୯୦ ବର୍ଷ ଧରି ଓଡ଼ିଶା ଜୁଏଲେରି ବଜାରରେ ‘ଟ୍ରେଣ୍ଡ ସେଟର’ ପାଲଟିଛି ଖିମ୍‌ଜୀ ଦୟାଭାଇ ଗ୍ରୁପ

ଭୁବନେଶ୍ୱର,୨।୧୦: ଆବହମାନ କାଳରୁ ସୁନା ଓ ଅନ୍ୟାନ୍ୟ ମୂଲ୍ୟବାନ୍‌ ଧାତୁ ନିର୍ମିତ ଗହଣା ଚାହିଦା ଭାରତୀୟ ପରମ୍ପରାର ଅଂଶ ହୋଇ ରହିଆସିଛି । କିନ୍ତୁ ସମୟାନୁସାରେ ଅଳଙ୍କାର ପ୍ରସ୍ତୁତିର ତରିକା ବଦଳିବା ସହ ଗ୍ରାହକମାନଙ୍କ ଚାହିଦାରେ ମଧ୍ୟ ପରିବର୍ତ୍ତନ ଘଟିଛି । ବିଶେଷକରି ପରିବର୍ତ୍ତିତ ଜୀବନଶୈଳୀକୁ ନେଇ ହାଲୁକା ଓ ନିତିଦିନିଆ ପିନ୍ଧିବା ଭଳି ଗହଣା ସହ ଡିଜାଇନ, ଲାବ୍‌-ଗ୍ରୋନ୍‌ ଡାଇମଣ୍ଡ ଏବଂ ୧୮ କ୍ୟାରେଟ କିମ୍ବା ୧୪ କ୍ୟାରେଟ ସୁନା ପ୍ରତି ଗ୍ରାହକମାନଙ୍କ ଆଗ୍ରହ ବଢ଼ିବାରେ ଲାଗିଛି । ଏହାସତ୍ତ୍ୱେ ୨୨ କ୍ୟାରେଟ୍‌ ସୁନାର ପାରମ୍ପରିକ ଗୁରୁତ୍ୱ ରହିବା ସହ ଗ୍ରାହକମାନେ ଗହଣାକୁ କେବଳ ପରମ୍ପରାର ପ୍ରତୀକ ନୁହେଁ, ବରଂ ନିଜ ରୁଚି ଓ ଷ୍ଟାଇଲ ପ୍ରକାଶ କରିବାର ଏକ ମାଧ୍ୟମ ଭାବେ ବିବେଚନା କରୁଛନ୍ତି। ଏହି କ୍ରମରେ ଗତ ୯୦ ବର୍ଷ ଧରି ଖିମ୍‌ଜୀ ଦୟାଭାଇ କୋ. ଗ୍ରୁପ୍‌ ଏହି ଧାରାକୁ ଆଗେଇ ନେଇଆସିଛି। ଏକ ଛୋଟ ପ୍ରୟାସରୁ ଆଜି ଏହି ବ୍ରାଣ୍ଡ ଓଡ଼ିଶାର ବିଶ୍ୱସ୍ତ ଜୁଏଲେରି ଗ୍ରୁପ୍‌ ଭାବେ ପ୍ରତିଷ୍ଠାଲାଭ କରିଛି। ଭୁବନେଶ୍ୱର ସମେତ ବାରିପଦା, ବାଲେଶ୍ୱର ଏବଂ ଭଦ୍ରକ ଭଳି ସହରରେ ଏହି ଗ୍ରୁପ୍‌ର ଷ୍ଟୋର ରହିଛି। ଏହି ପରିବର୍ତ୍ତନର ଏକ ଭଲ ଉଦାହରଣ ହେଉଛି ଖିମ୍‌ଜୀ ଦୟାଭାଇ କୋ. ଗ୍ରୁପ୍‌ର ‘ବାଲା’କଲେକ୍ସନ। ଓଡ଼ିଶାର ଗହଣା ପରମ୍ପରାରେ ବାଲାର ଏକ ବିଶେଷ ସ୍ଥାନ ରହିଛି। ୯୦ ବର୍ଷର ଏହି ଯାତ୍ରା କେବଳ ଗହଣା ଓ ଡିଜାଇନରେ ନୁହେଁ, ବରଂ ପିଢ଼ି ପରେ ପିଢ଼ି ଗ୍ରାହକଙ୍କ ସହ ଗଢ଼ିଉଠିଥିବା ଏକ ଦୃଢ଼ ସମ୍ପର୍କର ବିଷୟ ହୋଇଛି। ଏହି ସମ୍ପର୍କକୁ ସମ୍ମାନ ଜଣାଇ ଖିମ୍‌ଜୀ ଦୟାଭାଇ କୋ. ଗ୍ରୁପ୍‌ ନିଜର ୯୦ ବର୍ଷର ପୂର୍ତ୍ତି ଅବସରରେ ଏକ ନିଆରା ଅଭିଯାନ ଆରମ୍ଭ କରିଛି, ଯେଉଁଥିରେ ପିଢ଼ି ପରେ ପିଢ଼ି ଦୃଢ଼ତାର ସହ ବିଶ୍ୱାସ ଓ ଭଲପାଇବା ଦେଇଆସୁଥିବା ଗ୍ରାହକମାନଙ୍କୁ ହିଁ ବ୍ରାଣ୍ଡର ଫେସ୍‌ ଭାବେ ବ୍ୟବହାର କରାଯାଇଛି । ଏହି କ୍ୟାମ୍ପେନ୍‌ରେ କମ୍ପାନୀର ଗ୍ରାହକଙ୍କ ପ୍ରତି ଥିବା ପ୍ରତିଶ୍ରୁତିବଦ୍ଧତା, ସ୍ବଚ୍ଛତା ଓ ଭଲପାଇବା ସହ ବର୍ଷ ବର୍ଷ ଧରି କମ୍ପାନୀ ସହ ସେମାନଙ୍କ ସମ୍ପର୍କ ଓ ଅନୁଭୂତି ବିଷୟରେ ନିଜେ ଗ୍ରାହକମାନେ ମତ ଦେଇଛନ୍ତି । ଓଡ଼ିଶାର ଜୁଏଲେରି ବଜାରରେ ଗ୍ରାହକଙ୍କ ବାସ୍ତବ ଅନୁଭୂତିକୁ କେନ୍ଦ୍ରକରି ବ୍ରାଣ୍ଡର ୯୦ ବର୍ଷର ବିଶ୍ୱାସକୁ ପ୍ରକାଶ କରିବାର ଏହି ପ୍ରୟାସ ଏକ ନିଆରା ଓ ଅଭିନବ ପଦକ୍ଷେପ ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜିଓର ଦମଦାର ଅଫର: ୧୪୯୯ ଟଙ୍କାରେ ମିଳିବ ଫୋନ୍‌, ୬ ମାସ ମାଗଣା ରିଚାର୍ଜ

ମୁମ୍ବାଇ,୨।୧୦: ୧୦ମ ବାର୍ଷିକୋତ୍ସବ ଉପଲକ୍ଷେ ଜିଓ ସ୍ବତନ୍ତ୍ର ଅଫର ଘୋଷଣା କରିଛି । ୧୪୯୯ ଟଙ୍କା ମୂଲ୍ୟର ଜିଓଭାରତ ୪ଜି ଫୋନ୍‌ ସହ ୬ ମାସର ମାଗଣା…

ସେନ୍‌ସେକ୍ସ, ନିଫ୍ଟିରେ ୨୫ ବର୍ଷର ସବୁଠୁ ବଡ଼ ସାପ୍ତାହିକ ହ୍ରାସ

ମୁମ୍ବାଇ,୨।୧୦(ପି.ଟି./ରଏଟର୍ସ): ଗୁରୁବାର କାରବାର ଶେଷସୁଦ୍ଧା ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ୩୧ ପଇସା ହ୍ରାସ ପାଇ ୯୬.୨୫ରେ ବନ୍ଦ ହୋଇଛି, ଯାହା ଗତ ଦୁଇ…

ସରକାରଙ୍କ ବଡ଼ ଘୋଷଣା! ଏଣିକି ୫ କିଲୋ ଗ୍ୟାସ ସିଲିଣ୍ଡରରେ ମିଳିବ ସବ୍‌ସିଡି, ଜାଣନ୍ତୁ କେତେ…

ନୂଆଦିଲ୍ଲୀ, ୧।୧୦: ଦେଶରେ ଘରୋଇ LPGର ବଢ଼ୁଥିବା ଦର ଯୋଗୁ ସାଧାରଣ ଲୋକଙ୍କ ରୋଷେଇ ଘରର ବଜେଟ ଉପରେ ଚାପ ବଢ଼ିଛି। ଯଦି ଆପଣଙ୍କ ରୋଷେଇ ଘରେ…

ପାର୍ବଣ ଋତୁ ପୂର୍ବରୁ ଗ୍ରାହକଙ୍କୁ ଝଟକା: ଆଜିଠାରୁ ମହଙ୍ଗା ହେଲା AC, TV ଓ ଫ୍ରିଜ୍‌! ଜାଣନ୍ତୁ କିଣାକିଣି ଉପରେ କେତେ ପଡ଼ିବ…

ନୂଆଦିଲ୍ଲୀ,୧।୧୦: ପାର୍ବଣ ଋତୁ ଆରମ୍ଭରୁ ହିଁ ସାଧାରଣ ଗ୍ରାହକଙ୍କ ପକେଟ୍‌ ଉପରେ ଚାପ ପଡ଼ିବାକୁ ଯାଉଛି। ଅକ୍ଟୋବର ୧ ତାରିଖ ଅର୍ଥାତ୍‌ ଆଜିଠାରୁ AC, LED TV,…

କିଟ୍‌ ଦେଶର ୪ର୍ଥ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ, ଶିକ୍ଷାଦାନର ମାନ…

ଭୁବନେଶ୍ୱର, ୧।୧୦: ଟାଇମ୍ସ ହାୟର ଏଜୁକେଶନ ବିଶ୍ୱ ବିଶ୍ୱବିଦ୍ୟାଳୟ ର଼୍ୟାଙ୍କିଙ୍ଗ୍‌-୨୦୨୭ରେ କିଟ୍‌ ବିଶ୍ୱବିଦ୍ୟାଳୟ ୪ର୍ଥ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ସ୍ଥାନ ପାଇଛି । ଉକ୍ତ ର଼୍ୟାଙ୍କିଙ୍ଗ୍‌ରେ କିଟ୍‌…

ବ୍ୟାଙ୍କରେ ସବୁ ଶନିବାର ଛୁଟି, ସପ୍ତାହରେ ୫ ଦିନ ହେବ କାମ? ଭାଇରାଲ ବିଜ୍ଞପ୍ତିରେ ହେଉଥିବା ଦାବିକୁ ନେଇ ସରକାର କହିଲେ…

ନୂଆଦିଲ୍ଲୀ,୧।୧୦: ଆଜିକାଲି ସୋସିଆଲ୍‌ ମିଡିଆରେ ଭ୍ରାମକ ଓ ଗୁଜବ ଖବର ଅତି ଶୀଘ୍ର ଭାଇରାଲ୍‌ ହେବାରେ ଲାଗିଛି। ଗତ କିଛି ଦିନ ହେବ ବ୍ୟାଙ୍କିଙ୍ଗ୍‌ ସେକ୍ଟରକୁ ନେଇ…

ଅକ୍ଟୋବର ପହିଲାରୁ ମହଙ୍ଗା ମାଡ଼: ପୁଣି ବଢ଼ିଲା କମର୍ସିଆଲ LPG ସିଲିଣ୍ଡର ଦାମ୍‌, ୬୨ଟଙ୍କାରୁ ଅଧିକ …

ନୂଆଦିଲ୍ଲୀ,୧।୧୦: ପାର୍ବଣ ଋତୁ ଆରମ୍ଭ ହେଉଥିବା ବେଳେ ସାଧାରଣ ଲୋକ ଓ ବ୍ୟବସାୟୀଙ୍କୁ ବଡ଼ ଝଟକା ଲାଗିଛି। ଅକ୍ଟୋବର ୧ ତାରିଖରୁ ସରକାରୀ ତୈଳ କମ୍ପାନୀଗୁଡ଼ିକ ୧୯…

ଆଜିଠୁ ବଦଳିଲା ଏହିସବୁ ନିୟମ: ବ୍ୟାଙ୍କ, LPG, UPI, ଟ୍ରେନ ଯାତ୍ରାରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧।୧୦:ଅକ୍ଟୋବର ମାସ ଆରମ୍ଭ ସହ ଦେଶରେ ବ୍ୟାଙ୍କିଂ, LPG, UPI, NPS, ଇନକମ ଟ୍ୟାକ୍ସ ଏବଂ ରେଳଯାତ୍ରା ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହୋଇଛି। ଏଥିରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?