୧୫ରୁ ଜିଲାରେ ଖରିଫ ଧାନ ସଂଗ୍ରହ, ଖୋଲିଲା କଣ୍ଟ୍ରୋଲ ରୁମ୍‌

ବାଲେଶ୍ୱର ଅଫିସ, ୯।୧୨: ଖରିଫ ଋତୁ ୨୦୨୧-୨୨ପାଇଁ ଆସନ୍ତା ଡିସେମ୍ବର ୧୫ରୁ ବାଲେଶ୍ୱର ଜିଲାର ବିଭିନ୍ନ ମଣ୍ଡିରେ ଚାଷୀଙ୍କଠାରୁ ଧାନ ସଂଗ୍ରହ ଆରମ୍ଭ ହେବ। ଏଥିଲାଗି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ଚାଷୀମାନଙ୍କ ସହାୟତା ପାଇଁ ଜିଲା ସଦର ମହକୁମାରେ ଏକ ସ୍ବତନ୍ତ୍ର କଣ୍ଟ୍ରୋଲ ରୁମ୍‌ ( ୦୬୭୮୨-୨୬୫୭୪୧) ଖୋଲାଯାଇଛି। ଜିଲା ଯୋଗାଣ ବିଭାଗ ପକ୍ଷରୁ ଖୋଲାଯାଇଥିବା ଏହି କଣ୍ଟ୍ରୋଲ୍‌ ରୁମ୍‌ ପରିଚାଳନା ପାଇଁ ୩ଜଣ ବିଭାଗୀୟ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ଧାନ ବିକ୍ରିରେ କୌଣସି ସମସ୍ୟା ଦେଖାଦେଲେ ଚାଷୀମାନେ ଉକ୍ତ ନମ୍ବରରେ ନିଜ ଅଭିଯୋଗ ସମ୍ପର୍କରେ ଜଣାଇପାରିବେ। ସେଠାରେ ଥିବା ସ୍ବତନ୍ତ୍ର ରେଜିଷ୍ଟରରେ ସେମାନଙ୍କ ଅଭିଯୋଗ ଲିପିବଦ୍ଧ କରାଯିବା ସହିତ ତାହାର ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନିଆଯିବ।
ମୁଖ୍ୟତଃ ଧାର୍ଯ୍ୟ ଦରଠାରୁ କମ୍‌ ଦରରେ ଧାନ ବିକ୍ରି ପାଇଁ ବାଧ୍ୟ ହେବା, ପ୍ରାପ୍ୟ ଅର୍ଥ ମିଳିବାରେ ବିଳମ୍ବ ହେବା କିମ୍ବା ଅନ୍ୟ କୌଣସି ସମସ୍ୟା ଦେଖାଦେଲେ ଚାଷୀମାନେ ଏ ସମ୍ପର୍କରେ କଣ୍ଟ୍ରୋଲ ରୁମ୍‌ ମାଧ୍ୟମରେ ଜଣାଇବାକୁ ଜିଲା ଯୋଗାଣ ବିଭାଗ ପକ୍ଷରୁ କୁହାଯାଇଛି। ସେହିପରି ଧାନ କ୍ରୟ ଏବଂ ମିଲରମାନଙ୍କ ଦ୍ୱାରା ଧାନ ଉଠାଣ ସମ୍ପର୍କରେ ପ୍ରତିଦିନ ତଦାରଖ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ଜିଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ନିର୍ଦ୍ଦେଶ ଦେଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ବିପଦ ସଂକେତ ଟପିଲା କାଂଶବାଂଶ: ନଦୀ ଉପକୂଳବର୍ତ୍ତୀ ଅଞ୍ଚଳ ଜଳମଗ୍ନ

ସିମୁଳିଆ,୨୬।୯(ସନ୍ତୋଷ ନାୟକ): ବାଲେଶ୍ୱର ଜିଲା ସିମୁଳିଆ-ଖଇରା ଏବଂ ସୋର ବ୍ଲକ ମଧ୍ୟରେ ପ୍ରବାହିତ କାଂଶବାଂଶ ନଦୀର ଜଳ ପତ୍ତନ ଶନିବାର ହଠାତ୍‌ ବଢ଼ିବାରେ ଲାଗିଛି। ଫଳରେ ଚତୁର୍ଥ…

ସୁବର୍ଣ୍ଣରେଖାରେ ୪ର୍ଥ ବନ୍ୟା: ୪ ବ୍ଲକ୍‌ରେ ଲକ୍ଷାଧିକ ଲୋକ ଜଳବନ୍ଦୀ

ଭୋଗରାଇ,୨୬ା୯(ପ୍ରଦୀପ ଦାସ): ଝାଡ଼ଖଣ୍ଡ ମାଳାଞ୍ଚଳରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଗାଲୁଡ଼ିହି ଜଳାଧାରରୁ ୧ ୩ଟି ଗେଟ୍‌ ଖୋଲାଯାଇ ଉଦ୍‌ବୃତ୍ତ ବର୍ଷାଜଳ ସୁବର୍ଣ୍ଣରେଖାକୁ ନିଷ୍କାସନ ହେବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?