କଳିଙ୍ଗା ଘାଟିରେ ଓଲୋଟିଲା ଖମ୍ବେଶ୍ୱରୀ ବସ୍, ୧୦ ଆହତ

ଭଞ୍ଜନଗର,୧୪ା୩(ବାବୁଲା ପ୍ରଧାନ/ଚିନ୍ମୟ କୁମାର ସେଠୀ): ଗଞ୍ଜାମ କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟିରେ ଶୁକ୍ରବାର ପ୍ରତ୍ୟୁଷରେ ଖମ୍ବେଶ୍ୱରୀ ବସ୍ ଓଲୋଟି ପଡିଛି। ଏଥିରେ ୧୦ ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି। ୩ ଜଣଙ୍କ ଅବସ୍ଥା ଭଲ ନଥିବା ଯୋଗୁଁ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲ୍ ଅଣାଯାଇଥିଲା। ସେଥିମଧ୍ୟରୁ ଜଣକୁ ବ୍ରହ୍ମପୁର ବଡ ମେଡିକାଲକୁ ଅଧିକ ଚିକିତ୍ସା ପାଇଁ ପଠାଯାଇଛି।

ଅନ୍ୟ ଆହତ ମାନେ ସାମାନ୍ୟ ଆହତ ହୋଇଥିବା ଯୋଗୁଁ ସେମାନେ ମେଡିକାଲ୍ କୁ ଆସିନଥିଲେ । ଘଟଣାରୁ ପ୍ରକାଶ ଯେ ଖମ୍ବେଶ୍ୱରୀ ବସ୍ ଟି ରାୟପୁରରୁ ବ୍ରହ୍ମପୁର ଅଭିମୁଖେ ଗୁରୁବାର ରାତିରେ ବାହାରିଥିଲା। ବସ୍ ରେ ୧୭ ଜଣ ଯାତ୍ରୀ ଥିଲେ। ଶୁକ୍ରବାର ପ୍ରତ୍ୟୁଷରେ ବସ୍ ର ଚାଳକ କଳିଙ୍ଗା ଘାଟିରେ ଏକ ଗୋଲେଇ ରେ ଭାରସାମ୍ୟ ହରାଇ ବାରୁ ରାସ୍ତା ଉପରେ ହିଁ ବସ୍ ଟି ଓଲଟି ପଡିଥିଲା। ଫଳରେ ବସ୍ ରେ ବସିଥିବା ଯାତ୍ରୀ ମାନେ ଆହତ ହୋଇଥିଲେ। ଏହାପରେ ଖବର ପାଇ ଦୁର୍ଗାପ୍ରସାଦ ଗ୍ରାମବାସୀ ଏବଂ ଅନ୍ୟ ସୁସ୍ଥ ଯାତ୍ରୀ ମାନେ ଆହତ ମାନକୁ ବସ୍ ରୁ ଉଦ୍ଧାର କରି ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲ୍ କୁ ପଠାଇଥିଲେ। ଖବର ପାଇ ଭଞ୍ଜନଗର ଏବଂ ଜି. ଉଦୟଗିରି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସାଧୁ ବେଶରେ ଅଭିନୟ ପଡ଼ିଲା ମହଙ୍ଗା, ପପୁ ଯାଦବଙ୍କ ବିରୋଧରେ ଏତଲା

ନୂଆଦିଲ୍ଲୀ,୧।୮: ମୌସୁମୀ ଅଧିବେଶନ ୨୦୨୬ ସମୟରେ ସଂସଦରେ ରାମ ମନ୍ଦିର ଦାନ ଚୋରିକୁ ନେଇ ନାଟକ କରି ସାଂସଦ ପପୁ ଯାଦବ ଆଇନଗତ ଜାଲରେ ଫସିଯାଇଛନ୍ତି। କାରଣ…

‘ମୁଁ ଲଜ୍ଜିତ, ନିଜ ମୁହଁକୁ ଆଇନାରେ ଦେଖିପାରୁନି’ ପିଏମ ମୋଦିଙ୍କୁ ଅପଶବ୍ଦ କହିଥିବା ଯୁବତୀ ମାଗିଲେ କ୍ଷମା

ନୂଆଦିଲ୍ଲୀ,୧।୮: ଦିଲ୍ଲୀର ଜନ୍ତର-ମନ୍ତରରେ CJP ପ୍ରଦର୍ଶନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଆପତ୍ତିଜନକ ଭାଷା ପ୍ରୟୋଗ କରିଥିବା ଯୁବତୀଜଣକ ସୋସିଆଲ ମିଡିଆରେ ଭିଡିଓ ଜାରି କରି…

ସରେଣ୍ଡର କଲା ହମାସ! ଗାଜାରୁ ସେନା ପ୍ରତ୍ୟାହାର କରିବ ଇସ୍ରାଏଲ, ଟ୍ରମ୍ପ କଲେ ବଡ଼ ଘୋଷଣା

ଓ୍ବାଶିଂଟନ୍‌,୧।୮: ଗାଜା ସଂଘର୍ଷ ସମ୍ପର୍କରେ ଏକ ବଡ଼ କୂଟନୈତିକ ବିକାଶ ଘଟିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ, ହମାସ ଆତ୍ମସମର୍ପଣ କରିଛି ଏବଂ…

ହାର୍ଦ୍ଦିକ ପାଣ୍ଡ୍ୟା CSK ଆସିବା ପରେ ଅଧିନାୟକଙ୍କ ସବୁଠାରୁ ବଡ଼ ସମସ୍ୟାର ହେବ ସମାଧାନ, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୧।୮: ନିଲାମ ହେଉ କିମ୍ବା ଟ୍ରେଡ ମାଧ୍ୟମରେ, ଚେନ୍ନାଇ ସୁପର କିଙ୍ଗ୍ସ (CSK )ଏକ ସୁଲଭ ମୂଲ୍ୟରେ ଅସାଧାରଣ ପ୍ରତିଭା ସଂଗ୍ରହ କରିବାରେ କେବେ ପଛରେ ପଡ଼ିନାହିଁ।…

Odisha Floods: ଆକାଶ ମାର୍ଗରୁ ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, କହିଲେ ବନ୍ୟାରେ ୮ ଲକ୍ଷ …

ଭୁବନେଶ୍ୱର, ୧।୮ : : ରାଜ୍ୟର ବନ୍ୟା ପରିସ୍ଥିତିର ଆକାଶ ମାର୍ଗରୁ ସମୀକ୍ଷା କରିବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବନ୍ୟା ଯୋଗୁ ପ୍ରାୟ ୮ ଲକ୍ଷ…

ଅଜିତ ଡୋଭାଲଙ୍କୁ ଲୋକମାନ୍ୟ ତିଲକ ଜାତୀୟ ପୁରସ୍କାର: ପଗଡ଼ି ପିନ୍ଧାଇଦେଲେ ଅମିତ ଶାହା

ନୂଆଦିଲ୍ଲୀ,୧।୮: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପୁଣେରେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ଅଜିତ ଡୋଭାଲଙ୍କୁ ସମ୍ମାନିତ କରିଛନ୍ତି। ଲୋକମାନ୍ୟ ତିଲକ ସ୍ମାରକୀ ଟ୍ରଷ୍ଟ ଦ୍ୱାରା…

‘ଯଦି ଇଥାନଲ ନଥାନ୍ତା, ତେବେ ପେଟ୍ରୋଲ ଲିଟର ପିଛା ୧୨୫ ଟଙ୍କାରେ ବିକ୍ରି ହେଉଥାନ୍ତା’: E-20 ଇନ୍ଧନକୁ ନେଇ ସଂସଦରେ ସରକାରଙ୍କ ଦାବି

ନୂଆଦିଲ୍ଲୀ,୧।୮: କେନ୍ଦ୍ର ସରକାର ସଂସଦରେ ପେଟ୍ରୋଲରେ ଇଥାନଲ ମିଶ୍ରଣ ନୀତିକୁ ଦୃଢ଼ ଭାବରେ ସମର୍ଥନ କରିଛନ୍ତି। ସରକାର ସ୍ପଷ୍ଟ କରିଛନ୍ତି ଯେ ଯଦି ଏହି ପଦକ୍ଷେପ ନିଆଯାଇ…

ବୈତରଣୀରେ ବ୍ୟାରେଜ ନିର୍ମାଣ ନେଇ ନୂଆପଡ଼ାରେ ସ୍ଥିତି ଅନୁଧ୍ୟାନ କଲେ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ

ପାଟଣା,୧ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଟାଙ୍ଗରପଡ଼ା ପଞ୍ଚାୟତର ନୂଆପଡ଼ାଠାରେ ବୈତରଣୀ ନଦୀ ଉପରେ ବ୍ୟାରେଜ ନିର୍ମାଣ ଦାବିକୁ ନେଇ ସରକାରୀ ପଦକ୍ଷେପ ଆଗକୁ ବଢ଼ିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri