଡ ଫାଙ୍କା ଗୁଳିଚାଳନା କରିଥିଲେ। ଘଟଣାଦିନ ଡ୍ରଗ୍ସ ସେବନକୁ ବିରୋଧ କରିଥିବା ପ୍ରକାଶଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ। ଏଥିରେ ସେ ଗୁରୁତର ହୋଇଛନ୍ତି। ଅଭିଯୁକ୍ତମାନେ ଘଟଣା ଘଟାଇ ଫେରାର ହୋଇଯାଇଥିବାବେଳେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବିରେ କଲୋନୀବାସୀ ଟାଉନ ଥାନାର ଦ୍ୱାରସ୍ଥ ହୋଇଥିଲେ। ଇତିମଧ୍ୟରେ ରବିବାର କଲୋନୀ ପରିସରରୁ ୯ ଏମ୍‌ଏମ୍‌ର ଏକ ଖୋକା ମିଳିଛି। ଏ ନେଇ ସୂଚନା ଥିବା ସତ୍ତ୍ୱେ ପୋଲିସ ଘଟଣାସ୍ଥଳରେ ତଦନ୍ତ କରିନାହିଁ। ଯଦି ଫୁଟା ଗୁଳି ମିଳିଛି, ତା’ହେଲେ କାହିଁକି ଅଞ୍ଚଳବାସୀ ପୋଲିସ ପାଖକୁ ଆଣୁନାହାନ୍ତି ବୋଲି ଅଧିକାରୀ ଓଲଟା ପ୍ରଶ୍ନ କରୁଛନ୍ତି। ଫଳରେ ପୋଲିସ ତଦନ୍ତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଏ ସଂକ୍ରାନ୍ତରେ ଟାଉନ ଥାନାଧିକାରୀ ସୌଭାଗ୍ୟ କୁମାର ସ୍ବାଇଁ କୁହନ୍ତି, ପୋଲିସ ପକ୍ଷରୁ ଗଠିତ ୫ ଟିମ୍‌ ଅଭିଯୁକ୍ତଙ୍କୁ ଧରିବାକୁ ଚଢ଼ାଉ ଜାରି ରଖିଛନ୍ତି। ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ। ସେହିପରି ଫୁଟା ଗୁଳି ମିଳିଥିବା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିବାରୁ ସେ ପାଲଟା ଯୁକ୍ତି ବାଢ଼ିଥିଲେ। ଯଦି ଫୁଟାଗୁଳି ମିଳିଛି, ତେବେ ଅଞ୍ଚଳବାସୀ କାହିଁକି ପୋଲିସ ପାଖରେ ପହଞ୍ଚାଉନାହାନ୍ତି ବୋଲି ସେ କହିଥିଲେ। ଥାନାଧିକାରୀଙ୍କ ଏଭଳି ଅବାନ୍ତର ଯୁକ୍ତି ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ଏଭଳି ସ୍ପର୍ଶକାତର ଘଟଣାର ତଦନ୍ତ ଠିକ୍‌ ଢଙ୍ଗରେ କରିବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର, ବିଜେଡିରେ ହେବେ କି ସାମିଲ!

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri