ଏହି ୩ ରାଶିଙ୍କ ଉପରେ ପଡିଲା କେତୁଙ୍କ ଶୁଭ ଦୃଷ୍ଟି: ୯୦ ଦିନ ଯାଏ ରହିଛି ଗୋଲ୍ଡେନ ଟାଇମ, ପ୍ରତି କାମରେ ମିଳିବ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ କେତୁଙ୍କୁ ମୋକ୍ଷ, ଆଧ୍ୟାତ୍ମିକତା ଓ ଅନ୍ତର୍ଜ୍ଞାନର କାରକ ଗ୍ରହ ବୋଲି ମନେ କରାଯାଏ। ବର୍ତ୍ତମାନ କେତୁ ସିଂହ ରାଶିରେ ମଘା ନକ୍ଷତ୍ରରେ ଅବସ୍ଥାନ କରୁଛନ୍ତି। ଜ୍ୟୋତିଷୀୟ ଦୃଷ୍ଟିରୁ କେତୁଙ୍କ ଏହି ସ୍ଥିତି କିଛି ରାଶି ପାଇଁ ବେଶ ଶୁଭ ଓ ଲାଭଦାୟକ ବୋଲି ବିବେଚନା କରାଯାଉଛି।

କେତୁଙ୍କ ଅନୁକୂଳ ପ୍ରଭାବ ରହିଲେ ଜାତକଙ୍କୁ ହଠାତ୍‌ ଲାଭ, ଅଟକି ରହିଥିବା କାମରେ ସଫଳତା ଏବଂ ଭାଗ୍ୟର ସାଥ ମିଳିପାରେ। ଜ୍ୟୋତିଷୀଙ୍କ ମତ ଅନୁସାରେ, ଡିସେମ୍ବରରେ କେତୁ ପୁଣି ରାଶି ପରିବର୍ତ୍ତନ କରିବେ। ତେଣୁ ସେପର୍ଯ୍ୟନ୍ତ କିଛି ରାଶିର ଲୋକଙ୍କ ପାଇଁ ସମୟ ବିଶେଷ ଶୁଭ ରହିପାରେ। ଆର୍ଥିକ ମାମଲା ସହ ବ୍ୟକ୍ତିଗତ ଜୀବନରେ ମଧ୍ୟ ସକାରାତ୍ମକ ପରିବର୍ତ୍ତନ ଆସିବାର ସମ୍ଭାବନା ରହିଛି।

ବୃଷ ରାଶିର ଲୋକଙ୍କ ପାଇଁ ଏହି ସମୟ ବେଶ ଖାସ ରହିପାରେ। ଆପଣ ଯଦି କୌଣସି ନୂଆ କାମ ଆରମ୍ଭ କରିବାକୁ ଚାହୁଁଥାନ୍ତି, ତେବେ ଏହି ସମୟରେ ଅନେକ ନୂଆ ସୁଯୋଗ ମିଳିପାରେ। ଏହାର ସକାରାତ୍ମକ ଫଳ ମଧ୍ୟ ଦେଖିବାକୁ ମିଳିପାରେ।
ଆପଣଙ୍କ କଳା ଓ ଦକ୍ଷତାରେ ନିଖାର ଆସିବ। ବ୍ୟବସାୟ ସମ୍ପର୍କିତ ଯାତ୍ରା ସଫଳ ଓ ଲାଭଦାୟକ ହୋଇପାରେ। କର୍ମକ୍ଷେତ୍ରରେ ଆପଣଙ୍କ କାମକୁ ପ୍ରଶଂସା ମିଳିବା ସହ ସମ୍ମାନିତ କିମ୍ବା ପୁରସ୍କୃତ ହେବାର ଯୋଗ ରହିଛି। ବ୍ୟବସାୟୀମାନେ ଆଶା ଅନୁଯାୟୀ ଲାଭ ପାଇପାରନ୍ତି।

ସିଂହ ରାଶିର ଲୋକଙ୍କ ଭାଗ୍ୟୋଦୟ ହେବାର ସମ୍ଭାବନା ରହିଛି। ଏହି ସମୟରେ ନୂଆ ଲୋକଙ୍କ ସହ ଆପଣଙ୍କ ସାକ୍ଷାତ ହୋଇପାରେ, ଯେଉଁମାନେ ଭବିଷ୍ୟତରେ ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇପାରନ୍ତି।
ପରିବାରରେ ଖୁସିର ପରିବେଶ ରହିବ। କୌଣସି ନୂଆ ଯୋଜନାରୁ ବଡ଼ ଲାଭ ମିଳିବାର ଯୋଗ ରହିଛି। ଜୀବନରେ ଏକ ବଡ଼ ମାଇଲଖୁଣ୍ଟ ହାସଲ କରିବାରେ ସଫଳ ହୋଇପାରନ୍ତି। କାମ କାରଣରୁ ଯାତ୍ରା କରିବାକୁ ପଡ଼ିପାରେ।
କ୍ୟାରିୟର ଦୃଷ୍ଟିରୁ ଆଗାମୀ ସମୟ ଭଲ ରହିବ। ମିଳୁଥିବା ସୁଯୋଗର ପୂରା ଫାଇଦା ଉଠାଇବାରେ ସଫଳ ହୋଇପାରନ୍ତି। ଜମି, ଘର ଓ ଗାଡ଼ି ଭଳି ସମ୍ପତ୍ତି କିଣିବା ପାଇଁ ମଧ୍ୟ ସମୟ ଅନୁକୂଳ ରହିପାରେ। ଭବିଷ୍ୟତରେ ଧନଲାଭର ଯୋଗ ମଧ୍ୟ ରହିଛି।

ମକର ରାଶିର ଲୋକଙ୍କ ଭାଗ୍ୟ ଏହି ସମୟରେ ଚମକିପାରେ। ପରିବାର ସହ ବସି ନୂଆ ଯୋଜନା ଉପରେ କାମ କରିବାର ସୁଯୋଗ ମିଳିବ। ଜୀବନରେ କିଛି ନୂଆ କରିବା ପାଇଁ ଅନେକ ଅବସର ମଧ୍ୟ ପାଇପାରନ୍ତି।
ଆର୍ଥିକ ସ୍ଥିତିରେ ସୁଧାର ଆସିବାର ସମ୍ଭାବନା ରହିଛି। ପ୍ରେମ ସମ୍ପର୍କରେ ନିକଟତା ବଢ଼ିବା ସହ ପରସ୍ପର ମଧ୍ୟରେ ବିଶ୍ୱାସ ଆହୁରି ମଜବୁତ ହୋଇପାରେ। କ୍ୟାରିୟରରେ ମନପସନ୍ଦ ସଫଳତା କିମ୍ବା ପଦୋନ୍ନତି ମିଳିବାର ଯୋଗ ରହିଛି।
ଦୀର୍ଘ ସମୟ ପରେ କୌଣସି ପ୍ରିୟଜନଙ୍କ ସହ ସାକ୍ଷାତ ହେବାରୁ ମନ ଖୁସି ହୋଇପାରେ। ପରିବାରରେ ମଧ୍ୟ ଖୁସିର ପରିବେଶ ରହିବ। ଏହି ସମୟରେ ଭାଗ୍ୟର ପୂରା ସାଥ ମିଳିବାର ସମ୍ଭାବନା ରହିଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?