ଭାରତକୁ ଖଲିସ୍ତାନୀଙ୍କ ବିରୋଧ ବଢୁଛି

ଲଣ୍ଡନ/ନୂଆଦିଲ୍ଲୀ,୧ା୧୦: ବ୍ରିଟେନ୍‌ରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତ ବିକ୍ରମ ଦୋରାଇସ୍ବାମୀ ସ୍କଟ୍‌ଲାଣ୍ଡ ଗସ୍ତରେ ଥିବାବେଳେ ତାଙ୍କୁ ସେଠାରେ ଏକ ଗୁରୁଦ୍ୱାରା ପ୍ରବେଶକୁ ଖଲିସ୍ତାନୀ ସପକ୍ଷବାଦୀତତ୍ତ୍ୱ ଅବରୋଧ କରିଛନ୍ତି। ଏନେଇ ଭାରତ ବ୍ରିଟେନ ବହିର୍ବ୍ୟାପାର କାର୍ଯ୍ୟାଳୟରେ ଉଦ୍‌ବେଗ ଜଣାଇଛିି। ଦୋରାଇସ୍ବାମୀ ଶୁକ୍ରବାର ଗ୍ଲାସ୍‌ଗୋସ୍ଥିତ ଗୁରୁଦ୍ୱାରାକୁ ଯିବାକୁ ଚାହୁଁଥିବାବେଳେ କେତେଜଣ ଖଲିସ୍ତାନୀ ଉଗ୍ରପନ୍ଥୀ ତାଙ୍କୁ ଅଟକାଇଥିଲେ। ଭାରତୀୟ ଉଚ୍ଚାୟୁକ୍ତ ସେମାନଙ୍କ ସହ ଯୁକ୍ତିତର୍କ ନ କରି ଫେରିଯିବାକୁ ନିଷ୍ପତ୍ତି ନେଇଥିଲେ ବୋଲି ସରକାରୀ ସୂତ୍ରରୁ କୁହାଯାଇଛି। ଆଲବର୍ଟ ଡ୍ରାଇଭ୍‌ଠାରେ ଥିବା ଗ୍ଲାସ୍‌ଗୋ ଗୁରୁଦ୍ୱାରାରେ ଦୋରାଇସ୍ବାମୀ ପ୍ରବେଶ କରୁଥବାବେଳେ ତାଙ୍କୁ ଜଣେ ଖଲିସ୍ତାନୀ ସପକ୍ଷବାଦୀ କର୍ମୀ ଅଟକାଉଥିବା ‘ଶିଖ୍‌ ୟୁଥ୍‌ ୟୁକେ’ର ଇଷ୍ଟାଗ୍ରାମ୍‌ ଚ୍ୟାନେଲରେ ପୋଷ୍ଟ ହୋଇଥିବା ଭିଡିଓରୁ ଦେଖିବାକୁ ମିଳିଛି। ସେମାନେ କାନାଡା ଓ ଅନ୍ୟତ୍ର ଶିଖ୍‌ମାନଙ୍କୁ ଆଘାତ ଦେଇଥିବାର ସେଠାରେ ଅନ୍ୟ ଜଣେ ବିକ୍ଷୋଭକାରୀ କହୁଥିବା ଶୁଣାଯାଇଛି। ସବୁଠି ଭାରତୀୟ ରାଷ୍ଟ୍ରଦୂତମାନଙ୍କୁ ଏଭଳି ବିରୋଧ କରାଯିବା ଆବଶ୍ୟକ ବୋଲି ସେ କହୁଛନ୍ତି। କୌଣସି ଭାରତୀୟ କୂଟନୀତିଜ୍ଞ କିମ୍ବା ସରକାରୀ ଅଧିକାରୀ ଗୁରୁଦ୍ୱାରା ଆସିଲେ ଏହିଭଳି ବ୍ୟବହାର କରାଯିବ ବୋଲି ଅନ୍ୟ ଜଣେ କହୁଥିବା ଭିଡିଓରୁ ଶୁଣିବାକୁ ମିଳିଛି।
ଖଲିସ୍ତାନୀ ଆତଙ୍କବାଦୀ ହରଦୀପ୍‌ ସିଂ ନିଜ୍ଜର ହତ୍ୟାକାଣ୍ଡରେ ଭାରତ ସମ୍ପୃକ୍ତ ଥିବା କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିସ୍‌ ଟ୍ରୁଡୋ ଅଭିଯୋଗ କରିବା ପରେ ଦୁଇଦେଶ ମଧ୍ୟରେ କୂଟନୈତିକ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଛି। ଅଭିଯୋଗକୁ ଭାରତ ମନଗଢ଼ା ଏବଂ ଉଦ୍ଦେଶ୍ୟମୂଳକ କହି ଖଣ୍ଡନ କରିଥିବାବେଳେ ଅଭିଯୋଗ ସମ୍ପର୍କରେ କାନାଡା ଏପର୍ଯ୍ୟନ୍ତ କୌଣସି ପ୍ରମାଣ ଦେଖାଇ ପାରିନାହିଁ। ଏପରିସ୍ଥଳେ ବ୍ରିଟେନ୍‌ରେ ଭାରତୀୟ ଉଚ୍ଚାୟୁକ୍ତଙ୍କୁ ଗୁରୁଦ୍ୱାରାରେ ପ୍ରବେଶ କରାଇ ନ ଦେବାକୁ ନେଇ ନୂଆଦିଲ୍ଲୀ ଉଦ୍‌ବେଗ ପ୍ରକାଶ କରିଛି। ଏଭଳି ଘଟଣାକୁ ଭାଜପା ନିନ୍ଦା କରିଛି। ଗୁରୁଦ୍ୱାରା ସବୁ ଧର୍ମ ପାଇଁ। ଭାରତୀୟ କୂଟନୀତିଜ୍ଞଙ୍କୁ ଗୁରୁଦ୍ୱାରା ପ୍ରବେଶ କରାଇ ନ ଦେବା ନିନ୍ଦନୀୟ ବୋଲି ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟି କହିଛି। ଏହା ପୂର୍ବରୁ ମଧ୍ୟ କାନାଡାରେ ଏକାଧିକ ଥର ଭାରତୀୟ ମିଶନକୁ ଟାର୍ଗେଟ କରାଯାଇଥିଲା। ସେହିପରି ମାର୍ଚ୍ଚ ୧୯ରେ ଆମେରିକାର ସାନ୍‌ଫ୍ରାନ୍‌ସିସ୍କୋସ୍ଥିତ ଭାରତୀୟ କନ୍‌ସୁଲେଟକୁ ଖଲିସ୍ତାନୀ ବିକ୍ଷୋଭକାରୀ ପ୍ରବେଶ କରି ଭଙ୍ଗାରୁଜା କରିଥିଲେ। ଜୁନ୍‌ ୧୨ରେ ଅଷ୍ଟ୍ରେଲିଆରେ ପ୍ରବାସୀ ଭାରତୀୟଙ୍କୁ କାର୍‌ ରାଲି ବେଳେ ଖଲିସ୍ତାନୀ ସମର୍ଥକମାନେ ଖଣ୍ଡାରେ ଆକ୍ରମଣ କରିଥିଲେ। ଜୁଲାଇ ୮ରେ ଖଲିସ୍ତାନୀ ବିକ୍ଷୋଭକାରୀ ଲଣ୍ଡନସ୍ଥିତ ଭାରତୀୟ ଦୂତାବାସରେ ଲାଗିଥିବା ତ୍ରିରଙ୍ଗାକୁ ଖୋଲିବା ସହ ଅଧିକାରୀମାନଙ୍କୁ ଦୁର୍ବ୍ୟବହାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜୋହିରି ମୋଲା ମିସ୍ ୱାର୍ଲ୍ଡ

ହାନୋଇ,୬ା୯: ଭିଏଟନାମ୍‌ର ନା ତ୍ରାଙ୍ଗ୍‌ ସହରରେ ଶନିବାର ଅନୁଷ୍ଠିତ ୭୩ତମ ଅନ୍ତର୍ଜାତୀୟ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାର ଗ୍ରାଣ୍ଡ ଫିନାଲେରେ ଡୋମିନିକାନ୍‌ ରିପବ୍ଲିକ୍‌ର ଜୋହିରି ମୋଲା ମିସ୍‌ ଓ୍ୱାଲର୍‌ଡ…

୬ କ୍ଷୁଦ୍ର ଦଳ ପାଇଛନ୍ତି ୧୭୦୦ କୋଟି

ଭୁବନେଶ୍ୱର, ୬ା୯(ଜିତେନ୍ଦ୍ର କୁମାର ନାୟକ):ଭାରତରେ ରାଜନୈତିକ ଦଳ ଠୁଳ କରିଥିବା ଅର୍ଥ ପରିମାଣ ଓ ଉପାୟ ବିଷୟରେ ଦେଶରେ ଆଖିଦୃଶିଆ ଆଲୋଚନା ହୁଏନି। ଏବେ ବିବିସି ହିନ୍ଦୀର…

ମାର୍ଚ୍ଚ କିମ୍ୱା ଏପ୍ରିଲରେ ପଞ୍ଚାୟତ ଭୋଟ: ନିର୍ବାଚନ କମିଶନର

ଭୁବନେଶ୍ୱର,୬ା୯(ସୁନିତ୍‌ ମିଶ୍ର): ଆସନ୍ତା ମାର୍ଚ୍ଚ ଶେଷ କିମ୍ୱା ଏପ୍ରିଲ ପ୍ରଥମ ସପ୍ତାହରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ୱାଚନ ହୋଇପାରେ। ପଞ୍ଚାୟତ ନିର୍ୱାଚନ ଲାଗି ରାଜ୍ୟ ନିର୍ୱାଚନ କମିଶନ ଜୋର୍‌ଦାର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri