ଖୋଡ଼ାସିଂ ତୋରଣ ମୁଖ୍ୟ ଆକର୍ଷଣ

ବ୍ରହ୍ମପୁର ଅଫିସ,୧୯।୧୦: ରେଶମ ସହରରେ କାଳୀପୂଜା ଲାଗି ଜୋର୍‌ଦାର ପ୍ରସ୍ତୁତି ଚାଲିଛି। ଆସନ୍ତା ୨୪ ତାରିଖରେ ମା’ କାଳୀଙ୍କ ପୂଜା ଆରମ୍ଭ ହେବ। ସହରରେ ମୁଖ୍ୟତଃ ଖୋଡ଼ାସିଂର କାଳୀପୂଜା ଜିଲା ପ୍ରସିଦ୍ଧ। ପୂର୍ବରୁ ଖୋଡ଼ାସିଂ ମୁଖ୍ୟ ରାସ୍ତାରେ ପୂଜା ହେଉଥିଲା। ୨୦୧୯ ଠାରୁ ଶ୍ୟାମାକାଳୀ ପୂଜା କମିଟି ପକ୍ଷରୁ ଖୋଡ଼ାସିଂ ପେଟ୍ରୋଲ ପମ୍ପ ସମ୍ମୁଖ ଖୋଲା ପଡ଼ିଆରେ ପୂଜା ଆୟୋଜନ ହୋଇଆସୁଛି। ତେବେ ମହାମାରୀ କରୋନା ଯୋଗୁ ଗତ ୨ ବର୍ଷ ପୂଜା ହୋଇ ନ ଥିବାରୁ ଚଳିତବର୍ଷ ଆଡମ୍ବରପୂର୍ଣ୍ଣ ପୂଜା ଲାଗି ପ୍ରସ୍ତୁତି ଚାଲିଛି। ପୂଜା କମିଟି ପକ୍ଷରୁ ଚଳିତଥର ପ୍ରାୟ ୩୦ ଲକ୍ଷ ଟଙ୍କାର ବଜେଟ ଧାର୍ଯ୍ୟ କରାଯାଇଛି। ଏଠାର ପୂଜା ପେଣ୍ଡାଲର ତୋରଣ ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ ବୋଲି ଚର୍ଚ୍ଚା ହେଉଛି। ବହୁଚର୍ଚ୍ଚିତ ସିନେମା ବାହୁବଳୀର ମହେଷ୍ମତୀ ରାଜମହଲ ଭଳି ତୋରଣ ପ୍ରସ୍ତୁତ କରାଯାଉଛି। ୧୨୦ ଫୁଟ ଓସାର ଓ ୮୦ ଫୁଟ ଲମ୍ବ ବିଶିଷ୍ଟ ତୋରଣ ପ୍ରସ୍ତୁତ ହେଉଛି। ସେହିପରି ୧୪ ଫୁଟ ଉଚ୍ଚତା ଓ ୮ ଫୁଟ ଓସାର ବିଶିଷ୍ଟ ମା’କାଳୀଙ୍କ ମୃଣ୍ମୟୀ ପ୍ରତିମା ତିଆରି ଚାଲିଛି।
ଆସନ୍ତା ୨୩ରେ ଅଙ୍କୁରାରୋପଣ, ଦୀକ୍ଷା ଗ୍ରହଣ ସହ କଳସଯାତ୍ରା ହୋଇ ମା’ଙ୍କୁ ଆବାହନ କରାଯିବ ବୋଲି ପୁଜା କମିଟି ସମ୍ପାଦକ ଭିକି ସେଠୀ କହିଛନ୍ତି। ୨୪ ଦୀପାବଳୀଠାରୁ ମୁଖ୍ୟ ପୁଜକ ସୁରେନ୍ଦ୍ର ନାଥ ଶତପଥୀ ଓ ୫ ସହଯୋଗୀଙ୍କ ଦ୍ୱାରା ବ୍ରହ୍ମାବରଣ, ଶାଲା ସଂସ୍କାର, ସୂର୍ଯ୍ୟପୁଜା ଓ ଯଜ୍ଞ ଆରମ୍ଭ ହେବ। ନିୟମିତ ଚଣ୍ଡୀପାଠ, ଦେବୀପୂଜା ହେବ। ନଭେମ୍ବର ୬ରେ ମା’ଙ୍କ ମୃଣ୍ମୟୀ ପ୍ରତିମା ଓ ଘଟ ବିସର୍ଜନ ହେବ। ସେହିପରି ପ୍ରତିବର୍ଷ ଭଳି ଚଳିତଥର ଶିଳ୍ପାଞ୍ଚଳ, ଗେଟବଜାର, ବଡ଼ବଜାର, ଗୋଇଲୁଣ୍ଡି ଠାରେ ମଧ୍ୟ କାଳୀପୂଜା ହେବ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri