Posted inଖେଳ

ଭାରତ ଟେଷ୍ଟ ଦଳର ଅଧିନାୟକ କିଏ ହେବା ଉଚିତ? ପିଟରସନ କହିଲେ…

ମସ୍କାଟ,୨୧।୧: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ସିରିଜ ହାରିବା ପରେ କୋହଲି ଭାରତୀୟ ଟେଷ୍ଟ ଅଧିନାୟକତ୍ୱରୁ ଇସ୍ତଫା ଦେଇ କ୍ରିକେଟ ଜଗତକୁ ସ୍ତବ୍ଧ କରିଦେଇଛନ୍ତି। ଏହାପରେ ତାଙ୍କ ସ୍ଥାନ କିଏ ନେବ ସେନେଇ ଆଲୋଚନା ହେବାରେ ଲାଗିଛି। ଏହି କ୍ରମରେ ଇଂଲଣ୍ଡର ପୂର୍ବତନ ଅଧିନାୟକ କେଭିନ ପିଟରସନ ତାଙ୍କ ରାୟ ଦେଇଛନ୍ତି। କୋହଲିଙ୍କ ଟେଷ୍ଟ ଅଧିନାୟକତ୍ୱ ଛାଡିବା ନିଷ୍ପତ୍ତି ବାୟୋ-ବବୁଲ ପାଇଁ ହୋଇପାରେ ବୋଲି ସେ କହିବା ସହ ରୋହିତ ଶର୍ମାଙ୍କୁ ତିନୋଟି ଫର୍ମାଟର ଅଧିନାୟକତ୍ୱ ପ୍ରଦାନ କରିବାକୁ ସେ କହିଛନ୍ତି।

ପିଟରସନ ଏଠାରେ ଗଣମାଧ୍ୟମକୁ କହିଛନ୍ତି, ‘ ଯେଉଁମାନେ ଆଜିର ଖେଳାଳିଙ୍କୁ ସମାଲୋଚନା କରୁଛନ୍ତି, ସେମାନେ ମୂର୍ଖ। କାରଣ ବାୟୋ ବବୁଲ୍‌ରେ ଖେଳିବା ଅତ୍ୟନ୍ତ କଷ୍ଟକର। କାହା ପ୍ରତି କଠୋର ମନୋଭାବ ଗ୍ରହଣ କରିବା, ସମାଲୋଚନା କରିବା ଅନ୍ୟାୟ ହେବ। ଆପଣ ବିରାଟ କୋହଲିଙ୍କୁ ଦେଖି ନାହାନ୍ତି। କୋହଲିଙ୍କୁ ଦର୍ଶକ ଲୋଡା। ସେ ଏପରି ପରିବେଶରେ ଭଲ ପ୍ରଦର୍ଶନ କରନ୍ତି। ତାଙ୍କ ଭଳି ଖେଳାଳିଙ୍କ ପାଇଁ ଏହି ବାୟୋ ବବୁଲରେ ଯଥାସମ୍ଭବ ପ୍ରଦର୍ଶନ କରିବା କଷ୍ଟକର ଅଟେ।’
ଏହାଛଡ଼ା ସେ ହିଟମ୍ୟାନ୍‌ ରୋହିତଙ୍କୁ ପସନ୍ଦ କରନ୍ତି। ସେ ଜଣେ ଭଲ ଖେଳାଳି। ସବୁବେଳେ ସେ ତାଙ୍କ ବ୍ୟାଟିଂକୁ ଉପଭୋଗ କରେ। ତାଙ୍କ ଅଧିନାୟକତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ବହୁତ ଭଲ ପ୍ରଦର୍ଶନ କରିଛି, ତେଣୁ ସେ ଅଧିନାୟକତ୍ୱ ଦୌଡ଼ରେ ଆଗରେ ଅଛନ୍ତି ବୋଲି ପିଟରସନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶରେ ପ୍ରଳୟଙ୍କରୀ ବନ୍ୟା : ୪୪ ମୃତ

ଢାକା, ୧୩ା୭:ବାଂଲାଦେଶରେ ମୌସୁମୀଜନିତ ପ୍ରବଳ ବର୍ଷା ଓ ବନ୍ୟା ଯୋଗୁ ସ୍ଥିତି ସଙ୍ଗିନ ହୋଇପଡ଼ିଛି। ଗତ ଏକ ସପ୍ତାହ ମଧ୍ୟରେ ବନ୍ୟା ଓ ଭୂସ୍ଖଳନଜନିତ ବିଭିନ୍ନ ଦୁର୍ଘଟଣାରେ…

ଇଣ୍ଡିଆ ବ୍ଲକ୍‌ରେ ଯୋଗଦେବନି ଡିଏମ୍‌କେ

ଚେନ୍ନାଇ,୧୩ା୭:ପାର୍ଲାମେଣ୍ଟର ଆଗାମୀ ମୌସୁମୀ ଅଧିବେଶନରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏକୁ ଦୃଢ଼ ବିରୋଧ କରିବା ପାଇଁ ଇଣ୍ଡିଆ ବ୍ଲକ୍‌ରେ ଏମ୍‌.କେ. ଷ୍ଟାଲିନ୍‌ଙ୍କ ଡିଏମ୍‌କେ ଏବଂ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟଙ୍କ…

ନେପାଳରେ ପୁଣି ଜେନ୍‌ ଜି ବିକ୍ଷୋଭ

କାଠମାଣ୍ଡୁ,୧୩ା୭: ନେପାଳ ସରକାର କୌଣସି ଥଇଥାନ ଯୋଜନା ନ କରି ଜବରଦଖଲକାରୀଙ୍କୁ ଉଚ୍ଛେଦ କରୁଥିବାରୁ ଏହାର ପ୍ରତିବାଦରେ ରାଜଧାନୀ କାଠମାଣ୍ଡୁରେ ରବିବାର ଜୋର୍‌ଦାର ବିକ୍ଷୋଭ ହୋଇଛି। ଶତାଧିକ…

ନରଓ୍ବେକୁ ହରାଇ ସେମିଫାଇନାଲରେ ଇଂଲଣ୍ଡ

ମାୟାମି,୧୨ା୭: ଜୁଡେ ବେଲିଂଘମଙ୍କ ଡବଲ ଗୋଲ ବଳରେ ଚଳିତ ଫିଫା ବିଶ୍ୱକପ୍‌ର ତୃତୀୟ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ଇଂଲଣ୍ଡ ୨-୧ ଗୋଲରେ ନରଓ୍ବେକୁ ପରାସ୍ତ କରି ସେମିଫାଇନାଲ…

ଉପ ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ଟାର୍ଗେଟ କଲା ବିଜେଡି

ବରଗଡ଼,୧୨।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଏକ ପାୱାର ସବ୍‌ଷ୍ଟେଶନ ଉଦ୍‌ଘାଟନ କରିବା ପାଇଁ ରବିବାର ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆସିଥିଲେ। ତେବେ ଗତ ସାଧାରଣ ନିର୍ବାଚନ…

ବରଗଡ଼ ରାଜନୀତିରେ ହଇଚଇ, ଉପମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଏମପିଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା

ଅତାବିରା,୧୨ା୭(ଯୁଧିଷ୍ଠିର ମହାପାତ୍ର): ଅତାବିରାରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ଉପସ୍ଥିତିରେ ଆୟୋଜିତ ବହୁମୁଖୀ ଭବନ ଲୋକାର୍ପଣ ଓ ବୁଦ୍ଧିଜୀବୀ ସମ୍ମିଳନୀରେ ବରଗଡ଼ ଜିଲାର ସମସ୍ତ ଭାଜପା ବିଧାୟକ…

ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ଚନ୍ଦ୍ରବାବୁ, ୨୦୪୭ ସୁଦ୍ଧା ଭାରତ…

ଅମରାବତୀ,୧୨।୭: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ବିଶ୍ୱ ସ୍ତରରେ…

ପୁରୁଷୋତ୍ତମପୁର ରଥଯାତ୍ରା ନେଇ ପୋଲିସର ପ୍ରସ୍ତୁତି

ପୁରୁଷୋତ୍ତମପୁର,୧୨ା୭ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସ ପକ୍ଷରୁ ରଥଯାତ୍ରାର ସୁପରିଚାଳନା ନେଇ ଏକ ପ୍ରସ୍ତୁତି ବୈଠକ ଆଇଆଇସି କୁଳମଣିସେଠୀଙ୍କ ତତ୍ତ୍ୱାବଧାନରେ ରବିବାର ଅନୁଷ୍ଠିତ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri