Posted inଜାତୀୟ

କଲେଜ ଛାତ୍ରଙ୍କୁ ପ୍ରେମ ପରେ ଶିକ୍ଷୟିତ୍ରୀ କହିଲେ- Marry Me… ଜବାବ ଶୁଣି ନେଇଗଲେ ଚରମ ନିଷ୍ପତ୍ତି

ଭୋପାଳ,୨୯।୬: ପ୍ରେମ ଉପରେ କାହାର ନିୟନ୍ତ୍ରଣ ନଥାଏ। ଏହା ଯେକୌଣସି ସମୟରେ, ଯେକୌଣସି ସ୍ଥାନରେ ଏବଂ ଯେକୌଣସି ବ୍ୟକ୍ତିଙ୍କ ସହିତ ହୋଇପାରେ। ମଧ୍ୟପ୍ରଦେଶର ଖଣ୍ଡୱାରେ, ଜଣେ ଶିକ୍ଷୟିତ୍ରୀ ତାଙ୍କ ନିଜ ଛାତ୍ରଙ୍କ ପ୍ରେମରେ ପଡ଼ିଗଲେ। ପରେ ସେ ଛାତ୍ରଙ୍କୁ ବିବାହ କରିବ କି ବୋଲି ପ୍ରପୋଜ୍‌ କରିଥିଲେ। ହେଲେ ଛାତ୍ରଜଣଙ୍କ ଏପରି ଉତ୍ତର ଦେଲେ ଯେ ଶିକ୍ଷୟିତ୍ରୀଙ୍କୁ ବଡ଼ ଆଘାତ ଲାଗିଥିଲା। ଏଥିରେ ଶିକ୍ଷୟିତ୍ରୀ ଭାଙ୍ଗି ପଡ଼ି ଆତ୍ମହତ୍ୟା କରିଛନ୍ତି। ପୋଲିସ ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଇ ଛାତ୍ରଙ୍କୁ ହେପାଜତକୁ ନେଇଛିା। ବର୍ତ୍ତମାନ ତାଙ୍କୁ ପଚରାଉଚରା କରାଯାଉଛି।

ଘଟଣାଟି ପୁନାସା ଚୌକି ଅଞ୍ଚଳର, ଯେଉଁଠାରେ ଆଇଟିଆଇ କଲେଜରେ ପାଠ ପଢ଼ାଉଥିବା ୨୪ ବର୍ଷୀୟ ଶିକ୍ଷୟିତ୍ରୀ ପ୍ରିୟା ଯାଦବ ତାଙ୍କ ଛାତ୍ର ସପନ ଯାଦବଙ୍କ ପ୍ରେମରେ ପଡ଼ିଯାଇଥିଲେ। ସପନ ମଧ୍ୟ ୨୪ ବର୍ଷ ହୋଇଥିଲା। ସପନ ବିବାହ କରିବାକୁ ମନା କରିବାରୁ ପ୍ରିୟା ବହୁତ ଦୁଃଖିତ ହୋଇ ଶୁକ୍ରବାର ଦିନ ତାଙ୍କ ଘରେ ରଶି ଲଗାଇ ଝୁଲି ପଡ଼ିଥିଲେ। ସପନ ଆଖପାଖ ଲୋକଙ୍କ ସହାୟତାରେ ପ୍ରିୟାଙ୍କୁ ଓହ୍ଲାଇ ଡାକ୍ତରଖାନା ନେଇଯାଇଥିଲେ, କିନ୍ତୁ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।

ପୋଲିସ ପଚରାଉଚରା ସମୟରେ ସପନ କହିଥିଲେ ଯେ ସେ ନର୍ମଦା ନଗରରେ ଆଇଟିଆଇ ପଢ଼ନ୍ତି। ପ୍ରିୟା କିଛି ବର୍ଷ ଧରି ସେଠାରେ ଅତିଥି ଶିକ୍ଷକ ଭାବରେ ପାଠ ପଢ଼ାଉଥିଲେ। ପାଠପଢ଼ା ସମୟରେ ସେମାନେ ପ୍ରେମରେ ପଡିଯାଇଥିଲେ। ସେମାନେ ମୋବାଇଲରେ କଥାବାର୍ତ୍ତା କରିବା ଆରମ୍ଭ କଲେ। ଧୀରେ ଧୀରେ ଏହି ସମ୍ପର୍କ ଗଭୀର ହେଲା। ଗତ ଗୋଟିଏ ବର୍ଷ ଧରି ସେମାନଙ୍କର ପ୍ରେମ ସମ୍ପର୍କ ଥିଲା। ଉଭୟ ସମାନ ଜାତିର ଥିଲେ ଏବଂ ସେମାନଙ୍କ ପରିବାର ମଧ୍ୟ ଏହି ସମ୍ପର୍କ ବିଷୟରେ ଅବଗତ ଥିଲେ।

ଶୁକ୍ରବାର ପ୍ରିୟା ସପନଙ୍କୁ ତାଙ୍କ ଘରକୁ ଡାକିଥିଲେ। ଘରେ ପ୍ରିୟା ସପନଙ୍କୁ ବିବାହ କରିବା ବିଷୟରେ କହିଥିଲେ। ଏହା ଉପରେ ସପନ କହିଥିଲେ ଯେ ସେ ପ୍ରଥମେ ନିଜ ଗୋଡ଼ରେ ଠିଆ ହେବାକୁ ଚାହାଁନ୍ତି। ସେ କିଛି କାମ କରିବାକୁ ଚାହାଁନ୍ତି। ତା’ପରେ ହିଁ ସେ ବିବାହ କରିବେ। ଏହା ଶୁଣି ପ୍ରିୟା ରାଗି ଯାଇଥିଲେ। ସେ ତାଙ୍କ ମୋବାଇଲ ଫୋନ୍‌କୁ ତଳେ ଫିଙ୍ଗି ଭାଙ୍ଗିଦେଇଥିଲେ। ତା’ପରେ ସେ ନିଜ ରୁମ୍‌କୁ ଚାଲିଯାଇଥିଲେ। ପ୍ରାୟ ଅଧ ଘଣ୍ଟା ପର୍ଯ୍ୟନ୍ତ ସେ କୋଠରୀରୁ ବାହାରକୁ ଆସି ନ ଥିଲେ। ତା’ପରେ ସପନ ଛାତ ଉପରକୁ ଯାଇ କୋଠରୀର ଝରକା ଦେଇ ଚାହିଁଥିଲେ। ପରେ ଭିତରର ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ପ୍ରିୟା କୋଠରୀରେ ଆତ୍ମହତ୍ୟା କରିଥିଲେ।

କହାଯାଉଛି ଯେ ପ୍ରିୟା ଏକ ସୁଇସାଇଡ୍‌ ନୋଟ ମଧ୍ୟ ଲେଖିଥିଲେ। ଏଥିରେ ସେ ଜୀବନରୁ ଆଶା ହରାଇବା ବିଷୟରେ କହିଥିଲେ। ହେଲେ ସେ କାହାରି ନାମ ଲେଖି ନ ଥିଲେ। ବର୍ତ୍ତମାନ, ପୋଲିସ ଏହି ମାମଲାରେ ସପନକୁ ପଚରାଉଚରା କରୁଛି। ଏହି ମାମଲାରେ ଅଧିକ ତଦନ୍ତ ଚାଲିଛି। ଅନ୍ୟପକ୍ଷରେ, ପରିବାରଲୋକେ ପ୍ରିୟାଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri