ଖରିଫ ଧାନ ସଂଗ୍ରହ: ୧୫ରୁ ଚାଷୀ ପଞ୍ଜୀକରଣ

ଭୁବନେଶ୍ୱର,୧୧ା୭(ବ୍ୟୁରୋ): ଚଳିତ ଖରିଫରେ ଧାନ ସଂଗ୍ରହ ନିମନ୍ତେ ଅନ୍‌ଲାଇନ ମାଧ୍ୟମରେ ଚାଷୀମାନଙ୍କର ନାମ ପଞ୍ଜୀକରଣ ଜୁଲାଇ ୧୫ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୧୬ ପର୍ଯ୍ୟନ୍ତ ଚାଲିବ । ଖରିଫ ଧାନ ବିକ୍ରି ନିମନ୍ତେ ଇଚ୍ଛୁକ ଚାଷୀଙ୍କୁ ସାନି ନାମ ପଞ୍ଜୀକରଣ କରିବାକୁ ପଡ଼ିବ । ପୂର୍ବ ପଞ୍ଜୀକରଣ ନବୀକରଣ ହେବ ନାହିଁ । ଚାଷୀଙ୍କୁ ସେମାନଙ୍କ ଜମିଜମା, ବ୍ୟାଙ୍କ ଆକାଉଣ୍ଟ, ଆଧାର କାର୍ଡ, ମୋବାଇଲ୍‌ ନମ୍ବର ଆଦି ସମସ୍ତ ତଥ୍ୟ ଦାଖଲ କରିବାକୁ ପଡ଼ିବ । ଯେଉଁ ଚାଷୀମାନେ ଚଳିତ ଖରିଫରେ ବଳକା ଧାନ ସରକାରଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟରେ ବିିକ୍ରି କରିବାକୁ ଚାହୁଁଛନ୍ତି ସେମାନଙ୍କୁ ନିକଟବର୍ତ୍ତୀ ସମବାୟ ସମିତିରେ ନାମ ପଞ୍ଜୀକରଣ କରିବାକୁ ପଡ଼ିବ । ଅଧିସ୍ବୀକୃତ ପ୍ୟାକ୍ସ/ଲ୍ୟାମ୍ପସ୍‌, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, ପାଣି ପଞ୍ଚାୟତରେ ନାମ ପଞ୍ଜୀକରଣ କରାଯିବ । ଏଥିନିମନ୍ତେ ପୂର୍ବରୁ ନାମ ରେଜିଷ୍ଟ୍ରେଶନ କରାଇବା ବାଧ୍ୟତାମୂଳକ କରାଯାଇଛି । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଏ ନେଇ ଏକ ମାର୍ଗଦର୍ଶିକା ସମସ୍ତ ଜିଲାପାଳଙ୍କ ନିକଟକୁ ପଠାଯାଇଛି । ଧାର୍ଯ୍ୟ ସମୟ ସୀମା ମଧ୍ୟରେ ଏକ ନିର୍ଭୁଲ ଓ ଯୋଗ୍ୟ ଚାଷୀ ନାମ ପଞ୍ଜୀକରଣ ତାଲିକା ପ୍ରସ୍ତୁତ କରିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଚାଷୀମାନେ ଯେପରି ସୁବିଧାରେ ଫର୍ମ ପୂରଣ କରିପାରିବେ, ସେଥିପାଇଁ ପ୍ରତ୍ୟେକ ସୋସାଇଟିରେ ଏକ ହେଲ୍ପ ଡେସ୍କ ରହିବ ।

ନାମ ପଞ୍ଜୀକରଣ ତଥ୍ୟ ସମ୍ବନ୍ଧୀୟ କୌଣସି ଆପତ୍ତି-ଅଭିଯୋଗ ଆସିଲେ ତାହାର ତୁରନ୍ତ ଶୁଣାଣି କରାଯିବ। ପ୍ରତ୍ୟେକ ସୋସାଇଟିରେ ପଞ୍ଜୀକରଣ ଫର୍ମ ଚାଷୀମାନଙ୍କୁ ବିନା ମୂଲ୍ୟରେ ଯୋଗାଇ ଦିଆଯିବ । ଚାଷୀମାନେ ଫର୍ମରେ ନିର୍ଭୁଲ ତଥ୍ୟ ପ୍ରଦାନ କରିବେ । କେହି ଭୁଲ ତଥ୍ୟ ପ୍ରଦାନ କଲେ ଧାନ ସଂଗ୍ରହ ପ୍ରକ୍ରିୟାରୁ ବାଦ୍‌ ପଡ଼ିବେ । ଏହାକୁ ଅପ୍‌ଲୋଡ୍‌ କରିଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅବୈଧ ଆଧାର କାର୍ଡ ନମ୍ବର ଥିବା ଚାଷୀ ଫର୍ମକୁ ନାମ ପଞ୍ଜୀକରଣ ନିମନ୍ତେ ବିବେଚନା କରାଯିବ ନାହିଁ । ଏଥିସହିତ ଚାଷୀ ଚଳିତ ଖରିଫରେ କେତେ ଜମିରେ ଧାନ କରିଛନ୍ତି ତାହାର ପ୍ରକୃତ ତଥ୍ୟ ଦେବାକୁ ପଡ଼ିବ ।
ଚାଷୀ କେବେ ମଣ୍ଡିକୁ ଧାନ ଆଣିବେ ତାହାର ସମୟ ମଧ୍ୟ ଉଲ୍ଲେଖ କରିବେ । ଭାଗଚାଷୀଙ୍କୁ ରେଜିଷ୍ଟ୍ରେଶନ ଫର୍ମ ସହିତ ଜମି ମାଲିକଙ୍କ ସମ୍ମତିପତ୍ର ଦାଖଲ କରିବାକୁ ପଡ଼ିବ । ଏଥିସହ ଭାଗଚାଷୀଙ୍କୁ ଜମି ମାଲିକଙ୍କ ଆଧାର କାର୍ଡର ନକଲ ଏବଂ ମୋବାଇଲ ନମ୍ବର ଦାଖଲ କରିବାକୁ ପଡ଼ିବ । ଜମି ମାଲିକମାନଙ୍କ ସମ୍ମତିପତ୍ର ବିନା ଭାଗଚାଷୀଙ୍କ ନାମ ପଞ୍ଜୀକରଣ ହୋଇପାରିବ ନାହିଁ ।
ଚାଷୀମାନେ ଚଳିତ ଖରିଫରେ ପ୍ରକୃତରେ କେତେ ପରିମାଣ ଜମିରେ ଧାନଚାଷ କରିଛନ୍ତି, ତାହାର ସତ୍ୟତା ସମ୍ପର୍କରେ ଜିଲା ପ୍ରଶାସନ ପକ୍ଷରୁ ଯାଞ୍ଚ କରିବା ପାଇଁ କୁହାଯାଇଛି । ଯେଉଁ ପ୍ଲଟ୍‌ଗୁଡ଼ିକ ଭୂଲେଖ ଓ୍ବେବ୍‌ସାଇଟରେ ନାହିଁ, ସେଗୁଡ଼ିକ ରାଜସ୍ବ ଅଧିକାରୀଙ୍କ ଦ୍ୱାରା ଯାଞ୍ଚ କରାଯିବ । ଯଦି ଜମିଗୁଡ଼ିକ ରାଜସ୍ବ ରେକର୍ଡରେ ଜଳସେଚିତ ବୋଲି ଉଲ୍ଲେଖ ନାହିଁ, କିନ୍ତୁ ଚାଷୀ ବୋରୱେଲ୍‌ ଏବଂ ଉଠାଜଳସେଚନ ମାଧ୍ୟମରେ ଜଳସେଚନ କରୁଥିବା ଦାବି କରୁଛନ୍ତି, ତେବେ ତାହାକୁ ଯୁଗ୍ମ କମିଟି ଦ୍ୱାରା ଯାଞ୍ଚ କରାଯିବ । ସୋସାଇଟି ସମ୍ପାଦକମାନେ ରେଜିଷ୍ଟ୍ରେଶନ ଫର୍ମରେ ଦିଆଯାଇଥିବା ତଥ୍ୟ ଏବଂ ଦାଖଲ କରାଯାଇଥିବା ତଥ୍ୟ ଯାଞ୍ଚ କରିସାରିବା ପରେ ଏହାକୁ ସୋସାଇଟିରେ ଡିଜିଟାଇଜ କରିବେ । ସମସ୍ତ ରେଜିଷ୍ଟ୍ରେଶନ ଫର୍ମର ଡିଜିଟାଇଜେଶନ କାର୍ଯ୍ୟ ଜୁଲାଇ ୧୮ ତାରିଖରୁ ଅଗଷ୍ଟ ୨୨ ତାରିଖ ମଧ୍ୟରେ ଶେଷ ହେବ । ନିର୍ଭୁଲ ନାମ ପଞ୍ଜୀକରଣ ନିମନ୍ତେ ସୋସାଇଟି ଏବଂ ପର୍ଯ୍ୟବେକ୍ଷଣ ଅଧିକାରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ ।
ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ଚାଷୀ ନାମ ପଞ୍ଜୀକରଣ ଚୂଡ଼ାନ୍ତ ମାଷ୍ଟର ତାଲିକା ପ୍ରସ୍ତୁତ କରାଯିବ । ରେଜିଷ୍ଟ୍ରେଶନ ସମୟରେ ସୋସାଇଟିରେ କୋଭିଡ୍‌ ମାର୍ଗଦର୍ଶିକାକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri