Posted inଖେଳ

ଭାରତ ଟେଷ୍ଟ ଦଳର ଅଧିନାୟକ କିଏ ହେବା ଉଚିତ? ପିଟରସନ କହିଲେ…

ମସ୍କାଟ,୨୧।୧: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ସିରିଜ ହାରିବା ପରେ କୋହଲି ଭାରତୀୟ ଟେଷ୍ଟ ଅଧିନାୟକତ୍ୱରୁ ଇସ୍ତଫା ଦେଇ କ୍ରିକେଟ ଜଗତକୁ ସ୍ତବ୍ଧ କରିଦେଇଛନ୍ତି। ଏହାପରେ ତାଙ୍କ ସ୍ଥାନ କିଏ ନେବ ସେନେଇ ଆଲୋଚନା ହେବାରେ ଲାଗିଛି। ଏହି କ୍ରମରେ ଇଂଲଣ୍ଡର ପୂର୍ବତନ ଅଧିନାୟକ କେଭିନ ପିଟରସନ ତାଙ୍କ ରାୟ ଦେଇଛନ୍ତି। କୋହଲିଙ୍କ ଟେଷ୍ଟ ଅଧିନାୟକତ୍ୱ ଛାଡିବା ନିଷ୍ପତ୍ତି ବାୟୋ-ବବୁଲ ପାଇଁ ହୋଇପାରେ ବୋଲି ସେ କହିବା ସହ ରୋହିତ ଶର୍ମାଙ୍କୁ ତିନୋଟି ଫର୍ମାଟର ଅଧିନାୟକତ୍ୱ ପ୍ରଦାନ କରିବାକୁ ସେ କହିଛନ୍ତି।

ପିଟରସନ ଏଠାରେ ଗଣମାଧ୍ୟମକୁ କହିଛନ୍ତି, ‘ ଯେଉଁମାନେ ଆଜିର ଖେଳାଳିଙ୍କୁ ସମାଲୋଚନା କରୁଛନ୍ତି, ସେମାନେ ମୂର୍ଖ। କାରଣ ବାୟୋ ବବୁଲ୍‌ରେ ଖେଳିବା ଅତ୍ୟନ୍ତ କଷ୍ଟକର। କାହା ପ୍ରତି କଠୋର ମନୋଭାବ ଗ୍ରହଣ କରିବା, ସମାଲୋଚନା କରିବା ଅନ୍ୟାୟ ହେବ। ଆପଣ ବିରାଟ କୋହଲିଙ୍କୁ ଦେଖି ନାହାନ୍ତି। କୋହଲିଙ୍କୁ ଦର୍ଶକ ଲୋଡା। ସେ ଏପରି ପରିବେଶରେ ଭଲ ପ୍ରଦର୍ଶନ କରନ୍ତି। ତାଙ୍କ ଭଳି ଖେଳାଳିଙ୍କ ପାଇଁ ଏହି ବାୟୋ ବବୁଲରେ ଯଥାସମ୍ଭବ ପ୍ରଦର୍ଶନ କରିବା କଷ୍ଟକର ଅଟେ।’
ଏହାଛଡ଼ା ସେ ହିଟମ୍ୟାନ୍‌ ରୋହିତଙ୍କୁ ପସନ୍ଦ କରନ୍ତି। ସେ ଜଣେ ଭଲ ଖେଳାଳି। ସବୁବେଳେ ସେ ତାଙ୍କ ବ୍ୟାଟିଂକୁ ଉପଭୋଗ କରେ। ତାଙ୍କ ଅଧିନାୟକତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ବହୁତ ଭଲ ପ୍ରଦର୍ଶନ କରିଛି, ତେଣୁ ସେ ଅଧିନାୟକତ୍ୱ ଦୌଡ଼ରେ ଆଗରେ ଅଛନ୍ତି ବୋଲି ପିଟରସନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଶ୍ୱକପ୍‌ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ,୫।୯: ବୋର୍ଡ ଅଫ କଣ୍ଟ୍ରୋଲ ଫର କ୍ରିକେଟ ଇନ ଇଣ୍ଡିଆ (ବିସିସିଆଇ) ବିଶ୍ୱକପ ୨୦୨୩ ପାଇଁ ଭାରତୀୟ ଦଳ ଘୋଷଣା କରିଛି। ରୋହିତ ଶର୍ମାଙ୍କ ଅଧିନାୟିତ୍ୱରେ...

‘ଧୋନୀ ଭାରତର ସର୍ବକାଳୀନ ଶ୍ରେଷ୍ଠ ଅଧିନାୟକ’

ନୂଆଦିଲ୍ଲୀ, ୧୩।୨ (ପି.ଟି.)- ବେଶ୍‌ କିଛିଦିନ ଧରି କ୍ରିକେଟ୍‌ରୁ ଦୂରେଇ ରହିଥିବା ମହେନ୍ଦ୍ର ସିଂ ଧୋନୀଙ୍କୁ ଭାରତର ସର୍ବକାଳକୀନ ଶ୍ରେଷ୍ଠ ଅଧିନାୟକ ବୋଲି ଭେଟେରାନ ବ୍ୟାଟ୍ସମ୍ୟାନ...

ଅଜୟ ସିଂଙ୍କ ରାଜ୍ୟଗୋଷ୍ଠୀ ରେକର୍ଡ

ଆପିଆ(ସାମୋଆ),୧୨।୭(ପି.ଟି.)- ଭାରତୀୟ ଭାରୋତ୍ତୋଳନକାରୀ ଅଜୟ ସିଂ ଶୁକ୍ରବାର ରାଜ୍ୟଗୋଷ୍ଠୀ ଚାମ୍ପିୟନଶିପ୍‌ରେ କ୍ଲିନ୍‌ ଓ ଜର୍କ ଇଭେଣ୍ଟରେ ନୂଆ ରେକର୍ଡ କରିଛନ୍ତି। ୨୨ ବର୍ଷୀୟ ଭାରୋତ୍ତୋଳକ ୮୧...

ସିରିଜ୍‌ କ୍ଲିନ ସୁଇପ ନିକଟତର ଭାରତ

କିଙ୍ଗ୍‌ଷ୍ଟନ,୨।୯: ଏଠାରେ ଚାଲିଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଭାରତୀୟ ଦଳ ସିରିଜ୍‌ କ୍ଲିନ ସୁଇପ କରିବାର ନିକଟତର ହୋଇଛି। ପ୍ରଥମ ଇନିଂସରେ ଭାରତ ୪୧୬...

ବଦଳିଲା ଆଇପିଏଲ୍‌ ନିୟମ

ନୂଆଦିଲ୍ଲୀ,୨୨।୩: ଆଇପିଏଲ୍‌ ୨୦୨୩ ପାଇଁ କାଉଣ୍ଟଡାଉନ୍‌ ଆରମ୍ଭ ହୋଇଛି। ମାର୍ଚ୍ଚ ୩୧ରେ ଏହି ଟୁର୍ନାମେଣ୍ଟ ଆରମ୍ଭ ହେବ। ଦୁଇ ମାସ ଧରି ହେବାକୁ ଥିବା ଏହି...

ଓସିଏ ମହିଳା କ୍ରିକେଟ ଲିଗ୍‌ ଆରମ୍ଭ

ଭୁବନେଶ୍ୱର, ୧୬।୧(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ)ର ଭିଜନ-୨୦୨୪ ଅନ୍ତର୍ଗତ ଦିନିକିଆ ମହିଳା କ୍ରିକେଟ ଲିଗ୍‌ ଶୁକ୍ରବାରଠାରୁ ବିଭିନ୍ନ ଗ୍ରାଉଣ୍ଡରେ ଆରମ୍ଭ ହୋଇଛି। ପ୍ରଥମ...

ଦ୍ୱାଦଶ ଅନ୍ତର୍ଜାତୀୟ କିଟ୍‌ ଚେସ୍‌ ମହୋତ୍ସବ ଉଦ୍‌ଯାପିତଇତୁରିଜାଗା ବୋନେଲି ଚାମ୍ପିୟନ

ଭୁବନେଶ୍ୱର, ୮।୬(କ୍ରୀଡ଼ା ପ୍ରତିନିଧି)-ଦ୍ୱାଦଶ ଅର୍ନ୍ତଜାତୀୟ କିଟ୍‌ ଚେସ୍‌ ମହୋତ୍ସବ ଶୁକ୍ରବାର ଉଦ୍‌ଯାପିତ ହୋଇଛି। ଭେନେଜୁଏଲା ଗ୍ରାଣ୍ଡମାଷ୍ଟର ଇତୁରିଜାଗା ବୋନେଲି ଏଡୁଆର୍ଡୋ (୮ ପଏଣ୍ଟ) ‘ଏ’ କାଟେଗୋରୀରେ...

ଘରୋଇ ସେସନ ଲାଗି ବିଦର୍ଭ ଖେଳାଳି ଟ୍ରେନିଂ ଆରମ୍ଭ କରିବେ

ନାଗପୁର,୧୯।୧୧(ପି.ଟି.): କୋଭିଡ୍‌-୧୯ କାରଣରୁ ପାଖାପାଖି ୮ ମାସର ବ୍ରେକ୍‌ ପରେ ବିଦର୍ଭ ରଣଜୀ ଟ୍ରଫି ସମ୍ଭାବ୍ୟ ଖେଳାଳିମାନେ ଚଳିତ ସପ୍ତାହରେ ଟ୍ରେନିଂ ଆରମ୍ଭ କରିବାକୁ ଯାଉଛନ୍ତି।...

Advertisement
Archives

Model This Week